FIFAରେ ନୋରାଙ୍କ ଜବରଦସ୍ତ ଡ୍ୟାନ୍ସ, ଇଣ୍ଟରନେଟ୍ରେ ହେଉଛି ଭାଇରାଲ୍
19/12/2022 at 8:26 AM

ମୁମ୍ଵାଇ ୧୯।୧୨: ଫିଫା ବିଶ୍ୱକପ ୨୦୨୨ର ସମାରୋହରେ ବଲିଉଡ ଅଭିନେତ୍ରୀ ନୋରା ଫତେହି ନିଜର ପାୱାରଫୁଲ୍ ପରଫର୍ମାନ୍ସ ପ୍ରଦର୍ଶନ କରି ସମସ୍ତଙ୍କୁ ଆକର୍ଷିତ କରିଥିଲେ । ରବିବାର ଅର୍ଥାତ୍ ଗତକାଲି ଫୁଟବଲ ଫାଇନାଲ ମ୍ୟାଚ୍ ଆର୍ଜେଣ୍ଟିନା ଏବଂ ଫ୍ରାନ୍ସ ମଧ୍ୟରେ ଖେଳାଯାଇଥିଲା । ମ୍ୟାଚ୍ର ଠିକ୍ ପୂର୍ବରୁ ନୋରା ଫତେହି ଲାଇଟ୍ ଦି ସ୍କାଏ ଗୀତର ଡ୍ୟାନ୍ସ କରିଥିଲେ। ଏହି ସମୟରେ ବାଲ୍କିସ୍, ରହମା ରିଆଦ ଏବଂ ମାନାଲଙ୍କ ସହ ଯୋଗ ଦେଇଥିଲେ। ନୋରା ବ୍ଲାକ୍ ରଙ୍ଗର ଏକ ଆଉଟ୍ଫିଟ୍ରେ ଖୁବ୍ ସୁନ୍ଦର ଦେଖାଯାଉଥିଲେ।
ଯଦି ଆପଣ ଫିଫା ବିଶ୍ୱକପରେ ନୋରା ଫତେହିଙ୍କ ଡ୍ୟାନ୍ସର ଏହି ଭିଡିଓକୁ ମିସ୍ କରି ଦେଇଛନ୍ତି । ତେବେ ଆପଣ ଏହାକୁ ଏଠାରେ ଦେଖିପାରିବେ। ବିଶ୍ୱକପରେ ନୋରା ଫତେହିଙ୍କ ପ୍ରଦର୍ଶନ ଏହାର ସ୍ମରଣୀୟ ମୂହୁର୍ତ୍ତ ମଧ୍ୟରୁ ଅନ୍ୟତମ । ଏକ ଭିଡିଓରେ ନୋରା ଲାଇଟ୍ ଦି ସ୍କାଏ ଗୀତ ଗାଇ ନାଚୁଥିବାର ନଜର ଆସିଛନ୍ତି। ସୋସିଆଲ ମିଡିଆରେ ଏହି ଭିଡିଓରେ ଅନେକ ପ୍ରତିକ୍ରିୟା ଆସୁଛି ।
ଏହାକୁ ନେଇ ୟୁଜର୍ସ କମେଣ୍ଟ କରିଛନ୍ତି କି କ୍ଲୋଜିଙ୍ଗ ସେରିମନିରେ ନୋରା ଫତେହିଙ୍କ ଡ୍ୟାନ୍ସ ଦେଖି ଜଣେ ୟୁଜର୍ସ ଲେଖିଛନ୍ତି-ତମେ ହୃଦୟ ନେଇଗଲ , ଆଉ ଜଣେ ବି କହିଛନ୍ତି –ନୋରା ଦୀପିକା ଏହି ଇଭେନ୍ଟର ଜାନ୍ । ଏହା ଖୁବ୍ ଜୋରରେ ଭାଇରାଲ୍ ହେବାରେ ଲାଗିଛି ।