suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ଲାଞ୍ଚ ନେବାବେଳେ ମାଡ଼ି ବସିଲେ ଅଧିକାରୀ
  • ||
  • ନିଶ୍ଚିନ୍ତକୋଇଲି: ଜୁଏଲାରୀ ଦୋକାନରୁ ଚୋରି, ତାଲା ଭାଙ୍ଗି ଲୁଟିନେଲେ ୧୯ ଲକ୍ଷରୁ ଅଧିକ ସୁନା ଗହଣା
  • ||
  • ପୁରୀ: ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ନୀତି ବିଳମ୍ବ, ଦର୍ଶନ ନପାଇ ଭକ୍ତ ଅସନ୍ତୋଷ
  • ||

FIFA ବିଶ୍ଵ କପ: ପୋଲାଣ୍ଡକୁ ୨-୦ରେ ହରାଇଲା ଆର୍ଜେଣ୍ଟିନା, ପ୍ରି କ୍ଵାର୍ଟରରେ ମେସିଙ୍କ ଦଳ

1/12/2022 at 10:03 AM

ଦୋହା: ପରାଜୟ ଦୁଃଖ ଭୁଲି କ୍ରମାଗତ ଦ୍ୱିତୀୟ ବିଜୟ ସହ ନକ୍‌ ଆଉଟ୍‌ରେ ପ୍ରବେଶ କରିଛି ୨ଥର ବିଶ୍ୱ ଚାମ୍ପିଅନ୍‌ ଆର୍ଜେଣ୍ଟିନା । ଗ୍ରୁପ୍‌-ସି’ର ଏକ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୦ ଗୋଲ୍‌ରେ ପୋଲାଣ୍ଡକୁ ପରାସ୍ତ କରିଥିଲା । ୬ ପଏଣ୍ଟ ସହ ଗ୍ରୁପ୍‌ ଶୀର୍ଷ ସ୍ଥାନ ଦଖଲ କରି ଆର୍ଜେଣ୍ଟିନା ରାଉଣ୍ଡ-୧୬ରେ ପ୍ରବେଶ କରିଥିଲା । ପୋଲାଣ୍ଡ ପରାଜିତ ହୋଇଥିଲେ ହେଁ ନକ୍‌ ଆଉଟ୍‌ରେ ପ୍ରବେଶ କରିଥିଲା । ଅନ୍ୟ ମ୍ୟାଚ୍‌ରେ ମେକ୍ସିକୋ ୨-୧ ଗୋଲ୍‌ରେ ସାଉଦି ଆରବକୁ ହରାଇବାରୁ ପୋଲାଣ୍ଡର ନକ୍‌ ଆଉଟ୍‌ ସ୍ୱପ୍ନ ସଫଳ ହୋଇଥିଲା ।

