ନୂଆଦିଲ୍ଲୀ: ଦେଶର ସମବାୟ ଆନ୍ଦୋଳନ କ୍ଷେତ୍ରରେ ଓଡ଼ିଶା ପାଇଁ ଏକ ଅତ୍ୟନ୍ତ ଗୌରବପୂର୍ଣ୍ଣ ଓ ଐତିହାସିକ ସଫଳତା ସାମ୍ନାକୁ ଆସିଛି। ଜାତୀୟ ମତ୍ସ୍ୟଜୀବୀ ସମବାୟ ସଂଘ (FISHCOFED)ର ଉପାଧ୍ୟକ୍ଷା (Vice Chairperson) ଭାବେ ନିର୍ବାଚିତ ହୋଇଛନ୍ତି ଓଡ଼ିଶାର ଜୟଶ୍ରୀ ଗଡ଼ନାୟକ। ଏହି ସଂସ୍ଥାର ଇତିହାସରେ ପ୍ରଥମ ମହିଳା ସମବାୟବିତ୍ ଭାବେ ଏହି ଶୀର୍ଷ ପଦବୀ ହାସଲ କରି ସେ ଏକ ନୂଆ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି।
ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ସଭାପତି ଏବଂ ଜାତୀୟ ସମବାୟ ୟୁନିଅନ୍ ଅଫ୍ ଇଣ୍ଡିଆ - NCUIର ନିର୍ଦ୍ଦେଶକ ଟି. ପ୍ରସାଦ ରାଓ ଡୋରା ଶ୍ରୀମତୀ ଗଡ଼ନାୟକଙ୍କୁ ଜଣେ ବହୁମୁଖୀ ପ୍ରତିଭାସମ୍ପନ୍ନ ବ୍ୟକ୍ତିତ୍ୱ ଭାବେ ଅଭିହିତ କରିଛନ୍ତି। ସେ କହିଛନ୍ତି ଯେ ରାଜ୍ୟ ସମବାୟ କ୍ଷେତ୍ରକୁ ସମୃଦ୍ଧ କରିବା ପରେ ଏବେ ଜାତୀୟ ସ୍ତରରେ ସେ ସକାରାତ୍ମକ ଯୋଗଦାନ ଦେବେ।
Also Read: ଆସିଗଲା ‘କ୍ୟାଣ୍ଡେରେ ହୁରୁନ ଇଣ୍ଡିଆ ୱିମେନ ଲିଡର୍ସ ଲିଷ୍ଟ-୨୦୨୬’, ଜାଣନ୍ତୁ ତାଲିକାରେ ଅଛନ୍ତି କିଏ?
ସୂଚନାଥାଉକି, ଜୟଶ୍ରୀ ଗଡ଼ନାୟକ ଦୀର୍ଘ ଦଶନ୍ଧି ଧରି ସମବାୟ ଆନ୍ଦୋଳନ ସହ ଜଡ଼ିତ ରହି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀ ସମ୍ଭାଳିଛନ୍ତି। ଜୟଶ୍ରୀ ଗଡ଼ନାୟକ ଖୋର୍ଦ୍ଧା ସେଣ୍ଟ୍ରାଲ କୋ-ଅପରେଟିଭ ବ୍ୟାଙ୍କ (KCCB)ର ଉପାଧ୍ୟକ୍ଷା, ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ (OSCB) ଏବଂ ଓଡ଼ିଶା ମତ୍ସ୍ୟଜୀବୀ ସମବାୟ ନିଗମ (FISHFED)ର ନିର୍ଦ୍ଦେଶକ, ଓମ୍ ସାଇ ମଲ୍ଟିପର୍ପସ୍ ପ୍ରାଥମିକ ମତ୍ସ୍ୟ ସମବାୟ ସମିତି ଏବଂ ଭୁବନେଶ୍ୱର ଡିଷ୍ଟ୍ରିବ୍ୟୁସନ୍ ଡିଭିଜନ୍ କୋ-ଅପରେଟିଭ ସୋସାଇଟିର ସଭାପତି ଭାବରେ ଦାୟିତ୍ବ ତୁଲାଇସାରିଛନ୍ତି। ଏମିତିରେ ତାଙ୍କର କାର୍ଯ୍ୟଦକ୍ଷତା ଏବଂ ଆର୍ଥିକ ପରିଚାଳନା ଜ୍ଞାନ ସମବାୟ କ୍ଷେତ୍ରକୁ ଆହୁରି ମଜଭୁତ କରିବାରେ ସହାୟକ ହେବ। ଶିକ୍ଷାଗତ ଯୋଗ୍ୟତା ଦୃଷ୍ଟିରୁ ସେ ଫାଇନାନ୍ସରେ MBA ହାସଲ କରିଛନ୍ତି।
ମହିଳା ସଶକ୍ତୀକରଣ ପାଇଁ ଉଦାହରଣ
ଜାତୀୟ ସ୍ତରରେ ଜୟଶ୍ରୀଙ୍କ ଏହି ସଫଳତା ଦେଶସାରା ସମବାୟ, କୃଷି ଓ ମତ୍ସ୍ୟଚାଷ ସହ ଜଡ଼ିତ ମହିଳାମାନଙ୍କ ପାଇଁ ଏକ ବଡ଼ ପ୍ରେରଣା ପାଲଟିଛି। FISHCOFEDର ଉପାଧ୍ୟକ୍ଷା ଭାବେ ତାଙ୍କର ଏହି ନୂତନ ଦାୟିତ୍ୱ ଗ୍ରହଣ ସମବାୟ କ୍ଷେତ୍ରରେ ସମାବେଶୀ ବିକାଶ ଓ ପ୍ରଗତିକୁ ଆଗକୁ ନେବ ବୋଲି ଆଶା କରାଯାଉଛି।
ନୂଆଦିଲ୍ଲୀ: ସାରା ବିଶ୍ୱରେ ଜଳବାୟୁ ପରିବର୍ତ୍ତନ ଏବଂ ପ୍ରଚଣ୍ଡ ତାପମାତ୍ରା ବୃଦ୍ଧି ମଧ୍ୟରେ ଆଉ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ବିଶ୍ୱ ପାଣିପାଗ ସଂଗଠନ (WMO) ଅନୁଯାୟୀ, ଆସନ୍ତା ଅଗଷ୍ଟ ମାସରୁ 'ଏଲ୍ ନିନୋ' (El Nino)ର ପ୍ରଭାବ ଆହୁରି ସକ୍ରିୟ ଏବଂ ତୀବ୍ର ହେବାକୁ ଯାଉଛି। ଅଗଷ୍ଟରୁ ଅକ୍ଟୋବର ମାସ ମଧ୍ୟରେ ଏହା ଅଧିକ ଶକ୍ତିଶାଳୀ ହେବା ସହ ସାରା ବିଶ୍ବର ପାଣିପାଗକୁ ବିଗାଡ଼ିପାରେ।
ରିପୋର୍ଟ ଅନୁସାରେ, ପ୍ରଶାନ୍ତ ମହାସାଗରର କେନ୍ଦ୍ରୀୟ ଓ ପୂର୍ବ ଭାଗରେ ସମୁଦ୍ର ପୃଷ୍ଠର ତାପମାତ୍ରା ସାଧାରଣଠାରୁ ୨.୯ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ଅଧିକ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଏହା ସହ ଭାରତୀୟ ମହାସାଗରରେ 'ପଜିଟିଭ୍ ଇଣ୍ଡିଆନ୍ ଓସନ୍ ଡାଇପୋଲ୍' ସୃଷ୍ଟି ହେବାର ମଧ୍ୟ ପୂର୍ବାନୁମାନ କରାଯାଇଛି।
ସୂଚନାଥାଉକି, ଏଲ୍ ନିନୋ ପ୍ରଭାବରେ ସାଧାରଣତଃ ଭାରତରେ ମୌସୁମୀ ବର୍ଷା କମ୍ ହୋଇଥାଏ, ଯାହାକି କୃଷି ଓ ଜଳସମ୍ପଦ ପାଇଁ ଚିନ୍ତାର କାରଣ ହୋଇପାରେ। ତେଣୁ ଏହା ଯୋଗୁ ବିଶ୍ୱର ବିଭିନ୍ନ ଅଞ୍ଚଳରେ ପ୍ରବଳ ଗ୍ରୀଷ୍ମ ପ୍ରବାହ, ମରୁଡ଼ି, ବନ୍ୟା ଏବଂ ଜଙ୍ଗଲ ନିଆଁ (Wildfires) ପରି ସଂକଟ ବୃଦ୍ଧି ପାଇପାରେ।
Also Read: ଜୁଲାଇ ନିର୍ଧୁମ ଢାଳିଲା, ଅଗଷ୍ଟ ଓ ସେପ୍ଟେମ୍ବରରେ ଓଡ଼ିଶାରେ କମ ବର୍ଷା ସମ୍ଭାବନା
ଜାତିସଂଘ ସଚିବଙ୍କ ସତର୍କବାଣୀ
ଜାତିସଂଘ ସଚିବ-ଜେନେରାଲ୍ ଏଣ୍ଟୋନିଓ ଗୁଟେରସ ଏହି ସ୍ଥିତି ଉପରେ ଚିନ୍ତା ପ୍ରକାଶ କରି କହିଛନ୍ତି ଯେ, "ଏଲ୍ ନିନୋ ବର୍ତ୍ତମାନ କେବଳ ଦ୍ୱାରଦେଶରେ ନାହିଁ ବରଂ ଘର ଭିତରକୁ ପ୍ରବେଶ କରିସାରିଛି ଏବଂ ତାପମାତ୍ରା ବୃଦ୍ଧି କରୁଛି।"
ସେ ଆହୁରି ମଧ୍ୟ ଚେତାବନୀ ଦେଇଛନ୍ତି ଯେ, ଜୀବାଶ୍ମ ଇନ୍ଧନ (କୋଇଲା, ତେଲ ଓ ଗ୍ୟାସ୍)ର ବ୍ୟବହାର ଏହି ସଂକଟକୁ ଆହୁରି ଭୟଙ୍କର କରୁଛି। ଜଳବାୟୁ ପରିବର୍ତ୍ତନର ମୂଳ କାରଣକୁ ନିୟନ୍ତ୍ରଣ ନକଲେ ଆଗାମୀ ଦିନରେ ଏହି ବିପଦ ଆହୁରି ମାରାତ୍ମକ ରୂପ ନେବ।
ଭୁବନେଶ୍ୱର: ରାଜ୍ୟରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିର ମୁକାବିଲା ଏବଂ ଉଦ୍ଧାର କାର୍ଯ୍ୟକୁ ଆହୁରି ଜୋରଦାର କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକରେ ରିଲିଫ୍ ଏବଂ ପୁନରୁଦ୍ଧାର କାର୍ଯ୍ୟର ପ୍ରତ୍ୟକ୍ଷ ତଦାରଖ ପାଇଁ ସେ ମନ୍ତ୍ରିମଣ୍ଡଳର ବରିଷ୍ଠ ସଦସ୍ୟମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ବଣ୍ଟନ କରିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ, ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ କେନ୍ଦ୍ରାପଡ଼ା ଓ ଜଗତସିଂହପୁର, ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କୁ ବାଲେଶ୍ୱର, ଭଦ୍ରକ ଓ ଯାଜପୁର, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀଙ୍କୁ ପୁରୀ ଜିଲ୍ଲା ଏବଂ ପଞ୍ଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ରବିନାରାୟଣ ନାଏକଙ୍କୁ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟର ତଦାରଖ ପାଇଁ ଦାୟିତ୍ୱ ଦିଆଯାଇଛି ।
Also Read: ବନ୍ୟା ପ୍ରଭାବିତ ରାଜ୍ୟଗୁଡ଼ିକୁ କେନ୍ଦ୍ରର ଆର୍ଥିକ ସହାୟତା: ଓଡ଼ିଶା ପାଇଁ ୫୦୦ କୋଟିର ରାଶି ଘୋଷଣା
ଏହାସହିତ ଅନ୍ୟମନ୍ତ୍ରୀମାନେ ପ୍ରଭାରୀ ମନ୍ତ୍ରୀ ଭାବେ ନିଜ ନିଜ ଜିଲ୍ଲା ଗସ୍ତ କରି ସେଠାରେ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟ ତଦାରଖ କରିବେ । ଏହା ପୂର୍ବରୁ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ଜଳସ୍ତର ଏବଂ କ୍ଷୟକ୍ଷତିର ପରିମାଣ ଆକଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିଜେ ଆକାଶମାର୍ଗରୁ ବନ୍ୟା ପରିସ୍ଥିତିର ଅନୁଧ୍ୟାନ କରିଥିଲେ। ଏହି ନିରୀକ୍ଷଣ ପରେ ସେ ସ୍ଥିତିର ଗାମ୍ଭୀର୍ଯ୍ୟକୁ ଦୃଷ୍ଟିରେ ରଖି ତୁରନ୍ତ ସରକାରୀ ସହାୟତା ପହଞ୍ଚାଇବା ପାଇଁ ମନ୍ତ୍ରୀମାନଙ୍କୁ କ୍ଷେତ୍ରସ୍ତରକୁ ଓହ୍ଲାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।
କଟକ: ରାଜପଥରେ ଭୁଲ କଲେ ନିସ୍ତାର ନାହିଁ। ନିୟମ ଉଲ୍ଲଘଂନ କିମ୍ବା ଭୁଲ୍ ଢଙ୍ଗରେ ଗାଡ଼ିଚାଳନା କଲେ ଇ- ଚାଲାଣ କାଟିଦେବ ଏଆଇ କ୍ୟାମେରା। କାରଣ ଶନିବାର ଠାରୁ ରାଜ୍ୟ ପରିବହନ ପ୍ରାଧିକରଣ ବା ଏସଟିଏ ପକ୍ଷରୁ କାର୍ଯ୍ୟକାରୀ ହୋଇଛି ଇଣ୍ଟେଲିଜେଣ୍ଟ ଏନଫୋର୍ସମେଣ୍ଟ ମ୍ୟାନେଜମେଣ୍ଟ ସିଷ୍ଟମ (ଆଇଇଏମଏସ)। ଏହି ବ୍ୟବସ୍ଥା ଅନୁସାରେ, ରାଜ୍ୟର ୪ଟି ଗୁରୁତ୍ବପୂର୍ଣ୍ଣ ରାଜପଥରେ ଦେଢ଼ଶହରୁ ଅଧିକ ହାଇ ଫ୍ରିକ୍ବେନ୍ସି କ୍ୟାମେରା ବସାଯାଇଛି। ଯାହା ଦ୍ରୁତଗତି, ବିନା ହେଲମେଟ୍ରେ ଗାଡ଼ି ଚାଳନାଠାରୁ ଆରମ୍ଭ କରି ବିଭିନ୍ନ ଟ୍ରାଫିକ୍ ଉଲ୍ଲଘଂନ ପାଇଁ ଚାଲାଣ କାଟିବ।
ଏସଟିଏ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ପ୍ରାରମ୍ଭିକ ପର୍ଯ୍ୟାୟରେ ରାଜ୍ୟର ଚାରିଟି ଗୁରୁତ୍ବପୂର୍ଣ୍ଣ ରାଜପଥ ଥରେ ଲାଗିଥିବା କ୍ୟାମେରା କାର୍ଯ୍ୟକ୍ଷମ ହୋଇଛି। କଟକର ମଙ୍ଗୁଳି- ସମ୍ବଲପୁର ରାସ୍ତାରେ ଏକାଧିକ କ୍ୟାମେରା ଥିବା ୩୯ଟି ଗ୍ୟାନ୍ ଟ୍ରି (କ୍ୟାମେରା ଖୁଣ୍ଟି) ଲଗାଯାଇଛି। ବ୍ରହ୍ମପୁରରୁ ଭଞ୍ଜନଗର ରାଜପଥରେ ୧୧ଟି। ବ୍ରହ୍ମପୁରରୁ ତପ୍ତପାଣି ମଧ୍ୟରେ ୭ଟି ଏବଂ ସମ୍ବଲପୁରରୁ ରାଉରକେଲା ମଧ୍ୟରେ ୨୬ଟି ଗ୍ୟାନ୍ ଟ୍ରି ବସିଛି।
Also Read: ରାଜ୍ୟ କ୍ୟାବିନେଟ ବୈଠକ ଶେଷ, ୧୧ ପ୍ରସ୍ତାବରେ ଲାଗିଲା ମୋହର
ଏହି କ୍ୟାମେରା ବର୍ତ୍ତମାନ ଟ୍ରାଫିକ ନିୟମ ଉଲଂଘନକାରୀଙ୍କ ଉପରେ ନଜର ରଖିବ। ଯେଉଁମାନେ ସଡ଼କ ସୁରକ୍ଷା ନିୟମର ଉଲଂଘନ କରିବେ ସେମାନ ନଙ୍କ ନିକଟକୁ ଆପଣାଛାଏଁ ଜରିମାନା ଚାଲାଣ ଚାଲିଯିବ। ତେଣୁ ସତର୍କତାର ସହ ଗାଡ଼ି ଚଲାଇବାକୁ ଏସ୍ଟିଏ ପକ୍ଷରୁ ପରାମର୍ଶ ଦିଆଯାଇଛି।
ସାକ୍ଷୀ ଚୌଧୁରୀଙ୍କ ଦମଦାର ବିଜୟ
ମହିଳା ୫୧ କିଲୋଗ୍ରାମ୍ ବର୍ଗର ଫାଇନାଲ ମ୍ୟାଚରେ ଭାରତୀୟ ବକ୍ସର ସାକ୍ଷୀ ଚୌଧୁରୀ ଏକତରଫା ପ୍ରଦର୍ଶନ କରିଛନ୍ତି। ସେ ଇଂଲଣ୍ଡର ରୁବି ୱାଇଟ୍ଙ୍କୁ ୫-୦ ପଏଣ୍ଟରେ ପରାସ୍ତ କରି ଭାରତକୁ ୯ମ ସ୍ୱର୍ଣ୍ଣ ପଦକ ଦେଇଥିଲେ। ପ୍ରାରମ୍ଭରୁ ହିଁ ଆକ୍ରାମକ ଶୈଳୀ ଆପଣାଇ ସାକ୍ଷୀ ମ୍ୟାଚକୁ ନିଜ ନିୟନ୍ତ୍ରଣକୁ ନେଇଥିଲେ। ଅନ୍ତିମ ରାଉଣ୍ଡରେ ବିପକ୍ଷ ଖେଳାଳି ପ୍ରତ୍ୟାବର୍ତ୍ତନ ପାଇଁ ଉଦ୍ୟମ କରିଥିଲେ ମଧ୍ୟ ସାକ୍ଷୀ ସମସ୍ତ ଚାଲ୍କୁ ବିଫଳ କରିଦେଇଥିଲେ।
Also Read: Commonwealth Gamesରେ ଇତିହାସ ରଚିଲେ ଅସ୍ମିତା ଦେ’ ଏବଂ ହର୍ଷ ସିଂହ: ଜୁଡୋରେ ଭାରତକୁ ଡବଲ୍ ଗୋଲ୍ଡ
୪୫ ମିନିଟରେ ପୁଣି ଜିତିଲେ ୨ଟି ସ୍ୱର୍ଣ୍ଣ
ସାକ୍ଷୀଙ୍କ ସ୍ୱର୍ଣ୍ଣିମ ସଫଳତାର ମାତ୍ର ୪୫ ମିନିଟ୍ ମଧ୍ୟରେ ଭାରତୀୟ ବକ୍ସରମାନେ ଆଉ ଦୁଇଟି ସ୍ୱର୍ଣ୍ଣ ପଦକ ଦେଶ ପାଇଁ ହାସଲ କରିଥିଲେ। ମହିଳା ୬୦ କିଗ୍ରା ବର୍ଗର ଫାଇନାଲରେ ପ୍ରିୟା ପୁନିଆ (ପ୍ରିୟା ଘଙ୍ଘାସ) କାନାଡାର ମାରି ବାଥୋଲ୍ ଅଲ-ଅହମ୍ମଦିଆଙ୍କୁ ୪-୧ରେ ପରାସ୍ତ କରି ଦେଶକୁ ୧୦ମ ସ୍ୱର୍ଣ୍ଣ ଭେଟି ଦେଇଥିଲେ।
ଅରୁନ୍ଧତୀଙ୍କ ହ୍ୟାଟ୍ରିକ୍ ଗୋଲ୍ଡ
ଏହାପରେ ରାତି ପ୍ରାୟ ୧୦ଟାରେ ମହିଳା ୭୦ କିଗ୍ରା ବର୍ଗର ଫାଇନାଲରେ ଅରୁନ୍ଧତୀ ଚୌଧୁରୀ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରି ଭାରତ ପାଇଁ ୧୧ଶ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଗୋଟିଏ ପରେ ଗୋଟିଏ ସ୍ୱର୍ଣ୍ଣ ଜିତି ଭାରତୀୟ ମହିଳା ବକ୍ସରମାନେ ସମଗ୍ର କ୍ରୀଡ଼ା ଜଗତରେ ଭାରତର ପତାକା ଉଡ଼ାଇଛନ୍ତି। ଆଗାମୀ ମ୍ୟାଚ୍ଗୁଡ଼ିକରେ ମଧ୍ୟ ଭାରତ ଆହୁରି ପଦକ ଜିତିବାର ଆଶା ରହିଛି।
ନୂଆଦିଲ୍ଲୀ: ଭାରତରେ ନିଯୁକ୍ତ ଆମେରିକାର ଆମ୍ବାସଡର ତଥା ଦକ୍ଷିଣ ଓ ମଧ୍ୟ ଏସିଆ ପାଇଁ ସ୍ୱତନ୍ତ୍ର ଦୂତ ସର୍ଜିଓ ଗୋର୍ ଶନିବାର ଢାକାଠାରେ ବାଂଲାଦେଶର ପ୍ରଧାନମନ୍ତ୍ରୀ ତାରିକ ରହମାନଙ୍କୁ ଭେଟିଛନ୍ତି। ତାଙ୍କର ତିନିଦିନିଆ ବାଂଲାଦେଶ ଗସ୍ତର ଶେଷ ଦିନରେ ଏହି ଗୁରୁତ୍ୱପୂର୍ଣ୍ଣ ସୌଜନ୍ୟମୂଳକ ସାକ୍ଷାତକାର ଅନୁଷ୍ଠିତ ହୋଇଥିଲା। ତେଜଗାଓଁସ୍ଥିତ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଆମେରିକା ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ସହ ବାଣିଜ୍ୟ, ନିବେଶ ଏବଂ ଆଞ୍ଚଳିକ ସହଯୋଗ ବୃଦ୍ଧି ଉପରେ ମୁଖ୍ୟତଃ ଆଲୋଚନା ହୋଇଥିଲା।
ବୈଠକ ପରେ ସର୍ଜିଓ ଗୋର୍ ପ୍ରକାଶ କରିଛନ୍ତି ଯେ, ବାଂଲାଦେଶ ସହ ସମ୍ପର୍କକୁ ଅଧିକ ନିବିଡ଼ କରିବା ପାଇଁ ଆମେରିକା ସମ୍ମୁଖରେ ବିପୁଳ ସୁଯୋଗ ରହିଛି। ସୋସିଆଲ ମିଡିଆ 'X' (ପୂର୍ବରୁ ଟ୍ୱିଟର)ରେ ପୋଷ୍ଟ କରି ଗୋର୍ ଲେଖିଛନ୍ତି, ‘ଆଜି ମୁଁ ଆମେରିକା ଏବଂ ବାଂଲାଦେଶ ମଧ୍ୟରେ ଅର୍ଥନୈତିକ ସହଯୋଗକୁ ସୁଦୃଢ଼ କରିବାର ଅପାର ସମ୍ଭାବନା ନେଇ ମାନ୍ୟବର ପ୍ରଧାନମନ୍ତ୍ରୀ ତାରିକ ରହମାନଙ୍କ ସହ ଆଲୋଚନା କଲି। ଏହା ଆମେରିକା ପାଇଁ ଏକ ମୁଖ୍ୟ ପ୍ରାଥମିକତା ଏବଂ ଏକାଠି କାମ କରିବା ଦ୍ୱାରା ଆମେ ବାସ୍ତବ ଓ ଭଲ ଫଳାଫଳ ହାସଲ କରିପାରିବା।’
ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଉଭୟ ପକ୍ଷ ଦ୍ୱିପାକ୍ଷିକ ସମ୍ପର୍କ, ବାଣିଜ୍ୟ ଓ ନିବେଶର ପ୍ରସାର, ଆଞ୍ଚଳିକ ସହଯୋଗ ଏବଂ ଅନ୍ୟାନ୍ୟ ଦ୍ୱିପାକ୍ଷିକ ସ୍ୱାର୍ଥ ସମ୍ବଳିତ ବିଷୟ ଉପରେ ଚର୍ଚ୍ଚା କରିଛନ୍ତି। ଏହି ଆଲୋଚନା ସମୟରେ ବୈଦେଶିକ ମନ୍ତ୍ରୀ ଖଲିଲୁର ରହମାନ, ବୈଦେଶିକ ବ୍ୟାପାର ରାଜ୍ୟମନ୍ତ୍ରୀ ଶାମା ଓବାଏଦ୍ ଇସଲାମ, ପ୍ରଧାନମନ୍ତ୍ରୀଙ୍କ ବୈଦେଶିକ ବ୍ୟାପାର ଉପଦେଷ୍ଟା ହୁମାୟୁନ୍ କବୀର ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ପ୍ରଧାନମନ୍ତ୍ରୀଙ୍କୁ ଭେଟିବାର ଗୋଟିଏ ଦିନ ପୂର୍ବରୁ, ସର୍ଜିଓ ଗୋର୍ ବିଶ୍ୱର ସବୁଠାରୁ ବଡ଼ ରୋହିଙ୍ଗ୍ୟା ଶରଣାର୍ଥୀ ଶିବିର ଅବସ୍ଥିତ କକ୍ସସ ବଜାର (Cox's Bazar) ଗସ୍ତ କରିଥିଲେ। ନିଜର ଏହି ଗସ୍ତ ସମୟରେ ସେ ସେଠାରେ ସୃଷ୍ଟି ହୋଇଥିବା ମାନବୀୟ ସଙ୍କଟକୁ ଦର୍ଶାଇବା ସହ ଶରଣାର୍ଥୀ ସହାୟତା କାର୍ଯ୍ୟକ୍ରମ ପ୍ରତି ଆମେରିକାର ନିରନ୍ତର ସମର୍ଥନକୁ ଦୋହରାଇଥିଲେ।
ନୂଆଦିଲ୍ଲୀ/ଭୁବନେଶ୍ୱର: ଦେଶର ବିଭିନ୍ନ ରାଜ୍ୟରେ ଜାରି ରହିଥିବା ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ବନ୍ୟା ପ୍ରଭାବିତ ରାଜ୍ୟକୁ କେନ୍ଦ୍ର ସରକାର ଅର୍ଥିକ ସହାୟତା ଜାରି କରିଛନ୍ତି। କେନ୍ଦ୍ର ଗୃହ ତଥା ସହକାରିତା ମନ୍ତ୍ରୀ ଅମିତ ଶାହ 'ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି' (SDRF) ରୁ ୨,୧୧୭.୮୫ କୋଟି ଟଙ୍କାର ଆଗୁଆ ସହାତା ରାଶି ମଞ୍ଜୁର କରିଛନ୍ତି। ଓଡ଼ିଶାକୁ ୫୦୦ କୋଟିର ସହାୟତା ରାଶି ଘୋଷଣା କରାଯାଇଛି।
ଓଡ଼ିଶା ସମେତ ୭ଟି ରାଜ୍ୟ ପାଇବେ ସହାୟତା
ଚଳିତ ମୌସୁମୀ ଋତୁରେ ବନ୍ୟା ଦ୍ୱାରା ଅଧିକ ପ୍ରଭାବିତ ହୋଇଥିବା ୭ଟି ରାଜ୍ୟକୁ ଏହି ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି। ଓଡ଼ିଶା ଏବଂ ହିମାଚଳ ପ୍ରଦେଶ ପୂର୍ବରୁ ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ SDRFର ପ୍ରଥମ କିସ୍ତି ପାଇସାରିଥିବା ବେଳେ, ବନ୍ୟାର ଗୁରତ୍ଵକୁ ଦୃଷ୍ଟିରେ ରଖି ଓଡ଼ିଶା ପାଇଁ ୫୦୦ କୋଟି ଟଙ୍କା ଏବଂ ହିମାଚଳ ପ୍ରଦେଶ ପାଇଁ ୧୯୩.୯୫ କୋଟି ଟଙ୍କାର ଦ୍ୱିତୀୟ କିସ୍ତି ଅଗ୍ରିମ ମଞ୍ଜୁର କରାଯାଇଛି।
Also Read: ରାଜ୍ୟ କ୍ୟାବିନେଟ ବୈଠକ ଶେଷ, ୧୧ ପ୍ରସ୍ତାବରେ ଲାଗିଲା ମୋହର
ଅନ୍ୟାନ୍ୟ ରାଜ୍ୟଗୁଡ଼ିକୁ ମିଳିଥିବା ଅନୁଦାନ
ଏହା ବ୍ୟତୀତ ନିୟମାବଳୀକୁ କିଛି ମାତ୍ରାରେ କୋହଳ କରି କେନ୍ଦ୍ର ସରକାର ଅନ୍ୟ ରାଜ୍ୟଗୁଡ଼ିକୁ ପ୍ରଥମ କିସ୍ତିର ଅଗ୍ରିମ ରାଶି ପ୍ରଦାନ କରିଛନ୍ତି। ଏଥିରେ ଗୁଜରାଟକୁ ୫୦୦ କୋଟି, ମହାରାଷ୍ଟ୍ରକୁ ୫୦୦ କୋଟି, ଆସାମକୁ ୩୭୯.୩୫ କୋଟି ଏବଂ ଅରୁଣାଚଳ ପ୍ରଦେଶକୁ ୪୪.୫୫ କୋଟି ଟଙ୍କା ମଞ୍ଜୁର କରାଯାଇଛି। ବନ୍ୟା ବିପର୍ଯ୍ୟୟର ସଠିକ୍ ଆକଳନ ପାଇଁ କେନ୍ଦ୍ରୀୟ ଆନ୍ତଃ-ମନ୍ତ୍ରଣାଳୟ ଟିମ୍ ଅରୁଣାଚଳ ପ୍ରଦେଶ ଏବଂ ଆସାମ ପରିଦର୍ଶନ କରିସାରିଛନ୍ତି। ଆସାମର ଗୁରୁତର ପରିସ୍ଥିତିକୁ ଦୃଷ୍ଟିରେ ରଖି ସେଠାକୁ ଦୁଇଥର କେନ୍ଦ୍ରୀୟ ଟିମ୍ ପଠାଯାଇଛି। ସେହିପରି ନାଗାଲାଣ୍ଡ ସରକାରଙ୍କ ଅନୁରୋଧ କ୍ରମେ ସେଠା ପାଇଁ ମଧ୍ୟ ଏକ କେନ୍ଦ୍ରୀୟ ଟିମ୍ ଗଠନ କରାଯାଉଛି।
ଉଦ୍ଧାର କାର୍ଯ୍ୟରେ NDRF ଓ ପ୍ରତିରକ୍ଷା ମନ୍ତ୍ରଣାଳୟ
ମୌସୁମୀ ଆରମ୍ଭରୁ ହିଁ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକ ସହ ସମନ୍ୱୟ ରକ୍ଷା କରି ସ୍ଥିତି ଉପରେ ନଜର ରଖିଛନ୍ତି। ଆବଶ୍ୟକ ସ୍ଥଳେ NDRF ଟିମ୍ ମୋତୟନ କରିବା ସହ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ପ୍ରକାର ଲଜିଷ୍ଟିକ୍ ସହାୟତା ଯୋଗାଇ ଦିଆଯାଉଛି। କେନ୍ଦ୍ର ସରକାରଙ୍କ ଏହି ତତ୍କାଳ ଆର୍ଥିକ ମଞ୍ଜୁରୀ ବନ୍ୟା ପ୍ରଭାବିତ ଅଞ୍ଚଳରେ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟକୁ ଆହୁରି ଜୋରଦାର କରିବ।
