କାହିଁକି ଘରେ ରଖାଯାଇଥାଏ ଲାଫିଙ୍ଗ ବୁଦ୍ଧ : ଜାଣନ୍ତୁ ୧୨ପ୍ରକାରର ଲାଫିଙ୍ଗ ବୁଦ୍ଧ ରଖିବାର ଫାଇଦା

Published By : Prameya-News7 Bureau | June 10, 2019 IST

ଲୋକେ ନିଜ ଘରେ ସୁଖ ସମୃଦ୍ଧି ପାଇଁ ବିଭିନ୍ନ ପ୍ରକାରର ଣୁଭ ଜିନିଷ ରଖି ଥାଆନ୍ତି। ହିନ୍ଦୁ ଧର୍ମ ଅନୁସାରେ ଶୁଭ ପ୍ରତୀକଙ୍କୁ ଘରେ ରଖିବା ଦ୍ବାରା ନକରାତ୍ମକ ଶକ୍ତି ଘରୁ ଚାଲି ଯାଇଥାଏ। ବାସ୍ତୁ ଶାସ୍ତ୍ତର ଅନୁସାରେ ଶାନ୍ତି ଏବଂ ସମ୍ପନ୍ନତା ପାଇଁ ବିଭିନ୍ନ ପ୍ରକାରର ଉପାୟ କୁହାଯାଇଛି। ଏହିଭଳି ଚାଇନିଜ ବାସ୍ତୁଶାସ୍ତ୍ର ପେଙ୍ଗସୁଇରେ ମଧ୍ୟ ବିଭିନ୍ନ ପ୍ରକାରର ଜିନିଷର ମହତ୍ତ୍ବ ରହିଥାଏ। ଏଥିରୁ ଲାଫିଙ୍ଗ ବୁଦ୍ଧ ଅନ୍ୟତମ। ଘରେ ଲାଫିଙ୍ଗ ବୁଦ୍ଧ ରଖିବା ଦ୍ବାରା ବିଭିନ୍ନ ପ୍ରକାର ଫାଇଦା ମିଳିଥାଏ। ଘରେ ସମୃଦ୍ଧି ଆଣିବା ପାଇଁ ଲାଫିଙ୍କ ବୁଦ୍ଧ ରଖାଯାଇଥାଏ। ଲାଫିଙ୍ଗ ବୁଦ୍ଧର ମୂର୍ତ୍ତି ବିଭିନ୍ନ ପ୍ରକାରର ହୋଇଥାଏ ଏବଂ ଭିନ୍ନ ଭିନ୍ନ ମନସ୍କାମନା ପୂରଣ କରିବା ପାଇଁ ଭିନ୍ନ ପ୍ରକାରର ଲାଫିଙ୍ଗ ବୁଦ୍ଧ ରହିଥାଏ। ଆସନ୍ତୁ ଜାଣିବା ସେହି ବିଷୟରେ

୧.ଦୁଇ ହାତ ଉପରକୁ ଉଠାଇ ଥିବା ଲାଫିଙ୍ଗ ବୁଦ୍ଧ : ନିଜର ଦୁଇଟି ହାତ ଉଠାଇ ଥିବା ଲାଫିଙ୍ଗ ବୁଦ୍ଧକୁ ଦୋକାନରେ ରଖିବା ଦ୍ବାରା ପ୍ରତିଷ୍ଠା ମିଳିଥାଏ। ଏହି ଭଳି ଲାଫିଙ୍ଗ ବୁଦ୍ଧ ରଖିବା ଦ୍ବାରା ଟଙ୍କାର ଅଭାବ ହୋଇନଥାଏ।

