ଭଦ୍ରକ ୨୧/୦୪: ପାଳନ ହେବ ସଂଖ୍ୟା ଲଘୁ ସମ୍ପ୍ରଦାୟର ପର୍ବ ଇଦ ଉଲ ଫିତର । ଦୀର୍ଘ ଗୋଟାଏ ମାସର ଉପବାସ ପରେ ଚାନ୍ଦ ଦେଖିବା ପରେ ପାଳିତ ହେବ ଇଦ୍-ଉଲ-ଫିତର । ଭଦ୍ରକ ଜିଲ୍ଲାରେ ଇଦ୍ ବା ଇଦ୍-ଉଲ ଫିତର ପାଇଁ ସାମୁହିକ ନମାଜ ହେବ । ମୁସିଲମ ଧର୍ମାବଲମ୍ବୀଙ୍କ ପାଇଁ ପବିତ୍ର ମାସ ହେଉଛି ରମଜାନ ମାସ ।
wp:gallery {"linkTo":"none"}
ଗୋଟିଏ ମାସର ଉପବାସ ପରେ ଦାନ ଓ ଧର୍ମ ର ପର୍ବ ଇଦ୍-ଉଲ୍ ଫିତର ବା ଇଦ୍ ପାଳନ ହୁଏ । ତେବେ ଭଦ୍ରକ ଜିଲ୍ଲାରେ ଏଥର ଇଦ୍ ମହାସମାରୋହରେ ପାଳିତ ହେବ । ଜିଲ୍ଲାର ୩୩ଟି ମସଜିଦ୍ରେ ନମାଜ ହେବ । ଶେଷରେ ଭଦ୍ରକ ସହରର କୁଆଁସ ସ୍ଥିତ ଇଦଗାହା ଠାରେ ପ୍ରାୟ ୧୦ହଜାରରୁ ଅଧିକ ସଂଖ୍ୟକ ମୁସ୍ଲିମ୍ ଶ୍ରଦ୍ଧାଳୁ ସାମୁହିକ ଭାବେ ନମାଜ ପଡିବେ ।
ଏଥିପାଇଁ ଇଦ୍ଗାହାଠାରେ ରଙ୍ଗ ଦେବା ସହ, ସଫେଇ କାମ କରିଛି ଜିଲ୍ଲା ପ୍ରଶାସନ । ତେବେ ସାଉଦିରେ ଚାନ୍ଦ ଦର୍ଶନ ପରେ ଇଦ ପାଳନ ହେଉଛି । କିନ୍ତୁ ଓଡିଶାରେ ଚାନ୍ଦ ଦର୍ଶନ ହେଲେ ଇଦ ପାଳନ ହେବ । ମୁସଲିମ ଧର୍ମାବଲମ୍ବୀ ମାନେ ଆଶା ରଖିଛନ୍ତି ଯେ ଚାନ୍ଦ ଦେଖିବା ପାଇଁ ମିଳିଲେ ଆସନ୍ତା କାଲି ଇଦ୍ ପାଳନ ହୋଇପାରେ ।