ଭୁବନେଶ୍ୱର,୨୧/୧୧: ଓଡ଼ିଶା ଫୁଟବଲ୍ ଇତିହାସରେ ଯୋଡ଼ି ହେବ ଆଉ ଏକ ନୂଆ ଫର୍ଦ୍ଦ । ଭୁବନେଶ୍ୱରରେ ଦେଶର ପ୍ରଥମ ଏଆଇଏଫ୍ଏଫ୍-ଫିଫା ଟ୍ୟାଲେଣ୍ଟ ଏକାଡେମୀର ଶୁଭ ଉଦ୍ଘାଟନ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଲୋକାର୍ପଣ କରିବେ । ଏହି କାର୍ଯ୍ୟକ୍ରମରେ ଫିଫାର ଗ୍ଲୋବାଲ ଫୁଟବଲ ଡେଭଲପମେଣ୍ଟର ମୁଖ୍ୟ ଆର୍ସେନ୍ ୱିଙ୍ଗର, ରାଜ୍ୟ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ଏବଂ ସର୍ବଭାରତୀୟ ଫୁଟବଲ୍ ସଂଘର ସଭାପତି କଲ୍ୟାଣ ଚୌବେ ଉପସ୍ଥିତ ରହିବେ ।
ଏନେଇ ୱିଙ୍ଗର ଓ ଚୌବେ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ସେମାନେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ କ୍ରୀଡ଼ା ସଚିବ ଆର. ଭିନିଲ କ୍ରିଷ୍ଣା ଉଭୟଙ୍କୁ ଉତ୍ତରୀୟ ଦେଇ ସ୍ୱାଗତ କରିଥିଲେ । ଦେଶରେ ଏକ ବିଶ୍ୱସ୍ତରୀୟ ଏକାଡେମୀ ପ୍ରତିଷ୍ଠା ନେଇ ସର୍ବଭାରତୀୟ ଫୁଟବଲ ସଂଘ (ଏଆଇଏଫ୍ଏଫ୍) ଯେଉଁ ପ୍ରୟାସ ଜାରି ରଖିଥିଲା ତାହା ଶେଷରେ ସଫଳ ହେବାକୁ ଯାଉଛି । ଏଆଇଏଫ୍ଏଫ୍ର ଘୋଷଣା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବେଶ୍ ଖୁସି ପ୍ରକାଶ କରିଥିଲେ ।
wp:embed {"url":"https://www.prameyanews7.com/indian-team-announced-for-australia-t-20-series-suryakumar-aappointed-as-captain/","type":"wp-embed","providerNameSlug":"prameya-news-7"} /wp:embedମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି ଲେଖିଛନ୍ତି, ‘ଦେଶର ପ୍ରଥମ ଏଆଇଏଫ୍ଏଫ୍-ଫିଫା ଟ୍ୟାଲେଣ୍ଟ ଏକାଡେମୀ ଖୋଲିବା ପାଇଁ ‘ଫିଫା’ ଭୁବନେଶ୍ୱରକୁ ଚୟନ କରିଥିବାରୁ ଆମେ ଗର୍ବିତ । ଏହି ଏକାଡେମୀରେ ଦେଶର ପ୍ରତିଭାମାନଙ୍କୁ ନିଜ ପ୍ରତିଭା ପ୍ରସ୍ଫୁଟିତ କରିବାକୁ ସୁଯୋଗ ଦିଆଯିବ । କ୍ରୀଡ଼ାର ବିକାଶ ନେଇ ଓଡ଼ିଶା ସରକାର ପ୍ରତିଶ୍ରୁତିବଦ୍ଧ ଏବଂ ଆମେ ସର୍ବଭାରତୀୟ ଫୁଟବଲ ସଂଘ ସହ ମିଳିତ ହୋଇ ଫୁଟବଲ ଖେଳାଳିଙ୍କ ପାଇଁ ଆବଶ୍ୟକ ଶ୍ରେଷ୍ଠ ସୁବିଧା ସୁଯୋଗ ଯୋଗାଇ ଦେବା ଦିଗରେ କାର୍ଯ୍ୟ କରୁଛୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।