ବ୍ୟୁଟି ଫେମିନା ୨୦୨୦ରେ ଚମକିଲେ କ୍ୟାଟ୍ରିନା, ଦର୍ଶକ ହେଲେ ଘାୟଲ… କିନ୍ତୁ ଅଦାଃ ଶର୍ମାଙ୍କ କ୍ରେଜ୍ ରହିଲାନି
20/02/2020 at 1:20 PM

ମୁମ୍ବାଇ୨୦|୨: ବଲିଉଡରେ ଆୱାର୍ଡ ଶୋ’ ଜୋରସୋରରେ ଚାଲିଛି। ଏହି ଆୱାର୍ଡ ଶୋ’ ଗୁଡିକରେ ଅଭିନେତ୍ରୀମାନଙ୍କର ଜଲୱା ମଧ୍ୟ ଦେଖିବାକୁ ମିଳେ।

ନିକଟରେ ମୁମ୍ବାଇରେ ଆୟୋଜିତ ହୋଇଥିବା ଫେମିନା ବ୍ୟୁଟି ଆୱାର୍ଡ ଶୋ’ରେ କ୍ୟାଟ୍ରିନା କୈଫଠୁ ନେଇ ଅନନ୍ୟା ପାଣ୍ଡେ ଯାଏଁ ସମସ୍ତଙ୍କ ଗ୍ଲାମରସ୍ ଲୁକ୍ ଦେଖିବାକୁ ମିଳିଥିଲା।

ସମସ୍ତଙ୍କ ମଧ୍ୟରୁ ଦୀପିକା ଓ ଅନୁଷ୍କା ଶର୍ମାଙ୍କ ବୋଲ୍ଡ ଲୁକ୍ ଚର୍ଚ୍ଚାରେ ରହିଛି। କ୍ୟାଟ୍ରିନା ଓ ରକୁଲ ପ୍ରୀତ୍ଙ୍କ ଲୁକ୍ ଖୁବ ଆକର୍ଷଣୀୟ ଥିଲା। ଉଭୟେ ଧଳା ଗାଉନ୍ରେ ବହୁତ ସୁନ୍ଦର ଲାଗୁଥିଲେ।

ଅନନ୍ୟା ପାଣ୍ଡେ ପର୍ପଲ ସର୍ଟ ଫ୍ରିଲ୍ ଗାଉନ୍ ପିନ୍ଧି ରେଡ୍ କାର୍ପେଟ୍ରେ ପହଞ୍ଚିଥିଲେ। ସବୁଥର ଭଳି ସେଦିନ ମଧ୍ୟ ଅନନ୍ୟା ବହୁତ କ୍ୟୁଟ୍ ଲାଗୁଥିଲେ। ସିମ୍ପଲ ମେକ୍ଅପ୍ରେ ମଧ୍ୟ ଅନନ୍ୟା ଗର୍ଜିଅସ୍ ଲାଗୁଥିଲେ।

ହେଲେ ଇଅଭିନେତ୍ରୀ ଅଦାଃ ଶର୍ମାଙ୍କ ଲୁକ୍ ପ୍ରଶଂସକଙ୍କୁ ପସନ୍ଦ ଆସିନଥିଲା। ତାଙ୍କର ଏହି ଲୁକ୍ ପାଇଁ ସେ ଅନେକ ଟ୍ରୋଲ ମଧ୍ୟ ହୋଇଛନ୍ତି।
