ଭୁବନେଶ୍ୱରରେ ହେବନି ଫିଫା ମହିଳା ଫୁଟବଲ ବିଶ୍ୱକପ୍‌ !

Published By : Prameya-News7 Bureau | August 16, 2022 IST

ଭୁବନେଶ୍ବର ୧୬।୦୮: ଭୁବନେଶ୍ବରରେ ହେବନି ଫିଫା ମହିଳା ଫୁଟବଲ ବିଶ୍ୱକପ୍‌ । ଅଲ୍ ଇଣ୍ଡିଆ ଫୁଟବଲ ଫେଡେରେସନର ଅନିୟମିତତା କାରଣରୁ ବିଶ୍ୱକପ୍‌ ହେବା ନେଇ ଆଶଙ୍କା ଦେଖାଦେଇଛି । ୧୭ ବର୍ଷରୁ କମ୍ ମହିଳା ଫୁଟବଲ ବିଶ୍ବକପ ଆୟୋଜନ ହେବା ନେଇ ଆଶଙ୍କା । ଅକ୍ଟୋବରରେ କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥାନ୍ତା ଫିଫା ବିଶ୍ବକପ । ଏନେଇ ଅଲ୍ ଇଣ୍ଡିଆ ଫୁଟବଲ ଫେଡେରେସନକୁ ନୋଟିସ କରିଛି ଫିଫା ।

ସୂଚନାଯୋଗ୍ୟ ଯେ, ଫିଫା ଅଲ୍ ଇଣ୍ଡିଆ ଫୁଟବଲ ଫେଡେରସନକୁ ନିଲମ୍ବିତ କରିଛି । ଫିଫା ତୃତୀୟ ପକ୍ଷର ଅଘୋଷିତ ପ୍ରଭାବ କାରଣ ଦର୍ଶାଇ ଏହି ପଦକ୍ଷେପ ନେଇଛି । କେବଳ ଏତିକି ନୁହେଁ ଅକ୍ଟୋବରରେ ଭାରତରେ ହେବାକୁ ଥିବା ଫିଫା ଅଣ୍ଡର-୧୭ ମହିଳା ବିଶ୍ୱକପର ଆୟୋଜନ ଅଧିକାର ମଧ୍ୟ ଛିନ୍ନ କରିଛି ।  

ନିଜ ବୟାନରେ ଫିଫା କହିଛି ଯେ, କମିଟି ସଦସ୍ୟଙ୍କ ସର୍ବସମ୍ମତି କ୍ରମେ  ଅଲ୍ ଇଣ୍ଡିଆ ଫୁଟବଲ ଫେଡେରସନକୁ ନିଲମ୍ବିତ କରାଯାଇଛି । ଏଆଇଏଫଏଫରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅଧିକ ରହୁଥିଲା । ଅନେକ ନିୟମକୁ ଭାରତୀୟ ଫୁଟବଲ ସଙ୍ଘ ଉଲ୍ଲଙ୍ଘନ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.