ସାଫଲ୍ୟ ପର୍ବ ଅନୁଷ୍ଠିତ, ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ୱର୍ଦ୍ଧିତ
29/05/2023 at 1:27 PM

ଭଦ୍ରକ ୨୯।୦୫ : ସାଫଲ୍ୟ ପର୍ବ ଅନୁଷ୍ଠିତ । ମେଧାବୀ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜ୍ଞାପନ ଉଦ୍ଦେଶ୍ୟରେ ଏହି ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ସରକାରୀ ଉଚ୍ଚ ବିଦ୍ୟାଳୟରେ ଭଦ୍ରକ ବିଧାୟକ ସଞ୍ଜିବ ମଲ୍ଲିକଙ୍କ ତରଫରୁ ସାଫଲ୍ୟ ପର୍ବ ଅନୁଷ୍ଠିତ ହୋଇଯାଇଛି ।

ଏହି ଅବସରରେ ଭଦ୍ରକ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ, ଭଦ୍ରକ ବିଧାୟକ ପ୍ରମୁଖ ଉପସ୍ଥିତ ରହିଥିଲେ। ପ୍ରଶାସନିକ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା କୃତି ପରୀକ୍ଷାର୍ଥୀ ଏବଂ ପରିବାର ସଦସ୍ୟ ଯୋଗ ସହ ମ୍ୟାଟ୍ରିକରେ କୃତକାର୍ଯ୍ୟ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଭଦ୍ରକ ଜିଲ୍ଲାର କସ୍ତୁରୀ ପଣ୍ଡା , ସୁଶ୍ରୀ ଶୋଭାଙ୍ଗି ଖୁଣ୍ଟିଆ , ରାଜେଶ କୁମାର ସାହୁଙ୍କ ପରିବାରକୁ ସମ୍ବର୍ଦ୍ଧିତ କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ମ୍ୟାଟ୍ରିକ ପରୀକ୍ଷାରେ ଭଲ ଫଳାଫଳ ଥିବା ୧୭ଟି ସ୍କୁଲର ୧୭ ଜଣ ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀଙ୍କ ସହ ୨୨୦ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ପ୍ରଶାସନିକ ସେବାରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଛାତ୍ରଛାତ୍ରୀଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ।