ଫିଫା ବିଶ୍ୱକପରୁ ଡିଫେଣ୍ଡିଙ୍ଗ ଚାମ୍ପିୟନ ଜର୍ମାନୀ ବିଦା

Published By : Prameya-News7 Bureau | June 28, 2018 IST

ଫିଫା ବିଶ୍ୱକପରୁ ଡିଫେଣ୍ଡିଙ୍ଗ ଚାମ୍ପିୟନ ଜର୍ମାନୀ ବିଦା ।ଜର୍ମାନକୁ ୨-୦ ଗୋଲରେ ହରାଇଛି ଦକ୍ଷିଣ କୋରିଆ । ଚଳିତ ବିଶ୍ୱକପ୍ ର ଅନ୍ୟତମ ଦାବିଦାର ଭାବେ ଅଭିଯାନ ଆରମ୍ଭ କରିଥିବା ଜର୍ମାନୀ ତିନିଟି ମ୍ୟାଚ୍ ରୁ ମାତ୍ର ଗୋଟିଏ ବିଜୟ ଓ ୨ଟି ପରାଜୟ ସହ ୩ ପଏଣ୍ଟ ପାଇବା ପରେ ଗ୍ରୁପ୍ -ଏଫ୍ ର ସବାଶେଷ ସ୍ଥାନରେ ରହିଛି । ଡିଫେଣ୍ଡିଙ୍ଗ୍ ଚାମ୍ପିଅନ୍ ଭାବେ ଲିଗ୍ ପର୍ଯ୍ୟାୟରୁ ବିଦାୟ ନେବାରେ ଗତ ପାଞ୍ଚଟି ବିଶ୍ୱକପରେ ଜର୍ମାନି ଚତୁର୍ଥ ଦଳ ହୋଇଥିଲା । ସେପଟେ ଗ୍ରୁପ୍ -ଏଫ୍ ର ତୃତୀୟ ସ୍ଥାନରେ ରହି କୋରିଆ ଅନୁରୂପ ଭାବେ ବିଦାୟ ନେଇଛି। ସେପଟେ ଅନ୍ୟଏକ ମ୍ୟାଚରେ ମେକ୍ସିକୋକୁ ସ୍ବିଡେନ ୩-୦ ଗୋଲରେ ହରାଇ ପ୍ରି-କ୍ବାଟରରେ ଫାଇନାଲରେ ପ୍ରବେଶ କରିଛି । ତେବେ ପରାଜିତ ହୋଇ ମଧ୍ୟ ପୂର୍ବରୁ ୬ ପଏଣ୍ଟ ପାଇଥିବା ମେକ୍ସିକୋ ପ୍ରି କ୍ବାଟରରେ ସ୍ଥାନ ପକ୍କା କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.