{"id":121811,"width":591,"height":691}

୨.ଶୟନ ମୁଦ୍ରାରେ ଥିବା ଲାଫିଙ୍ଗ ବୁଦ୍ଧ: ଦୁର୍ଭାଗ୍ୟରୁ ମୁକୁଳିବା ପାଇଁ ଘରେ ଏବଂ ଦୋକାନରେ ଶୟନ ମୁଦ୍ରାରେ ଥିବା ଲାଫିଙ୍ଗ ବୁଦ୍ଧର ମୂର୍ତ୍ତି ରଖିବା ଉଚିତ୍।

{"id":121812,"width":593,"height":393}

୩.ଧନ ପୁଟୁଳି ସହ ଲାଫିଙ୍ଗ ବୁଦ୍ଧ : ଜୀବନରେ ଟଙ୍କାର ଅଭାବକୁ ଦୂର କରିବା ପାଇଁ ଧନ ପୁଟୁଳି ଧରିଥିବା ଲାଫିଙ୍ଗ ବୁଦ୍ଧର ପ୍ରତିମା ରଖିବା ଶୁଭ ହୋଇଥାଏ।

{"id":121815,"width":591,"height":379}

୪.ଛୁଆଙ୍କ ସହ ବସିଥିବା ଲାଫିଙ୍ଗ ବୁଦ୍ଧ : ଚାଇନିଜ ବାସ୍ତୁଶାସ୍ତ୍ର ପେଙ୍ଗସୁଇ ଅନୁସାରେ ପରିବାରର ସୁଖ ସମୃଦ୍ଧି ପାଇଁ ଘରେ ଛୁଆଙ୍କ ସହ ବସିଥିବା ଲାଫିଙ୍ଗ ବୁଦ୍ଧର ମୂର୍ତ୍ତି ରଖିବା ଶୁଭ ହୋଇଥାଏ। ସନ୍ତାନ ପ୍ରାପ୍ତି ପାଇଁ ଘରେ ଛୁଆଙ୍କ ସହ ବସିଥିବା ଲାଫିଙ୍ଗ ବୁଦ୍ଧ ରଖା ଯାଇଥାଏ।

{"id":121816,"width":597,"height":352}

୫.ବ୍ୟାଗ୍ ଧରିଥିବା ଲାଫିଙ୍ଗ ବୁଦ୍ଧ : ବ୍ୟବସାୟରେ ଲାଭ ବଢ଼ାଇବା ପାଇଁ ଦୋକାନ ଏବଂ ଅଫିସରେ ଧଳୀ ସହ ଲାଫିଙ୍ଗ ବୁଦ୍ଧ ରଖିବା ଶୁଭ ହୋଇଥାଏ। ଏହା ରଖିବା ଦ୍ବାରା ନଜର ମଧ୍ୟ ଲାଗିନଥାଏ।

{"id":121817,"width":595,"height":595}

୬.ଡ୍ରାଗନ୍ ଉପରେ ବସିଥିବା ଲାଫିଙ୍ଗ ବୁଦ୍ଧକୁ ଘର-ଦୋକାନରେ ରଖିବା ଦ୍ବାରା ନକରାତ୍ମ ଶକ୍ତି ଦୂରକୁ ଚାଲିଯାଇଥାଆନ୍ତି। ଚାଇନିଜ ବାସ୍ତୁଶାସ୍ତ୍ର ପେଙ୍ଗସୁଇ ଅନୁସାରେ ଏହାକୁ ରଖିବା ଦ୍ବାରା ଗୁଣି ଗାରେଡ଼ିର ପ୍ରଭାବ ପଡ଼ିନଥାଏ।

{"id":121818,"width":588,"height":713}

୭.ହସୁଥିବା ଲାଫିଙ୍ଗ ବୁଦ୍ଧ : ହସୁଥିବା ଲାଫିଙ୍ଗ ବୁଦ୍ଧର ମୂର୍ତ୍ତିକୁ ସବୁଠୁ ଶୁଭ ଗଣାଯାଇଥାଏ। ଏହାକୁ ଘରେ ମୁଖ୍ୟ କକ୍ଷରେ ରଖିବା ଉଚିତ୍। ଲାଫିଙ୍ଗ ବୁଦ୍ଧର ଏହି ମୂର୍ତ୍ତିରେ ସବୁ ପ୍ରକାରର ସୁଖ ସମୃଦ୍ଧି ପାଇବାର ରହସ୍ୟ ଲୁଚି ରହିଥାଏ।  

