FIFA World Cup 2022: ତିନି ମ୍ୟାଚ୍ ହାରି ବିଶ୍ଵ କପ୍ରୁ ବିଦା ହେଲା କାତାର, ସୁପର-୧୬ରେ ପହଞ୍ଚିଲେ ଗ୍ରୁପ ଏରୁ ନେଦରଲାଣ୍ଡ-ସେନେଗଲ
29/11/2022 at 11:33 PM

ନୂଆଦିଲ୍ଲୀ: କାତାରରେ ଖେଳା ଯାଉଥିବା ଫିଫା ବିଶ୍ଵ କପ୍ ୨୦୨୨ ବର୍ତ୍ତମାନ ନିଜର ପ୍ରି କ୍ଵାର୍ଟର ଫାଇନାଲ୍ ରାଉଣ୍ଡରେ ପ୍ରବେଶ କରିଛି। ମଙ୍ଗଳବାର ନଭେମ୍ବର ୨୯ରେ ଗ୍ରୁପ ଏର ସମସ୍ତ ମ୍ୟାଚ୍ ଶେଷ ହୋଇଛି। ଆୟୋଜକ କାତାର ନିଜର ତିନି ମ୍ୟାଚ୍ ହାରି ଫିଫା ବିଶ୍ଵ କପ୍ରୁ ବାଦ୍ ପଡିଛି। ମଙ୍ଗଳବାର ମ୍ୟାଚ୍ରେ ନେଦରଲାଣ୍ଡ ଘରୋଇ କାତାରକୁ ୨-୦ରେ ପରାସ୍ତ କରିଛି।
The Netherlands secure top spot in Group A! 🔝 @adidasfootball | #FIFAWorldCup
— FIFA World Cup (@FIFAWorldCup) November 29, 2022
ଅନ୍ୟ ଏକ ମ୍ୟାଚ୍ରେ ସେନେଗଲ ଇକ୍ଵେଡୋରକୁ ୨-୧ରେ ମାତ୍ ଦେଇଛି। ଦୁଇ ମ୍ୟାଚ୍ର ଫଳାଫଳ ପରେ ଗ୍ରୁପ ଏରୁ ନେଦରଲାଣ୍ଡ ଏବଂ ସେନେଗଲ ପ୍ରି କ୍ଵାର୍ଟରରେ ପ୍ରବେଶ କରିଛି। ଇକ୍ଵେଡୋର ଏହି ଟୁର୍ଣ୍ଣାମେଣ୍ଟରେ କାତାରକୁ ହରାଇ ଗୋଟିଏ ମ୍ୟାଚ୍ ଜିତିଥିଲା। ଦ୍ଵିତୀୟ ମ୍ୟାଚ୍ ଡ୍ର ରହିଥିବା ବେଳେ ତୃତୀୟ ମ୍ୟାଚ୍ରେ ପରାଜୟ କାରଣରୁ ଦଳ ବିଶ୍ଵ କପ୍ରୁ ବାଦ୍ ପଡିଛି।
ଆଜିର ମ୍ୟାଚ୍ରେ ନେଦରଲାଣ୍ଡ ଆରମ୍ଭରୁ କାତାର ଉପରେ ପ୍ରାଧ୍ୟାନ୍ୟ ବିସ୍ତାର କରିଥିଲା। ମ୍ୟାଚ୍ର ପ୍ରଥମ ଗୋଲ୍ କୋଡି କାଗପୋ ୨୬ତମ ମିନିଟ୍ରେ ଗୋଲ୍ ସ୍କୋର କରିଥିଲେ। ପ୍ରଥମାର୍ଦ୍ଧରେ ନେଦରଲାଣ୍ଡ କାତାର ବିପକ୍ଷରେ ୧-୦ରେ ଅଗ୍ରଣୀ ହାସଲ କରିଥିଲା। ପୁଣି ୪୯ତମ ମିନିଟ୍ରେ ଫ୍ରେଙ୍କି ଡି ଜଙ୍ଗ ଦ୍ଵିତୀୟ ଗୋଲ୍ ସ୍କୋର କରି ନେଦରଲାଣ୍ଡକୁ ୨-୦ରେ ଅଗ୍ରଣୀ କରାଇଥିଲେ।