ଅନୁଗୋଳ ଏନଟିପିସି ନିକଟସ୍ଥ ରଂଗବେଡା ଗାଁରେ ମହିଳାଙ୍କ ମୃତଦେହ ଉଦ୍ଧାର
27/08/2018 at 3:32 AM

ଅନୁଗୋଳ ୨୭/୮: ଅନୁଗୋଳ ଏନଟିପିସି ନିକଟସ୍ଥ ରଂଗବେଡା ଗାଁ ନିକଟରେ ଜଣେ ମହିଳାଙ୍କ ମୃତଦେହ ଜବତ କରିଛି ଏନଟିପିସି ପୋଲିସ । ମହିଳା ଜଣକ ହେଲେ ରଂଗବେଡା ଗାଁର ସବିତା ନାଏକ । ଏନଟିପିସି ପ୍ଲାଣ୍ଟ ପାଚେରୀ ନିକଟରେ ଏହି ଘଟଣା ଘଟିଛି । ଏହା ହତ୍ୟା ନା ଆତ୍ମହତ୍ୟା ତାହା ପୋଲିସ ତଦନ୍ତ କରୁଛି । ସବିତା ୨୦୧୦ ମସିହାରେ କିଆଝର ଗାଁରେ ବିବାହ କରିଥିଲେ । ୨୦୧୧ ମସିହାରେ ତାଙ୍କ ସ୍ୱାମୀଙ୍କର ମୃତ୍ୟୁ ହୋଇଥିଲା । ଏବେ ସେ ବାପ ଘରେ ରହୁଥିଲେ । ତେବେ ତାଙ୍କ ମୃତଦେହ ଆଜି ଘର ନିକଟସ୍ଥ ଏନଟିପିସି ପାଚେରୀ ନିକଟରେ ପଡିଥିଲା । ଖବର ପାଇ ଏନଟିପିସି ପୋଲିସ ଘଟଣାର ଶବ ଜବତ କରି ଘର ଲୋକଙ୍କୁ ପଚାରା ଉଚୁରା ଜାରି କରୁଛି ।
Related Posts
ସ୍କୁଲ ଛାତରୁ ଗଳିଲା ପାଣି, ଭାସିଲା ଶ୍ରେଣୀଗୃହ
2 July 2022