ବଲାଙ୍ଗିର: ଅସଲି ବ୍ୟାଙ୍କ ନାଁରେ ନକଲି ମ୍ୟାନେଜରର ଠକେଇ। ଶିକାର ହେଲେ ନିରୀହ ଗରିବ ଚାଷୀ। ବ୍ୟାଙ୍କରୁ ଋଣ କରାଇଦେବାକୁ କହି ଅନଲାଇନ ଆପରୁ ଋଣ ଉଠାଇ ନେଇ ଫେରାର ମାରିଛି ନକଲି ବ୍ୟାଙ୍କ ମ୍ୟାନେଜର । ଏନେଇ ଥାନାରେ ଅଭିଯୋଗ କରିଥିଲେବି ସେମାନଙ୍କ ଦୁଃଖ ନଶୁଣିବାରୁ ଶେଷରେ ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ପୀଡ଼ିତ ଚାଷୀ। ଏଭଳି ଏକ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲାରେ। ପୁଇଁନ୍ତଳା, ଦେଓଗାଁ, ମୁରିବାହାଲ ସହ କଳାହାଣ୍ଡି ଜିଲ୍ଲା ରାମପୁର ବ୍ଲକ ଅଞ୍ଚଳର ୧୦ରୁ ଅଧିକ ଚାଷୀଙ୍କ ଠାରୁ ପାଖାପାଖି ୧୦ ଲକ୍ଷ ଟଙ୍କା ଲୁଟ ନେଇ ଆସିଛି ଅଭିଯୋଗ।
ଅଭିଯୋଗ ଅନୁସାରେ, ପୁଇଁନ୍ତଳା ଥାନା ଅନ୍ତର୍ଗତ ଛତାପିପିଲ ପଞ୍ଚାୟତ ଖଇରମାଲ ଗାଁର ଅଞ୍ଜନ କୁମାର ନାଗ ନିଜକୁ ପିଏଲଭିସି ବ୍ୟାଙ୍କ ମ୍ୟାନେଜର କହି ନିରୀହ ଚାଷୀଙ୍କ ଆଧାର, ପାନ୍ ସହ ଓଟିପି ନେଇ 'ମନିଭିୟୁ' ଓ 'କ୍ରେଡିଟବି' ଅନଲାଇନ ଆପରୁ ଋଣ କରାଇଥିଲେ। ଆଉ ସେ ଟଙ୍କାଙ୍କୁ ନିଜେ ଆତ୍ମସାତ କରି ଫେରାର ମାରିଥିଲେ। ଏପଟେ ଚାଷୀ କିନ୍ତୁ ଟଙ୍କାଟିଏ ବି ପାଇନଥିବା ବେଳେ, ଅନଲାଇନ କମ୍ପାନି ଏବେ ଟଙ୍କା ରିକଭରି ପାଇଁ ସେମାନଙ୍କୁ ବାରମ୍ବାର ଫୋନ୍ କରି ହଇରାଣ କରୁଥିବା ଅଭିଯୋଗ କରିଛନ୍ତି ପୀଡ଼ିତ ଚାଷୀ। ଏମିତିକି ଏନେଇ ବିଭିନ୍ନ ଥାନାରେ ଅଭିଯୋଗ କରିଛନ୍ତି ଚାଷୀ। ହେଲେ ପୋଲିସ ମଧ୍ୟ ଶୁଣୁନଥିବା ଅଭିଯୋଗ କରିବା ସହ ନକଲି ବ୍ୟାଙ୍କ ମ୍ୟାନେଜରକୁ ଖୋଜି ଆଣିବାକୁ କହୁଥିବା କହିଛନ୍ତି।
Also Read: ପିଜି ପରୀକ୍ଷାରେ କଥିତ ଅନିୟମିତତା, ତଦନ୍ତ ପାଇଁ ୩ ସଦସ୍ୟ ବିଶିଷ୍ଟ କମିଟି ଗଠନ
ସେପଟେ ଠକ ମ୍ୟାନେଜର ଚାଷୀଙ୍କୁ ଧମକ ଦେବା ସହ ଗଣମାଧ୍ୟମ ଓ ପୋଲିସକୁ ଜଣାଇଲେ କିଛି ଲାଭ ନାହିଁ ଆଉ ଜେଲ ଗଲେ ଟଙ୍କା ଆଉ ପାଇବ ନାହିଁ ବୋଲି ମଧ୍ୟ ଧମକ ଦେଉଥିବା କହିଛନ୍ତି ଚାଷୀ। ଏମିତିରେ ଏସବୁ ଭିତରେ ଆଶା ଓ ଆଶଙ୍କା ମଧ୍ୟରେ ରହିଛନ୍ତି ଚାଷୀ।
ନୂଆଦିଲ୍ଲୀ:  ୩୨ କୋଟି ଟଙ୍କାର ଆର୍ଥିକ କାରବାରକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଶେଷରେ ଏକ ହତ୍ୟା ଷଡ଼ଯନ୍ତ୍ରର ରୂପ ନେଇଛି। 'ଜିଏସଏମ୍ ଫଏଲ୍ସ' (GSM Foils) କମ୍ପାନୀର ଚେୟାରମ୍ୟାନ୍ ସାଗର ଭାନୁଶାଲୀ ତାଙ୍କ କମ୍ପାନୀର ପ୍ରବନ୍ଧ ନିର୍ଦ୍ଦେଶକ (MD) ୪୬ ବର୍ଷୀୟ ମୋହନସିଂହ ପରମାରଙ୍କୁ ହତ୍ୟା କରିବାକୁ ଚକ୍ରାନ୍ତ କରିଥିବା ଅଭିଯୋଗ ହୋଇଛି। ଋଣ ପରିଶୋଧ ନକରିବା ଏବଂ କମ୍ପାନୀ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଫେରିପାଇବା ପାଇଁ ସେ ଏହି ଯୋଜନା କରିଥିଲେ ବୋଲି ପୋଲିସ ସୂଚନା ଦେଇଛି।
ତଦନ୍ତକାରୀ ଅଧିକାରୀଙ୍କ ଅନୁଯାୟୀ, ଭାନୁଶାଲୀ 'ଜିଏସଏମ୍ ଫଏଲ୍ସ'ରେ ଥିବା ନିଜର ସେୟାର୍ ପରମାରଙ୍କୁ ବିକ୍ରି କରିଥିଲେ। ମାତ୍ର ସେୟାର୍ ବିକ୍ରି ବାବଦକୁ ପରମାରଙ୍କଠାରୁ ନେଇଥିବା ଟଙ୍କା ସେ ଫେରାଇବାରେ ବିଫଳ ହେବା ପରେ, ପରମାରଙ୍କୁ ରାସ୍ତାରୁ ହଟାଇବା ପାଇଁ ସୁପାରୀ କିଲର  ଭଡ଼ାରେ ଆଣିଥିଲେ। ପୋଲିସ କହିବା ଅନୁଯାୟୀ, ଭାନୁଶାଲୀ ପ୍ରଥମେ କମ୍ପାନୀରେ ଥିବା ନିଜର ସେୟାର୍ କିଣିବା ପାଇଁ ପରମାରଙ୍କୁ ରାଜି କରାଇଥିଲେ। ପରମାର ସେହି ସେୟାର୍ ବାବଦକୁ ପ୍ରାୟ ୩୨ କୋଟି ଟଙ୍କା ପରିଶୋଧ କରିଥିଲେ। ମାତ୍ର ଭାନୁଶାଲୀ ଏହି ଅର୍ଥ ଫେରାଇବାରେ ଅସମର୍ଥ ହୋଇଥିଲେ।
ଏହି ଆର୍ଥିକ ଦାୟିତ୍ୱରୁ ମୁକ୍ତି ପାଇବା ପରିବର୍ତ୍ତେ ଭାନୁଶାଲୀ, ପରମାରଙ୍କୁ ହତ୍ୟା କରି କମ୍ପାନୀର ସମ୍ପୂର୍ଣ୍ଣ ମାଲିକାନା ନିଜ ହାତକୁ ନେବାକୁ ନିଷ୍ପତ୍ତି ନେଇଥିଲେ। ଶେୟାର ବଜାରରେ ପ୍ରଚୁର କ୍ଷତି ସହିବା ପରେ ଭାନୁଶାଲୀ ଅତ୍ୟନ୍ତ ଆର୍ଥିକ ଚାପରେ ଥିବା ବେଳେ ଏହି ଷଡ଼ଯନ୍ତ୍ର ରଚିଥିଲେ।
ପୋଲିସ ସୂତ୍ରରୁ ଜଣାପଡ଼ିଛି ଯେ, ଭାନୁଶାଲୀ ଅନ୍ତର୍ଜାତୀୟ ଶେୟାର ବଜାରରେ ବିପୁଳ ପରିମାଣର ଅର୍ଥ ନିବେଶ କରିଥିଲେ। ଇରାନ-ଇସ୍ରାଏଲ ବିବାଦ ଯୋଗୁଁ ଆମେରିକା ବଜାରରେ ମାନ୍ଦାବସ୍ଥା ଆସିବାରୁ ସେ ପ୍ରଚୁର କ୍ଷତିର ସମ୍ମୁଖୀନ ହୋଇଥିଲେ।
ଏହି କ୍ଷତି ଯୋଗୁଁ ତାଙ୍କ ଉପରେ କୋଟି କୋଟି ଟଙ୍କାର ଋଣ ବୋଝ ବଢ଼ିଯାଇଥିଲା। ଏହି ଆର୍ଥିକ ସଙ୍କଟ ହିଁ ପରମାରଙ୍କୁ ହତ୍ୟା କରିବା ଯୋଜନାର ମୁଖ୍ୟ କାରଣ ଥିଲା ବୋଲି ତଦନ୍ତକାରୀ ଦଳ ସନ୍ଦେହ କରୁଛନ୍ତି, ଯାହା ଦ୍ୱାରା ସେ ୩୨ କୋଟି ଟଙ୍କା ଫେରାଇବାରୁ ବଞ୍ଚିପାରିବେ ଏବଂ 'ଜିଏସଏମ୍ ଫଏଲ୍ସ' ଉପରେ ନିଜର ନିୟନ୍ତ୍ରଣ ବଜାୟ ରଖିପାରିବେ।
ଅଭିଯୋଗ ଅନୁଯାୟୀ, ଭାନୁଶାଲୀ ପରମାରଙ୍କ ଉପରେ ଆକ୍ରମଣ କରିବା ପାଇଁ ସୁପାରୀ କିଲରମାନଙ୍କ ସହ ସମ୍ପର୍କ କରିଥିଲେ। ସୁପାରୀ କିଲରଙ୍କୁ ପ୍ରାୟ ୩୦ ଲକ୍ଷ ଟଙ୍କା ଦେବାର ଥିଲା ଏବଂ ସେ ଅଗ୍ରୀମ ଆକାରରେ ୫ ଲକ୍ଷ ଟଙ୍କା ଦେଇଥିଲେ । ଏହି ଯୋଜନାରେ ଏକାଧିକ ବ୍ୟକ୍ତି ସାମିଲ ଥିଲେ, ଯେଉଁମାନଙ୍କୁ ବନ୍ଧୁକ ଯୋଗାଡ଼ କରିବା, ପରମାରଙ୍କ ଗତିବିଧି ଉପରେ ନଜର ରଖିବା (ରେକି) ଏବଂ ଗୁଳିକାଣ୍ଡ ପରେ ଆକ୍ରମଣକାରୀଙ୍କୁ ଖସିଯିବାରେ ସାହାଯ୍ୟ କରିବା ଭଳି ଭିନ୍ନ ଭିନ୍ନ ଦାୟିତ୍ୱ ଦିଆଯାଇଥିଲା।
ଭୁବନେଶ୍ୱର: ରାଜ୍ୟରେ ବନ୍ୟା ପ୍ରଭାବିତ ଜିଲ୍ଲାର ସ୍ଵାସ୍ଥ୍ୟ ବ୍ୟବସ୍ଥାକୁ ନେଇ  ଆଜି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ  ବୈଠକ କରିଛନ୍ତି। ଆଜି ରାଜ୍ୟର ବିଭିନ୍ନ ବନ୍ୟା ପ୍ରଭାବିତ ଜିଲ୍ଲାରେ ସ୍ୱାସ୍ଥ୍ୟ ବିଭାଗର ପ୍ରସ୍ତୁତି ସମ୍ପର୍କରେ ବିଭାଗର ବରିଷ୍ଠ ଅଧିକାରୀ ଓ ସମ୍ପୃକ୍ତ ଜିଲ୍ଲାମାନଙ୍କର ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ (CDM&PHO)ମାନଙ୍କ ସହ ଖାରବେଳ ଭବନ ସ୍ୱାସ୍ଥ୍ୟ ବିଭାଗ ସମ୍ମିଳନୀ କକ୍ଷରେ ସମୀକ୍ଷା ବୈଠକ କରିଛନ୍ତି । ବୈଠକରେ ମନ୍ତ୍ରୀ ବନ୍ୟା ପ୍ରଭାବିତ ଅଞ୍ଚଳରେ ନିରବଚ୍ଛିନ୍ନ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରିବା ସହ ଅତ୍ୟାବଶ୍ୟକ ଔଷଧ ଓ ଚିକିତ୍ସା ସାମଗ୍ରୀ ପର୍ଯ୍ୟାପ୍ତ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ବନ୍ୟା ପ୍ରଭାବିତ ଓ ଦୁର୍ଗମ ଅଞ୍ଚଳରେ ତ୍ଵରିତ ପ୍ରତିକ୍ରିୟା ଟିମ୍ (RRT) ଓ ମୋବାଇଲ୍ ହେଲ୍ଥ ୟୁନିଟ୍ ମାଧ୍ୟମରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ସହ ଡାଇରିଆ, ହଇଜା, ମ୍ୟାଲେରିଆ, ଡେଙ୍ଗୁ ଓ ଅନ୍ୟାନ୍ୟ ଜଳବାହିତ ଏବଂ ଭେକ୍ଟରଜନିତ ରୋଗର ନିରନ୍ତର ନଜର ରଖିବା ଓ ଆବଶ୍ୟକ ସ୍ଥଳେ ଚିକିତ୍ସା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ରିଲିଫ କେନ୍ଦ୍ରଗୁଡ଼ିକରେ ରହୁଥିବା ଲୋକମାନଙ୍କୁ ସୁରକ୍ଷିତ ପାନୀୟ ଜଳ, ସ୍ୱଚ୍ଛତା ବ୍ୟବସ୍ଥା ଓ ଆବଶ୍ୟକ ସ୍ୱାସ୍ଥ୍ୟସେବା ଯୋଗାଇବା ସହ ଗର୍ଭବତୀ ମହିଳା, ଶିଶୁ, ବୟସ୍କ ବର୍ଗଙ୍କ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାକୁ ମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ।
Also Read: ବନ୍ୟା ପ୍ରଭାବିତ ଅଞ୍ଚଳରେ ୯୩% ବିଦ୍ୟୁତ୍ ସେବା ସ୍ୱାଭାବିକ: ସୁରକ୍ଷାକୁ ପ୍ରାଥମିକତା ଦେବାକୁ ଶକ୍ତି ବିଭାଗର କଡ଼ା ନିର୍ଦ୍ଦେଶ
ସମୀକ୍ଷା ବୈଠକରେ ବିଭିନ୍ନ ଜିଲ୍ଲାର CDM&PHOମାନେ ବନ୍ୟା ପରିସ୍ଥିତି, ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଏବଂ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି । ମନ୍ତ୍ରୀ ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କ କାର୍ଯ୍ୟକୁ ପ୍ରଶଂସା କରିବା ସହ ଜିଲ୍ଲା ପ୍ରଶାସନ ଓ ଅନ୍ୟ ସମ୍ପୃକ୍ତ ବିଭାଗ ସହ ସମନ୍ୱୟ ରକ୍ଷା କରି ଜନସ୍ୱାସ୍ଥ୍ୟ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେବାକୁ ପରାମର୍ଶ ଦେଇଛନ୍ତି । ରାଜ୍ୟ ସରକାର ବନ୍ୟା ପ୍ରଭାବିତ ଅଞ୍ଚଳରେ ଜନସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଥିବା ବେଳେ, ପରିସ୍ଥିତି ସ୍ୱାଭାବିକ ନ ହେବା ପର୍ଯ୍ୟନ୍ତ ସମସ୍ତ ଅଧିକାରୀ ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ସଜାଗ ରହି ଦାୟିତ୍ୱ ସମ୍ପାଦନ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ବୈଠକରେ ମେଡିକାଲ୍ କଲେଜ ଓ ହସ୍ପିଟାଲ, ଆୟୁଷ୍ମାନ୍ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା - ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା, ଆୟୁଷ୍ମାନ୍ ଭାରତ ଡିଜିଟାଲ୍ ମିଶନ୍, ଓଡ଼ିଶା ରାଜ୍ୟ ଔଷଧ ନିଗମ ଲିମିଟେଡ୍ ଡେଙ୍ଗୁ, ଯକ୍ଷ୍ମା ଏବଂ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ସମେତ ବିଭିନ୍ନ ସ୍ୱାସ୍ଥ୍ୟ କଲ୍ୟାଣ ବିଷୟରେ ସମୀକ୍ଷା କରାଯାଇ ଆଗାମୀ କାର୍ଯ୍ୟକାରିତା ଉପରେ ଆଲୋଚନା କରାଯାଇଛି ।
Also Read: ​​​​​​​ଆବାସରେ ଅନିୟମିତତା ଅଭିଯୋଗ ପରେ ଗାଁରେ ପହଞ୍ଚିଲେ ମନ୍ତ୍ରୀ, ସଦର ବିଡିଓଙ୍କୁ କଲେ କଡ଼ା ତାଗିଦ
ସୂଚନା ଅନୁସାରେ ଅତ୍ୟଧିକ ବର୍ଷା ପ୍ରଭାବିତ ଜିଲ୍ଲାଗୁଡିକରେ ଆଜି ୩୬୭ ଜଣଙ୍କୁ ସାଧାରଣ ରୋଗ ନିମନ୍ତେ ଚିକିତ୍ସା ଯୋଗାଇ ଦିଆ ଯାଇଥିବା ବେଳେ ସମୁଦାୟ ୯୦୨୫ ଜଣଙ୍କୁ ଚିକିତ୍ସା ଯୋଗାଇ ଦିଆଯାଇଛି ।  ଆଜି ୧୨ ଟି ସାପ କାମୁଡା କେସ ଚିହ୍ନଟ ହୋଇଥିବା ବେଳେ ସମୁଦାୟ ୫୮ଟି କେସରେ ପୀଡ଼ିତଙ୍କୁ ଚିକିତ୍ସା ଯୋଗାଇ ଦିଆଯାଇଛି । ଡାଇରିଆ ଜନିତ ରୋଗରେ ୧୧୪ ଜଣଙ୍କୁ ଚିକିତ୍ସିତ ହେଉଛନ୍ତି ।  ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଚିବ ଅଶ୍ଵତୀ ଏସ., ବରିଷ୍ଠ ଅଧିକାରୀ ଏବଂ ଅଭାଷୀ ମାଧ୍ୟମରେ ମେଡ଼ିକାଲ କଲେଜ ଡିନ ଏବଂ ପ୍ରିନ୍ସପାଲ ବନ୍ୟା ପ୍ରଭାବିତ ଜିଲ୍ଲାମାନଙ୍କର CDM&PHO ମାନେ ଉପସ୍ଥିତ ଥିଲେ।
ଭୁବନେଶ୍ବର: ରାଜ୍ୟ ମନ୍ତ୍ରିମଣ୍ଡଳ (କ୍ୟାବିନେଟ)ର ୪୫ତମ ବୈଠକ ଶନିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବୈଠକ ପରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ କ୍ୟାବିନେଟ ବୈଠକର ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ବୈଠକରେ ୬ ଟି ବିଭାଗର ୧୧ ଟି ପ୍ରସ୍ତାବ ଆଲୋଚନା ପୂର୍ବକ ଅନୁମୋଦନ କରାଯାଇଛି l ଅର୍ଥ ବିଭାଗର ୧ଟି, ଆଇନ ବିଭାଗର ୧ଟି, ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ (ଏସଟି ଏସସି ) ବିଭାଗର ୧ଟି, କୃଷି ଓ କୃଷକ ସଶକ୍ତିକରଣ ବିଭାଗର ୧ଟି, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ୨ ଟି ଏବଂ ଜଳସମ୍ପଦ ବିଭାଗର ସର୍ବାଧିକ ୫ ଟି, ଏହିପରି ମୋଟ ୬ଟି ବିଭାଗର ୧୧ଟି ପ୍ରସ୍ତାବ ରାଜ୍ୟ କ୍ୟାବିନେଟ ବୈଠକରେ ଆଲୋଚନା ପୂର୍ବକ ଅନୁମୋଦନ କରାଯାଇଛି।
Also Read: ଦୀପାବଳି ସୁଦ୍ଧା ମହାନଦୀ ବିବାଦ ସମାଧାନ ଆଶା ଦୋହରାଇଲେ ସିଏମ୍, ଛତିଶଗଡ଼ ସହ ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଲୋଚନା
ପାଟନା: ଅପରେଟର୍ କଲ୍ ରିସିଭ୍ କଲେ, ତା’ପରେ ୫୦ ହଜାର ଟଙ୍କାର ଲାଞ୍ଚ ଦାବି କଲେ । କିନ୍ତୁ ଫୋନର ସପେଟେ କେବଳ ଅଭିଯୋଗକାରୀ ନଥିଲେ, ବିହାର ସରକାରଙ୍କ ଜଣେ ମନ୍ତ୍ରୀ ଥାଇ ସମସ୍ତ କଥାବାର୍ତ୍ତା ଶୁଣୁଥିଲେ । ଏହି ମାମଲା ବିହାରର ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗ ସହିତ ଜଡ଼ିତ । ସୀତାମଢ଼ୀଠାରେ ବିଭାଗର ଜଣେ ଡାଟା ଏଣ୍ଟ୍ରି ଅପରେଟର ଅନୁଦାନ ରାଶି ମଞ୍ଜୁର କରିବା ବଦଳରେ ୫୦ ହଜାର ଟଙ୍କା ଲାଞ୍ଚ ମାଗୁଥିଲେ ।
ଅଭିଯୋଗ ବିଭାଗୀୟ ମନ୍ତ୍ରୀ ଲଖେନ୍ଦ୍ର ପାସୱାନଙ୍କ ପାଖରେ ପହଞ୍ଚିଲା । ସେ ଘଟଣାସ୍ଥଳରେ ହିଁ ଏହାର ସତ୍ୟତା ଯାଞ୍ଚକୁ ନିଷ୍ପତ୍ତି ନେଇଥିଲେ । ସୀତାମଢ଼ୀରୁ ଆସିଥିବା କିଛି ଅଭିଯୋଗକାରୀ ମନ୍ତ୍ରୀଙ୍କ ନିକଟରେ ପହଞ୍ଚିଥିଲେ । ସରକାରୀ ସହାୟତା ରାଶି ମଞ୍ଜୁର କରାଇବା ପାଇଁ ସେମାନଙ୍କଠାରୁ ଟଙ୍କା ମାଗାଯାଉଥିବା ନେଇ ସେମାନେ ଅଭିଯୋଗ କରିଥିଲେ । ମନ୍ତ୍ରୀ ସେମାନଙ୍କ କଥା ଶୁଣିଲେ ଏବଂ ଲାଞ୍ଚ ମାଗୁଥିବା କର୍ମଚାରୀଙ୍କୁ ଫୋନ୍ ଲଗାଇବାକୁ କହିଲେ ।
ଅଭିଯୋଗକାରୀ ଫୋନ୍ କଲେ । କଲ୍ ସ୍ପିକରରେ ଥିଲା । ଘରେ ଉପସ୍ଥିତ ସମସ୍ତ ଲୋକ କଥାବାର୍ତ୍ତା ଶୁଣୁଥିଲେ । ଡାଟା ଏଣ୍ଟ୍ରି ଅପରେଟର ଅନୁଦାନ ରାଶି ପ୍ରଦାନ କରିବା ବଦଳରେ ୫୦ ହଜାର ଟଙ୍କା ପୁଣି ଦାବି କଲେ । ତାଙ୍କ କଥା ସିଧାସଳଖ ମନ୍ତ୍ରୀ ଶୁଣୁଛନ୍ତି ବୋଲି ହୁଏତ ସେ ଅନୁମାନ କରିପାରି ନଥିଲେ ।
ମନ୍ତ୍ରୀ ଲଖେନ୍ଦ୍ର ପାସୱାନ ତୁରନ୍ତ ସୀତାମଢ଼ୀର ଜିଲ୍ଲା କଲ୍ୟାଣ ଅଧିକାରୀଙ୍କୁ ଫୋନ୍ କରିଥିଲେ । ସେ ଲାଞ୍ଚ ମାଗିଥିବା ଡାଟା ଏଣ୍ଟ୍ରି ଅପରେଟରଙ୍କୁ ଚାକିରିରୁ ସସପେଣ୍ଡ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ସମ୍ପୂର୍ଣ୍ଣ ଘଟଣାର ଭିଡିଓ ମଧ୍ୟ ରେକର୍ଡ କରାଯାଇଛି । ଏହି ମାମଲା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି ।
ପୂରା ମାମଲାକୁ ନେଇ ମନ୍ତ୍ରୀ ଲଖେନ୍ଦ୍ର ପାସୱାନ କହିଛନ୍ତି, ଅନୁସୂଚିତ ଜାତି ଓ ଜନଜାତିର ପୀଡ଼ିତଙ୍କୁ ସରକାରଙ୍କ ଠାରୁ ମିଳୁଥିବା ଆର୍ଥିକ ସହାୟତା ସେମାନଙ୍କ ଆଇନଗତ ଅଧିକାର । ଯଦି କୌଣସି କର୍ମଚାରୀ ସେହି ଅଧିକାର ବଦଳରେ ଲାଞ୍ଚ ମାଗନ୍ତି, ତେବେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ଉଦଳା: ଦ୍ରୁତ ଗତିରେ ଗାଡି ଚଲାଇ ଆସିଲେ । ଆଉ ବୁଲାଣି ନିକଟରେ ଭାରସାମ୍ୟ ହରାଇ କଲଭର୍ଟରେ ତଳକୁ ବାଇକ ସହିତ ଖସି ପଡ଼ିଲେ। ଘଟଣାସ୍ଥଳରେ ଚାଲିଗଲା ବାଇକରେ ଥିବା ତିନି ଆରୋହୀଙ୍କ ଜୀବନ। ଏଭଳି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ଖୁଣ୍ଟା ଥାନା କୁଆମରା ପୋଷ୍ଟ ଅଫିସ ନିକଟରେ।
ସୂଚନା ଅନୁସାରେ, କୁଆମରା ଗ୍ରାମର ସହଦେବ ସିଂ, ଶକ୍ତି ସିଂ ଏବଂ ରଘୁ ସିଂ ଏକ କେଟିଏମ ଗାଡ଼ିରେ ଅତି ଦ୍ରୁତ ଗତିରେ କୁଆମରା ଗ୍ରାମ ଭିତର ରାସ୍ତାରେ ଯାଉଥିଲେ। ହେଲେ କୁଆମରା ପୋଷ୍ଟ ଅଫିସ ନିକଟରେ ଥିବା ବୁଲାଣିରେ ଭାରସାମ୍ୟ ହରାଇ କଲଭର୍ଟ ତଳକୁ ଖସି ପଡିବା ସହିତ ପାଚେରୀରେ ବାଡ଼େଇ ହୋଇଥିଲେ। ଫଳରେ ଏଥିରେ ଘଟଣାସ୍ଥଳରେ ସହଦେବ ଏବଂ ଶକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ରଘୁ ସିଂଙ୍କୁ କୁଆମରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ନିଶାସକ୍ତ ଅବସ୍ଥାରେ ଏଭଳି ଗାଡ଼ି ଚଲାଇ ଦୁର୍ଘଟଣା ଘଟିଥିବା କୁହାଯାଉଛି।ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Also Read: ଗାଧୋଇବା ବେଳେ ବନ୍ୟା ସ୍ରୋତରେ ଭାସିଗଲେ ନାବାଳିକା, ଗଛ ଧରି ରକ୍ଷା କଲେ ସାହସୀ ଯୁବକ
ମେଷ- ଘାତ ବାର ଯୋଗୁ କାର୍ଯ୍ୟରେ ବାଧା, ଅନାବଶ୍ୟକ ବିଳମ୍ବ ଓ ମାନସିକ ଅସ୍ଥିରତା ଦେଖାଦେଇପାରେ। ତର୍କବିତର୍କରୁ ଦୂରେଇ ରୁହନ୍ତୁ। ଅର୍ଥ କାରବାରରେ ସତର୍କତା ଅବଲମ୍ବନ କରନ୍ତୁ। ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନିଅନ୍ତୁ। ଶିବଙ୍କ ଆରାଧନା ଶୁଭ ଫଳ ଦେବ।
ବୃଷ- କର୍ମକ୍ଷେତ୍ରରେ ନୂଆ ସୁଯୋଗ ମିଳିବ। ବ୍ୟବସାୟରେ ଲାଭ ବଢ଼ିବ ଓ ଆର୍ଥିକ ସ୍ଥିତି ସୁଦୃଢ଼ ରହିବ। ପରିବାରରେ ସୁଖଦ ପରିବେଶ ରହିବ। ବନ୍ଧୁଙ୍କ ସହଯୋଗରେ ଅଟକିଥିବା କାମ ସମ୍ପୂର୍ଣ୍ଣ ହେବ। ଯାତ୍ରା ଲାଭଦାୟକ ହୋଇପାରେ।
ମିଥୁନ- ଘାତ ଚନ୍ଦ୍ର ପ୍ରଭାବରୁ ମାନସିକ ଚାପ, କାର୍ଯ୍ୟରେ ବାଧା ଓ ଅନାବଶ୍ୟକ ଧାଁଦୌଡ଼ ହୋଇପାରେ। ଆର୍ଥିକ କାରବାରରେ ସତର୍କ ରୁହନ୍ତୁ। କାହାକୁ ସହଜରେ ବିଶ୍ୱାସ କରନ୍ତୁ ନାହିଁ। ଯାନବାହନ ଚଳାଇବା ବେଳେ ସାବଧାନ ରୁହନ୍ତୁ। ଗଣେଶଙ୍କ ପୂଜା ଶୁଭ ରହିବ।
କର୍କଟ- କାର୍ଯ୍ୟରେ ଉନ୍ନତିର ସୁଯୋଗ ଥିଲେ ମଧ୍ୟ କିଛି ବାଧା ଓ ବିଳମ୍ବ ଦେଖାଦେଇପାରେ। ପରିବାରରେ ସାମାନ୍ୟ ମତଭେଦ ସମ୍ଭବ। ଆର୍ଥିକ ସ୍ଥିତି ସନ୍ତୁଳିତ ରହିବ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ଧୈର୍ଯ୍ୟ ରଖିଲେ ଦିନର ଶେଷ ଭାଗ ଅନୁକୂଳ ହେବ।
ସିଂହ- ଆତ୍ମବିଶ୍ୱାସ ବଢ଼ିବ ଓ କର୍ମକ୍ଷେତ୍ରରେ ସଫଳତା ମିଳିବ। ଉଚ୍ଚ ପଦସ୍ଥ ବ୍ୟକ୍ତିଙ୍କ ସହଯୋଗ ପାଇବେ। ବ୍ୟବସାୟରେ ଲାଭ ହେବ। ପରିବାରରେ ଶୁଭ ସମ୍ବାଦ ମିଳିପାରେ। ମାନ-ସମ୍ମାନ ବୃଦ୍ଧି ପାଇବ।