{"id":121819,"width":597,"height":425}

୮.ଧାତୁରେ ପ୍ରସ୍ତୁତ ହୋଇଥିବା ଲାଫିଙ୍ଗ ବୁଦ୍ଧ : କାର୍ଯ୍ୟ କ୍ଷମତା ଏବଂ କୁଶଳତା ବୃଦ୍ଧି କରିବା ପାଇଁ ଧାତୁରେ ପ୍ରସ୍ତୁତ ହୋଇଥିବା ଲାଫିଙ୍ଗ ବୁଦ୍ଧର ମୂର୍ତ୍ତି ରଖିବା ଶୁଭ ହୋଇଥାଏ।

{"id":121823,"width":595,"height":342}

୯.ଧ୍ୟାନ ମୁଦ୍ରାରେ ବସିଥିବା ଲାଫିଙ୍ଗ ବୁଦ୍ଧ : ମନର ଶାନ୍ତି ପାଇଁ ଘରେ ଏବଂ ଦୋକାନରେ ଧ୍ୟାନ ମୁଦ୍ରାରେ ବସିଥିବା ଲାଫିଙ୍ଗ ବୁଦ୍ଧ ରଖିବା ଉଚିତ୍। ଏହାଦ୍ବାରା ମାନସିକ ଚିନ୍ତା ଦୂର ହୋଇଥାଏ।

{"id":121826,"width":595,"height":447}

୧୦.ନୈାକାରେ ବସିଥିବା ଲାଫିଙ୍ଗ ବୁଦ୍ଧ : ନୈାକାରେ ବସିଥିବା ଲାଫିଙ୍ଗ ବୁଦ୍ଧ ରଖିବା ଦ୍ବାରା ବ୍ୟକ୍ତିର ମାନ-ସମ୍ମାନ ବହୁତ ଦୂର ଯାଏଁ ବ୍ୟାପିଥାଏ। ଏହାକୁ ମଧ୍ୟ ଘରର ମୁଖ୍ୟ କକ୍ଷରେ ରଖିବା ଉଚିତ୍।

{"id":121827,"width":595,"height":371}

୧୧.ମୁଦ୍ରା ଏବଂ ପଙ୍ଖା ସହ ଲାଫିଙ୍ଗ ବୁଦ୍ଧ : ଘର-ଦୋକାନ ଏବଂ ଅଫିସରେ ଶାନ୍ତି,ସମ୍ପନ୍ନତା ଏବଂ ସୈାହାଦ୍ଦ୍ୟ ପାଇଁ ଗୋଟିଏ ହାତରେ ମୁଦ୍ରା ଏବଂ ଅନ୍ୟ ଏକ ହାତରେ ପଙ୍ଖା ଧରିଥିବା ଲାଫିଙ୍ଗ ବୁଦ୍ଧ ରଖିବା ଉଚିତ୍।

{"id":121828,"width":596,"height":417}

୧୨.ବୁ-ଲୁ ଧରି ଲାଫିଙ୍ଗ ବୁଦ୍ଧ : ରୋଗ ମୁକ୍ତ ହେବା ରୋଗୀ ପାଖରେ ବୁ-ଲୁ ଧରିଥିବା ଲାଫିଙ୍ଗ ବୁଦ୍ଧ ରଖିବା ଉଚିତ୍। ବୁ-ଲୁ ଏକ ପ୍ରକାର ଚାଇନିଜ ଫଳ ଯାହା ହଳଦିଆ ରଙ୍ଗର ହୋଇଥାଏ।

{"id":121829,"width":579,"height":434}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.