ନାମୀ ହସ୍ପିଟାଲରେ ଡାକ୍ତର ଥିବା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ସ୍ୱାମୀଙ୍କ ବିରୋଧରେ ଆସିଲା ଗଞ୍ଜେଇ ଖାଉଥିବାର ଅଭିଯୋଗ

Published By : Prameya-News7 Bureau | November 25, 2019 IST

ଗୁରୁଗ୍ରାମ :  ସ୍ଥାନୀୟ ଏକ ନାମୀ ହସ୍ପିଟାଲରେ ଡାକ୍ତର ଥିବା ଜନୈକା ମହିଳାଙ୍କ ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁ ହୋଇଛି। ମୃତ ମହିଳାଙ୍କୁ ପୋଲିସ ଡାକ୍ତର ସୋନମ ମୋର ନାମରେ ଚିହ୍ନଟ କରିଛି। ସେ ନିଜ ଫ୍ଲାଟରେ ଡ୍ରଗ୍ ନେଇ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି। ତେବେ ମୃତ ମହିଳାଙ୍କ ପରିବାର ଲୋକେ ତାଙ୍କୁ ଆତ୍ମହତ୍ୟା ଲାଗି ବାଧ୍ୟ କରାଯାଇଥିବା ଅଭିଯୋଗ ଆଣିଛନ୍ତି। ପୋଲିସ ଏବେ ମାମଲାର ଯାଞ୍ଚ କରୁଛି।

{"id":189739,"width":574,"height":323,"sizeSlug":"large"}

ପୋଲିସ ସୂଚନା ଅନୁସାରେ ମୃତ ମହିଳା ଡାକ୍ତର ସୋନମଙ୍କ ସହ ତାଙ୍କ ସ୍ୱାମୀ ଡା. ଶିଖର ମୋରଙ୍କର ଗତ କିଛିମାସ ହେଲା ସମ୍ପର୍କ ଭଲ ନଥିଲା। ସ୍ୱାମୀଙ୍କ ପରିବାର ଲୋକେ ତାଙ୍କ ସହ ମାରପିଟ କରିଥିଲେ ଓ ଘଟଣାକୁ ନେଇ ସୋନମ ମାନସିକ ଅଶାନ୍ତି ମଧ୍ୟ ଦେଇ ଗତିକରୁଥିଲେ। ସେ ଫୋର୍ଟିସ ହସ୍ପିଟାଲରେ କାର୍ଯ୍ୟ କରୁଥିଲେ। ତେବେ ଆତ୍ମହତ୍ୟା କରିବାର ପ୍ରାୟ ୧୮ ଦିନ ପୂର୍ବରୁ ସେ ଚାକିରୀରୁ ଇସ୍ତଫା ଦେଇ ଘରେ ଏକାକୀ ରହୁଥିଲେ।

{"id":189740,"sizeSlug":"large"}

ଡା.ସୋନମ ଗତ ଅକ୍ଟୋବର ମାସରୁ ସେକ୍ଟର-୪୩ସ୍ଥିତ ୧୨୦୮ ନମ୍ବର ଘରର ତଳମହଲାକୁ ଭଡାରେ ନେଇ ରହୁଥିଲେ। ତେବେ ନିକଟରେ ସେ ଇଞ୍ଜକ୍ସନରେ ନିଶା ନେଇ ଆତ୍ମହତ୍ୟା କରିଛନ୍ତି। ସୋନମ ୨୦୧୮ ମସିହାରେ କୋଲକାତା ନିବାସୀ ଡା. ଶିଖର ମୋରଙ୍କୁ ବିବାହ କରିଥିଲେ। ସୋନମଙ୍କ ପିତାଙ୍କ ଅଭିଯୋଗ ଅନୁସାରେ ଡାକ୍ତର ମୋର ଗଞ୍ଜେଇ ଅଭ୍ୟସ୍ତ ଥିଲେ ଓ ଏହି ନିଶା ଯୋଗୁ ସେ ସୋନମକୁ ବି ନିଶା କରିବାକୁ ବାଧ୍ୟ କରୁଥିଲେ। ଏଣୁ ସୋନମ ଗଞ୍ଜେଇ ନିଶାରେ ଅଭ୍ୟସ୍ତ ହେବା ଯୋଗୁ ଅସୁସ୍ଥ ହୋଇ ଏମସ୍ ରେ ଭର୍ତ୍ତି ହେବା ପରେ ଘଟଣା ଜଣାପଡିଥିଲା।

{"id":189741,"width":580,"height":378,"sizeSlug":"large"}

ଗତ ଏପ୍ରିଲ ମାସର ଏହି ଘଟଣା ପରେ ଶିଖର ଓ ସୋନମଙ୍କ ପରିବାରରେ ବିବାଦ ହୋଇଥିଲା। ଶିଖରଙ୍କ ମା ସୋନମଙ୍କୁ ମାରପିଟ କରିଥିଲେ ଓ ଶେଷରେ ଶିଖର ସୋନମଙ୍କ ସହ ରହିବେନି ବୋଲି ମନା କରିଦେଇଥିଲେ। ସେତେବେଳେ ସୋନମ ଫୋର୍ଟିସ ହସ୍ପିଟାଲରେ କାର୍ଯ୍ୟ କରୁଥିଲେ ଏଣୁ ସେ ଗୁରୁଗ୍ରାମରେ ଏକାକୀ ରହିବାକୁ ଲାଗିଥିଲେ। ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପୋଲିସ ସୁଶାନ୍ତ ଲୋକ ଥାନାରେ ଆତ୍ମହତ୍ୟା ଲାଗି ଉସକାଇବା ଅଭିଯୋଗରେ ମାମଲା ରୁଜୁ କରି ଏବେ ତଦନ୍ତ ଜାରି ରଖିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.