କନ୍ୟା- ଶିକ୍ଷା, ଚାକିରି ଓ ପ୍ରତିଯୋଗିତା କ୍ଷେତ୍ରରେ ଭଲ ଫଳ ମିଳିବ। ଦୂରଯାତ୍ରା ଲାଭଦାୟକ ହୋଇପାରେ। ଆର୍ଥିକ ସ୍ଥିତି ଉନ୍ନତ ରହିବ। ନୂଆ ଯୋଜନା ସଫଳ ହେବ। ପରିବାରରେ ଖୁସିର ପରିବେଶ ରହିବ।
ତୁଳା- ଦିନର ଆରମ୍ଭରେ କିଛି ବାଧା ଓ ମାନସିକ ଚାପ ରହିପାରେ, କିନ୍ତୁ ପରିଶ୍ରମରେ କାମ ସଫଳ ହେବ। ଧନ ଲେଣଦେଣରେ ସତର୍କ ରୁହନ୍ତୁ। ପରିବାରର ସହଯୋଗ ମିଳିବ। ସନ୍ଧ୍ୟା ପରେ ପରିସ୍ଥିତି ଅନୁକୂଳ ହେବ। ଦିନଟି ମିଶ୍ର ଫଳଦାୟକ।
ବିଛା- ଭାଗିଦାରୀ କାର୍ଯ୍ୟରେ ଲାଭର ସୁଯୋଗ ରହିବ, କିନ୍ତୁ ଭୁଲ ବୁଝାମଣାରୁ ସତର୍କ ରୁହନ୍ତୁ। ଦାମ୍ପତ୍ୟ ଜୀବନରେ ଧୈର୍ଯ୍ୟ ଆବଶ୍ୟକ। ସ୍ୱାସ୍ଥ୍ୟରେ ସାମାନ୍ୟ ସମସ୍ୟା ହୋଇପାରେ। ଆର୍ଥିକ ସ୍ଥିତି ସାଧାରଣ ରହିବ। ଦିନଟି ମିଶ୍ର ଫଳଦାୟକ।
ଧନୁ- କର୍ମକ୍ଷେତ୍ରରେ ସଫଳତା ଓ ପ୍ରତିଦ୍ୱନ୍ଦ୍ୱୀଙ୍କ ଉପରେ ବିଜୟ ମିଳିବ। ଋଣ କିମ୍ବା ପୁରୁଣା ସମସ୍ୟାର ସମାଧାନ ହେବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ସ୍ୱାସ୍ଥ୍ୟ ଭଲ ରହିବ। ପରିଶ୍ରମର ଯଥାର୍ଥ ଫଳ ପାଇବେ।
ମକର- ଧନପ୍ରାପ୍ତିର ସୁଯୋଗ ଥିଲେ ମଧ୍ୟ ଅପ୍ରତ୍ୟାଶିତ ଖର୍ଚ୍ଚ ବଢ଼ିପାରେ। କର୍ମକ୍ଷେତ୍ରରେ ପରିଶ୍ରମ ଅଧିକ ରହିବ। ସନ୍ତାନ କିମ୍ବା ପରିବାର ପାଇଁ ଚିନ୍ତା ହୋଇପାରେ। ଧୈର୍ଯ୍ୟ ରଖିଲେ ଲାଭ ମିଳିବ। ଦିନଟି ମିଶ୍ର ଫଳଦାୟକ।
କୁମ୍ଭ- ଚନ୍ଦ୍ର ନିଜ ରାଶିରେ ଥିବାରୁ ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ଘରୋଇ ଓ କର୍ମକ୍ଷେତ୍ରର କାମ ସଫଳ ହେବ। ବ୍ୟବସାୟରେ ଲାଭ ଓ ଧନପ୍ରାପ୍ତିର ଯୋଗ ରହିଛି। ପରିବାରରେ ସୁଖଦ ପରିବେଶ ରହିବ। ନୂଆ ଯୋଜନା ଆରମ୍ଭ କରିପାରନ୍ତି।
ମୀନ- ଅନାବଶ୍ୟକ ଖର୍ଚ୍ଚ ଓ ମାନସିକ ଚିନ୍ତା ବଢ଼ିପାରେ। କାର୍ଯ୍ୟରେ ବିଳମ୍ବ ହେଲେ ମଧ୍ୟ ଶେଷରେ ସଫଳତା ମିଳିବ। ଧାର୍ମିକ କାର୍ଯ୍ୟରେ ମନ ଲାଗିବ। ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନିଅନ୍ତୁ। ଦିନଟି ମିଶ୍ର ଫଳଦାୟକ।
ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ
ଯୋଗାଯୋଗ – 8249826682
ଭୁବନେଶ୍ୱର: ରାଜ୍ୟର ବନ୍ୟା ପ୍ରଭାବିତ ଜିଲ୍ଲାଗୁଡ଼ିକରେ ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥା ଦ୍ରୁତ ଗତିରେ ସ୍ୱାଭାବିକ ହେବାରେ ଲାଗିଛି। ଉପ-ମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓଙ୍କ ପ୍ରତ୍ୟକ୍ଷ ନିର୍ଦ୍ଦେଶକ୍ରମେ ସ୍ଥିତିର ନିୟମିତ ସମୀକ୍ଷା କରାଯାଉଛି। ଏହି କ୍ରମରେ ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଶାଳ ଦେବଙ୍କ ଅଧ୍ୟକ୍ଷତାରେ ସମସ୍ତ ବିଦ୍ୟୁତ୍ ବିତରଣ କମ୍ପାନୀ (ଡିସକମ୍) ଗୁଡ଼ିକର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି।
୯୩ ପ୍ରତିଶତ ଅଞ୍ଚଳରେ ଫେରିଲା ବିଦ୍ୟୁତ୍
ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ, ବନ୍ୟା ଜଳ ହ୍ରାସ ପାଇବା ସହ ବିଭାଗୀୟ ତତ୍ପରତା ଯୋଗୁଁ ପ୍ରଭାବିତ ଅଞ୍ଚଳଗୁଡ଼ିକର ପ୍ରାୟ ୯୩ ପ୍ରତିଶତ ଉପଭୋକ୍ତାଙ୍କୁ ପୁନର୍ବାର ବିଦ୍ୟୁତ୍ ସଂଯୋଗ ଯୋଗାଇ ଦିଆଯାଇଛି। ସାମଗ୍ରିକ ଭାବେ କୌଣସି ବଡ଼ ଧରଣର ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇନଥିବା ବେଳେ ଯେଉଁ ସ୍ଥାନରେ ଟ୍ରାନ୍ସଫର୍ମର ଅଚଳ ହୋଇଛି, ସେଗୁଡ଼ିକୁ ତୁରନ୍ତ ବଦଳାଯାଉଛି।
କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ସାମାନ୍ୟ ବିଳମ୍ବ
ଅଧିକାଂଶ ସ୍ଥାନରେ ମରାମତି କାର୍ଯ୍ୟ ଶେଷ ହୋଇଥିଲେ ବି କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁର ଜିଲ୍ଲାର କେତେକ ତଳିଆ ଅଞ୍ଚଳରେ ଜଳସ୍ତର ଅଧିକ ରହିଛି। ଗମନାଗମନରେ ସମସ୍ୟା ଉପୁଜୁଥିବାରୁ ସେହିସବୁ ନିର୍ଦ୍ଦିଷ୍ଟ ଅଞ୍ଚ ସେବା ପୂର୍ଣ୍ଣାଙ୍ଗ ହେବାରେ ସାମାନ୍ୟ ବିଳମ୍ବ ହେଉଛି। ତେବେ ପରିସ୍ଥିତି ସୁଧୁରିବା କ୍ଷଣି ସେଠାରେ ମଧ୍ୟ ସଂଯୋଗ ସ୍ୱାଭାବିକ କରାଯିବ।
ଜନସାଧାରଣଙ୍କ ସୁରକ୍ଷା ପ୍ରଥମ
ଶକ୍ତି ବିଭାଗ ପକ୍ଷରୁ ସୁରକ୍ଷା ନିୟମକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜଳମଗ୍ନ ଲାଇନ୍ଗୁଡ଼ିକୁ ଚାଲୁ କରିବା ପୂର୍ବରୁ ଆବଶ୍ୟକ ସୁରକ୍ଷା ଯାଞ୍ଚ କରିବାକୁ କୁହାଯାଇଛି, ଯେପରି କୌଣସି ଜୀବନପ୍ରତି ବିପଦ ସୃଷ୍ଟି ନହୁଏ। ଏହାସହ ଦୁର୍ଗମ ଅଞ୍ଚଳରେ ଜିଲ୍ଲା ପ୍ରଶାସନ ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ଡିସକମ୍ଗୁଡ଼ିକୁ ସୂଚନା ଦିଆଯାଇଛି।
ହାଇଦ୍ରାବାଦ: କଥିତ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭିଡିଓ ଫେସବୁକ୍ ଏବଂ ଇନଷ୍ଟାଗ୍ରାମରୁ କିଛି ସମୟ ପାଇଁ ହଟିଯାଇଥିଲା । ବିଜେପି ସମର୍ଥକଙ୍କ ଅଭିଯୋଗ ପରେ, ତେଲଙ୍ଗାନା ସାଇବର କ୍ରାଇମ୍ ଡିସିପି ଭି.ଅରବିନ୍ଦ ବାବୁ ଜୁଲାଇ ୨୯ରେ ଏକ ଏଫଆଇଆର ଦାୟର କରିଥିଲେ । ଏବେ, ରାଜ୍ୟର କଂଗ୍ରେସ ସରକାର ତିନିଦିନ ମଧ୍ୟରେ ସାଇବର କ୍ରାଇମ୍ ଡିସିପିଙ୍କୁ ବଦଳି କରିଛନ୍ତି ।
ରିପୋର୍ଟ ଅନୁଯାୟୀ, କଂଗ୍ରେସ ସରକାର ତାଙ୍କ ରାଜ୍ୟରେ ମେଟା ବିରୁଦ୍ଧରେ ଦାୟର ହୋଇଥିବା ଏଫଆଇଆର ଦ୍ୱାରା ଆଶ୍ଚର୍ଯ୍ୟ ହୋଇଯାଇଥିଲା । କାରଣ ଦଳ ଛାତ୍ର ପ୍ରତିବାଦକୁ ପୂର୍ଣ୍ଣ ସମର୍ଥନ କରିଥିଲା । ବରିଷ୍ଠ ପୋଲିସ ଅଧିକାରୀମାନେ ମଧ୍ୟ ଏହି ଘଟଣା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ବିଜେପି ସମର୍ଥକଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରିବା ବିଷୟରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପ୍ରଶ୍ନ କରିବାରୁ ଲଜ୍ଜିତ ହୋଇଥିଲେ ।
ମେଟା ବିରୁଦ୍ଧରେ କ’ଣ ଅଭିଯୋଗ ଆସିଥିଲା ?
ବିଜେପି ସମର୍ଥକଙ୍କ ଅଭିଯୋଗ ଆଧାରରେ, ତେଲଙ୍ଗନା ସାଇବର୍ କ୍ରାଇମ୍ ୟୁନିଟ୍ ପ୍ରଧାନମନ୍ତ୍ରୀଙ୍କ ଉପରେ ଆପତ୍ତିଜନକ ସୋସିଆଲ ମିଡିଆ ବିଷୟବସ୍ତୁ ସମ୍ପର୍କରେ ଦୁଇଟି ମାମଲା ରୁଜୁ କରିଛି । ଏହି ମାମଲାରେ ଅନେକ ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ଆକାଉଣ୍ଟର ଅପରେଟରଙ୍କ ସହିତ ମେଟା ଇଣ୍ଡିଆର ମୁଖ୍ୟଙ୍କ ନାମ ମଧ୍ୟ ରହିଛି । କମ୍ପାନି କହିଛି ଯେ ଆଇନଗତ ନିର୍ଦ୍ଦେଶ ପାଇବା ପରେ ଏହା କିଛି ଆପତ୍ତିଜନକ ବିଷୟବସ୍ତୁକୁ ହଟାଇ ଦେଇଛି ।
ବିଜେପି ମୁଖପାତ୍ର ଏନଭିଏସ ସୁଭାଷ ଅଭିଯୋଗ କରିଥିଲେ ଯେ ମୋଦୀଙ୍କ ମର୍ଫଡ୍ ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ପ୍ରସାରିତ ହେଉଛି । ସୁଭାଷ ଅଭିଯୋଗ କରିଥିଲେ ଯେ ୨୦ଟି ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ଆକାଉଣ୍ଟ ମର୍ଫଡ୍ ବିଷୟବସ୍ତୁ ବ୍ୟବହାର କରୁଛନ୍ତି ଏବଂ ଏହାକୁ ହୋଷ୍ଟ କରିଥିବାରୁ ମେଟା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ।
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଶୁକ୍ରବାର ରାତିରେ ଏକ୍ସ-ରେ ରୁମ ଡ୍ୟୁଟିରେ ଥିବା ପ୍ରଥମ ବର୍ଷର ଛାତ୍ର ସରଫରାଜ ଏହି କାଗଜକୁ ପ୍ରସ୍ତୁତ କରିଥିଲେ। ଉତ୍ତର ପ୍ରଦେଶର ବଲରାମପୁର ଅଞ୍ଚଳର ବାସିନ୍ଦା ସରଫରାଜଙ୍କୁ ପୋଲିସ ପଚରାଉଚରା ପାଇଁ ହେପାଜତକୁ ନେଇଛି। ତାଙ୍କ ସହ ସେହି ସମୟରେ ଡ୍ୟୁଟିରେ ଥିବା ଅନ୍ୟ ଦୁଇଜଣ ବ୍ୟକ୍ତିଙ୍କୁ ମଧ୍ୟ ପୋଲିସ ଜେରା କରୁଛି।
ହଥଲେଖା ଥିବା ଏହି କାଗଜରେ ବିସ୍ଫୋରକ ତିଆରି ପାଇଁ ଆବଶ୍ୟକ ହେଉଥିବା ବିଭିନ୍ନ ସାମଗ୍ରୀର ବିବରଣୀ ରହିଛି। ଏଥିରେ ଗଜ୍ ୱାୟାର (gauge wire), ଆମୋନିୟମ୍ କାର୍ବୋନେଟ୍, ଫସଫରସ୍, ନାଇଟ୍ରିକ୍ ଏସିଡ୍ ଭଳି ରାସାୟନିକ ପଦାର୍ଥଗୁଡ଼ିକର ନାମ ଉଲ୍ଲେଖ ରହିଛି।
ମେଡିକାଲ କଲେଜର ମୁଖ୍ୟ ଚିକିତ୍ସା ଅଧୀକ୍ଷକ (CMS) ଡକ୍ଟର ଅରବିନ୍ଦ ସିଂହ କହିଛନ୍ତି ଯେ, ଏହି କାଗଜପତ୍ର ମିଳିବା ମାତ୍ରେ ତୁରନ୍ତ ପୋଲିସକୁ ଜଣାଯାଇଥିଲା।
ବର୍ତ୍ତମାନ ସୁଦ୍ଧା ଏହି କାଗଜପତ୍ର କୌଣସି ଅପରାଧିକ ଉଦ୍ଦେଶ୍ୟ କିମ୍ବା ଆତଙ୍କବାଦୀ କାର୍ଯ୍ୟକଳାପ ସହ ଜଡ଼ିତ ଥିବା ନେଇ ପୋଲିସ ସ୍ପଷ୍ଟ କରିନାହିଁ। ସମସ୍ତ ସମ୍ଭାବ୍ୟ ଦିଗକୁ ନେଇ ତଦନ୍ତ କରାଯାଉଛି ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ଅନ୍ୟପଟେ କଲେଜ ପ୍ରଶାସନ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ସହ କ୍ୟାମ୍ପସ ମଧ୍ୟରେ ସୁରକ୍ଷା ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଏହା ପୂର୍ବରୁ ପ୍ରାୟ ୧,୮୦୦ ଲୋକ ସମୁଦ୍ର ମଧ୍ୟରେ ପାଚେରୀ ଚାରିପାଖରେ ପହଁରି ପଡୋଶୀ ମୋରୋକୋରୁ ସ୍ୟୁଟାରେ ପ୍ରବେଶ କରିବାର ମାତ୍ର ଗୋଟିଏ ସପ୍ତାହ ପରେ ଏହି ବିଶାଳ ଅନୁପ୍ରବେଶ ଦେଖିବାକୁ ମିଳିଥିଲା। ଫାଇନାନ୍ସିଆଲ ଟାଇମ୍ସକୁ ମୋରୋକୋର ଜଣେ ସନ୍ତରଣ ପ୍ରଶିକ୍ଷକ ଦେଇଥିବା ସୂଚନା ଅନୁଯାୟୀ, ସ୍ପେନ୍ ମାଟିରେ ପାଦ ଥାପିବା ଲକ୍ଷ୍ୟରେ କିଛି ଆଶାୟୀ ଅନୁପ୍ରବେଶକାରୀ ପୂର୍ବରୁ ପହଁରିବା ଶିଖିଥିଲେ କିମ୍ବା ନିଜେ ନିଜେ ଅଭ୍ୟାସ କରିଥିଲେ।  କେତେକ ସମୁଦ୍ରର ଅବସ୍ଥା ସମ୍ପର୍କରେ ଆରବୀ ଭାଷାରେ ତଥ୍ୟ ଏବଂ ସ୍ୟୁଟାର ପଥୁରିଆ 'ତାରାଜାଲ' ସମୁଦ୍ରକୂଳରେ କିପରି ପହଞ୍ଚିବେ, ସେ ନେଇ ଗୁଗୁଲ୍ ମ୍ୟାପ୍ସର ସ୍କ୍ରିନସଟ୍ ସେୟାର କରିଥିଲେ।
ମୋରୋକୋରୁ ସ୍ୟୁଟା ପର୍ଯ୍ୟନ୍ତ ସବୁଠାରୁ ଛୋଟ ପ୍ରତ୍ୟକ୍ଷ ଜଳପଥ ମାତ୍ର କିଛି ଶହ ମିଟର। କିନ୍ତୁ ପ୍ରବଳ ସମୁଦ୍ର ସ୍ରୋତ ଏବଂ ପହଁରୁଥିବା ଲୋକଙ୍କ ପ୍ରବଳ ଭିଡ଼ ଯୋଗୁଁ ଅନେକ ଲୋକ ବାଟବଣା ହୋଇ ଦୂରକୁ ଚାଲିଯାଇଥିଲେ ଏବଂ ଘଣ୍ଟା ଘଣ୍ଟା ଧରି ପାଣିରେ ରହିବାକୁ ବାଧ୍ୟ ହୋଇଥିଲେ। ଯେତେବେଳେ ଲୋକମାନେ ଖାଦ୍ୟ ଏବଂ ସ୍ପେନର ମୁଖ୍ୟ ଭୂଖଣ୍ଡକୁ ଯିବାର ବାଟ ପାଇବା ଆଶାରେ ସ୍ୟୁଟାରେ ଥିବା ଶରଣାର୍ଥୀ ପଞ୍ଜୀକରଣ କେନ୍ଦ୍ରରେ ପହଞ୍ଚିଥିଲେ, ସେତେବେଳେ ସେମାନେ ତାହା ବନ୍ଦ ଥିବା ଦେଖିବାକୁ ପାଇଥିଲେ। ଏହାର କିଛି ଘଣ୍ଟା ପରେ, ଅନେକ ଲୋକ ନିରାଶ ହୋଇ ନିଜ ଘରକୁ ଫେରିଯାଇଥିଲେ।
ସ୍ପେନ୍ ପ୍ରଧାନମନ୍ତ୍ରୀଙ୍କ ପ୍ରତିକ୍ରିୟା
ସୀମା ନିୟନ୍ତ୍ରଣ ବ୍ୟବସ୍ଥା ଭାଙ୍ଗିପଡ଼ିବାରୁ ଗୁରୁବାର ଏବଂ ଶୁକ୍ରବାର ଦିନ ସ୍ୟୁଟାରେ ଅରାଜକତା ଓ ଆଶାନ୍ତ ପରିବେଶ ଦେଖିବାକୁ ମିଳିଥିଲା। ଲୋକମାନେ ଚାଲି ଚାଲି, କାରରେ କିମ୍ବା ବଡ଼ ଗାଡ଼ିଗୁଡ଼ିକରେ ଶହ ଶହ ସଂଖ୍ୟାରେ ପହଞ୍ଚିଥିଲେ, ଯାହା ଫଳରେ ମୋରୋକୋ ପାର୍ଶ୍ୱ ସୀମାରେ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା। ବିବିସିର ରିପୋର୍ଟ ଅନୁଯାୟୀ, ଏହି ଅନୁପ୍ରବେଶ ପରେ ସ୍ୟୁଟା ଗସ୍ତ କରିଥିବା ସ୍ପେନ୍ ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ୍ ଏହି ସଙ୍କଟ ପାଇଁ ମାନବ ଚାଲାଣକାରୀ ଗ୍ୟାଙ୍ଗଗୁଡ଼ିକୁ ଦାୟୀ କରିଛନ୍ତି। ଏହି ଘଟଣାକୁ "ସ୍ପେନର ଆଞ୍ଚଳିକ ଅଖଣ୍ଡତାର ଉଲ୍ଲଂଘନ" ବୋଲି ଅଭିହିତ କରି ସାଞ୍ଚେଜ୍ କହିଛନ୍ତି ଯେ, ଚାଲାଣକାରୀମାନେ ଗତ ଜୁନ୍ ମାସରେ ସୁପ୍ରିମକୋର୍ଟ ଦେଇଥିବା ଏକ ରାୟର ଫାଇଦା ନେବାକୁ ଚେଷ୍ଟା କରିଥିଲେ ।
ନୂଆଦିଲ୍ଲୀ: ଆମେରିକା ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ମଧ୍ୟପ୍ରାଚ୍ୟରେ ଅବସ୍ଥିତ ଆମେରିକୀୟ ଦୂତାବାସଗୁଡ଼ିକ ଶନିବାର ନିଜ ନାଗରିକମାନଙ୍କ ପାଇଁ ଏକ ସୁରକ୍ଷା ସତର୍କତା ଜାରି କରିଛନ୍ତି। ଯୁଦ୍ଧ କିମ୍ବା ପରିସ୍ଥିତି ଅପ୍ରତ୍ୟାଶିତ ଭାବେ ବିଗିଡ଼ିବାର ସମ୍ଭାବନା ଥିବାରୁ ଆମେରିକୀୟ ନାଗରିକମାନଙ୍କୁ ସେହି ଅଞ୍ଚଳରେ ଯାତ୍ରା ନକରିବାକୁ ଏବଂ ଆବଶ୍ୟକ ପଡ଼ିଲେ ତୁରନ୍ତ ସେଠାରୁ ବାହାରିବା ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦିଆଯାଇଛି। ଜୋର୍ଡାନସ୍ଥିତ ଆମେରିକୀୟ ଦୂତାବାସ ଦ୍ୱାରା ଜାରି କରାଯାଇଥିବା ସୁରକ୍ଷା ନିର୍ଦ୍ଦେଶାବଳୀରେ କୁହାଯାଇଛି ଯେ, ‘ବର୍ତ୍ତମାନ ମଧ୍ୟପ୍ରାଚ୍ୟରେ ରହୁଥିବା କିମ୍ବା ଯାତ୍ରା କରୁଥିବା ଆମେରିକୀୟମାନେ ଅତ୍ୟନ୍ତ ସାବଧାନତା  ଅବଲମ୍ବନ କରିବା ଉଚିତ। ସେମାନେ ବିମାନ ବାତିଲ, ବିମାନସେବା ବନ୍ଦ ଏବଂ ଯାତାୟାତରେ ବିଭିନ୍ନ ସମସ୍ୟା ପାଇଁ ପୂର୍ବରୁ ପ୍ରସ୍ତୁତ ରହିବା ଆବଶ୍ୟକ।’
ସେହିପରି ସାଉଦି ଆରବରେ ଥିବା ଆମେରିକୀୟ ଦୂତାବାସ ପକ୍ଷରୁ ମଧ୍ୟ ସମାନ ଚେତାବନୀ ଜାରି କରାଯାଇ ନିଜ ନାଗରିକମାନଙ୍କୁ ସଜାଗ ରହିବା ସହ ଯାତ୍ରାଜନିତ ସମସ୍ୟାର ସମ୍ମୁଖୀନ ହେବା ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି। ଇଜିପ୍ଟରେ ଆମେରିକା ଦୂତାବାସ ମଧ୍ୟ ସମାନ ସନ୍ଦେଶ ଦେଇ ସତର୍କ କରାଇଛି ଯେ, ‘ମଧ୍ୟପ୍ରାଚ୍ୟ ବାହାରେ ଥିବା ଆମେରିକୀୟମାନେ ସେହି ଅଞ୍ଚଳକୁ କିମ୍ବା ସେହି ବାଟ ଦେଇ ଯାତ୍ରା କରିବା ନିଷ୍ପତ୍ତି ଉପରେ ପୁନର୍ବାର ଗମ୍ଭୀରତାର ସହ ବିଚାର କରିବା ଉଚିତ। ଯେଉଁମାନେ ସେହି ଅଞ୍ଚଳକୁ ଯାତାୟାତ କରୁଛନ୍ତି, ସେମାନେ ବିମାନବନ୍ଦର ଏବଂ ବିମାନସେବା ସମ୍ପର୍କିତ ସୂଚନା ଉପରେ କ୍ରମାଗତ ନଜର ରଖିବା ଆବଶ୍ୟକ।’
ଏହି ସମାନ ପ୍ରକାରର ଆଡଭାଇଜରୀ ଓ ସୁରକ୍ଷା ସନ୍ଦେଶଗୁଡ଼ିକୁ ଅମ୍ମାନ , ଜେରୁଜାଲେମ୍  ଏବଂ ବାଗଦାଦସ୍ଥିତ ଆମେରିକୀୟ ମିଶନଗୁଡ଼ିକ ମଧ୍ୟ ସେମାନଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ରିପୋର୍ଟ ଅନୁଯାୟୀ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଉପରେ ନୂଆ ସାମରିକ ଆକ୍ରମଣ ପାଇଁ ନିର୍ଦ୍ଦେଶ ଦେବା ପରେ ଏହି ଯାତ୍ରା ସତର୍କତା ଜାରି କରାଯାଇଛି। ଏହି ଆକ୍ରମଣ ସପ୍ତାହାନ୍ତ ସୁଦ୍ଧା ଆରମ୍ଭ ହୋଇପାରେ ବୋଲି ଆଶଙ୍କା କରାଯାଉଛି।
'କ୍ୟାମ୍ପ ଡେଭିଡ୍'ଠାରେ ଅନୁଷ୍ଠିତ ଏକ ଟେଲିଭିଜନ୍ କ୍ୟାବିନେଟ୍ ବୈଠକରେ ଟ୍ରମ୍ପ ଚେତାବନୀ ଦେଇଥିଲେ ଯେ, ଯଦି ଇରାନ ନିଜ ନୀତି ନ ବଦଳାଏ, ତେବେ ଆମେରିକା ତା' ଉପରେ "ବହୁତ ଶକ୍ତିଶାଳୀ ଆକ୍ରମଣ" କରିବ। ଏହା ପରେ ସେ ଏହି ସାମରିକ ଯୋଜନାକୁ ମଞ୍ଜୁରୀ ଦେଇଥିବା କୁହାଯାଉଛି। 'ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍'ର ରିପୋର୍ଟ ଅନୁସାରେ ଟ୍ରମ୍ପ କହିଛନ୍ତି ଯେ, ‘ଇରାନ ଏପରି ସ୍ଥିତିରେ ପହଞ୍ଚିବ ଯେଉଁଠି ସେ ଆଉ ଏହାକୁ ସହ୍ୟ କରିପାରିବ ନାହିଁ। ଆଲୋଚନା ସମୟରେ ଇରାନ ବାରମ୍ବାର ନିଜର ପ୍ରତିଶ୍ରୁତି ଭଙ୍ଗ କରିଛି।’
ସେହିପରି 'ସିବିଏସ୍ ନ୍ୟୁଜ୍'ର ରିପୋର୍ଟ ଅନୁଯାୟୀ, ଆମେରିକା ଓ ତା'ର ସହଯୋଗୀ ଦେଶଗୁଡ଼ିକ ଇରାନର ଶକ୍ତି ଭିତ୍ତିଭୂମି ଯେପରିକି ପାୱାର ପ୍ଲାଣ୍ଟ ଏବଂ ତୈଳ ବିଶୋଧନାଗାରଗୁଡ଼ିକୁ ଲକ୍ଷ୍ୟ କରି ଏକ ବଡ଼ ଧରଣର ବୋମାବର୍ଷଣ ଅଭିଯାନ ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ତେବେ ଟ୍ରମ୍ପ ଏହି ପ୍ରସ୍ତାବିତ ଆକ୍ରମଣ ପାଇଁ ବର୍ତ୍ତମାନ ସୁଦ୍ଧା ଅନ୍ତିମ ଅନୁମୋଦନ ଦେଇନଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।
ଢେଙ୍କାନାଳ ୧।୮: ଢେଙ୍କାନାଳ ଜିଲ୍ଲାରେ ଆବାସ ଯୋଜନାରେ ହିତାଧିକାରୀଙ୍କ ତାଲିକା ନେଇ ବେଶ ମାନମାନି କରାଯାଇଥିବା ଅଭିଯୋଗ ଉଠିଛି । ତେବେ ପ୍ରଥମ ପର୍ଯ୍ୟାୟ ତାଲିକା ଆସିବା ପରେ ବିଭିନ୍ନ ବ୍ଳକରେ ନାମ କଟିଥିବା ଯୋଗ୍ୟ ହିତାଧିକାରୀ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ବଢ଼ିବାରେ ଲାଗିଛି । ଏସବୁ ମଧ୍ୟରେ ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ କାଇମାଟି ଗ୍ରାମ ପଞ୍ଚାୟତରେ ୩୭୨ ଜଣ ହିତାଧିକାରୀ ମାନେ ଆବାସ ପାଇଁ ପଞ୍ଜିକରଣ କରିଥିଲେ । ପ୍ରଥମ ପର୍ଯ୍ୟାୟ ସର୍ଭେ ପରେ ସେଥିରୁ ୧୬୯ ଜଣଙ୍କର ନାମ କଟି ଯାଇଥିବା ତାଲିକାରୁ ଜଣାପଡିଛି ।
ତାଲିକାରୁ ବାଦ୍ ପଡିଥିବା ଯୋଗ୍ୟ ହିତାଧିକାରୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବା ସହିତ ଢେଙ୍କାନାଳ ବିଧାୟକ ତଥା ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଅଭିଯୋଗ କରାଯାଇଥିଲା । ଏହାର ସତ୍ୟାସତ୍ୟ ତଦାରଖ କରିବା ପାଇଁ ରାଜ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଗହମଖୁଣ୍ଟି ଗ୍ରାମରେ ପହଞ୍ଚି ଥିଲେ ଯେଉଁ ଯୋଗ୍ୟ ହିତାଧିକାରୀ ମାନଙ୍କର ନାମ ତାଲିକାରୁ ବାଦ୍ ପଡିଥିଲା ସେମାନଙ୍କ ଘରକୁ ଘର ବୁଲି ଦେଖିଥିଲେ ମନ୍ତ୍ରୀ । ସେମାନଙ୍କର ପରିସ୍ଥିତି ଓ ଘରର ଅବସ୍ଥା ଦେଖି ମନ୍ତ୍ରୀ ନିଜେ ହୃଦୟଙ୍ଗମ କରିବା ସହିତ ସଦର ବିଡିଓ ଏବଂ ପିଇଓଙ୍କୁ କଡା ତାଗିଦ କରିଥିଲେ ।
