ପହିଲି ରଜ ପାଇଁ ଉତ୍ସବମୁଖର ସାଲେପୁର; ବାଗୁଡ଼ି ଓ ଦୋଳି ଖେଳରେ କମ୍ପୁଛି ଗାଁ ଦାଣ୍ଡ

Published By : Prameya-News7 Bureau | June 14, 2022 IST

ସାଲେପୁର ୧୪/୦୬ : ରଜ ପର୍ବ ପାଇଁ ଗାଁ ଗଣ୍ଡା ସବୁଠୁ ଅଧିକ ଉତ୍ସବ ମୁଖର ହୋଇଉଠେ। ଯିଏ ଯେଉଁଠି ଥାଆନ୍ତି ରଜ ପାଳନ ପାଇଁ ଗାଁକୁ ଫେରି ଆସନ୍ତି। ଏହି କ୍ରମରେ ରଜପାଇଁ କଟକ ଜିଲ୍ଲା ସାଲେପୁର ନଈଗୁଆଁ ଗାଁ ଉତ୍ସବମୁଖର ହୋଇ ଉଠିଛି। ଗତ ୨ ବର୍ଷହେଲା କରୋନା କଟକଣା ପାଇଁ ରଜକୁ ଲୋକମାନେ ଭଲ ଭାବେ ପାଳନ କରିପାରୁ ନଥିଲେ। ହେଲେ ଚଳିତ ବର୍ଷ ସରକାରଙ୍କ ପକ୍ଷରୁ କରୋନା କଟକଣା କୋହଳ କରାଯାଇଥିବାରୁ ଆବାଳବୃଦ୍ଧବନିତା ଧୁମ୍‌ଧାମ୍‌ରେ ରଜ ପାଳନ କରୁଛନ୍ତି।

ରଜ ଖଳା ଏ ବର୍ଷ ପୁରା ମାଳମାଳ ଦୋଳିରେ ପୁରା ସଜେଇ ହୋଇଛି। ବିଭିନ୍ନ ପ୍ରକାର ଦୋଳି ସାଙ୍ଗକୁ, କ୍ୟାରମ, ତାସ, ଚେସ, ପୁଚି, ମ୍ୟୁଜିକ ଚେୟାର, ବାଗୁଡି ଖେଳରେ ସମସ୍ତେ ମସଗୁଲ। ମାଳ ମାଳ ଦୋଳି ସାଙ୍ଗକୁ ଖେଳକୁଦରେ ରଜଖଳା କମ୍ପୁଛି। ଖାଲି ସେତିକି ନୁହେଁ ଲସି, ଆଇସକ୍ରିମ, ଗୁପଚୁପ, ଆଉ ଚେନାଚୁର ଉଠାଦୋକାନୀ ଭଲ ଦୁଇ ପଇସା ଲାଭରେ ପସରା ମେଲାଇ ବସିଛନ୍ତି। ଏବର୍ଷ ରଜକୁ ଠିକରେ ପାଳନପାଇଁ ଆୟୋଜକମାନେ ବେଶ କିଛିଦିନ ପରିଶ୍ରମ କରି ବିଭିନ୍ନ ପ୍ରକାର ଦୋଳି ଲଗାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.