ବିବାହ ପୂର୍ବରୁ ଭାବୀ ସ୍ବାମୀ କଲା ବଳତ୍କାର, ବାକ୍ଶକ୍ତି ହରାଇଲେ ଯୁବତୀ…
28/07/2019 at 9:55 PM

ନୂଆଦିଲ୍ଲୀ୨୮|୭: ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ବିବାହ ପୂର୍ବରୁ ଭାବୀ ପତ୍ନୀକୁ ବଳତ୍କାର କଲା ଭାବୀ ସ୍ବାମୀ । ଏହି ଘଟଣା ପରେ ବଳତ୍କାରର ଶିକାର ହୋଇଥିବା ଯୁବତୀ ନିଜର ବାକ୍ ଶକ୍ତି ହରାଇ ବସିଛନ୍ତି। ଯୁବତୀଙ୍କୁ ବଳତ୍କାର କରିବା ପରେ ବିବାହ ପାଇଁ ଅଭିଯୁକ୍ତ ମନା କରିଦେଇଛି। ଅଭିଯୁକ୍ତର ଏହି ଅମାନୁଷିକ କାଣ୍ଡରେ ଯୁବତୀଙ୍କ ପରିବାର ଲୋକ ଦୁଃଖରେ ଭାଙ୍ଗି ପଡିଛନ୍ତି। ଏହି ମାମଲାରେ ମାଜିଷ୍ଟେ୍ରଟ ସାମ୍ନାରେ ପୀଡିତାର ଲିଖିତ ବୟାନ ରେକର୍ଡ କରିବା ପାଇଁ କୋର୍ଟ ଦିଲ୍ଲୀ ପୋଲିସକୁ ନିର୍ଦେଶ ଦେଇଛନ୍ତି।
ପରିବାର ଲୋକଙ୍କ କହିବାନୁଯାୟୀ, ଅଭିଯୁକ୍ତ ୨୦୧୯ ଜୁନ ୫ ତାରିଖରେ ଯୁବତୀଙ୍କୁ ରୋହିଣୀରେ ଥିବା ମେଟ୍ରୋ ଓ୍ବାକକୁ ବୁଲେଇ ପାଇଁ ନେଇଥିଲା। ସେଠାରେ ବୁଲେଇବା ଆଳରେ ତାଙ୍କ ସହ ବଳତ୍କାର କରିବାକୁ ଉଦ୍ୟମ କରିଥିଲା। କିନ୍ତୁ ଯୁବତୀ ଜଣଙ୍କ ତାକୁ ବିରୋଧ କରିଥିଲେ। ସ୍ବାମୀ ଓ ସ୍ତ୍ରୀ ଭିତରେ ଏହିଭଳି ସଂପର୍କ ରଖାଯାଏ କହି ଯୁବତୀଙ୍କ ମନକୁ ପରିବର୍ତ୍ତନ ଅଭିଯୁକ୍ତ ଭାବି ସ୍ବାମୀ କରିଥିଲା।
ଏହି ଘଟଣା କିଛି ଦିନ ପରେ ଅଭିଯୁକ୍ତ ବିବାହ କରିବାକୁ ମନା କରିଥିଲା। ଆଉ ଯଦି ବିବାହ କରିବେ ସେଥିପାଇଁ ମଧ୍ୟ ଅଭିଯୁକ୍ତ ସର୍ତ୍ତ ରଖିଥିଲା। ସର୍ତ୍ତ ଥିଲା ଯେ, ବିବାହ ବାବଦକୁ ୧୦ ଲକ୍ଷ ଟଙ୍କା ଓ ଗୋଟେ କାର୍ । ହେଲେ ଯୁବତୀଙ୍କ ପରିବାରର ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନଥିବାରୁ ସେ ଦେଇ ପାରିବେ ନାହିଁ ବୋଲି ମନା କରିଥିଲେ। ଏହି ଘଟଣା ପରେ ପରିବାର ଲୋକେ ସ୍ଥାନୀୟ ଥାନାରେ ଅଭିଯୁକ୍ତ ନାଁ ଏଫଆଇଆର ଦେଇଥିଲେ। ହେଲେ ସ୍ଥାନୀୟ ପୋଲିସ ଅଭିଯୁକ୍ତକୁ ଗିରଫ କରିବା ବଦଳରେ ଯୁବତୀଙ୍କ ପରିବାର ଲୋକଙ୍କୁ ଖରାପ ବ୍ୟବହାର କରିଥିଲେ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି।
ରୋହିଣୀ କୋର୍ଟର ଅତିରିକ୍ତ ବିଚାରପତି ହରିଶ କୁମାର କୋର୍ଟ ଦ୍ବାରା ସିଆରପିସି ଧାରା ୧୬୪ ଅନୁଯାୟୀ ୭ ଭିତରେ ମାଜେଷ୍ଟେ୍ରଟ ସାମ୍ନାରେ ଅଭିଯୁକ୍ତ ବିରୋଧରେ ପୀଡ଼ିତାର ଲିଖିତ ବୟାନ ରେକର୍ଡ ଦାଖଲ ପାଇଁ ଭାରତ ନଗର ଥାନା ପୋଲିସକୁ କୋର୍ଟ ନିର୍ଦେଶ ଦେଇଛନ୍ତି। ଏଥିସହ ପୀଡ଼ିତା ମାନସିକ ସ୍ଥିତି ଜାଣିବା ପାଇଁ ଅଦାଲତ ଇଶାରାରେ ତାଙ୍କ ସହ କଥାବାର୍ତ୍ତା କହିଛନ୍ତି।