Also Read:- ଗାଧୋଇବା ବେଳେ ବନ୍ୟା ସ୍ରୋତରେ ଭାସିଗଲେ ନାବାଳିକା, ଗଛ ଧରି ରକ୍ଷା କଲେ ସାହସୀ ଯୁବକ
ଆଉଥରେ ତଦନ୍ତ କରି ଯୋଗ୍ୟ ହିତାଧିକାରୀ ମାନଙ୍କ ନାମକୁ ତୁରନ୍ତ ତାଲିକାଭୁକ୍ତ କରି ସେମାନଙ୍କୁ ଆବାସ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ କୃଷ୍ଣ ପାତ୍ର ।
ମୁମ୍ୱାଇ: ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ ଦେଶର ଯୁବବର୍ଗଙ୍କୁ ରାଷ୍ଟ୍ରହିତକୁ ସର୍ବୋପରି ରଖି କର୍ତ୍ତବ୍ୟ, ତ୍ୟାଗ ଏବଂ ରାଷ୍ଟ୍ରସେବାର ମନୋଭାବ ସହ ଆଗକୁ ବଢ଼ିବାକୁ ଆହ୍ବାନ ଦେଇଛନ୍ତି । ସେ କହିଛନ୍ତି ଯେ ବିକଶିତ ଭାରତର ସଂକଳ୍ପ ସେତେବେଳେ ବାସ୍ତବ ହେବ, ଯେତେବେଳେ ପ୍ରତ୍ୟେକ ନାଗରିକ ଏହାକୁ ନିଜର ବ୍ୟକ୍ତିଗତ ଦାୟିତ୍ୱ ଭାବେ ଗ୍ରହଣ କରିବେ ।
ପୁଣେଠାରେ ଲୋକମାନ୍ୟ ତିଲକ ନ୍ୟାସନାଲ୍ ଆୱାର୍ଡ ଗ୍ରହଣ କରିବା ପରେ ସଭାକୁ ସମ୍ବୋଧିତ କରିଥିଲେ ଡୋଭାଲ । ସେ କହିଛନ୍ତି ଯେ ଯୁବପିଢ଼ି କେବଳ ଦେଶର ହିତରେ କାମ କରିବାକୁ ସଂକଳ୍ପ ନେବା ଉଚିତ୍ ଏବଂ କ୍ଷୁଦ୍ର ବ୍ୟକ୍ତିଗତ ସ୍ୱାର୍ଥକୁ ଅଣଦେଖା କରିବା ଉଚିତ୍ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ତିଲକ୍ ସ୍ମାରକ ଟ୍ରଷ୍ଟ ଦ୍ୱାରା ଆରମ୍ଭ କରାଯାଇଥିବା ଏହି ପୁରସ୍କାର ଡୋଭାଲଙ୍କୁ ପ୍ରଦାନ କରିଛନ୍ତି ।
ଡୋଭାଲ୍ କହିଛନ୍ତି ଯେ ପ୍ରତ୍ୟେକ ଭାରତୀୟ, ବିଶେଷକରି ଆମ ଯୁବବର୍ଗ ଚିନ୍ତା କରିବା ଦରକାର ଯେ ଭାରତ ଯେଉଁ ମାର୍ଗରେ ଚାଲିବା କଥା, ସେଥିରେ ଆମର ଯୋଗଦାନ କ’ଣ । ଆମ ଯୁବବର୍ଗ ଭାବନ୍ତି ଯେ ବୋଧହୁଏ ଭାରତ ସବୁବେଳେ ଏମିତି ହିଁ ଥିଲା । ଆମେ ଯାହାକୁ ସ୍ୱାଧୀନତା କହୁଛୁ, ତାହା ସହଜରେ ମିଳିଯାଇନାହିଁ। ଯେଉଁମାନେ ସ୍ୱାଧୀନତା ପାଇଁ ନିଜ ଜୀବନ ବଳିଦାନ ଦେଇଛନ୍ତି, ଯେଉଁମାନେ ଏଥିପାଇଁ ସଂଗ୍ରାମ କରିଛନ୍ତି ଏବଂ ନେତୃତ୍ୱ ନେଇଛନ୍ତି, ସେମାନଙ୍କର ଅବଦାନ ଅତୁଳନୀୟ ।
ସେ କହିଛନ୍ତି, "ଆଜିର ଯୁବକମାନେ ନିଜକୁ ସମ୍ପୂର୍ଣ୍ଣ ଭାବେ ସମର୍ପି ଦେବା ଦରକାର । ଭାବିବା ଉଚିତ୍ ଯେ ସେମାନେ କେବଳ ଦେଶର ହିତ ପାଇଁ କାମ କରିବେ । ସେମାନେ ନିଜର ବ୍ୟକ୍ତିଗତ ସ୍ୱାର୍ଥ ତ୍ୟାଗ କରିବାକୁ ପ୍ରସ୍ତୁତ ରହିବା ଦରକାର ।" ଡୋଭାଲ କହିଛନ୍ତି ଯେ ଭାରତ ନିଜ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ ଦେଇ ଗତି କରୁଛି ଏବଂ ବର୍ତ୍ତମାନର ଏହି ସୁଯୋଗକୁ ହାତଛଡ଼ା କରିବା ଉଚିତ୍ ନୁହେଁ । ବର୍ତ୍ତମାନ ଆମର ପ୍ରାଥମିକତା ହେଉଛି ଦେଶ ନିର୍ମାଣ କରିବା । ଭାରତର ଭବିଷ୍ୟତ ଉପରେ ବିଶ୍ୱାସ ପ୍ରକଟ କରି ଡୋଭାଲ କହିଛନ୍ତି ଯେ ଦେଶ ନିଜ ମିଶନରେ ସଫଳ ହେବ ଏବଂ ନିଜ ଇତିହାସରେ ଏକ ନୂଆ ଅଧ୍ୟାୟ ଲେଖିବ ।
ଡୋଭାଲ ଆହୁରି କହିଛନ୍ତି, "ମୋର ବିଶ୍ୱାସ ଅଛି ଯେ ଆମେ ଏହି ପ୍ରଚେଷ୍ଟାରେ ସଫଳ ହେବା ଏବଂ ଏକ ନୂଆ ଇତିହାସ ରଚନା କରିବା।" ସେ କହିଛନ୍ତି ଯେ ଦେଶ ଭାଗ୍ୟବାନ୍ ଯେ ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କ ଭଳି ନେତା ମିଳିଛନ୍ତି।
ଡୋଭାଲ କହିଛନ୍ତି ଯେ ଆଜିକାଲି ଲୋକମାନେ ନିଜ ଅଧିକାର ବିଷୟରେ କଥା ହୁଅନ୍ତି । କିନ୍ତୁ ସେମାନେ ଜାଣନ୍ତି ନାହିଁ ଯେ ଯଦି ଅଧିକାରର ଦୁରୁପଯୋଗ କରାଯାଏ, ତେବେ ସେହି ଲୋକମାନଙ୍କୁ କେତେ କଷ୍ଟ ହେବ ଯେଉଁମାନେ ଏଥିପାଇଁ ନିଜର ସର୍ବସ୍ୱ ଦେଇଥିଲେ । ସେ ଆହୁରି କହିଛନ୍ତି ଯେ ତିଲକ କେବଳ 'ସ୍ୱରାଜ୍ୟ ମୋର ଜନ୍ମସିଦ୍ଧ ଅଧିକାର ଏବଂ ମୁଁ ଏହାକୁ ହାସଲ କରି ରହିବି' ବୋଲି କହିନଥିଲେ, ବରଂ ସେ ଚାହୁଁଥିଲେ ଯେ ପ୍ରତ୍ୟେକ ନାଗରିକ ଏହିପରି ଚିନ୍ତାଧାରା ରଖନ୍ତୁ ।
ପଟ୍ଟାମୁଣ୍ଡାଇ ୧।୮: ଗାଧୋଇବା ବେଳେ ବନ୍ୟାର ପ୍ରଖର ସ୍ରୋତରେ ଭାସିଗଲେ ନାବାଳିକା । ବନ୍ୟା ଜଳରେ ନାବାଳିକା ଭାସିଯିବା ସମୟରେ ଗାଁର ଯୁବକ ମାନେ ନାବାଳିକାଙ୍କୁ ଉଦ୍ଧାର କରି ଗୋଟେ ଗଛ ଧରି ରହିଯାଇଥିଲେ । ପରେ ଆଳି ଅଗ୍ନିଶମ ବାହିନୀ ଓ ବନ ବିଭାଗ ପହଞ୍ଚି ନାବାଳିକାଙ୍କୁ ଉଦ୍ଧାର କରିଥିଲେ ।
କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ କଳସପୁର ଗାଁର ଛାମୁଆ ବନ୍ଧ ନିକଟ ରିଂ ବନ୍ଧ ତଳେ ବନ୍ୟାଜଳ ପ୍ରବାହିତ ହେଉଥିଲା । ବନ୍ୟାର ପ୍ରଖର ସ୍ରୋତରେ କଳସପୁର ଗାଁର ପ୍ରହଲ୍ଲାଦ ମଳିକଙ୍କ ନାବାଳିକା ଝିଅ ଛାମୁଆ ବନ୍ଧ ତଳ କାଣୀ ନଦୀକୁ ଯିବା ରାସ୍ତା ସାମ୍ନାରେ ବନ୍ୟାଜଳରେ ଗାଧୋଉଥିଲେ । ସେହି ସମୟରେ ସେ ଭାସିଯାଇଥିଲେ । ନାବାଳିକା ଜଣଙ୍କ ଭାସିଯିବା ଦେଖି କଳସପୁର ଗ୍ରାମର କିଛି ଯୁବକ ସାହସ ଜୁଟାଇ ନଦୀକୁ ଡେଇଁ ପ୍ରଥମେ ନାବାଳିକାଙ୍କ ପାଖରେ ପହଞ୍ଚି ଗୋଟେ ଗଛ ସାହାଯ୍ୟରେ ଏକ ଘସିଗଦା ଉପରେ ରଖି ପାଟି କରିଥିଲେ ।
ଖବର ପାଇ କଳସପୁର ପଞ୍ଚାୟତର ସରପଞ୍ଚଙ୍କ ସମେତ ଗାଁ ଲୋକେ ପହଞ୍ଚି ଅଗ୍ନିଶମ ବାହିନୀ ଓ ବନ ବିଭାଗକୁ ଖବର ଦେବାପରେ ତୁରନ୍ତ ଆଳି ଅଗ୍ନିଶମ ବାହିନୀ ଓ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନାବାଳିକାଙ୍କୁ ଉଦ୍ଧାର କରିଥିଲେ । ଯୁବକଙ୍କ ସାହସ ପାଇଁ ଜଣେ ନାବାଳିକା ଝିଅ ନିଶ୍ଚିତ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଥିବାରୁ ଚାରିଆଡେ ସାହସୀ ଯୁବକ ମାନଙ୍କ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି ।
ବାରାଣସୀ: ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ସାଂସଦ ପପୁ ଯାଦବ ଏବଂ ସାଂସଦ ଅବଧେଶ ପ୍ରସାଦଙ୍କ ବିରୁଦ୍ଧରେ ବାରାଣସୀରେ ମାମଲା ରୁଜୁ ହୋଇଛି । ସଂସଦ ଭବନ ବାହାରେ ବିରୋଧ ପ୍ରଦର୍ଶନ ସହ ଏହି ମାମଲା ଜଡ଼ିତ । ସଂସଦ ଭବନରେ ରାମମନ୍ଦିର ଦାନରାଶି ଚୋରି ଉପରେ ବିରୋଧ ପ୍ରଦର୍ଶନ ବେଳେ ପପୁ ଯାଦବ ଗେରୁଆ ପୋଷକ ପିନ୍ଧି ସାଧୁ ବେଶରେ ଆସିଥିଲେ । ଏହି ସମୟରେ ପ୍ରତୀକାତ୍ମକ ଭାବେ ଦାନ ପାତ୍ର ଧରି ବସିଥିଲେ । ରାହୁଲ ଗାନ୍ଧୀ ଦାନ ପାତ୍ରରେ କିଛି ନୋଟ୍ ପକାଆଇଥିଲେ । ପରେ ସେହି ବାକ୍ସକୁ ଧରି ପପୁ ଯାଦବ ଦୌଡ଼ି ପଳାଇଥିଲେ । ଏପରି କରି ଦାନରାଶି ଚୋରିକୁ ଚିତ୍ରଣ କରିବା ପାଇଁ ପ୍ରସାୟ କରାଯାଇଥିଲା । ବିଜେପି ସହିତ ବିଭିନ୍ନ ସଂଗଠନ ଏହାକୁ ସମାଲୋଚନା କରିଛନ୍ତି । ଏହା ବ୍ୟତୀତ, ବର୍ତ୍ତମାନ ତିନି ନେତାଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରାଯାଇଛି ।
ସାଧୁମାନଙ୍କ ଅଭିଯୋଗ ଆଧାରରେ, ବାରାଣସୀର କୋତୱାଲି ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ କରାଯାଇଛି । ତିନିଜଣ ସାଂସଦଙ୍କ ବିରୋଧରେ ଧାର୍ମିକ ଭାବନାକୁ ଆଘାତ ଦେବାର ଅଭିଯୋଗ ଆସିଛି । ବହୁ ସଂଖ୍ୟକ ସାଧୁ ଏହି ମାମଲାରେ ନିଜର ଆପତ୍ତି ପ୍ରକାଶ କରିଛନ୍ତି । ଏହା ବ୍ୟତୀତ, ବିଜେପି ଏବଂ ବିଶ୍ୱ ହିନ୍ଦୁ ପରିଷଦ ସମେତ ଅନେକ ସଂଗଠନ କହିଛନ୍ତି ଯେ ଲୋକଙ୍କୁ ଗେରୁଆ ପୋଷାକ ପିନ୍ଧି ଚୋରି କରୁଥିବା ଚିତ୍ରଣ କରିବା ହିନ୍ଦୁମାନଙ୍କ ପ୍ରତି ଅପମାନ । ବାରାଣସୀର କିଛି ସାଧୁ ପୋଲିସରେ ଅଭିଯୋଗ ଦାଖଲ କରିଛନ୍ତି ଏବଂ ଏହି ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ କରାଯାଇଛି ।
ସେପଟେ ରାଜନୀତି ବିଶେଷଜ୍ଞ ମତ, ପପୁ ଯାଦବ, ରାହୁଲ ଗାନ୍ଧୀ ଏବଂ ଅବଧେଶ ପ୍ରସାଦଙ୍କ ଏହି କାମ ଇଣ୍ଡି ମେଣ୍ଟକୁ କ୍ଷତି ପହଞ୍ଚାଇପାରେ । ବିଜେପି ଏବଂ ବିଶ୍ୱ ହିନ୍ଦୁ ପରିଷଦ ଏହାକୁ ସିଧାସଳଖ ହିନ୍ଦୁମାନଙ୍କୁ ଅପମାନିତ କରିବା ସହିତ ଯୋଡ଼ିଛନ୍ତି । ପୂର୍ବତନ ବିଜେପି ମୁଖପାତ୍ର ଶେହଜାଦ ପୁନାୱାଲା ପ୍ରଶ୍ନ କରିଛନ୍ତି ଯେ ଅନ୍ୟ କୌଣସି ଧର୍ମ ସହିତ ଜଡିତ ଚୋରି ଘଟଣାକୁ ସମାନ ପୋଷାକ ପିନ୍ଧି ଚିତ୍ରିତ କରାଯାଇପାରିଥାନ୍ତା କି ? ବିଶ୍ୱ ହିନ୍ଦୁ ପରିଷଦ ନେତା ଆଲୋକ କୁମାର ମଧ୍ୟ ଏଥିରେ ଆପତ୍ତି ପ୍ରକାଶ କରିଛନ୍ତି ।
୧. ଅବନ୍ତିକା ସୁନ୍ଦର
ଲୋକପ୍ରିୟ ଅଭିନେତ୍ରୀ ଖୁସବୁ ସୁନ୍ଦର ଏବଂ ଜଣାଶୁଣା ନିର୍ଦ୍ଦେଶକ ସୁନ୍ଦର ସି'ଙ୍କ ଝିଅ ।  ସେ ମାଲାୟାଲମ୍ ଫିଲ୍ମ 'ଆରମ୍ଭମ୍'ଜରିଆରେ ଅଭିନୟ କ୍ୟାରିୟର୍ ଆରମ୍ଭ କରିବାକୁ ଯାଉଛନ୍ତି, ଯାହାର ନିର୍ଦ୍ଦେଶନା ସୁଜେଶ ଆନି ଇପେନ୍ ଦେଉଛନ୍ତି। ଏହାସହ ସେ 'ଅଟାକର୍' ଫିଲ୍ମ ଜରିଆରେ ତାମିଲ ଇଣ୍ଡଷ୍ଟ୍ରିରେ ମଧ୍ୟ ଡେବ୍ୟୁ କରିବେ।
୨. ଜୟ କୃଷ୍ଣ ଘଟ୍ଟମନେନି
ସ୍ୱର୍ଗତ ଅଭିନେତା-ପ୍ରଯୋଜକ ରମେଶ ବାବୁଙ୍କ ପୁଅ ଏବଂ ସୁପରଷ୍ଟାର ମହେଶ ବାବୁଙ୍କ ପୁତୁରା।   ସେ ଅଜୟ ଭୂପତିଙ୍କ ନିର୍ଦ୍ଦେଶିତ ରୋମାଣ୍ଟିକ୍ ଫିଲ୍ମ 'ଶ୍ରୀନିବାସ ମଙ୍ଗାପୁରମ୍' ଜରିଆରେ ଆକ୍ଟିଂ ଡେବ୍ୟୁ କରିବାକୁ ଯାଉଛନ୍ତି, ଯେଉଁଥିରେ ସେ 'ଶ୍ରୀନୁ' ଚରିତ୍ରରେ ନଜର ଆସିବେ।
୩. ୟାତ୍ରା ରାଜା
ମେଗାଷ୍ଟାର ରଜନୀକାନ୍ତଙ୍କ ନାତି, ସୁପରଷ୍ଟାର ଧନୁଷ ଏବଂ ଚଳଚ୍ଚିତ୍ର ନିର୍ମାତା ଐଶ୍ୱର୍ଯ୍ୟା ରଜନୀକାନ୍ତଙ୍କ ପୁଅ।  ସାଧାରଣତଃ ପ୍ରଚାର ଓ ଚର୍ଚ୍ଚାରୁ ଦୂରେଇ ରହୁଥିବା ରାଜା ଖୁବଶୀଘ୍ର ଅଭିନୟ ଜଗତରେ ପାଦ ଦେବେ। ଏହି ଚଳଚ୍ଚିତ୍ରଟିକୁ ତାଙ୍କ ବାପା ଧନୁଷ ନିଜେ ପ୍ରଯୋଜନା କରୁଥିବା ନେଇ ଚର୍ଚ୍ଚା ହେଉଛି।
୪. ବିସ୍ମୟା ମୋହନଲାଲ
ମାଲାୟାଲମ୍ ସୁପରଷ୍ଟାର ମୋହନଲାଲଙ୍କ ଝିଅ। ସେ ଜଣେ କବି, ଲେଖିକା, ମାର୍ଶାଲ୍ ଆର୍ଟ ପ୍ରେମୀ ଏବଂ ଚିତ୍ରଶିଳ୍ପୀ। ନିଜର ଅନେକ ପ୍ରତିଭା ପରେ ଏବେ ସେ ଅଭିନୟରେ ପାଦ ଥାପୁଛନ୍ତି। ଜୁଡ୍ ଆନ୍ଥୋନି ଜୋସେଫଙ୍କ ନିର୍ଦ୍ଦେଶିତ ଫିଲ୍ମ 'ଥୁଡାକ୍କମ୍' ଜରିଆରେ ସେ ନିଜର ଆକ୍ଟିଂ କ୍ୟାରିୟର୍ ଆରମ୍ଭ କରିବେ।
୫. ଅର୍ଜିଥ୍ ଶଙ୍କର
ଦକ୍ଷିଣ ସିନେମାର ପ୍ରସିଦ୍ଧ ନିର୍ଦ୍ଦେଶକ ଏସ୍. ଶଙ୍କରଙ୍କ ପୁଅ। ସେ ମଧ୍ୟ ଅଭିନୟ କ୍ଷେତ୍ରରେ ନିଜର ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି। ଲଭର ବୟ ମାଧ୍ୟମରେ ସେ ଦର୍ଶକଙ୍କ ପାଖକୁ ଆସିବେ । ଏଥିରେ କୀର୍ତ୍ତି ସେଟ୍ଟୀ ମୁଖ୍ୟ ନାୟିକା ଭୂମିକାରେ ନଜର ଆସିବେ ।
୬. ଜେସନ୍ ସଞ୍ଜୟ (Jason Sanjay)
ତାମିଲନାଡୁ ସିଏମ୍ ତଥା ଲୋକପ୍ରିୟ ଅଭିନେତା ବିଜୟଙ୍କ ପୁଅ। ଅନ୍ୟ ଷ୍ଟାର୍ କିଡ୍ସଙ୍କ ଭଳି ଅଭିନେତା ନହୋଇ, ସଞ୍ଜୟ ନିର୍ଦ୍ଦେଶକ ଭାବେ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିସାରିଛନ୍ତି। ସେ ନିଜ ବାପା ବିଜୟଙ୍କୁ ନେଇ ଏକ ହଲିଉଡ୍ ଫିଲ୍ମ ନିର୍ଦ୍ଦେଶନା ଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି।
୭. ହଂସିକା କ୍ରିଷ୍ଣା
ନୂଆଦିଲ୍ଲୀ:  ହରିୟାଣାର ରୋହତକ ଜିଲ୍ଲାରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଅନ୍ତର୍ଜାତୀୟ କବାଡି ଖେଳାଳି ଶୀଲୁ ବଲହାରାଙ୍କ ୨୩ ବର୍ଷୀୟା ପତ୍ନୀ ମୁସ୍କାନ ଶୁକ୍ରବାର ଅପରାହ୍ନରେ ନିଜ ଘରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁଯାୟୀ, ରୋହତକର ମେହମ୍ ଅଞ୍ଚଳର ବାସିନ୍ଦା ମୁସ୍କାନ ୨୦୨୩ ମସିହା ଡିସେମ୍ବର ମାସରେ ଶୀଲୁଙ୍କୁ ବିବାହ କରିଥିଲେ। ଗତବର୍ଷ ନଭେମ୍ବର ମାସରେ ଏହି ଦମ୍ପତିଙ୍କର ଗୋଟିଏ ପୁତ୍ର ସନ୍ତାନ 'ହାର୍ଦ୍ଦିକ' ଜନ୍ମଗ୍ରହଣ କରିଥିଲା। ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ସହିତ ଏକ ଫରେନ୍ସିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ତେବେ ମୁସ୍କାନ କେଉଁ କାରଣରୁ ଏପରି ଚରମ ନିଷ୍ପତ୍ତି ନେଲେ, ତାହାର ସ୍ପଷ୍ଟ କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ଚରମ ନିଷ୍ପତ୍ତି ନେବାର ମାତ୍ର ଗୋଟିଏ ଦିନ ପୂର୍ବରୁ ମୁସ୍କାନ ଏକ ପଞ୍ଜାବୀ ଗୀତରେ ସୋସିଆଲ ମିଡିଆରେ ରିଲ୍ ପୋଷ୍ଟ କରିଥିବା ଜଣାପଡ଼ିଛି।
ନିର୍ଯାତନା ସହି ନପାରି ଶିକ୍ଷୟିତ୍ରୀଙ୍କ ଆତ୍ମହତ୍ୟା
ଏହି ଘଟଣାର କିଛି ଦିନ ପୂର୍ବରୁ ଡେରାଡୁନରେ ମଧ୍ୟ ଜଣେ ସରକାରୀ ଶିକ୍ଷୟିତ୍ରୀ ସ୍ୱାମୀ ଓ ଶାଶୂଘର ଲୋକଙ୍କ ନିର୍ଯାତନା ଯୋଗୁଁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ମୃତ ଶିକ୍ଷୟିତ୍ରୀ ସୃଷ୍ଟି କାନ୍ଧାରୀ ଗତବର୍ଷ ନଭେମ୍ବରରେ ସରକାରୀ କର୍ମଚାରୀ ସୌରଭ ରାତୁରୀଙ୍କୁ ବିବାହ କରିଥିଲେ। ସେମାନେ ଡେରାଡୁନ୍ ସହରଠାରୁ ପ୍ରାୟ ୨୦ କିଲୋମିଟର ଦୂର ଦୋଇୱାଲା ଅଞ୍ଚଳରେ ରହୁଥିଲେ। ପୋଲିସ ଏତଲାରେ ସୃଷ୍ଟିଙ୍କ ମା' ଅଭିଯୋଗ କରିଛନ୍ତି ଯେ, ଯୌତୁକ ପାଇଁ ତାଙ୍କ ଝିଅକୁ ମାନସିକ ଓ ଶାରୀରିକ ନିର୍ଯାତନା ଦିଆଯାଉଥିଲା। ଏପରିକି ସ୍ୱାମୀ ଓ ଶାଶୂଘର ଲୋକେ ତାଙ୍କୁ "ଅଶୁଭ" ବୋଲି କହି କଟାକ୍ଷ କରୁଥିଲେ।
ଜୀବନ ହାରିବା ପୂର୍ବରୁ ସୃଷ୍ଟି ଏକ ୯୦ ସେକେଣ୍ଡର ଭିଡିଓ ରେକର୍ଡ କରିଥିଲେ, ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ସେଥିରେ ସେ କାନ୍ଦି କାନ୍ଦି ନିଜ ମା'ଙ୍କୁ କହିଥିଲେ, ‘ସରି ମାଆ, ମୁଁ ଏମିତି ଚାଲିଯାଉଛି। ସବୁକିଛି ବହୁତ ବଦଳି ଯାଇଛି। ମୁଁ ଗତ ୬ ମାସ ହେବ ଏସବୁ ସହ୍ୟ କରିଆସୁଛି... ଆଉ ସହିପାରୁନି। ସେମାନଙ୍କର ଚିନ୍ତାଧାରା କେବେ ବଦଳିବ ନାହିଁ। ବାହାଘର ପରେ ଯାହା ବି ଖରାପ ହେଉଛି, ସେଥିପାଇଁ ମୋତେ 'ମନ୍ହୁସ୍' (ଅଶୁଭ) କହି ଦାୟୀ କରାଯାଉଛି।’
ବ୍ରହ୍ମପୁର ୧।୮: ଏମକେସିଜିରେ ପିଜି ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣା ହେଲା ତଦନ୍ତ । ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜର ତଦନ୍ତ କମିଟି ତଦନ୍ତ କଲେ । ସନ୍ଧ୍ୟା ସୁଦ୍ଧା ତଦନ୍ତ ରିପୋର୍ଟ ଦାଖଲ କରାଯିବ କହିଲେ ମେଡିକାଲ ରେଜିଷ୍ଟର ।
ପିଜି ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ତଦନ୍ତ କମିଟି ତଦନ୍ତ କରିଛନ୍ତି । ୫ ଜଣିଆ କମିଟିଙ୍କ ତଦନ୍ତ ଶେଷ ହୋଇଥିବା ବେଳେ ଶନିବାର ସନ୍ଧ୍ୟା ସୁଦ୍ଧା ତଦନ୍ତ ରିପୋର୍ଟ ଦାଖଲ କରାଯିବ ବୋଲି ମେଡିକାଲ ରେଜିଷ୍ଟର କହିଛନ୍ତି । ତଦନ୍ତ ବେଳେ ସାଇବର ପୋଲିସ ହସ୍ତକ୍ଷେପ କରିଥିବା କହିଛନ୍ତି ରେଜିଷ୍ଟର ।
ସେପଟେ ଆଜି ଅନୁଷ୍ଠିତ ହୋଇଥିବା ପରୀକ୍ଷା ଶାନ୍ତି ଶୃଙ୍ଖଳାର ସହ ସମାପନ ହୋଇଥିବା ମେଡିକାଲ କର୍ତ୍ତୃପକ୍ଷ କହିଛନ୍ତି । ପରୀକ୍ଷା ହଲ୍ ଭିତରକୁ ମୋବାଇଲ ଫୋନ୍ କି ସ୍ମାର୍ଟ ଫୋନ୍ ନେବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଥିଲା ବୋଲି ମେଡିକାଲ କଲେଜ କର୍ତ୍ତୃପକ୍ଷ କହିଛନ୍ତି ।
ଭୁବନେଶ୍ବର ୧।୮: NNS ମିଡିଆ ଗ୍ରୁପ୍ ଦ୍ୱାରା ୨୫ରୁ ୨୭ ଜୁଲାଇ ପର୍ଯ୍ୟନ୍ତ ଆୟୋଜିତ ୩ ଦିନିଆ ପ୍ରଦର୍ଶନୀରେ OMFED ଶ୍ରେଷ୍ଠ ପ୍ରଦର୍ଶକ ଭାବରେ ଜିତିଲା ପ୍ରଥମ ପୁରସ୍କାର । ନୂଆଦିଲ୍ଲୀର ପ୍ରଗତି ମଇଦାନର ଭାରତ ମଣ୍ଡପମ୍ ଠାରେ ଅନୁଷ୍ଠିତ ହୋଇଥିଲା ଏହି ପ୍ରଦର୍ଶନୀ । ଏହି ପ୍ରଦର୍ଶନୀରେ ଭାରତୀୟ ଦୁଗ୍ଧ ଶିଳ୍ପ ଏବଂ ମତ୍ସ୍ୟ ଉତ୍ପାଦନ ପ୍ରଦର୍ଶନୀ, ଆନ୍ତର୍ଜାତୀୟ କୃଷି, ଉଦ୍ୟାନ କୃଷି ଏବଂ ଜୈବିକ ପ୍ରଦର୍ଶନୀ ଏବଂ ସରକାରୀ ସଫଳତା ଏବଂ ଯୋଜନା ପ୍ରଦର୍ଶନୀ ପ୍ରଦର୍ଶିତ ହୋଇଥିଲା ।
ଓଡ଼ିଶାର ପ୍ରତିନିଧିତ୍ୱ କରି, OMFED ଏହାର ଶୁଦ୍ଧ ଘିଅ, ପ୍ରିମିୟମ୍ A2 ଘିଅ, A2 କ୍ଷୀର, ଟେଟ୍ରା-ପ୍ୟାକ୍ ସ୍ୱାଦଯୁକ୍ତ ଲସି, ସ୍ୱାଦଯୁକ୍ତ କ୍ଷୀର ଏବଂ ଅନ୍ୟାନ୍ୟ ଉଚ୍ଚମାନର ଦୁଗ୍ଧଜାତ ଦ୍ରବ୍ୟ ପ୍ରଦର୍ଶନ କରୁଥିବା ଏକ ସ୍ୱତନ୍ତ୍ର ପାଭିଲିୟନ୍ ସ୍ଥାପନ କରିଥିଲା । ଏହି ପ୍ରତିଷ୍ଠିତ ପୁରସ୍କାର NNS ମିଡିଆ ଗ୍ରୁପ୍ ମୁଖ୍ୟଙ୍କଠାରୁ OMFED ପକ୍ଷରୁ TSD ଏଣ୍ଟରପ୍ରାଇଜେସର ପରିଚାଳନା ନିର୍ଦ୍ଦେଶକ ସ୍ନେହା ସୁନ୍ଦରାୟ ଗ୍ରହଣ କରିଥିଲେ ।
ନୂଆଦିଲ୍ଲୀ: ଆଜିର ସମୟରେ ଯେପରି ଭାବେ ମାର୍କେଟ ବଦଳୁଛି, ସେହି ହିସାବରେ ଲୋକଙ୍କୁ ଚାକିରି ମିଳିବା ଏବଂ ସୁରକ୍ଷିତ ରଖିବା ବଡ଼ ଆହ୍ୱାନ । ପୁଣି ରିଜେକ୍ସନ ହେଲେ, ମନୋବଳ ଭାଙ୍ଗିବା ଏକପ୍ରକାର ନିଶ୍ଚିତ । କିନ୍ତୁ ସୌମିଥ ଚିନ୍ତଲାଙ୍କ କାହାଣୀ ଲୋକଙ୍କ ଚିନ୍ତାଧାରକୁ ଭିନ୍ନ ଦୃଷ୍ଟିକୋଣ ଦେଇଛି ।