ଷ୍ଟାଡିୟମ ୯୭୪ରେ ଆଜି ମ୍ୟାଚ୍‌ ଆରମ୍ଭରୁ ଆର୍ଜେଣ୍ଟିନା ପ୍ରଭାବ ବିସ୍ତାର କରି ଖେଳିଥିଲା । ପୂର୍ବ ୨ ମ୍ୟାଚ୍‌ ତୁଳନାରେ ଏଥର ପ୍ରତ୍ୟେକ ଖେଳାଳିଙ୍କ ମଧ୍ୟରେ ତାଳମେଳ ରହିଥିଲା । ସଠିକ୍‌ ପାସ୍‌ ବିନିମୟ ହୋଇଥିଲା । ଡାହାଣ ପାର୍ଶ୍ବରୁ ଆଞ୍ଜେଲ ଡି ମାରିଆ ଓ ବାମ ପାର୍ଶ୍ବରୁ ଏଞ୍ଜୋ ଫର୍ଣ୍ଣାଣ୍ଡିସ ପୋଲାଣ୍ଡ ରକ୍ଷଣ ଭାଗ ଭେଦ କରିଥିଲେ । ମଝିରେ ଖେଳୁଥିବା ଲିଓନେଲ ମେସି ଗୋଲ୍‌ ସୁଯୋଗ ସୃଷ୍ଟି କରିଥିଲେ । ଆର୍ଜେଣ୍ଟିନାର ଆକ୍ରମଣ ପ୍ରତି ପୋଲାଣ୍ଡ ସତର୍କ ରହିଥିଲା । ତେଣୁ ପ୍ରତିଆକ୍ରମଣ ଛାଡ଼ି ଦଳ କେବଳ ରକ୍ଷଣ ଭାଗ ଉପରେ ଲୟ ଜମାଇଥିଲା । ଆର୍ଜେଣ୍ଟିନା ବାରମ୍ବାର ଆକ୍ରମଣ କରିଥିଲା । ୩୭ତମ ମିନିଟ୍‌ରେ ପୋଲାଣ୍ଡ ଗୋଲ କିପର ବୋଜିତ୍ସକ ସଜେସ୍ନି ବକ୍ସ ନିକଟରେ ମେସିଙ୍କୁ ଫାଉଲ ମାରିଥିଲେ । ଭାର ରିଭ୍ୟୁରେ ଫାଉଲ ସ୍ପଷ୍ଟ ହୋଇଥିଲା ଓ ଆର୍ଜେଣ୍ଟିନାକୁ ପେନାଲ୍ଟି ମିଳିଥିଲା । ମେସି ପେନାଲ୍ଟି ମାରିଥିଲେ ହେଁ ଏହାକୁ ସଜେସ୍ନି ଅଟକାଇ ଦେଇଥିଲେ । ଆର୍ଜେଣ୍ଟିନା ଏକ ନିଶ୍ଚିତ ଗୋଲ୍‌ରୁ ବଞ୍ଚିତ ହୋଇଥିଲା । ସଜେସ୍ନିଙ୍କ ପାଇଁ ପ୍ରଥମାର୍ଦ୍ଧ ବ୍ୟସ୍ତ ବହୁଳ ରହିଥିଲା । ପ୍ରଥମାର୍ଦ୍ଧରେ ଆର୍ଜେଣ୍ଟିନା ୧୨ଟି ସୁଯୋଗ ସୃଷ୍ଟି କରିଥିଲେ ହେଁ ସଜେସ୍ନି ଓ ପୋଲାଣ୍ଡ ଡିଫେଣ୍ଡରମାନେ ସବୁ ପ୍ରୟାସ ବିଫଳ କରାଇ ଦେଇଥିଲେ ।

ଦ୍ୱିତୀୟାର୍ଦ୍ଧ ଆରମ୍ଭ ହେଉ ହେଉ ଆର୍ଜେଣ୍ଟିନା ଗୋଲ୍‌ ଖାତା ଖୋଲିବାରେ ସଫଳ ହୋଇଥିଲା । ୪୬ତମ ମିନିଟ୍‌ରେ ନହ୍ୱେଲ ମୋଲିନାଙ୍କ ଏକ ପାସ୍‌କୁ ଆଲେକ୍ସିସ ମାକ ଆଲିଷ୍ଟର ଗୋଲ୍‌ରେ ପରିଣତ କରିଥିଲେ । ଏହାପରେ ଆର୍ଜେଣ୍ଟିନା ଆକ୍ରମଣ ଜାରି ରଖି ବାରମ୍ବାର ଗୋଲ୍‌ ସୁଯୋଗ ସୃଷ୍ଟି କରିଥିଲା । ୬୭ତମ ମିନିଟ୍‌ରେ ଇଞ୍ଜୋ ଫର୍ଣ୍ଣାଣ୍ଡିସଙ୍କ ଏକ ପାସ୍‌କୁ ଜୁଲିଆନ ଆଲଭାରେଜ ପୋଲାଣ୍ଡ ଗୋଲ୍‌ ପୋଷ୍ଟରେ ପହଞ୍ଚାଇ ଦେଇଥିଲେ । ଏହାପରେ ଆଉ ଗୋଲ୍‌ ହୋଇ ନଥିଲା । ୨୨ତମ ବିଶ୍ୱକପ୍‌ ମ୍ୟାଚ୍‌ ଖେଳିଥିଲେ ମେସି । ସେ ଆଜି ଡିଏଗୋ ମାରାଡୋନା(୨୧)ଙ୍କ ରେକର୍ଡ ଭଙ୍ଗ କରି ଆର୍ଜେଣ୍ଟିନା ପକ୍ଷରୁ ସର୍ବାଧିକ ବିଶ୍ୱକପ୍‌ ମ୍ୟାଚ୍‌ ଖେଳିବାରେ ରେକର୍ଡ କରିଥିଲେ ।

   Related Posts