ପାନମହୁରୀ ଏବଂ ମିଶ୍ରି ଖାଇଲେ ଏହି ସବୁ ରୋଗରୁ ମିଳିଥାଏ ମୁକ୍ତି : ଜାଣନ୍ତୁ କ’ଣ
15/01/2019 at 2:25 PM

ଆମେ ସବୁବେଳେ ଖାଦ୍ୟ ଖାଇ ସାରିବା ପରେ ପାନମହୁରୀ ଏବଂ ମିଶ୍ରି ଖାଇଥାଉ। ଏହା ଦ୍ବାରା ପାଟିର ସ୍ବାଦ ବଢ଼ିଥାଏ ଏବଂ ଆପଣଙ୍କ ପାଟିର ସ୍ବାଦ ମଧ୍ୟ ଠିକ୍ ରହିଥାଏ। ପାନମହୁରୀ ସ୍ବାଦ ବଢ଼ାଇବା ସହ ଖାଦ୍ୟକୁ ଶୀଘ୍ର ହଜମ କରିଥାଏ। ଯଦି ଆମେ କେଉଁଠି ଯାଇଥାଉ ତେବେ ଖାଦ୍ୟ ଖାଇ ସାରିବା ପରେ ଆମକୁ ପାନମହୁରୀ ଦିଆଯାଇଥାଏ। ଏହି ନିୟମ ଘର ବ୍ୟତୀତ ରେଷ୍ଟୁରାଣ୍ଟରେ ମଧ୍ୟ ଦେଖିବାକୁ ମିଳିଥାଏ। କିନ୍ତୁ ଏହା ବ୍ୟତୀତ ଏହା ବିଭିନ୍ନ କାମରେ ଆସିଥାଏ। ତେବେ ବସନ୍ତୁ ଜାଣିବା ପାନମହୁରୀ ଏବଂ ମିଶ୍ରି ଖାଇଲେ ଆମକୁ କ’ଣ ଲାଭ ମିଳିଥାଏ।
୧.ପାନମହୁରୀକୁ ବାଟି ଗୁଲକନ୍ଦରେ ମିଶାଇ ସକାଳେ ସନ୍ଧ୍ୟାରେ ଖାଇବା ପରେ ଖାଆନ୍ତୁ।
୨.ତଣ୍ଟି ପଡ଼ିଗଲେ ପାନମହୁରୀକୁ ପାଟିରେ ରଖି ଚୋବାଇବା ଦ୍ବାରା ଧୀରେ ଧୀରେ ତଣ୍ଟି ଖୋଲିଥାଏ।
୩.ପାନମହୁରୀର ରସ ଏବଂ ମହୁ ମିଶାଇ ଦିନକୁ ଦୁଇ ତିନି ଥର ଚାଟିବା ଦ୍ବାରା କାଶ ଭଲ ହୋଇଯାଇଥାଏ।
୪. କୋଷ୍ଠକାଠିନ୍ୟର ସମସ୍ୟାକୁ ଦୂର କରିବା ପାଇଁ ରାତିରେ ଶୋଇବା ସମୟରେ ନଖ ଉଷୁମ ପାଣିରେ ପାନମହୁରୀ ଗୁଣ୍ଡ ଖାଇବା ଦ୍ବାରା କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ।
୫. ପାନମହୁରୀକୁ ଫୁଟାଇ ସେଥିରେ ମିଶ୍ରି ମିଶାଇ ୨/୩ଥର ଖାଇଲେ ଖଟା ହାକୁଡ଼ି ଦେବା ବନ୍ଦ ହୋଇଥାଏ। ପେଟ ବ୍ୟଥା ପାଇଁ ଭଜା ପାନମହୁରୀ ଖାଇଲେ ଉପଶମ ମିଳିଥାଏ।
୬.ପାନମହୁରୀର ତେଲ,ମିଶ୍ରିରେ ମିଶାଇ ପ୍ରତିଦିନ ୩/୪ଥର ସେବନ କଲେ ନାଳ ଝାଡ଼ା ବନ୍ଦ ହୋଇଥାଏ।
୭.ବାୟୁ ରୋଗ ହେଲେ କିଛି ଦିନ ଯାଏଁ ଡାଲି କିମ୍ବା ତରକାରୀରେ ପାନମହୁରୀର ଛୁଙ୍କ ଦେଇ ଖାଇଲେ ଉପଶମ ମିଳିଥାଏ।