ସଫଳତା ହାସଲ କରିବା ପାଇଁ କୌଣସି ଆଇଆଇଟି କିମ୍ବା ଆଇଆଇଏମର ଟ୍ୟାଗ୍ ଦରକାର ନାହିଁ ବୋଲି ପ୍ରମାଣ କରି ଦେଖାଇଛନ୍ତି ସୌମିଥ ଚିନ୍ତାଲା । ଗୋଟିଏ କି ଦୁଇଟି ନୁହେଁ, ବରଂ ୨୭ଟି ବିଶ୍ୱବିଦ୍ୟାଳୟ ତାଙ୍କୁ ଆଡମିଶନ ଦେବାକୁ ମନା କରିଦେଇଥିଲେ । କିନ୍ତୁ ଆଜି ସେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଦୁନିଆରେ ଏକ ବଡ଼ ନାଁ ।
ସୌମିଥ ଚିନ୍ତାଲାଙ୍କ ଜନ୍ମ ଓ ଲାଳନପାଳନ ହାଇଦ୍ରାବାଦରେ ହୋଇଥିଲା । ଏକ ସାଧାରଣ ପରିବାରରୁ ଆସିଥିବା ସୌମିଥଙ୍କ ଘରେ ପିଲାଦିନେ କୌଣସି କମ୍ପ୍ୟୁଟର ନଥିଲା । ସେ ପ୍ରଥମ ଥର ପାଇଁ ନିଜ ପଡ଼ୋଶୀଙ୍କ ଘରେ କମ୍ପ୍ୟୁଟର ଦେଖିଥିଲେ ଏବଂ ସେହିଠାରୁ ତାଙ୍କ ମନରେ ଟେକ୍ନୋଲୋଜି ପ୍ରତି ଆଗ୍ରହ ବଢ଼ିଥିଲା । ସେ ହାଇଦ୍ରାବାଦ ପବ୍ଲିକ ସ୍କୁଲରେ ନିଜର ସ୍କୁଲ ଶିକ୍ଷା ଶେଷ କରିଥିଲେ । ଏହାପରେ ୨୦୦୯ ମସିହାରେ ସେ ଭେଲୋର ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରୁ ବିଟେକ୍ ପାସ୍ କରିଥିଲେ । ତାଙ୍କ ପାଖରେ ଦେଶର ଶ୍ରେଷ୍ଠ ଇଞ୍ଜିନିୟରିଂ କଲେଜର କୌଣସି ଡିଗ୍ରୀ ନଥିଲା ।
ବି.ଟେକ୍ ପରେ ସୌମିଥ ଉଚ୍ଚଶିକ୍ଷା ପାଇଁ ଆମେରିକା ଯିବାକୁ ଚାହୁଁଥିଲେ । ସେଥିପାଇଁ ସେ ଆମେରିକାର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଆବେଦନ କରିଥିଲେ । କିନ୍ତୁ ତାଙ୍କୁ ଗୋଟିଏ ପରେ ଗୋଟିଏ ୨୭ଟି ବିଶ୍ୱବିଦ୍ୟାଳୟରୁ ନିରାଶ ହେବାକୁ ପଡ଼ିଥିଲା । ସମସ୍ତେ ତାଙ୍କ ଆବେଦନକୁ ଖାରଜ କରିଦେଇଥିଲେ । ଏତେ ରିଜେକ୍ସନ ପରେ ମଧ୍ୟ ସେ ହାର ମାନି ନଥିଲେ ଏବଂ ନିଜର ପ୍ରୟାସ ଜାରି ରଖିଥିଲେ । ଶେଷରେ ତାଙ୍କୁ ନ୍ୟୁୟର୍କ ୟୁନିଭରସିଟିରେ ଆଡମିଶନ ମିଳିଥିଲା । ସେଠାରେ ସେ ପ୍ରସିଦ୍ଧ ଏଆଇ ଗବେଷକ ୟାନ ଲେକୁନଙ୍କ ସହ କାମ କରିବାର ସୁଯୋଗ ପାଇଥିଲେ, ଯାହା ତାଙ୍କ ଜୀବନର ମୋଡ଼ ବଦଳାଇ ଦେଇଥିଲା ।
ୟୁନିଭର୍ସିଟି ପଢ଼ା ସରିବା ପରେ ବି ସୌମିଥଙ୍କ ସଂଘର୍ଷ ସରିନଥିଲା । ଏଆଇ ଇଣ୍ଡଷ୍ଟ୍ରିରେ ଏକ ଭଲ ଚାକିରି ଖୋଜିବା ସମୟରେ ତାଙ୍କୁ ପୁଣି ଥରେ ଅନେକ କମ୍ପାନିରୁ ନାଁର ସାମ୍ନା କରିବାକୁ ପଡ଼ିଥିଲା । ଏତିକି ନୁହେଁ, ଆମେରିକାରେ ଭିସା ସମସ୍ୟା ଯୋଗୁଁ ତାଙ୍କୁ ବାଧ୍ୟ ହୋଇ କିଛି ସମୟ ପାଇଁ ଦେଶ ଛାଡ଼ିବାକୁ ମଧ୍ୟ ପଡ଼ିଥିଲା । ତଥାପି ସେ ନିଜ ଲକ୍ଷ୍ୟରୁ ଓହରି ନଥିଲେ ।
୨୦୧୪ ମସିହାରେ ତାଙ୍କ କ୍ୟାରିୟରରେ ଏକ ବଡ଼ ପରିବର୍ତ୍ତନ ଆସିଥିଲା । ସେ ମାର୍କ ଜୁକରବର୍ଗଙ୍କ କମ୍ପାନି ମେଟାର 'ଫଣ୍ଡାମେଣ୍ଟାଲ ଏଆଇ ରିସର୍ଚ୍ଚ' ଟିମରେ ଯୋଗ ଦେଇଥିଲେ । ସେଠାରେ ସେ ଏକ ଛୋଟ ଟିମ୍ ସହିତ ମିଶି 'ପାଇଟର୍ଚ୍ଚ' ନାମକ ଏକ ଓପନ୍-ସୋର୍ସ ମେସିନ ଲର୍ଣ୍ଣିଂ ଫ୍ରେମୱାର୍କ ତିଆରି କରିଥିଲେ । ଆଜିର ଦିନରେ ମେଟା, ଟେସଲା, ଉବେର ଏବଂ ଓପନ୍ଏଆଇ ଭଳି ବିଶ୍ୱର ବଡ଼ ବଡ଼ ଟେକ୍ କମ୍ପାନିଗୁଡ଼ିକ ସେମାନଙ୍କର ଏଆଇ ଗବେଷଣା ପାଇଁ ଏହି ପାଇଟର୍ଚ୍ଚର ହିଁ ବ୍ୟବହାର କରୁଛନ୍ତି ।
ମେଟାରେ ୧୧ ବର୍ଷ ଧରି ଉଲ୍ଲେଖନୀୟ କାମ କରିବା ପରେ ସୌମିଥ ନିକଟରେ ମେଟା ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି । ବର୍ତ୍ତମାନ ସେ OpenAIର ପୂର୍ବତନ ଚିଫ୍ ଟେକ୍ନୋଲୋଜି ଅଫିସର ମୀରା ମୁରାତିଙ୍କ ଏଆଇ ଷ୍ଟାର୍ଟଅପ୍ 'ଥିଙ୍କିଙ୍ଗ୍ ମେସିନ୍ସ ଲ୍ୟାବ୍' (Thinking Machines Lab)ରେ ସିଟିଓ ଭାବେ ଯୋଗ ଦେଇଛନ୍ତି ।
ନୂଆଦିଲ୍ଲୀ: ପ୍ରସିଦ୍ଧ ନେପାଳୀ-ବ୍ରିଟିଶ ପର୍ବତାରୋହୀ ନିର୍ମଳ 'ନିମ୍ସଦାଇ' ପୁର୍ଜାଙ୍କର ପାକିସ୍ତାନ ଅଧିକୃତ କାଶ୍ମୀର (PoK) ସ୍ଥିତ 'ବ୍ରୋଡ୍ ପିକ୍'ରେ ମୃତ୍ୟୁ ଘଟିଛି। ତାଙ୍କ ସହ ଅଭିଯାନରେ ଥିବା ଅନ୍ୟ ସଦସ୍ୟମାନଙ୍କର ମଧ୍ୟ ଏହି ଦୁର୍ଘଟଣାରେ ଜୀବନ ଯାଇଛି ବୋଲି ସ୍ପଷ୍ଟ କରିଛି ଆଡଭେଞ୍ଚର କମ୍ପାନୀ 'ଏଲିଟ୍ ଏକ୍ସପେଡ୍' । ପାକିସ୍ତାନ ଅଧିକୃତ କାଶ୍ମୀର (PoK) ର ଗିଲଗିଟ୍-ବାଲଟିସ୍ତାନ ଏବଂ ଚୀନର ସିଞ୍ଜିଆଙ୍ଗ ସୀମାରେ ଥିବା କାରାକୋରମ୍ ପର୍ବତମାଳାର 'ବ୍ରୋଡ୍ ପିକ୍' ବିଶ୍ୱର ୧୨ତମ ଉଚ୍ଚତମ ଶୃଙ୍ଗ।
ନିର୍ମଳ 'ନିମ୍ସ' ପୁର୍ଜା ପର୍ବତାରୋହଣ ଜଗତରେ ଏକ ଜଣାଶୁଣା ନାମ ଥିଲେ ।  ସେ ବିଶ୍ୱର ସମସ୍ତ ୧୪ଟି ୮,୦୦୦ ମିଟରରୁ ଅଧିକ ଉଚ୍ଚତାବିଶିଷ୍ଟ ଶୃଙ୍ଗକୁ ମାତ୍ର ୬ ମାସ ୬ ଦିନରେ ଆରୋହଣ କରି ବିଶ୍ୱ ରେକର୍ଡ ସୃଷ୍ଟି କରିଥିଲେ। ଏହି ସଫଳତା ଉପରେ ନେଟଫ୍ଲିକ୍ସରେ '14 Peaks: Nothing Is Impossible' ନାମକ ଡକ୍ୟୁମେଣ୍ଟରୀ ମଧ୍ୟ ପ୍ରସାରିତ ହୋଇଛି। ପ୍ରଥମ ଥର ପାଇଁ ଶୀତଦିନେ ବିଶ୍ୱର ଦ୍ୱିତୀୟ ଉଚ୍ଚତମ ଶୃଙ୍ଗ K2 ଆରୋହଣ କରିବାରେ ସେ ଇତିହାସ ରଚିଥିଲେ। ସେ ପୂର୍ବରୁ ବ୍ରିଟିଶ ସେନାର ସ୍ପେଶାଲ ବୋଟ୍ ସର୍ଭିସରେ ଜଣେ କମାଣ୍ଡୋ ଭାବରେ ସେବା ଯୋଗାଇଥିଲେ। ତାଙ୍କର ଏହି ଆକସ୍ମିକ ବିୟୋଗ ବିଶ୍ୱ ପର୍ବତାରୋହଣ କ୍ଷେତ୍ରରେ ଏକ ଅପୂରଣୀୟ କ୍ଷତି ସୃଷ୍ଟି କରିଛି।
ଭୁବନେଶ୍ବର ୧।୮: ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଅଗଷ୍ଟ ୩ରୁ ୫ ତାରିଖ ଯାଏଁ ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ରହିଛି । ଭୁବନେଶ୍ୱର ଓ କଟକରେ ରହିଛି ତାଙ୍କର ବିଭିନ୍ନ କାର୍ଯ୍ୟକ୍ରମ । ଆସନ୍ତା ୩ ତାରିଖରେ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱରରେ ପହଞ୍ଚିବେ ରାଷ୍ଟ୍ରପତି । ଏହାପରେ ୪ ତାରିଖରେ ଭୁବନେଶ୍ୱର ରେଳ ଷ୍ଟେସନରୁ ଟ୍ରେନ୍ ଯୋଗେ ବ୍ରହ୍ମପୁର ଗସ୍ତ କରିବେ ।
ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏୟାରପୋର୍ଟ ଠାରୁ ରେଲୱେ ଷ୍ଟେସନ ଏବଂ ରୁଟ୍ ପର୍ଯ୍ୟନ୍ତ ସବୁଠି ରହିବ କଡ଼ା ସୁରକ୍ଷା । ରୁଟ୍ ଓ ଅନ୍ୟାନ୍ୟ ସୁରକ୍ଷା ବ୍ୟବସ୍ଥା ତଦାରଖ ପାଇଁ DCP ରାଙ୍କର ଅଧିକାରୀଙ୍କ ସହ SP ଓ ACP ରାଙ୍କର ଅଧିକାରୀ ମାନେ ନିୟୋଜିତ ରହିବେ । ସୁରକ୍ଷା ବ୍ୟବସ୍ଥାର ସମସ୍ତ ଦିଗକୁ ନିଜେ ନଜରରେ ରଖିବେ ପୋଲିସ କମିଶନର ଏସ୍. ଦେବ ଦତ୍ତ ସିଂହ ।
Also Read:- ମହାନଦୀରେ ନାହିଁ ବନ୍ୟା ଆଶଙ୍କା, କଲମାର ଗେଟ୍ ଖୋଲିଛି ହେଲେ ପାଣି କମୁଛି
ରାଷ୍ଟ୍ରପତିଙ୍କ ଗସ୍ତକୁ ସୁରୁଖୁରୁରେ ପରିଚାଳନା ପାଇଁ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଛି । ସୁରକ୍ଷା ଦାୟିତ୍ୱରେ ପ୍ରାୟ ୪୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ରହିବେ । ଏହାକୁ ନେଇ ଭୁବନେଶ୍ୱର ରେଳ ଷ୍ଟେସନରେ ଶନିବାର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୋଲିସ କମିଶନର । ତାଙ୍କ ସହ DCP, DCP Headquarters, ରେଳ ଷ୍ଟେସନ ଡାଇରେକ୍ଟରଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ ।
ଭୁବନେଶ୍ୱର: ବାଘୁଣୀ ଖଇରୀ । ପ୍ରାୟ ପାଞ୍ଚ ଦଶନ୍ଧି ପୂର୍ବେ ଓଡ଼ିଶାରେ ବନ୍ୟଜନ୍ତୁ ସଂରକ୍ଷଣ ଏବଂ ଏକ ନିଆରା ମଣିଷ-ପଶୁ ସମ୍ପର୍କର ପ୍ରତୀକ ପାଲଟିଥିଲା । ଏବେ ତାକୁ ଏକ ଭିନ୍ନ ଢଙ୍ଗରେ ସମ୍ମାନିତ କରାଯାଇଛି । ମୟୂରଭଞ୍ଜ ଜିଲ୍ଲାର ବୁଢ଼ାବଳଙ୍ଗ ନଦୀରୁ ଆବିଷ୍କୃତ ଏକ ଛୋଟ ମଧୁର ଜଳର କ୍ୟାଟଫିସର ନାଁ ଖଇରୀ ନାଁରେ ନାମକରଣ କରାଯାଇଛି ।
ଦ ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସର ରିପୋର୍ଟ ଅନୁଯାୟୀ, ଗବେଷକ ବାଲାଜୀ ବିଜୟକୃଷ୍ଣନ୍, ଗୌରବ ଅନୀଲ ସିନ୍ଦେ ଏବଂ ପ୍ରକାଶ ଚାନ୍ଦ ଗୋଗିନେନି ଏହି ନୂତନ ପ୍ରଜାତିର ନାମ 'ସିଉଡୋଲାଗୁଭିଆ ଖଇରୀ' (Pseudolaguvia khairii) ରଖିଛନ୍ତି । ଅନାଥ ରୟାଲ ବେଙ୍ଗଲ ବାଘୁଣୀକୁ ଶ୍ରଦ୍ଧାଞ୍ଜଳି ସ୍ୱରୂପ ଏହି ନାମକରଣ କରାଯାଇଛି । ବାଘୁଣୀ ଖଇରୀ ଏବଂ ପ୍ରଖ୍ୟାତ ପରିବେଶବିତ୍ ସରୋଜ ରାଜ ଚୌଧୁରୀଙ୍କ ସହ ତା'ର ଘନିଷ୍ଠ ସମ୍ପର୍କ ଭାରତର ବନ୍ୟଜନ୍ତୁ ସଂରକ୍ଷଣ ଇତିହାସରେ ଏକ ଅଲିଭା ଛାପ ଛାଡିଯାଇଛି ।
ଜୁଲାଇ ୨୬ ତାରିଖରେ ଆନ୍ତର୍ଜାତୀୟ ଟାକ୍ସୋନୋମିକ୍ ପତ୍ରିକା 'ଜୁଟାକ୍ସା' (Zootaxa) ରେ ଏହି ଆବିଷ୍କାର ପ୍ରକାଶିତ ହୋଇଛି । ଏହା ସହିତ 'ସିଉଡୋଲାଗୁଭିଆ' ବଂଶରେ ଆଉ ଏକ ନୂତନ ପ୍ରଜାତି ଯୋଡ଼ିଛି । ଏହା ହେଉଛି ଭାରତ, ବାଂଲାଦେଶ, ନେପାଳ ଏବଂ ମ୍ୟାଁମାରର ସ୍ୱଚ୍ଛ ତଥା ପ୍ରବାହିତ ନଦୀଗୁଡ଼ିକରେ ବାସ କରୁଥିବା ପାର୍ବତ୍ୟ ସ୍ରୋତର କ୍ୟାଟଫିସ୍ ଗୋଷ୍ଠୀ ।
ମାତ୍ର କିଛି ସେଣ୍ଟିମିଟର ଲମ୍ବର 'ସିଉଡୋଲାଗୁଭିଆ ଖଇରୀ' । ଏହାର ପୃଷ୍ଠ ଭାଗରେ ଥିବା ଏକ ସ୍ୱତନ୍ତ୍ର ମାଂସଳ ଆବରଣ ଅନ୍ୟ ପ୍ରଜାତିମାନଙ୍କଠାରୁ ସହଜରେ ଅଲଗା ଚିହ୍ନଟ କରାଯାଇପାରିବ । ଏହି ବଂଶରେ ପୂର୍ବରୁ କେବେ ଏହା ଦେଖାଯାଇ ନଥିଲା ।
ଏହି ପ୍ରଜାତିର ନାଁ ୧୯୭୦ ଦଶକରେ ଶିମିଳିପାଳ ଜଙ୍ଗଲରୁ ଉଦ୍ଧାର କରାଯାଇଥିବା ଏବଂ ସରୋଜ ରାଜ ଚୌଧୁରୀ ଓ ତାଙ୍କ ପତ୍ନୀ ନିହାର ନଳିନୀ ସ୍ୱାଇଁଙ୍କ ଦ୍ୱାରା ପାଳିତ ହୋଇଥିବା ବାଘୁଣୀ 'ଖଇରୀ' ନାମରେ ରଖାଯାଇଛି । ଏକ ସାଧାରଣ ବାଘ ହେବା ପରିବର୍ତ୍ତେ, ଖଇରୀ ସଂରକ୍ଷଣର ଏକ ଆନ୍ତର୍ଜାତୀୟ ପ୍ରତୀକ ପାଲଟିଥିଲା । ଖଇରୀର ଆଚରଣ ଏବଂ ପରିବେଶ ବିଜ୍ଞାନ ଉପରେ ସରୋଜ ରାଜଙ୍କ ସୂକ୍ଷ୍ମ ତଥ୍ୟ ସଂଗ୍ରହ ସେହି ସମୟରେ ବାଘଙ୍କ ଜୀବନୀ ଉପରେ ଅନେକ ମୂଲ୍ୟବାନ ସୂଚନା ଯୋଗାଇଥିଲା ।
ଅଧ୍ୟୟନରେ ସାମିଲ ଗବେଷକଙ୍କ ମଧ୍ୟରେ, ବାଲାଜୀ ବିଜୟକୃଷ୍ଣନ୍ ହେଉଛନ୍ତି ମୁମ୍ବାଇ-ସ୍ଥିତ ଜଣେ ସ୍ୱାଧୀନ ଗବେଷକ, ଗୌରବ ଅନୀଲ ସିନ୍ଦେ ଭାରତୀୟ ବନ୍ୟଜୀବ ସଂସ୍ଥାନରୁ ଆସିଥିବା ବେଳେ ପ୍ରକାଶ ଚାନ୍ଦ ଗୋଗିନେନି ହେଉଛନ୍ତି ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟର ଫିଲ୍ଡ ଡିରେକ୍ଟର ।
ନୂଆଦିଲ୍ଲୀ: ବିବାହ କହିଲେ ସାଧାରଣତଃ ସୁନ୍ଦର ସାଜସଜ୍ଜା କିମ୍ବା ସଙ୍ଗୀତ କଥା ମନକୁ ଆସିଥାଏ। ମାତ୍ର କେରଳର ଚଙ୍ଗନାସେରୀରେ ଅନୁଷ୍ଠିତ ଏକ ବିବାହ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । ଏହି ବିବାହର ପ୍ରତ୍ୟେକଟି ମୁଖ୍ୟ ଭୂମିକାରେ କେବଳ ଯମଜ (Twins) ବ୍ୟକ୍ତିବିଶେଷ ନଜର ଆସିଥିଲେ। ଚଙ୍ଗନାସେରୀ ମେଟ୍ରୋପଲିଟାନ୍ ଚର୍ଚ୍ଚରେ ଅନୁଷ୍ଠିତ ଏହି ମଙ୍ଗଳମୟ ଉତ୍ସବରେ, ବର, କନିଆ ଏବଂ ପାଦ୍ରୀ ସମସ୍ତେ ଥିଲେ ଯମଜ ।
ଏହି ବିବାହର ସବୁଠାରୁ ବଡ଼ ଆକର୍ଷଣ ଥିଲେ, ବିବାହ ସମ୍ପନ୍ନ କରାଇଥିବା ପାଦ୍ରୀ (Priests) ଏବଂ ତାଙ୍କୁ ସହଯୋଗ କରୁଥିବା ସହାୟକ । କାଞ୍ଜିରାପଲ୍ଲୀ ଡାଇଓସିସର ଫାଦର ଆଣ୍ଟୋ ପେଜୁମକାଟ୍ଟିଲ୍ ଏବଂ ଫାଦର ଆଜୋ ପେଜୁମକାଟ୍ଟିଲ୍  ଏହି ବିବାହ କରାଇଛନ୍ତି । ସେହିଭଳି ପାଲା ଅଞ୍ଚଳର ଜେରୋନ୍ ଜେମ୍ସ ଓ ଜୋହନ୍ ଜେମ୍ସ ନାମକ ଦୁଇ ଯମଜ ଭାଇ ଚର୍ଚ୍ଚର ଅଲଟାର ସହାୟକ ଭାବେ ସେବା ଦେଇଥିଲେ।
ସମ୍ପୂର୍ଣ୍ଣ ବିବାହକୁ ଯମଜ ବ୍ୟକ୍ତିଙ୍କ ଦ୍ୱାରା ପରିଚାଳିତ କରିବାର ଯୋଜନା କୌଣସି ଆକସ୍ମିକ ଘଟଣା ନଥିଲା। ଦୁଇ ଭଉଣୀ ମ୍ୟାଗି ଓ ମାରିଆ ପିଲାଦିନରୁ ଏପରି ଏକ ନିଆରା ବିବାହର ସ୍ୱପ୍ନ ଦେଖିଥିଲେ। ଯମଜ ପାଦ୍ରୀଙ୍କୁ ଖୋଜିବା ପାଇଁ ସେମାନେ କୋଥାନାଲୁରର ଏକ ପ୍ରସିଦ୍ଧ ଚର୍ଚ୍ଚ ସହ ଯୋଗାଯୋଗ କରିଥିଲେ, ଯେଉଁଠି ଯମଜ ଲୋକଙ୍କ ସମାଗମ ହୋଇଥାଏ। ଉଭୟ ପରିବାରର ସମ୍ମତି ଓ ସହଯୋଗରେ ଏହି ସ୍ୱପ୍ନ ପୂରଣ ହୋଇପାରିଛି।
ଯମଜ ଦମ୍ପତିଙ୍କ ବିବାହ ସମ୍ପାଦନ କରିବା ଆମ ପାଇଁ ସାରା ଜୀବନର ଏକ ଅଭୁଲା ଅନୁଭୂତି। ଆମେ ଦୁଇ ଭାଇ ଯେପରି ଏକାସାଙ୍ଗରେ ଜନ୍ମ ହୋଇ ଏକାସାଙ୍ଗରେ ପାଦ୍ରୀ ହୋଇଥିଲୁ, ସେହିପରି ଏମାନେ ମଧ୍ୟ ଏକାଠି ଜନ୍ମ ହୋଇ ନୂଆ ଜୀବନର ଆରମ୍ଭ କରିଛନ୍ତି ବୋଲି ପାଦ୍ରୀ କହିଛନ୍ତି । ଅଖିଲ୍ ଓ ନିଖିଲ୍ ଉଭୟ ମର୍ଚ୍ଚାଣ୍ଟ ନେଭି ରେ କାର୍ଯ୍ୟରତ। ମ୍ୟାଗି ଓ ମାରିଆ ଉଭୟ ଆଇଟି ସେକ୍ଟରରେ କାର୍ଯ୍ୟ କରୁଛନ୍ତି । ତେବେ ବିବାହରେ ଯୋଗ ଦେଇଥିବା ଅତିଥିମାନଙ୍କ ପାଇଁ ଏହା ଏକ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଓ ଆନନ୍ଦଦାୟକ ଅନୁଭବ ନିଶ୍ଚୟ ।
ନୂଆଦିଲ୍ଲୀ: ଗ୍ଲାସଗୋରେ ଚାଲିଥିବା ୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୧୦ମ ଦିନରେ ଭାରତୀୟ ଆଥଲେଟମାନେ ଚମତ୍କାର ପ୍ରଦର୍ଶନ ଜାରି ରଖିଛନ୍ତି। ବକ୍ସିଂ ଓ ଆଥଲେଟିକ୍ସରେ ଦମଦାର ପ୍ରଦର୍ଶନ ବଳରେ ଭାରତର ପଦକ ତାଲିକା ଆହୁରି ସମୃଦ୍ଧ ହୋଇଛି।
ପ୍ରୀତି ପାୱାର (Preeti Pawar): ମହିଳା ୫୪ କିଗ୍ରା ବର୍ଗ ଫାଇନାଲରେ କାନାଡାର ସ୍କାରଲେଟ୍ ଡେଲଗାଡୋଙ୍କୁ ୫-୦ ର ସର୍ବସମ୍ମତି କ୍ରମେ ପରାସ୍ତ କରି ଭାରତ ପାଇଁ ବକ୍ସିଂରେ ପ୍ରଥମ ସ୍ୱର୍ଣ୍ଣ ହାସଲ କରିଥିଲେ।
ଜାସମିନ୍ ଲାମ୍ବୋରିଆ (Jaismine Lamboria): ମହିଳା ୫୭ କିଗ୍ରା ଫାଇନାଲରେ ନର୍ଦେନ ଆୟର୍ଲ୍ୟାଣ୍ଡର ଡିଫେଣ୍ଡିଂ ଚାମ୍ପିୟନ୍ ମାଇକେଲା ୱାଲ୍ସଙ୍କୁ ୫-୦ ରେ ପରାସ୍ତ କରି ଦ୍ୱିତୀୟ ସ୍ୱର୍ଣ୍ଣ ଜିତିଛନ୍ତି।
ଗ୍ଲାସଗୋରେ ଚାଲିଥିବା ୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡ଼ାର (Commonwealth Games) ଦଶମ ଦିନରେ ଭାରତ ପାଇଁ ଗୌରବମୟ ମୁହୂର୍ତ୍ତ ଆସିଛି। ପ୍ରଥମେ ଭାରତୀୟ ମହିଳା ବକ୍ସର ପ୍ରୀତି ପାୱାର ମହିଳା ୫୪ କିଗ୍ରା ବର୍ଗ ଫାଇନାଲରେ ଚିତ୍ତାକର୍ଷକ ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ଫଳରେ ଭାରତର ସ୍ୱର୍ଣ୍ଣ ପଦକ ସଂଖ୍ୟା ବୃଦ୍ଧି ପାଇଥିଲା । ଏହାର କିଛି ସମୟ ପରେ ଜାସମିନ ଲାମ୍ବୋରିଆ ମଧ୍ୟ ସ୍ବର୍ଣ୍ଣପଦକ ହାସଲ କରିଛନ୍ତି ।
ଫାଇନାଲ ମୁକାବିଲାରେ ପ୍ରୀତି କାନାଡାର ସ୍କାରଲେଟ୍ ଡେଲଗାଡୋ (Scarlett Delgado) ଙ୍କ ସହ ମୁହାଁମୁହିଁ ହୋଇଥିଲେ। ପ୍ରୀତି ସର୍ବସମ୍ମତି କ୍ରମେ ୫-୦ ରେ ପ୍ରତିପକ୍ଷଙ୍କୁ ପରାସ୍ତ କରି ଏହି ବିଜୟ ହାସଲ କରିଛନ୍ତି । ପ୍ରଥମ ରାଉଣ୍ଡରେ ପ୍ରୀତି ଧୈର୍ଯ୍ୟର ସହ ଖେଳି ସଠିକ୍ ଲେଫ୍ଟ ହୁକ୍ ପ୍ରହାର କରି ପ୍ରଥମ ରାଉଣ୍ଡକୁ ୫-୦ ରେ ନିଜ ନାମରେ କରିଥିଲେ । ଦ୍ୱିତୀୟ ରାଉଣ୍ଡରେ ସେ ନିଜର ଦବଦବା ଆହୁରି ବଢ଼ାଇଥିଲେ ଏବଂ ଶକ୍ତ ପଞ୍ଚ୍ ଦ୍ୱାରା ପ୍ରତିପକ୍ଷଙ୍କୁ ଷ୍ଟାଣ୍ଡିଂ କାଉଣ୍ଟ  କରିବାକୁ ବାଧ୍ୟ କରିଥିଲେ।
ପ୍ରବୀଣ ଚିତ୍ରଭେଲ (Praveen Chithravel): ୧୬.୫୮ ମିଟର ଲମ୍ଫ ସହ ରୌପ୍ୟ ପଦକ ହାସଲ କରିଛନ୍ତି।
ସେଲଭା ପ୍ରଭୁ ଥିରୁମାରନ୍ (Selva Prabhu Thirumaran): ୧୬.୫୨ ମିଟର ଲମ୍ଫ ମାରି କାଂସ୍ୟ ପଦକ ଜିତିଛନ୍ତି।
ଗୁଣୁପୁର ୦୧।୦୮ : ଭୟଙ୍କର ଦୁର୍ଘଟଣା । ୪୦ ଫୁଟ ତଳକୁ ଖସିଲା ବାଇକ । ରାୟଗଡ଼ା ଜିଲ୍ଲା ପୁଟାସିଂ ଥାନା ଆରାଡୁଲ ଘାଟିରେ ଘଟିଛି ଏହି ଭୟଙ୍କର ଦୁର୍ଘଟଣା । ଯେଉଁଥିରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଯାଇଛି । ମୃତକଙ୍କ ନାମ ପ୍ରଦୀପ କୁମାର ଲିମା ବୋଲି ଜଣାପଡିଛି। ଘଟଣାସ୍ଥଳରେ ଚାଲିଛି ଉଦ୍ଧାର କାର୍ଯ୍ୟ ।
ଖବର ଅନୁଯାୟୀ, ମୃତ ଯୁବକ ହେଲେ ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅରମଡ଼ା ଗାଁର ପ୍ରଦୀପ କୁମାର ଲିମା । ସେହିପରି ଗୁରୁତର ଥିବା ଯୁବକ ହେଲେ ଅଶ୍ୱିନୀ ଜେନା । କେନ୍ଦ୍ରାପଡ଼ା ଜିଲ୍ଲାରେ ଅଶ୍ୱିନୀଙ୍କ ଘର । ଉଭୟ ଗୁଣୁପୁରର ଏକ ଟେଣ୍ଟ ହାଉସରେ କାମ କରୁଥିଲେ । ବକେୟା ଟଙ୍କା ଆଦାୟ ପାଇଁ ଉଭୟ ସର୍ଗିଆସିଂ ଗାଁକୁ ବାଇକରେ ଯାଉଥିଲେ । ଏହି ସମୟରେ ଆରାଡୁଲ ଘାଟିରେ ଘଟିଲା ଅଘଟଣ । ବାଇକଟି ଭାରସାମ୍ୟ ହରାଇ ୪୦ ଫୁଟ ତଳକୁ ଖସିପଡ଼ିଥିଲା । ଯେଉଁଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି । ଉଭୟଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।
Also Read:-
ଭୁବନେଶ୍ବର ୧।୮: ବନ୍ୟା ସ୍ଥିତି ଭିତରେ ଆଶ୍ବସ୍ତିକର ଖବର । ମହାନଦୀରେ ଆଉ ବନ୍ୟାର ଆଶଙ୍କା ନାହିଁ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ କହିଛନ୍ତି । ଦୁଇ ଦିନ ତଳେ ପିକ୍ ଫ୍ଲଡ୍ ଥିଲା ହେଲେ ଆଜି ହୀରାକୁଦ ବନ୍ଧ ଏକ ବଡ଼ ବନ୍ୟାକୁ ରୋକିଲା ବୋଲି ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ।
