ଗ୍ଲାସ୍ ଫାଇବରରେ ସମ୍ବିଧାନର ପ୍ରତୀକ, ଶିଳ୍ପୀଙ୍କ କାରୁକାର୍ଯ୍ୟ ଓ ନିର୍ମାଣ ଶୈଳୀକୁ ନେଇ ଚର୍ଚ୍ଚା

Published By : Prameya-News7 Bureau | December 17, 2022 IST

ବ୍ରହ୍ମପୁର ୧୭/୧୨: ଦେଶ ସମ୍ବିଧାନର ପ୍ରତୀକ ‘ଅଶୋକ ସ୍ତମ୍ଭ’ର କାରୁକାର୍ଯ୍ୟ ଓ ନିର୍ମାଣ ଶୈଳୀକୁ ନେଇ ବେଶ୍ ଚର୍ଚ୍ଚାରେ ରହିଛନ୍ତି ବ୍ରହ୍ମପୁରର ଶିଳ୍ପୀ ରାଜକୁମାର ବେହେରା । ପ୍ରସ୍ତୁତ ହୋଇଥିବା ଏହି ଅଶୋକ ସ୍ତମ୍ଭଟି ଜିଲ୍ଲାର ଗୋଳାବନ୍ଧଠାରେ ସ୍ଥାପନ କରାଯିବା । ଯାହାର ଉଚ୍ଚତା ୧୩ ଫୁଟ ।

ନୂଆଦିଲ୍ଲୀ ସ୍ଥିତ ନୂତନ ସଂସଦ ଭବନ ପରିସରରେ ଦେଶର ସର୍ବବୃହତ୍ ଅଶୋକ ସ୍ତମ୍ଭ ସ୍ଥାପିତ ହୋଇଥିବା ବେଳେ ଏହା ଦ୍ଵିତୀୟ ବୃହତ୍ ବୋଲି କହିଛନ୍ତି ଶିଳ୍ପୀ । ୮ଶହ କିଲୋ ଓଜନର ଗ୍ଲାସ୍ ଫାଇବର୍‌ରେ ଏହି ଅଶୋକ ସ୍ତମ୍ଭକୁ ନିର୍ମାଣ କରାଯାଇଥିବା ବେଳେ ବ୍ରୋଞ୍ଜ ରଙ୍ଗରେ ରଙ୍ଗୀନ କରାଯାଇଛି ।

ଏହି ନିର୍ମାଣ ପାଇଁ ସମୁଦାୟ ୪୦ଦିନ ଲାଗିଛି । ଏଥିପାଇଁ ସମୁଦାୟ ୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ବୋଲି ଶିଳ୍ପୀ ରାଜକୁମାର ସୂଚନା ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ବିଭିନ୍ନ ସମୟରେ ଯେ ଗ୍ଲାସ୍ ଫାଇବରରେ ବିଭିନ୍ନ କାରୁକାର୍ଯ୍ୟ କରି ବେଶ୍ ସୁନାମ ଅର୍ଜନ କରିଛନ୍ତି ଶିଳ୍ପୀ ରାଜକୁମାର । ଏହାପୂର୍ବରୁ ସେ ରାଜ୍ୟର ସର୍ବବୃହତ୍ ୩୦ଫୁଟ ଉଚ୍ଚତା ବିଶିଷ୍ଟ ଶିବମୂର୍ତ୍ତି ରାମଲିଙ୍ଗମ୍ ପାର୍କରେ ସ୍ଥାପନ କରି ଚର୍ଚ୍ଚାକୁ ଆସିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.