FIFA World Cup 2022: ପୋଲିସ୍ କାରକୁ ଧକ୍କା ଦେଲା ଖେଳାଳିଙ୍କୁ ନେଇ ଯାଉଥିବା ବସ୍, ମ୍ୟାଚ୍ ପୂର୍ବରୁ ଘଟିଲା ଦୁର୍ଘଟଣା
29/11/2022 at 4:31 PM

ନୂଆଦିଲ୍ଲୀ: ଫିଫା ବିଶ୍ଵ କପ୍ ୨୦୨୨ରେ ଲଗାତାର ଅନେକ ପ୍ରକାରର ଘଟଣା ଘଟି ଚାଲିଛି। ସୋମବାର କାତାର ଷ୍ଟାଡିୟମ ନିକଟରେ ଏକ ଦୁର୍ଘଟଣା ଘଟିଛି। ସ୍ଵିଜରଲାଣ୍ଡର ଖେଳାଳିଙ୍କୁ ଧରି ଷ୍ଟାଡିୟମ ଅଭିମୁଖେ ଯାଉଥିବା ବେଳେ ବସ୍ ପୋଲିସ କାର ସହ ଧକ୍କା ହୋଇଛି। ସୋମବାର ବ୍ରାଜିଲ ବିପକ୍ଷ ମ୍ୟାଚ୍ ପୂର୍ବରୁ ଏହି ଦୁର୍ଘଟଣା ଘଟିଥିଲା।
ସୂଚନା ଅନୁଯାୟୀ, ଦୁର୍ଘଟଣା ସମୟରେ ବସ୍ର ଗତି ଧିମା ଥିବାରୁ ଏହି ଦୁର୍ଘଟଣାରେ କାହାରି କୌଣସି କ୍ଷୟକ୍ଷତି ଘଟିନାହିଁ। କାତାର ଷ୍ଟାଡିୟମ-୯୪୭ରେ ବ୍ରାଜିଲ ଏବଂ ସ୍ଵିଜରଲାଣ୍ଡ ମଧ୍ୟରେ ମୁକାବିଲା ହୋଇଛି। ମ୍ୟାଚ୍କୁ ବ୍ରାଜିଲ ୧-୦ ଗୋଲ୍ରେ ଜିତି ନେଇଛି।
ଷ୍ଟାଡିୟମ ଅଭିମୁଖେ ଯାଇଥିବା ରାସ୍ତା ପ୍ରବଳ ଜାମ ଥିବାରୁ ବସ୍ ଧିରେ ଧିରେ ଗତି କରୁଥିଲା। ଏହି ସମୟରେ ଆଗରେ ଯାଉଥିବା ପୋଲିସ୍ କାରକୁ ବସ୍ ପଛପଟୁ ଧକ୍କା ଦେଇଥିଲା। ତେବେ ଏଥିରେ ବିଶେଷ କୌଣସି କ୍ଷୟକ୍ଷତି ଘଟିନାହିଁ। ଖେଳାଳି ସୁରକ୍ଷିତ ପଡିଆରେ ପହଞ୍ଚିଥିଲେ ଏବଂ ନିର୍ଦ୍ଧାରିତ ସମୟରେ ମୁକାବିଲା ଖେଳା ଯାଇଥିଲା।
କାତାରରେ ଖେଳାଯାଉଥିବା ଫିଫା ବିଶ୍ଵ କପ୍ ୨୦୨୨ରେ ଏ ପର୍ଯ୍ୟନ୍ତ ଅନେକ ଦୁର୍ଘଟଣା ଘଟି ସାରିଛି। ଏହି କାରଣରୁ ଆୟୋଜକଙ୍କ ଚିନ୍ତା ବି ବଢି ଯାଇଛି। ଗତ ଦିନରେ ଷ୍ଟାଡିୟମ ନିକଟରେ ସ୍ଥିତ ଏକ ଫ୍ୟାନଜୋନରେ ନିଆଁ ଲାଗି ଯାଇଥିଲା, ଯେଉଁଠି ପ୍ରଶଂସକଙ୍କ ପାଇଁ ଅଲଗା ଅଲଗା କ୍ୟାବିନେଟ୍ ତିଆରି ହୋଇଥିଲା।