ହୀରାକୁଦରେ ୬୨୫ ଫୁଟ ପାଣି ଅଛି । ଉପରମୁଣ୍ଡରୁ ପାଣି ଫ୍ଲୋ କମିଛି ଶୁକ୍ରବାର ୨୨ଟି ଗେଟ୍ ଖୋଲାଥିଲା । ଦୁଇ ଦିନ ଯାଏଁ ଆଉ ଗେଟ୍ ବନ୍ଦ ହେବନି । ଆସନ୍ତା ୩ ତାରିଖରେ ୬୧୮ ଫୁଟକୁ ଖସିବ ଜଳସ୍ତର । ମୁଣ୍ଡଳୀରେ ଆଦୌ ବନ୍ୟା ନାହିଁ । ତେବେ ପୁରୀ, ଖୋର୍ଦ୍ଧା, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ଜଳବନ୍ଦୀ ପରିସ୍ଥିତି ଦେଖାଯିବ । ବର୍ଷା ନ ହେବା ଯାଏଁ ମହାନଦୀକୁ ଆଉ ବନ୍ୟା ନାହିଁ । ଛତିଶଗଡ କଲମାର ଗେଟ୍ ଖୋଲିଛି ହେଲେ ପାଣି କମୁଛି । ହୀରାକୁଦ ଜଳଭଣ୍ଡାରକୁ ୩ ଦିନ ଭିତରେ SOP ଅନୁସାରେ ଖାଲି କରାଯାଇ, ଆଉ ଏକ ବନ୍ୟା ପାଇଁ ପ୍ରସ୍ତୁତ ରଖାଯିବ ।
Also Read:- ବନ୍ୟାରେ ୮ ଲକ୍ଷ ଲୋକ ପ୍ରଭାବିତ, ପରବର୍ତ୍ତୀ ସ୍ବାସ୍ଥ୍ୟ ମୁକାବିଲା ପାଇଁ ସରକାର ପ୍ରସ୍ତୁତ
ବୈତରଣୀ ସମେତ ଅନ୍ୟ ସବୁ ନଦୀରେ ଜଳସ୍ତର କମୁଛି । ସବୁ ବିପଦ ସଂକେତ ତଳକୁ ଆସିଲାଣି । ମୋଟ୍ ୭ଟି ଘାଇ ହୋଇଛି, SRC ଅର୍ଥ ଦେଲେ ଦୁଇ ଦିନ ପରେ ମରାମତି କାମ ଆରମ୍ଭ ହେବ । ଆସନ୍ତା ବର୍ଷା ପୂର୍ବରୁ ଅସ୍ଥାୟୀ ମରାମତି ଶେଷ ହେବ । ଅଧିକ ବର୍ଷା ହେବାରୁ ଘାଇ ସୃଷ୍ଟି ହୋଇଛି ବୋଲି ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ।
ଭୁବନେଶ୍ବର ୧।୮: ମହାନଦୀ ଜଳ ବିବାଦର ସମାଧାନ ନେଇ ପୁଣି ଆଶା ଦୋହରାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଦିଲ୍ଲୀରେ ମହାନଦୀ ଜଳ ବିବାଦର ସମାଧାନ ନେଇ ଛତିଶଗଡ଼ ସହ ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଲୋଚନା ହୋଇଛି । ଓଡ଼ିଶାର ଚାଷୀ ଓ ଲୋକଙ୍କ ଅଧିକାର, ସ୍ବାର୍ଥକୁ ଗୁରୁତ୍ବ ଦେଇ ଆଲୋଚନା ହୋଇଛି । ସେଣ୍ଟ୍ରାଲ ୱାଟର କମିଶନଙ୍କ ଅଧ୍ୟକ୍ଷତାରେ ଏକ ବୈଷୟିକ ଟିମ୍ ଗଠନ ହେବ । ଏହି ଟିମ୍ ୩ ମାସ ମଧ୍ୟରେ ସମାଧାନ ପାଇଁ ଉଦ୍ୟମ କରିବ । ଓଡ଼ିଶା ଓ ଛତିଶଗଡ଼ ଉଭୟ ରାଜ୍ୟର ସ୍ବାର୍ଥକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯିବ । ଆସନ୍ତା ଦୀପାବଳି ଉତ୍ସବ ପୂର୍ବରୁ ଭଲ ଫଳ ମିଳିବ ବୋଲି ଆଶା ରହଛି କହିଲେ ମୁଖ୍ୟମନ୍ତ୍ରୀ ।
ଗତ ଜୁଲାଇ ୩୦ ତାରିଖରେ ମହାନଦୀ ଜଳ ବିବାଦର ସମାଧାନ ନେଇ ଏକାଠି ବସି ଆଲୋଚନା କରିଥିଲେ ଓଡ଼ିଶା ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ । କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ସି. ଆର. ପାଟିଲଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଓଡ଼ିଶାର ଅଧିକାର, ଚାଷୀକୂଳଙ୍କ ଭବିଷ୍ୟତ ଏବଂ ରାଜ୍ୟର ଜଳସମ୍ପଦର ସୁରକ୍ଷା ପ୍ରସଙ୍ଗ ଉଠାଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଗାମୀ ୩ ମାସରେ ଉଭୟ ରାଜ୍ୟର ଅଧିକାରୀ ମାନେ ଏ ନେଇ ଆପୋଷ ଆଲୋଚନା କରିବେ ବୋଲି ନିଷ୍ପତ୍ତି ନିଆଯାଇଛି ।
Also Read:- ମହାନଦୀ ଜଳ ବିବାଦ: ଆସନ୍ତା ଦୀପାବଳି ସୁଦ୍ଧା ସମାଧାନ ଲକ୍ଷ୍ୟ, ନୂଆଦିଲ୍ଲୀରେ ଓଡ଼ିଶା-ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ
ନୂଆଦିଲ୍ଲୀ ଠାରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସି. ଆର୍. ପାଟିଲଙ୍କ ଅଧ୍ୟକ୍ଷତା ଏବଂ କେନ୍ଦ୍ର ଜଳଶକ୍ତି ରାଜ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ପ୍ରଥମ ଥର ପାଇଁ ମୁହାଁମୁହିଁ ବସି ପ୍ରାୟ ଘଣ୍ଟାଏ ଧରି ଗୁରୁତ୍ବପୂର୍ଣ୍ଣ ଆଲୋଚନା କରିଥିଲେ ।
ଏହି ଚର୍ଚ୍ଚା ବେଳେ ଓଡ଼ିଶାର ସ୍ବାର୍ଥ, ରାଜ୍ୟର ଜଳସମ୍ପଦ ସୁରକ୍ଷା ଏବଂ ଚାଷୀକୁଳଙ୍କ ଭବିଷ୍ୟତକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇଥିଲା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାର ପକ୍ଷ ଦୃଢ଼ତାର ସହ ଉପସ୍ଥାପନ କରିଥିଲେ । ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ମଧ୍ୟରେ ପାରସ୍ପରିକ ସହଯୋଗ ଓ ଆପୋଷ ଆଲୋଚନା ଜରିଆରେ ଏହି ଜଟିଳ ସମସ୍ୟାର ସ୍ଥାୟୀ ସମାଧାନ ନେଇ ଦୁଇ ରାଜ୍ୟ ମଧ୍ୟରେ ସହମତି ପ୍ରକାଶ ପାଇଛି ।
ନୂଆଦିଲ୍ଲୀ ୦୧।୦୮; ଜାପାନରେ ପ୍ରକୃତି ବିନାଶ ଜାରି ରଖିଛି । ଆଜି ଉତ୍ତର ଜାପାନର ଆଓମୋରି ପ୍ରଦେଶରେ ୫.୮ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ ପାଣିପାଗ ବିଭାଗ ଅନୁଯାୟୀ, ସ୍ଥାନୀୟ ସମୟ ପୂର୍ବାହ୍ନ ୧୧ଟା ୪୮ରେ ଆଓମୋରିର ପ୍ରଶାନ୍ତ ମହାସାଗରୀୟ ଉପକୂଳରୁ ପ୍ରାୟ ୮୦ କିଲୋମିଟର ଗଭୀରତାରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା।
ଭୂମିକମ୍ପ ପରେ କୌଣସି ସୁନାମି ଚେତାବନୀ ଜାରି କରାଯାଇ ନାହିଁ । ଯାହା ଫଳରେ ଉପକୂଳବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକମାନେ ଆଶ୍ୱସ୍ତିର ନିଶ୍ୱାସ ନେଇଛନ୍ତି।ଭୂମିକମ୍ପର କେନ୍ଦ୍ରସ୍ଥଳ ୪୧.୩ ଡିଗ୍ରୀ ଉତ୍ତର ଅକ୍ଷାଂଶ ଏବଂ ୧୪୨.୦ ଡିଗ୍ରୀ ପୂର୍ବ ଦ୍ରାଘିମାରେ ଅବସ୍ଥିତ ଥିଲା । ୪ ଦିନ ପୂର୍ବରୁ ମଙ୍ଗଳବାର ଅପରାହ୍ନ ୪:୨୭ ମିନିଟରେ କୁମାମୋଟୋ ପ୍ରଦେଶରେ ଏକ ଶକ୍ତିଶାଳୀ ଏବଂ ବିନାଶକାରୀ ଭୂମିକମ୍ପ ହୋଇଥିଲା,ଯେଉଁଥିରେ ୩୫ ଜଣଙ୍କର ମୃତ୍ୟୁ ଘଟିଥିଲା।
ଜାପାନ ପାଣିପାଗ ସଂସ୍ଥା (JMA)ସତର୍କ କରାଇ ଦେଇଛି ଯେ ଆଗାମୀ ସପ୍ତାହ ପାଇଁ ଲୋକଙ୍କୁ ଅତ୍ୟନ୍ତ ସତର୍କ ରହିବାକୁ ପଡିବ। ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଆଗାମୀ ଦୁଇରୁ ତିନି ଦିନ ବିଶେଷ ଭାବରେ ସମ୍ବେଦନଶୀଳ ହୋଇପାରେ,ଜାପାନର ସିଣ୍ଡୋ ସ୍କେଲରେ ସର୍ବାଧିକ7ତୀବ୍ରତା ପର୍ଯ୍ୟନ୍ତ ଆଉ ଏକ ଭୂମିକମ୍ପ ହୋଇପାରେ।
ରଶ୍ମିକାଙ୍କ ୱାର୍କଫ୍ରଣ୍ଟ
ଅଭିନେତା ବିଜୟ ଦେବରକୋଣ୍ଡାଙ୍କ ସହ ବିବାହ ପରେ, ସେ ନିକଟରେ ତାଙ୍କର ନୂତନ ଚଳଚ୍ଚିତ୍ର "ମୈସା"ର ସୁଟିଂ ପୁଣି ଆରମ୍ଭ କରିଛନ୍ତି। ରଶ୍ମିକା ନିଜେ ଏହି ଆକ୍ସନ-ଥ୍ରୀଲରର ସେଟର ଏକ ଝଲକ ତାଙ୍କ ପ୍ରଶଂସକଙ୍କ ସହ ସେୟାର କରିଛନ୍ତି।  ରଶ୍ମିକାଙ୍କ "ରଣବାଲୀ" ହେଉଛି ରାହୁଲ ସଂକ୍ରିତିଆନଙ୍କ ନିର୍ଦ୍ଦେଶିତ ଏକ ସର୍ବଭାରତୀୟ ଐତିହାସିକ ଆକ୍ସନ୍ ଡ୍ରାମା ଚଳଚ୍ଚିତ୍ର। ବ୍ରିଟିଶ ଉପନିବେଶବାଦୀ ଶାସନ ସମୟରେ ୧୮୫୪ ରୁ ୧୮୭୮ ମଧ୍ୟରେ ଅବସ୍ଥିତ ଏହି ଚଳଚ୍ଚିତ୍ରଟି ଜଣେ କିମ୍ବଦନ୍ତୀ ଯୋଦ୍ଧାଙ୍କ କାହାଣୀ ଉପରେ ଆଧାରିତ। ଏହା ସେପ୍ଟେମ୍ବର ୧୧, ୨୦୨୬ରେ ତେଲୁଗୁ, ହିନ୍ଦୀ, ତାମିଲ, କନ୍ନଡ ଏବଂ ମାଲାୟଲମ ଭାଷାରେ ସିନେମା ହଲରେ ମୁକ୍ତିଲାଭ କରିବ।
ଭୁବନେଶ୍ବର ୧।୮: ଆକାଶ ମାର୍ଗରୁ ବନ୍ୟା ସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବନ୍ୟା ଦ୍ବାରା ୮ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ନେଇ ସମୀକ୍ଷା ପରେ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜସ୍ଵ ମନ୍ତ୍ରୀ ଓ ସଚିବଙ୍କ ସହ ୫ ଜିଲ୍ଲାର ୧୨ରୁ ଅଧିକ ବ୍ଲକ୍ ଅନୁଧ୍ୟାନ କରିଛି । ଏହି ଅଞ୍ଚଳରେ ଅନେକ ଗାଁ ପାଣି ଘେରରେ । ନଦୀର ପାଣି କମୁଛି । ୨ ଦିନ ଭିତରେ ସ୍ଥିତି ନିୟନ୍ତ୍ରଣକୁ ଆସିବ । ସରକାରଙ୍କ ପକ୍ଷରୁ ତୀକ୍ଷ୍ଣ ନଜର ରଖାଯାଇଛି ।
ବନ୍ୟାରେ ୮ ଲକ୍ଷ ଲୋକ ପ୍ରଭାବିତ ଅଛନ୍ତି । ୨ ଲକ୍ଷ ୬୭ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ୭୦୦ ରିଲିଫ୍ ସେଣ୍ଟର କରାଯାଇଛି । ଡାକ୍ତରୀ ଟିମ୍ ଗ୍ରାଉଣ୍ଡରେ ଅଛନ୍ତି । SDRFରୁ ୨୬ କୋଟି ଟଙ୍କା ଦିଆଯାଇଛି । ରନ୍ଧା ଖାଦ୍ୟ ପରିବେଷଣ ହେଉଛି । ସମସ୍ତ ବ୍ୟବସ୍ଥା ହୋଇଛି । ପାଣି କମିଲା ପରେ ୭୨ ଘଣ୍ଟା ପରେ ଅଧିକାରୀ ରିପୋର୍ଟ ଦେବେ । ତୁରନ୍ତ ସହାୟତା ପ୍ରଦାନ କରାଯିବ ।
ଘାଇ, ରାସ୍ତା ତୁରନ୍ତ ମରାମତି କରାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବନ୍ୟା ପରବର୍ତ୍ତୀ ପରିସ୍ଥିତିର ମୁକାବିଲା କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ରୋଗ କେମିତି ନ ବ୍ୟାପିବ କାମ କରିବାକୁ କୁହାଯାଇଛି । ବନ୍ୟାକୁ ଭଲ ଭାବରେ ମୁକାବିଲା କରାଯାଇଛି ।
ମହାନଦୀ ପାଣି ତଳକୁ ଆସିଛି । ସବୁ ଟିମ୍ ସଜାଗ ହୋଇଛନ୍ତି । କୃଷି ବିଭାଗକୁ କୁହାଯାଇଛି ଅକଳନ କରିବା ପାଇଁ । ପ୍ରାଥମିକ ଅକଳନ ପରେ ସବୁ ଜଣାପଡିବବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଭୁବନେଶ୍ବର ୧।୮: ରାଜ୍ୟରେ ବନ୍ୟା ପ୍ରଭାବ କେବଳ ଲୋକଙ୍କ ଜୀବନରେ ସୀମିତ ରହିନାହିଁ, ପଶୁପକ୍ଷୀଙ୍କ ଉପରେ ମଧ୍ୟ ଏହାର ଗଭୀର ପ୍ରଭାବ ପଡ଼ିଛି । ପ ସମ୍ପଦ ବିଭାଗର ସର୍ବଶେଷ ରିପୋର୍ଟ ଅନୁଯାୟୀ, ଲକ୍ଷାଧିକ ପଶୁ ପ୍ରଭାବିତ ହୋଇଥିବା ବେଳେ ସେମାନଙ୍କ ସୁରକ୍ଷା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ରିଲିଫ୍ ଓ ଚିକିତ୍ସା କାର୍ଯ୍ୟ ଚାଲିଛି ।
ଜୁଲାଇ ୩୧ ସୁଦ୍ଧା, ପଶୁ ସମ୍ପଦ ଓ ପ୍ରାଣୀ ଚିକିତ୍ସା ବିଭାଗର ତଥ୍ୟ ଅନୁସାରେ ରାଜ୍ୟର ୯ଟି ଜିଲ୍ଲା, ୪୫ଟି ବ୍ଲକ୍, ୩୯୮ଟି ଗ୍ରାମ ପଞ୍ଚାୟତ ଏବଂ ୧,୩୪୧ ଗ୍ରାମ ବନ୍ୟାରେ ପ୍ରଭାବିତ ହୋଇଛି । ବନ୍ୟାରେ ମୋଟ୍ ୪ ଲକ୍ଷ ୮୮ ହଜାର ୮୬୮ ପଶୁ ପ୍ରଭାବିତ ହୋଇଛନ୍ତି । ଏଥିରେ ୩ ଲକ୍ଷ ୧୧ ହଜାର ୫୧୨ଟି ବଡ଼ ପଶୁ ଏବଂ ୧ ଲକ୍ଷ ୭୭ ହଜାର ୩୫୬ଟି ଛୋଟ ପଶୁ ରହିଛନ୍ତି । ଏହାଛଡ଼ା ୨ ଲକ୍ଷ ୩୩ ହଜାର ୭୬୩ଟି କୁକୁଡ଼ା ମଧ୍ୟ ବନ୍ୟାର ପ୍ରଭାବରେ ଆସିଛନ୍ତି । ପଶୁମାନଙ୍କ ସୁରକ୍ଷା ପାଇଁ ୫୮ଟି ରାପିଡ୍ ରେସପନ୍ସ ଟିମ୍ ଗଠନ କରାଯାଇଛି । ୨୪୫ଟି ପଶୁ ଚିକିତ୍ସା ଶିବିର ମାଧ୍ୟମରେ ୧୫ ହଜାର ୧୭୯ଟି ପଶୁଙ୍କ ଚିକିତ୍ସା କରାଯାଇଛି ।
Also Read:- ବନ୍ୟା ବିଭୀଷିକା ପରେ ଗର୍ଭଗୃହକୁ ଫେରିଲେ ମା' ଭଟ୍ଟାରିକା, ପୀଠ ପରିସରରେ ୧୬୩ ଧାରା ବଳବତ୍ତର
ବନ୍ୟା ପୂର୍ବରୁ ୬ ଲକ୍ଷ ୪୬ ହଜାର ୮୨୫ଟି ଏବଂ ବନ୍ୟା ପରେ ୧୧ ହଜାର ୮୦୦ଟି ଟିକା ପ୍ରଦାନ କରାଯାଇଛି । ପ୍ରଭାବିତ ଜିଲ୍ଲାଗୁଡ଼ିକୁ ୮୦୦ ମେଟ୍ରିକ୍ ଟନ୍ ଗୋ-ଖାଦ୍ୟ ଯୋଗାଇ ଦିଆଯାଇଥିବା ବେଳେ ୭୩.୨ କ୍ୱିଣ୍ଟାଲ ସବୁଜ ଘାସ ଏବଂ ୧୩.୯ କ୍ୱିଣ୍ଟାଲ ଶୁଖିଲା ଘାସ/ନଡ଼ା ବଣ୍ଟନ କରାଯାଇଛି । ତେବେ ବନ୍ୟାରେ ୫ଟି ବଡ଼ ପଶୁ, ୧୨୦ଟି ଛୋଟ ପଶୁ ଓ ୮୦ ହଜାର ୯୦୦ଟି କୁକୁଡ଼ାର ମୃତ୍ୟୁ ଘଟିଥିବା ରିପୋର୍ଟରେ ଉଲ୍ଲେଖ ରହିଛି ।
ଆଠଗଡ଼ ୧।୮: ଆଠଗଡ଼ରେ କମିଛି ବନ୍ୟାର ପ୍ରକୋପ । ବନ୍ୟା ବିଭୀଷିକା ପରେ ପୁଣି ଚଳଚଞ୍ଚଳ ହେଲା ମା' ଭଟ୍ଟାରିଙ୍କ ପୀଠ । ଗର୍ଭଗୃହକୁ ଫେରିଲେ ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକା । ଭକ୍ତିରେ ଝଲସି ଉଠିଲା ପୀଠ ପରିସର ।
ବଡ଼ମ୍ବା ଗଡ଼ର ଆରାଧ୍ୟା ଅଧିଷ୍ଠାତ୍ରୀ ଦେବୀ ମା' ଭଟ୍ଟାରିକା ପୁଣି ଥରେ ନିଜ ପବିତ୍ର ଗର୍ଭଗୃହକୁ ବିରାଜମାନ ହୋଇଛନ୍ତି । ବନ୍ୟାର ବିଭୀଷିକା ପରେ ମା’ ଫେରିଥିବାରୁ ଭକ୍ତ ମାନଙ୍କ ମନରେ ଅପାର ଆନନ୍ଦ ଓ ଆଶ୍ୱସ୍ତି । ବୈଦିକ ପରମ୍ପରା ଅନୁଯାୟୀ, ମା'ଙ୍କର ସମସ୍ତ ନୀତିକାନ୍ତି ଓ ପୂଜାର୍ଚ୍ଚନା ପୁନର୍ବାର ସୂଚାରୁ ଭାବେ ଆରମ୍ଭ ହୋଇଛି । ପୀଠ ପରିସର ପୁଣି ଥରେ ଘଣ୍ଟ, ଶଙ୍ଖଧ୍ୱନି ଓ ଭକ୍ତିମୟ ପରିବେଶରେ ମୁଖରିତ ହୋଇଉଠିଛି । ତେବେ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଏବଂ ଆଇନ-ଶୃଙ୍ଖଳା ବଜାୟ ରଖିବା ଉଦ୍ଦେଶ୍ୟରେ ପୀଠ ପରିସରରେ BNS ଧାରା ୧୬୩ ବଳବତ୍ତର ରହିଛି । ପ୍ରଶାସନ ପକ୍ଷରୁ ସମସ୍ତ ପରିସ୍ଥିତି ଉପରେ କଡ଼ା ନଜର ରଖାଯାଉଥିବା ବେଳେ, ମା'ଙ୍କ ଦର୍ଶନ ପାଇଁ ଭକ୍ତମାନଙ୍କ ମନରେ ପୁଣି ଜାଗି ଉଠିଛି ଅସୀମ ଆସ୍ଥା ଓ ଆଧ୍ୟାତ୍ମିକ ଉତ୍ସାହ ।
Also Read:- ପୁରୀରେ ପୁଣି ଗଡ଼ିଲା ମୁଣ୍ଡ, ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ
ଗୋଟିଏ ପଟେ ଆଠଗଡ଼ରେ କମିଛି ବନ୍ୟାର ପ୍ରକୋପ । କିନ୍ତୁ ବଢ଼ିଛି ଲୋକଙ୍କ ଦୁର୍ଦ୍ଦଶା । ସାପୁଆ ନଦୀର ରମ୍ପା ବନ୍ଧ ଠାରେ ହୋଇଥିବା ୩୦ ଫୁଟର ଘାଇ ଏବେ ଚାଷୀ ମାନଙ୍କୁ ଦେଇଛି ଅନେକ ଦୁର୍ଦ୍ଦଶା । ଅନ୍ୟପଟେ ସେଇ ଘାଇ ଯୋଗୁ ପୁରୁଣା କଟକ ସମ୍ବଲପୁର ରାସ୍ତାର ଘଣ୍ଟିଖାଲ ଗଡା, ରାସ୍ତା ଉପରେ ଚାଲିଛି ବନ୍ୟାଜଳ । ଯାହା ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଏବେ ବି ଶହ ଶହ ଏକର ଚାଷ ଜମି ପ୍ରଭାବିତ ହୋଇଛି ।ସେପଟେ ରାଜ୍ୟରେ ବନ୍ୟା ସ୍ଥିତିରେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ବିଭାଗର କ୍ଷୟକ୍ଷତି ରିପୋର୍ଟ ୩ ଦିନ ଭିତରେ ଦେବାକୁ ବିଭାଗୀୟ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ କହିଛନ୍ତି, ବନ୍ୟାରେ ପ୍ରାୟ ୧୫ ଜିଲ୍ଲା ପ୍ରଭାବିତ ହୋଇଛି । ତେଣୁ ପଞ୍ଚାୟତିରାଜ ବିଭାଗର ଅଧିକାରୀ ମାନେ ଗ୍ରାଉଣ୍ଡ ଜିରୋକୁ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ପିଇବା ପାଣି ସମସ୍ୟାର ସମାଧାନ ପାଇଁ ପାଣି ଟାଙ୍କି ସହ ମୋବାଇଲ ଭ୍ୟାନ୍ର ବ୍ୟବସ୍ଥା କରାଯାଇଛି । ଅନେକ ରାସ୍ତା କ୍ଷତିଗ୍ରସ୍ତ ହୋଇଛି । ତାର ରିପୋର୍ଟ ୩ ଦିନ ଭିତରେ ଦିଆଯିବ । ଠିକ୍ ଆକଳନ କରି ରିପୋର୍ଟ ଦେବେ ଅଧିକାରୀ । ସରକାର ଲୋକଙ୍କ ସେବା ପାଇଁ ପ୍ରସ୍ତୁତ । ପାଣି ଥିବାରୁ ଆରଆଇ ମାନେ ବୁଲି ପାରିନାହାନ୍ତି ବୋଲି ମନ୍ତ୍ରୀ କହିଛନ୍ତି ।
ଭୁବନେଶ୍ୱର : ସୌନ୍ଦର୍ଯ୍ୟ କେବଳ ଯୁବାବସ୍ଥାରେ ସୀମିତ ନୁହେଁ, ଏହି ଧାରଣା ଏବେ ଫ୍ୟାଶନ ଇଣ୍ଡଷ୍ଟ୍ରିରେ ନୂଆ ପରିବର୍ତ୍ତନ ଆଣୁଛି । ଧୀରେ ଧୀରେ ସମୟ ସହିତ ଲୋକଙ୍କ ଜୀବନଶୈଳୀ ବଦଳୁଛି ଆଉ ଫ୍ୟାଶନ ଓ ବ୍ୟୁଟି ଇଣ୍ଡଷ୍ଟ୍ରିରେ ମଧ୍ୟ ସୌନ୍ଦର୍ଯ୍ୟର ପରିଭାଷା ବଦଳୁଛି । ୮୦ ବର୍ଷରୁ ଅଧିକ ବୟସର ମହିଳାମାନେ ନିଜ ଆତ୍ମବିଶ୍ୱାସ, ଷ୍ଟାଇଲ୍ ଏବଂ ଜୀବନ ଅନୁଭବ ସହିତ ଏବେ ଗ୍ଲୋବାଲ୍ ଫ୍ୟାଶନ ଜଗତରେ ନୂଆ ପରିଚୟ ସୃଷ୍ଟି କରୁଛନ୍ତି। ବୟସକୁ ଲୁଚାଇବା ନୁହେଁ, ବରଂ ଏହାକୁ ସମ୍ମାନ ଦେବାର ଧାରଣା ଦ୍ରୁତ ଭାବେ ବଢ଼ୁଛି । ଅନେକ ବଡ଼ ବଡ଼ ବ୍ୟୁଟି ଏବଂ ଫ୍ୟାଶନ ବ୍ରାଣ୍ଡ ସେମାନଙ୍କ ପାଇଁ ବିଶେଷ ଉତ୍ପାଦ ଓ ପୋଷାକ ପ୍ରସ୍ତୁତ କରୁଛନ୍ତି। ଏହା ସହିତ ଫ୍ୟାଶନ ବିଶେଷଜ୍ଞ ଏବଂ ସାମ୍ବାଦିକମାନେ ବୟସ୍କ ମହିଳାମାନଙ୍କୁ ନୂଆ ପରିଚୟ ଦେବା ଦିଗରେ କାମ କରୁଛନ୍ତି।
ଦୀର୍ଘ ସମୟ ଧରି ବ୍ୟୁଟି ଇଣ୍ଡଷ୍ଟ୍ରିରେ ‘ଆଣ୍ଟି-ଏଜିଂ’ ଶବ୍ଦ ବ୍ୟବହାର କରାଯାଉଥିଲା । ଏହାର ଅର୍ଥ ଥିଲା ବୟସର ଚିହ୍ନକୁ ଲୁଚାଇବା କିମ୍ବା ଯୁବା ଦେଖାଯିବାର ଚେଷ୍ଟା । କିନ୍ତୁ ଏବେ ଏହି ଧାରଣା ଧୀରେ ଧୀରେ ବଦଳୁଛି । 'ଆଲୋର ମ୍ୟାଗାଜିନ୍' ମଧ୍ୟ ନିଜର ବ୍ୟୁଟି କଭରେଜ୍ରୁ ‘ଆଣ୍ଟି-ଏଜିଂ’ ଶବ୍ଦକୁ ହଟାଇ ଏକ ନୂଆ ବାର୍ତ୍ତା ଦେଇଛି ଯେ ବୟସ ବଢ଼ିବା ଏକ ସ୍ୱାଭାବିକ ପ୍ରକ୍ରିୟା ଏବଂ ପ୍ରତ୍ୟେକ ବୟସରେ ସୌନ୍ଦର୍ଯ୍ୟର ନିଜସ୍ୱ ମୂଲ୍ୟ ରହିଛି । ଆଜି ଅନେକ ୮୦ରୁ ଅଧିକ ବୟସର ମହିଳା ମଡେଲିଂ, ଫ୍ୟାଶନ କ୍ୟାମ୍ପେନ୍ ଏବଂ ବ୍ୟୁଟି ବ୍ରାଣ୍ଡର ଆମ୍ବାସଡ଼ର ହେଉଛନ୍ତି। ସେମାନଙ୍କର ଧଳା କେଶ, ରିଙ୍କଲ୍ ଏବଂ ଅନୁଭବକୁ ତାଙ୍କ ଦୁର୍ବଳତା ନୁହେଁ, ବରଂ ଆତ୍ମବିଶ୍ୱାସର ପ୍ରତୀକ ଭାବେ ଦେଖାଯାଉଛି।
ବଡ଼ ବଡ଼ ବ୍ୟୁଟି ଏବଂ ଫ୍ୟାଶନ ବ୍ରାଣ୍ଡମାନେ ମଧ୍ୟ ବୟସ୍କ ମହିଳାଙ୍କ ପାଇଁ ଅଧିକ ସୁବିଧାଜନକ ପୋଷାକ, ସ୍କିନ୍ କେୟାର୍ ଉତ୍ପାଦ ଏବଂ ବିଭିନ୍ନ ଷ୍ଟାଇଲ୍ ଉପସ୍ଥାପନ କରୁଛନ୍ତି। ଫ୍ୟାଶନ ବିଶେଷଜ୍ଞ ଏବଂ ସାମ୍ବାଦିକମାନେ ମଧ୍ୟ ବୟସକୁ କେନ୍ଦ୍ର କରିଥିବା ପୁରୁଣା ଧାରଣାକୁ ବଦଳାଇବା ପାଇଁ କାମ କରୁଛନ୍ତି। ଏହି ପରିବର୍ତ୍ତନ କେବଳ ଫ୍ୟାଶନର ନୁହେଁ, ବରଂ ସମାଜରେ ମହିଳାଙ୍କ ଭୂମିକା ଓ ପରିଚୟକୁ ନୂଆ ଭାବେ ଦେଖିବାର ଏକ ନୂଆ ପ୍ରୟାସ। ୮୦ ବର୍ଷ ପରେ ମଧ୍ୟ ଷ୍ଟାଇଲ୍, ଆତ୍ମବିଶ୍ୱାସ ଏବଂ ସ୍ୱପ୍ନର କୌଣସି ବୟସ ସୀମା ନାହିଁ ଏହି ବାର୍ତ୍ତା ଏବେ ଫ୍ୟାଶନ ଇଣ୍ଡଷ୍ଟ୍ରିରେ ନୂଆ ପରିଚୟ ସୃଷ୍ଟି କରିଛି ।
