କଳାହାଣ୍ଡିଆ କଳାକାର ଫିଲ୍ମ 'ଫେରିଆ'ର ଭିଲିଆନ ଭୂମିକାରେ

Published By : Prameya-News7 Bureau | August 14, 2020 IST

ଭୁବନେଶ୍ୱର, ୧୪|୦୮ :  ଭୁବନେଶ୍ବର ସୋଆ ଅଡିଟୋରିଅମରେ ଫିଲ୍ମ ଫେରିଆର ପ୍ରିଭ୍ୟୁ ସ୍କ୍ରିନିଂ ହେଉଥାଏ। ମନଧ୍ୟାନ ପୂର୍ବକ ଫିଲ୍ମକୁ ସମସ୍ତେ ଦେଖାଥାନ୍ତି। ଆଉ ଫିଲ୍ମ ଟି ଶେଷ ହେବା ପରେ ସମସ୍ତେ ଖୁବ ଗୁରୁ ଗମ୍ଭୀର। ଜଣେ ସାର୍ ଆଗକୁ ଆସି କହିଲେ ଭାଇ ସେ ଗୁଣିଆ ଚରିତ୍ରରେ ଯିଏ ଥିଲେ ସେ ଚମତ୍କାର ଅଭିନୟ କରିଛନ୍ତି। ତାଙ୍କୁ ଦେଖିବା ବେଳକୁ ଭୟ ଲାଗୁଥିଲା। ଉତ୍ତର କିନ୍ତୁ ଥିଲା ବାସ୍ତବ ଜୀବନରେ ସେ ଭାରି କିନ୍ତୁ ସାଦାସିଧା ଓ ସରଳ ଲୋକ ଜଣେ। କଳାହାଣ୍ଡିର ଜଣାଶୁଣା ଲୋକସଂଗୀତଜ୍ଞ ତଥା କେନ୍ଦ୍ର ସରକାରଙ୍କ ଦ୍ବାର ପୁରସ୍କାର ପ୍ରାପ୍ତ କଳାକାର ହେଉଛନ୍ତି ସର୍ବେଶ୍ବର ଭୋଇ। ଫେରିଆରେ ଏକ ଗୁଣିଆ ଭୂମିକାରେ ଆସିଛନ୍ତି ସର୍ବେଶ୍ବର ଭୋଇ।

{"id":314611,"width":713,"height":293,"sizeSlug":"large"}

ନର୍ଲାର ଶ୍ରୀଜଗନ୍ନାଥ ଉଚ୍ଚ ମଣ୍ଡଳ ବିଦ୍ୟାଳୟରେ ଶିକ୍ଷକତା କରନ୍ତି ସର୍ବେଶ୍ବର ଭୋଇ ପଶ୍ଚିମ ଓଡ଼ିଶାର ଜଣେ ଖ୍ୟାତନାମା ଲୋକ ସଂଗୀତ କଳାକାର। ଯେଉଁଥିପାଇଁ ସେ ୨୦୧୭ରେ ବିସମିଲ୍ଲା ଖାନ ଯୁବ ପୁରସ୍କାର ଏବଂ ୨୦୧୮ର କଳିଙ୍ଗ ଆଇକୋନିକ ଆୱାର୍ଡ ଏବଂ କୋଶଲ ଷ୍ଟାର ପୁରସ୍କାର ମଧ୍ୟ ପାଇଥିଲେ। ସବ୍ୟସାଚୀ ମହାପାତ୍ରଙ୍କ ନିର୍ଦ୍ଦେଶିତ ଆଦିମ ବିଚାର, ପାହାଡ଼ର ଲୁହ ଏବଂ ସଲାବୁଢ଼ାର ବଦଲାରେ ତାଙ୍କ ଅଭିନୟ ଏବଂ ଗାୟନ ଉଭୟ ଦେଖିବାକୁ ମିଳିଛି।

ସର୍ବେଶ୍ବରଙ୍କୁ କିନ୍ତୁ ଏକ ନିଆର ଭୂମିକାରେ ଦେଖିବାକୁ ମିଳିବ ଏହି ଫିଲ୍ମ ଫେରିଆରେ। ଫେରିଆ ଅଗଷ୍ଟ ୧୫ ଦିନ ୨ଟା ୩୦ରେ ନ୍ୟୁଜ ସେଭେନରେ ପ୍ରିମୟର ହେବ। ଯେଉଁଥିରେ ଦର୍ଶକମାନେ ତାଙ୍କର ଚମତ୍କାର ଅଭିନୟ ଦେଖିବାକୁ ପାଇପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.