ଭୁବନେଶ୍ୱର ୦୧।୦୮ : ରାଜଧାନୀରେ ପୁଣି ଲୁଟ୍ପାଟ୍ । କମିଶନରେଟ ପୋଲିସକୁ ଖୋଲା ଚ୍ୟାଲେଞ୍ଜ । ରାଜଧାନୀରେ ବଡ଼ଧରଣର ଲୁଟ୍ ହୋଇଛି । ଜଣେ ବିଲ୍ଡରଙ୍କ ଘରୁ ଡକାୟତି ହୋଇଛି। ପ୍ରାୟ ଦୁଇ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସୁନା ଗହଣା , କ୍ୟାସ, ଦାମୀ ଘଣ୍ଟା , ହୀରା ଖଚିତ ବ୍ରେସଲେଟ ଲୁଟି ନେଇଛନ୍ତି ଲୁଟେରା । ଲୁଟ୍ ସହ ଘରେ ଲାଗିଥିବା CCTVର ହାର୍ଡଡିସ୍କକୁ ମଧ୍ୟ ନେଇଯାଇଛନ୍ତି ଲୁଟେରା । ଘଟଣାସ୍ଥଳରେ ଲକ୍ଷ୍ମୀସାଗର ପୁଲିସ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି।
ସୂଚନା ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ଲକ୍ଷ୍ମୀସାଗର ଅଞ୍ଚଳରେ ବିଲ୍ଡର ପ୍ରୀତମ ଜେନାଙ୍କ ଘରେ କଳାକନା ବୁଲାଇଛନ୍ତି ଲୁଟେରା। ଘରର କବାଟ ଭାଙ୍ଗି ପଶିଥିଲେ। ଏହାପରେ ଆଲମିରାକୁ ତାଡ଼ି ସୁନା ଗହଣା , କ୍ୟାସ, ଦାମୀ ଘଣ୍ଟା , ହୀରା ଖଚିତ ବ୍ରେସଲେଟ ଲୁଟି ନେଇଛନ୍ତି। ଖାଲି ସେତିକି ନୁହେଁ ଲୁଟର କୌଣସି ବି ସୁରାକ ଛାଡ଼ିନାହାନ୍ତି। ଲୁଟ୍ ସାରି ଯିବା ସମୟରେ ଘରେ ଲାଗିଥିବା ସିସିଟିଭର ହାର୍ଡଡିସ୍କ ମଧ୍ୟ ସାଙ୍ଗରେ ନେଇଯାଇଛନ୍ତି। ଲୁଟ୍ ନେଇ ପୋଲିସକୁ ଖବର ଦେଇଥିଲେ ପରିବାର ଲୋକେ । ଏହାପରେ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି । ଏପିରିକି ଆବଶ୍ୟକ ପଡିଲେ ସାଇଣ୍ଟିଫିକ ଟିମର ମଧ୍ୟ ସହଯୋଗ ନେଇପାରେ ପୋଲିସ । ସେହିପରି ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜକୁ ମଧ୍ୟ ତନତନ କରି ଯାଞ୍ଚ କରୁଛି ପୋଲିସ ।
Also Read:-Landslide: କେରଳରେ ବର୍ଷା ଓ ଭୂସ୍ଖଳନ; ଜଣେ ମହିଳା ସମେତ ୩ ଜଣଙ୍କ ମୃତ୍ୟୁ, ଅନେକ ସ୍ଥାନରେ ବନ୍ୟା ସ୍ଥିତି
ଭୁବନେଶ୍ବର ୧।୮: ରାଜ୍ୟର ୫ ଜିଲ୍ଲାରେ ପଶିଛି ମହାନଦୀ ପାଣି । ମହାନଦୀ ଏବଂ ଏହାର ଶାଖା ନଦୀଗୁଡ଼ିକର ଜଳସ୍ତର ବଢୁଛି । ମହାନଦୀ ଅବବାହିକା ଅଞ୍ଚଳ ତଥା ଉପକୂଳ ଜିଲ୍ଲାମାନଙ୍କରେ ପ୍ରଶାସନକୁ ସମ୍ପୂର୍ଣ୍ଣ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ହୀରାକୁଦ ଡ୍ୟାମ୍ରୁ ୨୨ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି l ଏହାକୁ ଦୃଷ୍ଟିରେ ରଖି ମହାନଦୀ ଓ ଏହାର ଉପନଦୀଗୁଡ଼ିକର ଜଳସ୍ତର ଉପରେ କଡ଼ା ନଜର ରଖାଯାଇଛି । ଏଥିପାଇଁ ଜିଲ୍ଲା ପ୍ରଶାସନକୁ ନଦୀକୂଳ ଓ ବନ୍ଧଗୁଡ଼ିକରେ ୨୪ ଘଣ୍ଟିଆ ପାଟ୍ରୋଲିଂ ବ୍ୟବସ୍ଥା କରିବାକୁ କୁହାଯାଇଛି । ସମସ୍ତ ସମ୍ପୃକ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି ଯେକୌଣସି ବନ୍ୟାଜନିତ ପରିସ୍ଥିତିରେ ତୁରନ୍ତ ପଦକ୍ଷେପ କରିବାକୁ ପରାମର୍ଶ ଦିଆଯାଇଛି ।
ରାଜ୍ୟରେ ବନ୍ୟା ସ୍ଥିତିରେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ବିଭାଗର କ୍ଷୟକ୍ଷତି ରିପୋର୍ଟ ୩ ଦିନ ଭିତରେ ଦେବାକୁ ବିଭାଗୀୟ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ କହିଛନ୍ତି, ବନ୍ୟାରେ ପ୍ରାୟ ୧୫ ଜିଲ୍ଲା ପ୍ରଭାବିତ ହୋଇଛି । ତେଣୁ ପଞ୍ଚାୟତିରାଜ ବିଭାଗର ଅଧିକାରୀ ମାନେ ଗ୍ରାଉଣ୍ଡ ଜିରୋକୁ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ପିଇବା ପାଣି ସମସ୍ୟାର ସମାଧାନ ପାଇଁ ପାଣି ଟାଙ୍କି ସହ ମୋବାଇଲ ଭ୍ୟାନ୍ର ବ୍ୟବସ୍ଥା କରାଯାଇଛି । ଅନେକ ରାସ୍ତା କ୍ଷତିଗ୍ରସ୍ତ ହୋଇଛି । ତାର ରିପୋର୍ଟ ୩ ଦିନ ଭିତରେ ଦିଆଯିବ । ଠିକ୍ ଆକଳନ କରି ରିପୋର୍ଟ ଦେବେ ଅଧିକାରୀ । ସରକାର ଲୋକଙ୍କ ସେବା ପାଇଁ ପ୍ରସ୍ତୁତ । ପାଣି ଥିବାରୁ ଆରଆଇ ମାନେ ବୁଲି ପାରିନାହାନ୍ତି ବୋଲି ମନ୍ତ୍ରୀ କହିଛନ୍ତି ।
Also Read:- ବନ୍ୟା ପାଣିରେ ଫସିଲେ ଜବାନ, ଜୀବନ ବଞ୍ଚାଇବାକୁ କିଏ ଟିଣ ଉପରେ ତ ଆଉ କିଏ ଗଛ ଡାଳରେ…
ସେପଟେ ବନ୍ୟାରେ ୪ ଲକ୍ଷ ୮୮ ହଜାର ୮୬୮ ପଶୁ ପ୍ରଭାବିତ ହୋଇଥିବା କହିଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ପଶୁଙ୍କ ଚିକିତ୍ସା ପାଇଁ ବିଭାଗ ତରଫରୁ ୫୮ଟି ଭେଟନାରୀ ରାପିଡ୍ ଟିମ୍ ମୁତୟନ ହୋଇଛନ୍ତି । ୨୪୫ ସ୍ଥାନରେ ହେଲ୍ଥ କ୍ୟାମ୍ପ ହୋଇଛି । ୧୫ ହଜାର ପଶୁଙ୍କୁ ଚିକିତ୍ସା ସହ ୨୬୩ ମେଟ୍ରିକ୍ ଟନ୍ ଖାଦ୍ୟ ଯୋଗାଇ ଦିଆଯାଇଛି । ୧୯୬୨ ହେଲ୍ପ ଲାଇନ୍ ନମ୍ବର ଜାରି ହୋଇଥିବା ବେଳେ ଏହା ୨୪ ଘଣ୍ଟା ଖୋଲା ରହିଛି । ବନ୍ୟାରେ ଗୃହ ପାଳିତ ପଶୁ ଫସିଥିଲେ ଉଦ୍ଧାର କରିବେ ଟିମ୍ ।
ନୂଆଦିଲ୍ଲୀ ୦୧।୦୮; କେରଳରେ ମୌସୁମୀ ଭୟଙ୍କର ରୂପ ଦେଖାଇବା ଆରମ୍ଭ କରିଛି । ଗତ କିଛି ଦିନ ଧରି ପ୍ରବଳ ବର୍ଷା ରାଜ୍ୟର ଅନେକ ସ୍ଥାନରେ ସଙ୍କଟ ସୃଷ୍ଟି କରିଛି । ପ୍ରବଳ ବର୍ଷା ଯୋଗୁଁ କେନ୍ଦ୍ରୀୟ କେରଳର ଅନେକ ଜିଲ୍ଲାରେ ବନ୍ୟା ଏବଂ ଭୂସ୍ଖଳନର ଘଟଣା ଦେଖିବାକୁ ମିଳୁଛି । ଏହାଯୋଗୁଁ ଏପର୍ଯ୍ୟନ୍ତ ବହୁ ଧନଜୀବନ କ୍ଷୟକ୍ଷତି ହୋଇଛି। ପରିସ୍ଥିତି ଖରାପ ହେଉଥିବା ଦେଖି ପ୍ରଶାସନ ପକ୍ଷରୁ ଅନେକ ଅଞ୍ଚଳରେ ହାଇ ଆଲର୍ଟ ଜାରି କରାଯାଇି । ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଇଡୁକ୍କି ଜିଲ୍ଲାରେ ଶନିବାର ଭୋର୍ ସମୟରେ ଆଦୁରମାଲା ଅଞ୍ଚଳରେ ଭୂସ୍ଖଳନ ଏକ ସୁଖୀ ପରିବାରକୁ ଉଜାଡ଼ି ଦେଇଛି । ପାହାଡ଼ରୁ ଭୂସ୍ଖଳନ ମାଟି ପଡ଼ିବା ଫଳରେ ସୁମତି ନାମକ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ରିପୋର୍ଟ ଅନୁଯାୟୀ, ସେମାନଙ୍କ ଘର ଉପରେ ମାଟି ଧସି ପଡ଼ିଥିଲା। ସ୍ଥାନୀୟ ଲୋକ ଏବଂ ଉଦ୍ଧାରକାରୀ ଦଳଙ୍କ ତୁରନ୍ତ ପ୍ରୟାସ ଯୋଗୁଁ ସୁମତିଙ୍କ ସ୍ୱାମୀ ରବି ଏବଂ ତାଙ୍କ ପୁଅକୁ ସୁରକ୍ଷିତ ଭାବରେ ବାହାର କରାଯାଇଛି । ସେମାନେ ଗୁରୁତର ଆହତ ହୋଇଥିବାରୁ ଚିକିତ୍ସାଲାଗି ଥୋଡୁପୁଝାର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅନ୍ୟ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ଖବର ମଧ୍ୟ ଆସିଛି। ଆଜି ଦେଶର ଅନେକ ସ୍ଥାନରେ ପ୍ରବଳ ବର୍ଷା ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି ।
ପ୍ରବଳ ବର୍ଷାର ତାଣ୍ଡବ ଯୋଗୁଁ ଇଡୁକ୍କି ଏବଂ ଆଖପାଖ ଅଞ୍ଚଳରେ ନଦୀଗୁଡିକରେ ଜଳସ୍ତର ବିପଦ ସଙ୍କେତ ଉପରେ ରହିଛି । ପୁଲାକାୟାର ନଦୀର ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ କୋକ୍କାୟାର ତଳ ବ୍ରିଜ୍ ସମ୍ପୂର୍ଣ୍ଣ ବୁଡ଼ି ଯାଇଛି। କଟ୍ଟାପ୍ପାନା-ଭାଜଭାରା ରାସ୍ତାରେ ଯାତାୟାତ ଅବରୋଧ ହୋଇଛି । ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ସତର୍କତା ଜାରି କରିଛନ୍ତି। ପଡ଼ୋଶୀ କୋଟ୍ଟାୟମ ଜିଲ୍ଲାର ପରିସ୍ଥିତି ମଧ୍ୟ ନିୟନ୍ତ୍ରଣ ବାହାରକୁ ଯାଇଛି। ଏରାଟ୍ଟୁପେଟା, କାଞ୍ଜିରାପାଲି ଏବଂ କୁଟିକାଲ ଭଳି ଆବାସିକ ଅଞ୍ଚଳଗୁଡ଼ିକ ପାଣିରେ ବୁଡ଼ି ରହିଛି । ଉଦ୍ଧାରକାରୀମାନେ ଅନେକ ଘରର ଉପର ମହଲାରେ ଫସି ରହିଥିବା ଲୋକଙ୍କୁ ସୁରକ୍ଷିତ ଭାବରେ ବାହାର କରିଛନ୍ତି। ପୁଞ୍ଜାରର ପାୟାନିଥୋଟ୍ମରେ ମଧ୍ୟ ଭୂସ୍ଖଳନ ହୋଇଥିବାର ଖବର ମିଳିଛି, ଯେଉଁଠାରେ କିଛି ଲୋକ ଭଗ୍ନାବଶେଷ ତଳେ ଫସି ରହିଥିବା ଆଶଙ୍କା କରାଯାଉଛି। ଜାତୀୟ ବିପର୍ଯ୍ୟୟ ପ୍ରତିକ୍ରିୟା ବାହିନୀ (ଏନଡିଆରଏଫ), ଅଗ୍ନିଶମ ବିଭାଗ ଏବଂ ପୁଲିସ ଯୁଦ୍ଧକାଳୀନ ଭିତ୍ତିରେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି ।
ଆଗାମୀ ଦିନର ପାଗ କେରଳ ପାଇଁ ଆହୁରି ଗୁରୁତର ହେବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପୂର୍ବାନୁମାନ କରିଛି । ପଠାଣମଥିଟ୍ଟା, କୋଟ୍ଟାୟମ, ଇଡୁକ୍କି, ମାଲାପ୍ପୁରମ, କୋଝିକୋଡ, ୱାୟାନାଡ, କନ୍ନୁର ଏବଂ କାସରଗୋଡ ସମେତ ଆଠଟି ଜିଲ୍ଲାକୁ ଆଇଏମଡି ପକ୍ଷରୁ ରେଡ୍ ଆଲର୍ଟ ଜାରି କରାଯାଇଛି । ଏହି ଅଞ୍ଚଳଗୁଡ଼ିକରେ ଅତ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି । ଏହା ସହିତ, ଏର୍ଣ୍ଣାକୁଲମ ଏବଂ ତ୍ରିସୁର ଭଳି ଜିଲ୍ଲାଗୁଡ଼ିକରେ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ସୁରକ୍ଷା ଦୃଷ୍ଟିରୁ ଅନେକ ଜିଲ୍ଲାରେ ସ୍କୁଲ ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକୁ ବନ୍ଦ ଘୋଷଣା କରାଯାଇଛି । କର୍ତ୍ତୃପକ୍ଷ ସମ୍ବେଦନଶୀଳ ଅଞ୍ଚଳ, ବିଶେଷକରି ପାହାଡିଆ ଅଞ୍ଚଳର ବାସିନ୍ଦାମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ଅନୁରୋଧ କରିଛନ୍ତି । ନଦୀ ନିକଟରେ ଏବଂ ଭୂସ୍ଖଳନ ପ୍ରବଣ ଅଞ୍ଚଳରେ ରହୁଥିବା ଲୋକଙ୍କୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି ।
ଶୂନ୍ୟରୁ ଆରମ୍ଭ ହୋଇଥିବା ଜୀବନ-ଯାତ୍ରା ଯେତେବେଳେ ହଜାର ହଜାର ନିରାଶ୍ରୟଙ୍କ ଆଶାର ଆଲୋକ ପାଲଟିଯାଏ, ସେହି ମହାନ ଆତ୍ମାଙ୍କୁ କାଳର ସୀମା ବାନ୍ଧିରଖି ପାରେନା। କର୍ଣ୍ଣାଟକର ଉଡୁପିର ମାଟିରୁ ଜନ୍ମନେଇ ଦାରିଦ୍ର୍ୟ ଓ ସଂଘର୍ଷର କଠିନ କଷଟି ପଥରରେ ନିଜକୁ ଗଢ଼ିଥିବା ସ୍ୱର୍ଗତ ରାଜୁ ପି. ପୁଥ୍ରନ କେବଳ ଜଣେ ସଫଳ ସାମାଜିକ ଉଦ୍ୟୋଗୀ ବା ପରୋପକାରୀ ନଥିଲେ; ସେ ଥିଲେ ନିଃସ୍ୱାର୍ଥପର ସେବା ଓ ମାନବିକତାର ଏକ ଜୀବନ୍ତ ପ୍ରତୀକ। ଶୈଶବରେ ଅଭାବ ଯୋଗୁଁ ନିଜର ଶିକ୍ଷା ଅଧାରୁ ଛାଡ଼ିବାକୁ ବାଧ୍ୟ ହୋଇଥିବା ଏହି ମହାନ ବ୍ୟକ୍ତିତ୍ୱ, ନିଜର ସେହି ବ୍ୟଥାକୁ ମାନବସେବାର ବ୍ରତରେ ପରିଣତ କରିଥିଲେ।
ତାଙ୍କ ମନରେ ଏକ ଦୃଢ଼ ସଙ୍କଳ୍ପ ସୃଷ୍ଟି କରିଥିଲା ଯେ, କୌଣସି ଦରିଦ୍ର ଶିଶୁ ଆର୍ଥିକ ଅଭାବ ଯୋଗୁଁ ଶିକ୍ଷାରୁ ବଞ୍ଚିତ ହେବା ଉଚିତ୍ ନୁହେଁ। ୨୦୧୨ ମସିହାରେ 'ସରସ୍ୱତୀ ଫାଉଣ୍ଡେସନ୍' ପ୍ରତିଷ୍ଠା କରି ସେ ଅସହାୟ ଶିଶୁଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଓ ସ୍ୱାବଲମ୍ବନ ପାଇଁ ଯେଉଁ ଅମୂଲ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ, ତାହା ଆଜି ବି ଅସଂଖ୍ୟ ଜୀବନକୁ ଆଲୋକିତ କରୁଛି। ଆଜି ତାଙ୍କର ପ୍ରଥମ ପୁଣ୍ୟତିଥି ଅବସରରେ, ତାଙ୍କର ସେହି ଅମର ସ୍ମୃତି, ସତ୍ୟନିଷ୍ଠା ଓ ସ୍ନେହପୂର୍ଣ୍ଣ ଆଦର୍ଶ ଆଗରେ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି ପୁଥ୍ରନ ଏବଂ କୁନ୍ଦର ପରିବାର, ସମ୍ପର୍କୀୟ ଏବଂ ବନ୍ଧୁବର୍ଗ।
ପରିବାର ପକ୍ଷରୁ ଶ୍ରଦ୍ଧାଞ୍ଜଳି
ସରସ୍ୱତୀ ରାଜୁ ପୁଥ୍ରନ (ପତ୍ନୀ):
"ଗତ ଏକ ବର୍ଷ ଧରି ଆପଣଙ୍କ ବିନା ଜୀବନ ପୂର୍ବପରି ରହିନାହିଁ। ଆପଣ ମୋର ଶକ୍ତି, ମୋର ଜୀବନସାଥୀ ଓ ମୋର ସମଗ୍ର ଜଗତ ଥିଲେ। ଆମର ସୁନ୍ଦର ସ୍ମୃତିଗୁଡ଼ିକୁ ମୁଁ ମୋ ହୃଦୟରେ ସଦା ସଂରକ୍ଷିତ ରଖିବି। ପୁଣିଥରେ ଦେଖା ହେବା ପର୍ଯ୍ୟନ୍ତ ପ୍ରତିକ୍ଷଣ ଆପଣଙ୍କୁ ବହୁତ ମନେ ପକାଉଛି।"
ସୁଧୀର ରାଜୁ ପୁଥ୍ରନ ଓ ଯୋଗିତା ସୁଧୀର ପୁଥ୍ରନ (ପୁଅ ଓ ବୋହୂ):
"ବାପା, ଆପଣଙ୍କ ଜୀବନ ସତ୍ୟନିଷ୍ଠା ଓ କଠିନ ପରିଶ୍ରମର ଏକ ଶ୍ରେଷ୍ଠ ଉଦାହରଣ। ଆମକୁ ସଠିକ୍ ପଥ ଦେଖାଇଥିବାରୁ ଧନ୍ୟବାଦ। ପ୍ରତିଦିନ ଆମେ ଆପଣଙ୍କ ଆଶୀର୍ବାଦ ଓ ସୁରକ୍ଷାକୁ ଅନୁଭବ କରୁଛୁ ଏବଂ ଆପଣ ଗର୍ବ ଅନୁଭବ କରିବେ ଭଳି ଜୀବନ ବିତାଇବାକୁ ଚେଷ୍ଟା କରୁଛୁ।
ସୁପ୍ରିତା ସି. କୁନ୍ଦର ଓ ଚନ୍ଦ୍ରଶେଖର କୁନ୍ଦର (ଝିଅ ଓ ଜ୍ୱାଇଁ):
"ବାପା, ଆପଣଙ୍କ ନିଃସ୍ୱାର୍ଥ ସ୍ନେହ ଆମ ଜୀବନର ସବୁଠାରୁ ବଡ଼ ଆଶ୍ରୟ ଥିଲା। ଆପଣଙ୍କ ସ୍ନେହଭରା କଥା ଓ ଅମୂଲ୍ୟ ସାନ୍ନିଧ୍ୟକୁ ହରାଇ ଏକ ବର୍ଷ ବିତିଗଲା। ଆପଣ ଆମ ଆଖିରୁ ଦୂରେ ଥିଲେ ମଧ୍ୟ, ଆମ ହୃଦୟରେ ସଦା ବଞ୍ଚି ରହିବେ।"
* ଯୁବାନ୍ଶ ଓ ତ୍ୱିଶା (ନାତି–ନାତୁଣୀ):
"ପ୍ରିୟ ଦାଦୁ, ଆପଣଙ୍କ କାହାଣୀ, ସ୍ନେହଭରା ଆଲିଙ୍ଗନ ଏବଂ ଆପଣ ଦେଇଥିବା ଛୋଟ ଛୋଟ ଉପହାରଗୁଡ଼ିକୁ ଆମେ ବହୁତ ମନେ ପକାଉଛୁ। ପୃଥିବୀର ସର୍ବଶ୍ରେଷ୍ଠ ଦାଦୁ ହୋଇଥିବାରୁ ଧନ୍ୟବାଦ। ଆମେ ଆପଣଙ୍କୁ ବହୁତ ଭଲପାଉଛୁ ଏବଂ ବହୁତ ମନେ ପକାଉଛୁ।"
* ପ୍ରୀତ ଓ ପ୍ରୀତିଶା (ନାତି–ନାତୁଣୀ):
"ପ୍ରିୟ ନାନା, ଆପଣଙ୍କ ସ୍ନେହ ଓ ଆଶୀର୍ବାଦ ସ୍ୱର୍ଗରୁ ଆଜି ମଧ୍ୟ ଆମକୁ ପଥ ଦେଖାଉଛି। ଆମେ କରୁଥିବା ପ୍ରତ୍ୟେକ କାମରେ ଆପଣଙ୍କ ଉପସ୍ଥିତିକୁ ଅନୁଭବ କରୁଛୁ। ଶବ୍ଦରେ ପ୍ରକାଶ କରିହେବ ନାହିଁ ଏତେ ଅଧିକ ଆମେ ଆପଣଙ୍କୁ ମନେ ପକାଉଛୁ।"
ପୁରୀ ୦୧।୦୮ : ପୁରୀରେ ପୁଣି ଗଡ଼ିଲା ମୁଣ୍ଡ । ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୁତ୍ତ। ହସ୍ପିଟାଲରେ ଯୁବକଙ୍କୁ ମୃତ ଘୋଷଣା କଲେ ଡାକ୍ତର। ମୃତ ଯୁବକ ଜଣକ ହେଲେ ଚନ୍ଦନପୁର ଦାମୋଦରପୁର ମହାରଣା ସାହିର କାଳିଆ ମଲ୍ଲିକ। ଚନ୍ଦନପୁର ଦାମୋଦରପୁର ବଜାରରେ ଘଟିଛି ହତ୍ୟାକାଣ୍ଡ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା ସନ୍ଦେହ। ଚନ୍ଦନପୁର ଥାନା ପୋଲିସର ତଦନ୍ତ ଜାରି ରଖିଛି।
ସୂଚନାଯୋଗ୍ୟ ଯେ, ଗତ କିଛି ମାସ ମଧ୍ୟରେ ପୁରୀ ସହରରେ ଅନେକ ହତ୍ୟା ସମ୍ପର୍କିତ ମାମଲା ସାମ୍ନାକୁ ଆସିଛି। ଗତ ଜୁନ୍ ମାସରେ ପୁରୀର ବଳିଆପଣ୍ଡା ଅଞ୍ଚଳରେ ପବିତ୍ର ନାୟକ (୨୫) ନାମକ ଜଣେ ହୋଟେଲ ମାଲିକଙ୍କୁ ନିର୍ମମଭାବେ ହତ୍ୟା କରାଯାଇଥିଲା। ଗ୍ରାହକ ସେବା ଏବଂ ବ୍ୟବସାୟିକ ବିବାଦକୁ ନେଇ ଓୟୋ ସହ ଜଡ଼ିତ ଚନ୍ଦନ ପଲାର ଓ ତାର ସହଯୋଗୀମାନଙ୍କ ସହ ଝଗଡ଼ା ହୋଇଥିଲା। ଏହାପରେ ପବିତ୍ରଙ୍କୁ ହତ୍ୟା କରାଯାଇଥିଲା। ଘଟଣାର ମାତ୍ର କେଇ ଘଣ୍ଟା ମଧ୍ୟରେ ପୁରୀ ପୋଲିସ ମୁଖ୍ୟ ଅଭିଯୁକ୍ତ ଚନ୍ଦନ ପଲାରକୁ ମାତା ମଠ ରୋଡ୍ରେ ଏନକାଉଣ୍ଟର କରି ଗିରଫ କରିଥିଲା
Also Read:-ବ୍ରହ୍ମପୁରରେ ଅପରାଧୀଙ୍କ ଖୋଲା ଚ୍ୟାଲେଞ୍ଜ ! ଗୋଳନ୍ଥରାରେ ବୁଲିଲା ଖଣ୍ଡା, ଦୁର୍ବୃତ୍ତଙ୍କ ଆକ୍ରମଣରେ ଯୁବକ ଗୁରୁତର
ସେହପରି ମାର୍ଚ୍ଚ ୨୦୨୬ରେ ହତ୍ୟାକାଣ୍ଡ ନ ହେଲେ ମଧ୍ୟ ଏକ ବଡ଼ ଅପରାଧିକ ଘଟଣାରେ ମୃତ୍ୟୁଞ୍ଜୟ ଭାରିମଲ ନାମକ ଜଣେ ଯୁବକଙ୍କୁ ଜନଗହଳି ପୂର୍ଣ୍ଣ ବଜାରରେ ମରଣାନ୍ତକ ଆକ୍ରମଣ କରାଯାଇଥିଲା। ପୂର୍ବ ଅପରାଧିକ ଶତ୍ରୁତା ଯୋଗୁଁ ଦୁର୍ବୃତ୍ତମାନେ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିବା ସହ ବହୁ ଦୂର ଘୋଷାଡ଼ି ନେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା। ସେହି ସମାନ ମାସରେ ପୁରୀରେ ପରକିୟା ପ୍ରୀତିକୁ ନେଇ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଥିଲା।ଅତିନୃଶଂସ ଭାବେ ଯୁବକକୁ ହାଣି ହତ୍ୟା କରାଯାଇଥିଲା। ପୁରୀ ସମୁଦ୍ରକୁଳ ଥାନା ଅନ୍ତର୍ଗତ ପେଣ୍ଠକଟା ଧୋବାଖାଲର ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିଲା। ଖବରପାଇ ଘଟଣାସ୍ଥଳରେ ସମୁଦ୍ରକୁଳ ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା।
ବିଗତ କିଛି ମାସ ଭିତରେ ପୁରୀ ଭଳି ତୀର୍ଥସ୍ଥାନରେ ଏଭଳି ହିଂସାତ୍ମକ ଘଟଣା ଘଟିବାକୁ ନେଇ ସାଧାରଣରେ ଉଦବେଗ ପ୍ରକାଶ ପାଇଥିଲା। ଅପରାଧିମାନେ ବେଖାତିର ଭାବେ ହିଂସା ଘଟାଉଥିବା ସ୍ଥାନୀୟ ଲୋକେ ପ୍ରତିକ୍ରିୟା ରଖିଥିଲେ।
ଶ୍ରୀନଗର: କାଶ୍ମୀରରେ ପହଲଗାମ ଭଳି ହମଲା। ଆସିଲେ, ପରିଚୟ ପଚାରିଲେ। ବନ୍ଧୁକ ଗୁଳିରେ ମାରିଲେ। ଆତଙ୍କବାଦୀମାନେ ଦକ୍ଷିଣ କାଶ୍ମୀରର କୁଲଗାମ ଜିଲ୍ଲାରେ ଏକ ଇଟା ଭାଟିରେ କାମ କରୁଥିବା ଛତିଶଗଡ଼ର ଦୁଇଜଣ ଶ୍ରମିକଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଏହି ଆକ୍ରମଣରେ ଉଭୟ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସୁରକ୍ଷା ବାହିନୀ ଆଖପାଖ ଅଞ୍ଚଳକୁ ଘେରାବନ୍ଦୀ କରିଛନ୍ତି। ଫେରାର୍ ହୋଇଯାଇଥିବା ଆତଙ୍କବାଦୀଙ୍କୁ ଧରିବା ପାଇଁ ତଲାସୀ ଅଭିଯାନକୁ ଜୋରଦାର କରିଛି। 'ଦି ରେଜିଷ୍ଟାନ୍ସ ଫ୍ରଣ୍ଟ' (TRF) - ଲସ୍କର-ଏ-ତୈବାର ଏକ ଛାମୁଆ ସଂଗଠନ - ଏହି ଆକ୍ରମଣକୁ ଦାୟୀ କରିଛି। ଆଗାମୀ ଦିନରେ ଏପରି ଆହୁରି ଆକ୍ରମଣ କରିବାକୁ ଧମକ ଦେଇଛି।
ଶୁକ୍ରବାର ରାତିରେ କୁଲଗାମର କେଲମ ଅଞ୍ଚଳରେ ଥିବା 'ଇଟ୍ କିଲନ୍-77'ରେ ଦୁଇ ଆତଙ୍କବାଦୀ ପହଞ୍ଚିଥିଲେ। ସେମାନେ ନିକଟରୁ ଗୁଳି ଚଳାଇବା ପୂର୍ବରୁ ଦୁଇ ଶ୍ରମିକଙ୍କୁ ସେମାନଙ୍କ ନାମ ପଚାରିଥିବା ଜଣାପଡ଼ିଛି। ଉଭୟ ଶ୍ରମିକ ନିକଟରେ ଏକ ଭଡା ଘରେ ରହୁଥିଲେ।
ଗୁଳି ମାରିବା ପରେ ଉଭୟ ତଳେ ପଡ଼ିଗଲେ, ଏବଂ ଆତଙ୍କବାଦୀମାନେ ସେମାନଙ୍କୁ ମୃତ ଭାବି ଚାଲିଯାଇଥିଲେ। ଆତଙ୍କବାଦୀମାନେ ଚାଲିଯିବା ପରେ, ସ୍ଥାନୀୟ ଲୋକଙ୍କ ସହାୟତାରେ ସହକର୍ମୀମାନେ ରକ୍ତ ଜୁଡୁବୁଡୁ ଶ୍ରମିକମାନଙ୍କୁ ଅନନ୍ତନାଗର ସରକାରୀ ମେଡିକାଲ କଲେଜରେ ଭର୍ତ୍ତି କରିଥିଲେ। ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଉଭୟ ମୃତକ ଛତିଶଗଡ଼ର ବୋଲି ଜଣାପଡ଼ିଛି।
ବିଳମ୍ବିତ ରାତିରେ, ଜଣକଙ୍କୁ ଉତ୍ତମ ଚିକିତ୍ସା ପାଇଁ ଶ୍ରୀନଗରର SKIMSକୁ ପଠାଯାଇଥିଲା। ଦୀପକଙ୍କ ଛାତିରେ ଗୁଳି ବାଜିଥିଲା। ଭୂପେନ୍ଦ୍ରଙ୍କ ପେଟରେ ଗୁଳି ବାଜିଥିଲା। ଏହା ନଅ ଦିନ ମଧ୍ୟରେ କାଶ୍ମୀରରେ ଦ୍ୱିତୀୟ ଆକ୍ରମଣ। ପୂର୍ବରୁ ଜୁଲାଇ ୨୨ରେ, ଆତଙ୍କବାଦୀମାନେ ଅନନ୍ତନାଗର ଲାଲ ଚୌକ୍ ଅଞ୍ଚଳରେ ଶ୍ରୀ ଅମରନାଥ ଯାତ୍ରା ଡ୍ୟୁଟିରେ ନିୟୋଜିତ ଜଣେ ପୋଲିସ ଅଧିକାରୀଙ୍କୁ ଗୁଳି କରି ହତ୍ୟା କରିଥିଲେ। ଅନ୍ୟପକ୍ଷରେ, ଗତବର୍ଷ ଏପ୍ରିଲ ୨୨ରେ ପହଲଗାମ ଆକ୍ରମଣ ପରେ ଏହା ଚଳିତ ବର୍ଷ ଦ୍ୱିତୀୟ ବଡ଼ ଆକ୍ରମଣ।
ନୂଆଦିଲ୍ଲୀ: ଦିଲ୍ଲୀର ଜନ୍ତର ମନ୍ତରରେ ପ୍ରତିବାଦ ସମୟରେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅପମାନଜନକ ଭାଷା ବ୍ୟବହାର କରି ବିବାଦ ଘେରରେ ଥିବା ଯୁବତୀ ରୁଚିକା ସିଂହ ସାମ୍ନାକୁ ଆସିଛନ୍ତି। ସୋସିଆଲ ମିଡିଆରେ ଭିଡିଓ ସେୟାର କରି ସେ ନିଜର ଆଚରଣ ପାଇଁ ଦେଶବାସୀଙ୍କୁ ହାତ ଯୋଡ଼ି କ୍ଷମା ପ୍ରାର୍ଥନା କରିଛନ୍ତି।
ଭାଇରାଲ ହୋଇଥିବା ଭିଡିଓରେ ନିଜକୁ ୧୫ ବର୍ଷୀୟା ଝିଅ ଭାବେ ପରିଚୟ ଦେଇ ରୁଚିକା କହିଛନ୍ତି ଯେ, ସେ କନଟ୍ ପ୍ଲେସ୍ ବୁଲିବାକୁ ଆସି ବନ୍ଧୁମାନଙ୍କ ସହ ଜନ୍ତର ମନ୍ତର ପ୍ରତିବାଦ ସ୍ଥଳରେ ପହଞ୍ଚିଥିଲେ। ସେଠାରେ ଉପସ୍ଥିତ ଲୋକଙ୍କ ପ୍ରଭାବରେ ଆସି ସେ ପ୍ରଧାନମନ୍ତ୍ରୀ ଓ ତାଙ୍କ ସ୍ୱର୍ଗତ ମାଆଙ୍କ ବିରୋଧରେ ଅକ୍ଷମଣୀୟ ଶବ୍ଦ ବ୍ୟବହାର କରିଥିଲେ।
ରୁଚିକା କହିଛନ୍ତି ଯେ ମୋର ଏହି କାର୍ଯ୍ୟ ପାଇଁ ମୁଁ ଅତ୍ୟନ୍ତ ଲଜ୍ଜିତ। ଏହା ମୋର ପ୍ରଥମ ଏବଂ ଶେଷ ଭୁଲ୍ ବୋଲି ଭାବି ଦେଶବାସୀ ମୋତେ କ୍ଷମା କରିଦିଅନ୍ତୁ। ରୁଚିକାଙ୍କ କ୍ଷମା ଭିଡିଓ ଆସିବାର କିଛି ଘଣ୍ଟା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇନଷ୍ଟାଗ୍ରାମରେ ଏକ ବାର୍ତ୍ତା ଦେଇଥିଲେ। ପ୍ରତିବାଦ ବେଳେ ତାଙ୍କ ଓ ତାଙ୍କ ସ୍ୱର୍ଗତ ମାଆଙ୍କ ବିରୋଧରେ କୁହାଯାଇଥିବା ଭାଷା ଅତ୍ୟନ୍ତ ଦୁଃଖଦାୟକ ଥିଲା, ତଥାପି ଯୁବପିଢ଼ିଙ୍କୁ ସେମାନଙ୍କ ଭୁଲରୁ ଶିଖିବାର ସୁଯୋଗ ମିଳିବା ଉଚିତ ଭାବି ସେ ସମ୍ପୃକ୍ତ ଛାତ୍ରୀଙ୍କୁ କ୍ଷମା କରିଦେଇଛନ୍ତି ବୋଲି ପ୍ରକାଶ କରିଥିଲେ।
ଗତ ଜୁଲାଇ ୨୯ ତାରିଖରେ ନୋଏଡ଼ାର ଏକ୍ସପ୍ରେସୱେ ଥାନାରେ ରୁଚିକାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ସାମ୍ବିଧାନିକ ପଦବୀର ମର୍ଯ୍ୟାଦା କ୍ଷୁଣ୍ଣ କରିବା ଅଭିଯୋଗରେ ଭାରତୀୟ ନ୍ୟାୟ ସଂହିତା (BNS) ଅଧୀନରେ ଏହି ମାମଲା ରୁଜୁ କରାଯାଇଥିଲା, ଯାହାକୁ ପରବର୍ତ୍ତୀ ସମୟରେ ଦିଲ୍ଲୀର ପାର୍ଲିଆମେଣ୍ଟ ଷ୍ଟ୍ରିଟ୍ ଥାନାକୁ ସ୍ଥାନାନ୍ତର କରାଯାଇଛି।
ରିପୋର୍ଟ ଅନୁସାରେ, ରୁଚିକା ନୋଏଡ଼ାର ଏକ ହାଉସିଂ ସୋସାଇଟିରେ ତାଙ୍କ ମାଆଙ୍କ ସହ ରହୁଥିଲେ। ପ୍ରତିବାଦ ଘଟଣା ପରଠାରୁ ତାଙ୍କ ଫ୍ଲାଟ୍ ବନ୍ଦ ରହିଛି ଏବଂ ପୋଲିସ ସେହି ଆପାର୍ଟମେଣ୍ଟରେ ପହଞ୍ଚି ଛାନଭିନ ଜାରି ରଖିଛି।
also read- ପିଏମ୍ କିଷାନ ଯୋଜନାକୁ ଆହୁରି ୫ ବର୍ଷ ବଢ଼ାଇଲେ ମୋଦୀ ସରକାର, ଖର୍ଚ୍ଚ ହେବ ୩.୧୫ ଲକ୍ଷ କୋଟି ଟଙ୍କା
ଅପରପକ୍ଷରେ, ପ୍ରତିବାଦ ଆୟୋଜକର ମୁଖପାତ୍ର ସୌରଭ ଦାସ କହିଛନ୍ତି—ଆପତ୍ତିଜନକ ଭାଷା ଗ୍ରହଣଯୋଗ୍ୟ ନୁହେଁ, କିନ୍ତୁ କାହା ମନ୍ତବ୍ୟ ପାଇଁ ସୋସିଆଲ ମିଡିଆ ଓ ପୋଲିସ ଦ୍ୱାରା ଅପରାଧିକ ମାମଲା ଆଣିବା ବାକ୍ ସ୍ୱାଧୀନତାକୁ କ୍ଷୁଣ୍ଣ କରୁଛି। ଫୌଜଦାରୀ ମାମଲା ବଦଳରେ ମାନହାନି ମାମଲା କରାଯାଇପାରିଥାନ୍ତା।
ମାଲକାନଗିରି ୦୧।୦୮ : ବନ୍ୟା ପାଣିରେ ଫସିଲେ ଜବାନ ।  ଜୀବନ ବଞ୍ଚାଇବା ଲାଗି କିଏ ଘରର ଟିଣ ଛପର ଉପରେ ତ ଆଉ କିଏ ଗଛର ଡାଳ ଉପରେ ଆଶ୍ରୟ ନେଇଛନ୍ତି । ମାଲକାନଗିରି ସୀମାନ୍ତ ଛତିଶଗଡ ଅବୁଝମାଡ ଜଙ୍ଗଲରୁ ଆସିଛି ଏଭଳି ଏକ ଛାତିଥରା ଦୃଶ୍ୟ ।
ଲଗାଣ ବର୍ଷା ଯୋଗୁଁ ନାରାୟଣପୁର ଜିଲ୍ଲାର ସିତାରାମ ଓ ବାଲେବେଡା ବିଏସଏଫ କ୍ୟାମ୍ପ ପାଣି ଘେରରରେ ଆସିଥିଲା । କିଛି ଚିନ୍ତା କରିବା ପୂର୍ବରୁ ରାତି ପ୍ରାୟ ୧୧ ଟା ସମୟରେ ସଂପୂର୍ଣ୍ଣ ବିଏସଏଫ କ୍ୟାମ୍ପ ବନ୍ୟା ପାଣିରେ ବୁଡି ଯାଇଥିଲା । ରାତି ତମାମ ବର୍ଷାରେ ଭିଜିବା ପରେ ସକାଳେ ବାୟୁ ସେନାର ହେଲିକପ୍ଟର ଯୋଗ ବିଏସଏଫ ଜବାନମାନଙ୍କୁ ଉଦ୍ଧାର କରିଯାଇଥିଲା। ହେଲେ ଜବାନଙ୍କ ଅସ୍ତ୍ରଶସ୍ତ୍ର ଓ ଆସବାବପତ୍ର ସବୁ ବର୍ତ୍ତମାନ ସୁଦ୍ଧା ବନ୍ୟା ପାଣିରେ ବୁଡି ରହିଛି।
Also Read:-LPG Cylinder Price Cut: ଶସ୍ତା ହେଲା କମର୍ସିଆଲ୍ ସିଲିଣ୍ଡର; ଦିଲ୍ଲୀରେ କମିଲା ୨୦୨ ଟଙ୍କା, ଘରୋଇ LPG ଦରରେ ହୋଇନି କୌଣସି ପରିବର୍ତ୍ତନ
ତେବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ଜଣେ ଯବାନ କହୁଛନ୍ତି ଯେ, ବର୍ଷାରେ ଚଢେଇ ଭଳି ଆମେ ଛାତ ଉପରେ ଓ ଗଛ ଡାଳରେ ବସିଛୁ।
ନୂଆଦିଲ୍ଲୀ ୦୧।୦୮; ପ୍ରତି ମାସ ଭଳି ଅଗଷ୍ଟ ୧ ତାରିଖରୁ ଦେଶରେ ଅନେକ ଆର୍ଥିକ ଏବଂ ବ୍ୟବସାୟିକ ନିୟମରେ ବଡ଼ ଧରଣର ପରିବର୍ତ୍ତନ ହୋଇଛି। ଏହି ପରିବର୍ତ୍ତନଗୁଡ଼ିକ ରୋଷେଇ ଗ୍ୟାସ ଦରଠାରୁ ଆରମ୍ଭ କରି ଟ୍ରେନ୍ ଟିକେଟ୍ ବୁକିଂ ଏବଂ ବ୍ୟାଙ୍କିଙ୍ଗ୍ ସେବା ପର୍ଯ୍ୟନ୍ତ ସବୁଠି ଦେଖିବାକୁ ମିଳିଛି । ଆସନ୍ତୁ ଜାଣିବା ଆଜିଠାରୁ କେଉଁ ସବୁ ନିୟମରେ ପରିବର୍ତ୍ତନ ହେଲା-
ଏଲପିଜି ସିଲିଣ୍ଡର ଦର
ଅଗଷ୍ଟ ପହିଲାରୁ ୧୯ କେଜି ବିଶିଷ୍ଟ କମର୍ସିଆଲ୍ ଗ୍ୟାସ୍ ସିଲିଣ୍ଡର ଦାମରେ ୨୦୨ ଟଙ୍କା ହ୍ରାସ କରାଯାଇଛି । ଫଳରେ ଦିଲ୍ଲୀରେ ଏହାର ମୂଲ୍ୟ ୨୭୨୮ ଟଙ୍କା ଓ କୋଲକାତାରେ ୨୮୭୨.୫୦ ଟଙ୍କା ହୋଇଛି। ତେବେ ଘରୋଇ ରୋଷେଇ ଗ୍ୟାସ୍ ଦର ଅପରିବର୍ତ୍ତିତ ରହିଛି।
ରେଲଓ୍ୱେ ତତ୍କାଳ ଟିକେଟ୍
ଷ୍ଟେସନରେ ଭିଡ଼ କମାଇବା ପାଇଁ ରେଳବାଇ ଏବେ ତତ୍କାଳ ଟିକେଟ୍ ପାଇଁ ଟୋକନ୍ ବ୍ୟବସ୍ଥା ଲାଗୁ କରିଛି । ଏବେ ଟୋକନ୍ ମିଳିବା ପରେ ହିଁ କାଉଣ୍ଟରରୁ ଟିକେଟ୍ ଜାରି କରାଯିବ।
ଆୟକର ରିଟର୍ଣ୍ଣ (ITR)
ଆୟକର ଦାଖଲର ସମୟସୀମା ଜୁଲାଇ ୩୧ରେ ଶେଷ ହୋଇଛି। ଏବେ ଅଗଷ୍ଟ ୧ରୁ ରିଟର୍ଣ୍ଣ ଦାଖଲ କଲେ ୧୦୦୦ରୁ ୫୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ବା ଲେଟ୍ ଫି’ ଦେବାକୁ ପଡ଼ିବ।
କ୍ରେଡିଟ୍ କାର୍ଡ
ଅନେକ ବ୍ୟାଙ୍କ ଅଗଷ୍ଟ ୧ ତାରିଖରୁ ସେମାନଙ୍କ କ୍ରେଡିଟ୍ କାର୍ଡ ନୀତିରେ ପରିବର୍ତ୍ତନ କରୁଛନ୍ତି । ଏହି ପରିବର୍ତ୍ତନଗୁଡ଼ିକରେ ରିୱାର୍ଡ ପଏଣ୍ଟ କାର୍ଯ୍ୟକ୍ରମ, ବାର୍ଷିକ ରକ୍ଷଣାବେକ୍ଷଣ ଫି ଏବଂ ଅନ୍ୟାନ୍ୟ ସେବା ଶୁଳ୍କରେ ସଂଶୋଧନ ଅନ୍ତର୍ଭୁକ୍ତ ହୋଇପାରେ। ଏହି ପରିବର୍ତ୍ତନଗୁଡ଼ିକ ବ୍ୟାଙ୍କ ଅନୁସାରେ ଭିନ୍ନ ହୋଇଥାଏ, ତେଣୁ ଗ୍ରାହକମାନେ ସେମାନଙ୍କ ବ୍ୟାଙ୍କ ଦ୍ୱାରା ଜାରି କରାଯାଇଥିବା ସର୍ବଶେଷ ଫି ସୂଚୀ ଏବଂ କ୍ରେଡିଟ୍ କାର୍ଡ ସର୍ତ୍ତାବଳୀ ଯାଞ୍ଚ କରିବା ଉଚିତ।
ସାମଗ୍ରୀ ଦର ବୃଦ୍ଧି
ଏହି ମାସରେ ବିଭିନ୍ନ ସାମଗ୍ରୀର ମୂଲ୍ୟ ବୃଦ୍ଧି ପାଇବାର ସମ୍ଭାବନା ରହିଛି।  ଉତ୍ପାଦନ ଖର୍ଚ୍ଚ ବୃଦ୍ଧି ପାଇବା ଦ୍ୱାରା ଚା’ ଠାରୁ ପୋଷାକ, ଟେଲିଭିଜନ, ରେଫ୍ରିଜରେଟର ଏବଂ ୱାଶିଂ ମେସିନ୍ ପର୍ଯ୍ୟନ୍ତ ବିଭିନ୍ନ ଉତ୍ପାଦର ମୂଲ୍ୟ ବୃଦ୍ଧି ହେବ ବୋଲି ବଜାର ବିଶେଷଜ୍ଞମାନେ ଆକଳନ କରିଛନ୍ତି। ଇନପୁଟ୍ କଷ୍ଟ ବଢ଼ୁଥିବାରୁ ଚା’, ପୋଷାକ, ଟିଭି, ଫ୍ରିଜ୍ ଏବଂ ୱାଶିଂ ମେସିନ୍ ଭଳି ଜିନିଷର ଦାମ ୪ ରୁ ୬ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିବାର ସମ୍ଭାବନା ରହିଛି।
CKYC  ଓ GST
ବ୍ୟାଙ୍କିଙ୍ଗକୁ ସହଜ କରିବା ପାଇଁ CKYC 2.0 ଲାଗୁ କରାଯାଇଛି, ଯାହାଫଳରେ ଗ୍ରାହକଙ୍କୁ ପ୍ରତିଥର KYC ଦଲିଲ ଦେବାକୁ ପଡ଼ିବ ନାହିଁ । ସେହିପରି GST ନିୟମରେ ପରିବର୍ତ୍ତନ କରାଯାଇ ଇ-ଇନଭଏସ୍ ଓ ଇ-ୱେ ବିଲ୍ ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ କରାଯାଇଛି।
ବ୍ୟାଙ୍କ ସେବା
ବ୍ୟାଙ୍କ ସମ୍ବନ୍ଧୀୟ ଏକ ପରିବର୍ତ୍ତନ ମଧ୍ୟ ଚାଲିଛି। ଏପ୍ରିଲ ପହିଲାରୁ, ଅନେକ ବ୍ୟାଙ୍କ ସେମାନଙ୍କର ସେବା ପାଇଁ ପ୍ରଯୁଜ୍ୟ ଚାର୍ଜ ପରିବର୍ତ୍ତନ କରୁଛନ୍ତି। ଏଥିମଧ୍ୟରୁ, ଉଜ୍ଜୀବନ ସ୍ମଲ୍ ଫାଇନାନ୍ସ ବ୍ୟାଙ୍କ ତାର ଗ୍ରାହକମାନଙ୍କ ପାଇଁ SMS ଆଲର୍ଟ ଚାର୍ଜ ପରିବର୍ତ୍ତନ କରୁଛି।
ବ୍ରହ୍ମପୁର: ଖାକିକୁ ଆଉ ନାହିଁ ଭୟ, ଆଇନକୁ ନାହିଁ ଖାତିର। ବ୍ରହ୍ମପୁର ପୋଲିସ ଜିଲ୍ଲାରେ ପୁଣିଥରେ ଅପରାଧୀମାନେ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ଗୋଳନ୍ଥରା ଥାନା ଅନ୍ତର୍ଗତ କନିଷି ଢ଼ାବା ନିକଟରେ ଘଟିଛି ଘଟଣା। ଯାହା ସମଗ୍ର ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି। ମିଳିଥିବା ସୂଚନା ମୁତାବକ, ଗତ ୨୯ ତାରିଖ ସାମାନ୍ୟ ବଚସାକୁ କେନ୍ଦ୍ର କରି କନିଷି ଓ ହଳଦିଆପଦର ଅଞ୍ଚଳରେ ସ୍ଥାନୀୟ ଅପରାଧୀ ଗୋଷ୍ଠୀର କିଛି ଯୁବକ ଉତ୍ପାତ କରିଥିଲେ। କିନ୍ତୁ କଥା ଏତିକିରେ ସରିନଥିଲା। ଉତ୍ତ୍ୟକ୍ତ ଦୁର୍ବୃତ୍ତମାନେ ଖୋଲାଖୋଲି ଧାରୁଆ ଅସ୍ତ୍ର ନେଇ ଆକ୍ରମଣ କରିବାରୁ ଜଣେ ଯୁବକ ଗୁରୁତର ଭାବେ ଆହତ ହୋଇଛନ୍ତି।
ଅପରାଧ ଘଟାଇବା ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ସୁଦ୍ଧା ସେମାନଙ୍କର ସାଂଘାତିକ କାରନାମା କ୍ୟାମେରାରେ କଏଦ ହୋଇଛି। ସିସିଟିଭି (CCTV) ଭିଜୁଆଲରେ ଜଣେ ଯୁବକ ହାତରେ ଖୋଲା ଖଣ୍ଡା ଧରି ଆତଙ୍କ ରଚୁଛି। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସାଧାରଣରେ ବ୍ୟାପକ ଆକ୍ରୋଶ ଓ ଭୟର ବାତାବରଣ ଖେଳିଯାଇଛି।
also read- ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଏକାଧିକ ପ୍ରସ୍ତାବ ଉପରେ ଲାଗିପାରେ ମୋହର
ଘଟଣାକୁ ନେଇ ଗୋଳନ୍ଥରା ଥାନା ପୋଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଭାଇରାଲ ସିସିଟିଭି ଫୁଟେଜ୍ ଆଧାରରେ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିବା ସହ ସେମାନଙ୍କୁ ଗିରଫ କରିବା ପାଇଁ ପୋଲିସ୍ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ତେବେ ଜନଗହଳିପୂର୍ଣ୍ଣ ସ୍ଥାନରେ ଏଭଳି ଖୋଲାଖୋଲି ଖଣ୍ଡା ବୁଲାଇବା ପୋଲିସର ପାଟ୍ରୋଲିଂ ଓ ସୁରକ୍ଷା ବ୍ୟବସ୍ଥା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଖୁବ୍ଶୀଘ୍ର ଅପରାଧୀଙ୍କୁ ଗିରଫ କରି କଠୋର ଦଣ୍ଡ ନଦେଲେ ଅଞ୍ଚଳରେ ଅସନ୍ତୋଷ ଆହୁରି ବୃଦ୍ଧି ପାଇବା ନିଶ୍ଚିତ।
ଭଦ୍ରକ ୦୧।୦୮ : ଏବେବି ତଳିଆ ଅଞ୍ଚଳରେ ପାଣି । ଭଦ୍ରକ ଜିଲ୍ଲାରେ ବନ୍ୟା ପରିସ୍ଥିତି ଦ୍ୱାରା ୪.୬୮ ଲକ୍ଷରୁ ଅଧିକ ପ୍ରଭାବିତ ହୋଇଛନ୍ତି । ତାମଧ୍ୟରୁ ୧.୫୮ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି । ଜିଲ୍ଲାରେ ଜାରି ରହିଥିବା ବନ୍ୟା ପରିସ୍ଥିତି ମଧ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏହାସହିତ ରିଲିଫ୍ ଓ ଥଇଥାନ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି ।
ସୂଚନା ଅନୁଯାୟୀ, ଜିଲ୍ଲାର ୧୧୦ଟି ଗ୍ରାମ ପଞ୍ଚାୟତ ଓ ୨୬ଟି ଓ୍ୱାର୍ଡର ୪୨୩ ଗାଁ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି । ମୋଟ ୪ ଲକ୍ଷ ୬୮ ହଜାର ଅଧିକ ଲୋକ ପ୍ରଭାବିଚ ହୋଇଥିବା ବେଳେ ୧ ଲକ୍ଷ ୫୮ ହଜାର ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ପ୍ରଭାବିତ ଅଞ୍ଚଳରେ ୨୮୬ଟି ମାଗଣା ରୋଷେଇ କେନ୍ଦ୍ର ଚାଲୁ ରହିଛି । ଏଥିସହ ୨୪୮.୮ କ୍ୱିଣ୍ଟାଲ ଚୁଡ଼ା ଓ ୩୩.୮୮ କ୍ୱିଣ୍ଟାଲ ଗୁଡ଼ ବଣ୍ଟନ କରାଯାଇଛି। ଏବେ ବୈତରଣୀ ନଦୀ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି , କିନ୍ତୁ ତଳିଆ ଅଞ୍ଚଳରେ ଏବେ ମଧ୍ୟ ବନ୍ୟା ପାଣି ଜମି ରହିବା ସହ ଜଳବନ୍ଦୀ ସ୍ଥିତି ସୃଷ୍ଟି କରିଛି ।
ଭଦ୍ରକ ୦୧।୦୮ : ଏବେବି ତଳିଆ ଅଞ୍ଚଳରେ ପାଣି । ଭଦ୍ରକ ଜିଲ୍ଲାରେ ବନ୍ୟା ପରିସ୍ଥିତି ଦ୍ୱାରା ୪.୬୮ ଲକ୍ଷରୁ ଅଧିକ ପ୍ରଭାବିତ ହୋଇଛନ୍ତି । ତାମଧ୍ୟରୁ ୧.୫୮ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି । ଜିଲ୍ଲାରେ ଜାରି ରହିଥିବା ବନ୍ୟା ପରିସ୍ଥିତି ମଧ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏହାସହିତ ରିଲିଫ୍ ଓ ଥଇଥାନ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି ।
ସୂଚନା ଅନୁଯାୟୀ, ଜିଲ୍ଲାର ୧୧୦ଟି ଗ୍ରାମ ପଞ୍ଚାୟତ ଓ ୨୬ଟି ଓ୍ୱାର୍ଡର ୪୨୩ ଗାଁ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି । ମୋଟ ୪ ଲକ୍ଷ ୬୮ ହଜାର ଅଧିକ ଲୋକ ପ୍ରଭାବିଚ ହୋଇଥିବା ବେଳେ ୧ ଲକ୍ଷ ୫୮ ହଜାର ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ପ୍ରଭାବିତ ଅଞ୍ଚଳରେ ୨୮୬ଟି ମାଗଣା ରୋଷେଇ କେନ୍ଦ୍ର ଚାଲୁ ରହିଛି । ଏଥିସହ ୨୪୮.୮ କ୍ୱିଣ୍ଟାଲ ଚୁଡ଼ା ଓ ୩୩.୮୮ କ୍ୱିଣ୍ଟାଲ ଗୁଡ଼ ବଣ୍ଟନ କରାଯାଇଛି। ଏବେ ବୈତରଣୀ ନଦୀ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି , କିନ୍ତୁ ତଳିଆ ଅଞ୍ଚଳରେ ଏବେ ମଧ୍ୟ ବନ୍ୟା ପାଣି ଜମି ରହିବା ସହ ଜଳବନ୍ଦୀ ସ୍ଥିତି ସୃଷ୍ଟି କରିଛି ।
Also Read:-ଭାରତ ସଂସଦରେ ବଡ ତଥ୍ୟ; ୩,୮୮୮ ଭାରତୀୟଙ୍କୁ ଧକ୍କା ଦେଇ ବାହାର କରିଛି ଆମେରିକା !
ନୂଆଦିଲ୍ଲୀ ୦୧।୦୮; ଦେଶର ବିଭିନ୍ନ ରାଜ୍ୟରେ ଲଗାଣ ବର୍ଷା ଓ ବନ୍ୟା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । ଆସାମରୁ କାଶ୍ମୀର ଓ ଗୁଜରାଟ ପର୍ଯ୍ୟନ୍ତ ସବୁଆଡ଼େ ‘ଜଳ ପ୍ରଳୟ’ର ଭୟଙ୍କର ଚିତ୍ର ଦେଖିବାକୁ ମିଳୁଛି । ବନ୍ୟାର ସବୁଠାରୁ ଅଧିକ ପ୍ରଭାବ ଆସାମରେ ପଡ଼ିଥିବାବେଳେ ଏପର୍ଯ୍ୟନ୍ତ ୮୨ ଜଣଙ୍କର ମୃତ୍ୟୁ ହୋଇଛି। ଶିବସାଗର,ଗୋଲାଘାଟ, ଜୋରହାଟ, ନଗାଓଁ ଓ ଚରାଇଦେଓ ଜିଲ୍ଲାର ପ୍ରାୟ ଦୁଇ ଲକ୍ଷ ଲୋକ ବନ୍ୟା କବଳରେ ରହିଛନ୍ତି।
୩୭୯ଟି ଗାଁ ଜଳମଗ୍ନ ହୋଇଥିବାବେଳେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ପାଇଁ NDRF, SDRF ଓ ଅନ୍ୟାନ୍ୟ ଏଜେନ୍ସି ନିରନ୍ତର ପ୍ରୟାସ ଜାରି ରଖିଛନ୍ତି । ଅନ୍ୟପଟେ, କାଶ୍ମୀରରେ ପ୍ରବଳ ବର୍ଷା ସହ ବାଦଲଫଟା ବର୍ଷା ପରିସ୍ଥିତିକୁ ଆହୁରି ସଙ୍କଟଜନକ କରିଛି। ଦକ୍ଷିଣ କାଶ୍ମୀରର ସୋପିଆନ୍ ଜିଲ୍ଲାର ଅନେକ ଗାଁ ଆକସ୍ମିକ ବନ୍ୟାରେ ଜଳମଗ୍ନ ହୋଇପଡ଼ିଛି । ଘରବାଡ଼ି, କୃଷିଜମି ଓ ଅନ୍ୟାନ୍ୟ ସମ୍ପତ୍ତିର ବ୍ୟାପକ କ୍ଷତି ଘଟିଥିବାବେଳେ ଉଦ୍ଧାରକାରୀ ଟିମ୍ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବାରେ ବ୍ୟସ୍ତ ଅଛନ୍ତି। ଗୁଜରାଟରେ ମଧ୍ୟ ବର୍ଷାର କରାଳ ରୂପ ଦେଖିବାକୁ ମିଳୁଛି। ଖେଡ଼ା ଜିଲ୍ଲାର ରାସ୍ତା, ବଜାର ଓ ଆବାସିକ ଅଞ୍ଚଳ ପାଣିରେ ବୁଡ଼ି ରହିଛି । ଅନେକ ଘର ଓ ଦୋକାନରେ ବନ୍ୟାଜଳ ପଶିଯାଇଛି।
ଏହି ସମୟରେ, କାଶ୍ମୀର ଉପତ୍ୟକାରେ ପ୍ରବଳ ବର୍ଷା ହେଉଛି। ବାଦଲ ଫାଟିବା ସହିତ ଦକ୍ଷିଣ କାଶ୍ମୀରର ଶୋପିଆନ ଜିଲ୍ଲାର ଅନେକ ଗାଁରେ ହଠାତ୍ ବନ୍ୟା ଆସିଛି।ରାଜ୍ୟ ବିପର୍ଯ୍ୟୟ ପ୍ରତିକ୍ରିୟା ବାହିନୀ (SDRF) ଦଳଗୁଡ଼ିକ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ କରୁଛନ୍ତି। ବନ୍ୟା ପାଣି ଅନେକ ଘର, ଅନ୍ୟାନ୍ୟ ସମ୍ପତ୍ତି ଏବଂ ଚାଷ ଜମିକୁ କ୍ଷତିଗ୍ରସ୍ତ କରିଛି। ଗୁଜୁରାଟରେ ମୌସୁମୀ ତାଣ୍ଡବ ଜାରି ରଖିଛି। ଖେଡା ଜିଲ୍ଲାରେ, ଭାସୋର ମୁଖ୍ୟ ବଜାର ହେଉ କିମ୍ବା ଆବାସିକ ଅଞ୍ଚଳ, ସବୁଠି ପାଣି ହିଁ ପାଣି । ଲୋକଙ୍କ ଘର ଏବଂ ଦୋକାନ ବୁଡି ଯାଇଛି। ପୋଲିସ ଅଧିକ୍ଷକଙ୍କ କାର୍ଯ୍ୟାଳୟ ନିକଟରେ ବର୍ଷା ପାଣିରେ ଖେଳୁଥିବା ତିନି ଜଣ ପିଲା  ଭାସି ଯାଇଥିଲେ। ଅଗ୍ନିଶମ ବାହିନୀ ଦଳ ତୁରନ୍ତ ପଦକ୍ଷେପ ନେଇ ତିନି ଜଣଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ। ଏନେଇ ପ୍ରଶାସନ ସଜାଗ ରହିଛି।
ଭୁବନେଶ୍ୱର : କୃତ୍ରିମ ବୁଦ୍ଧିମତ୍ତା ବା AI ଏବେ ବିଶ୍ୱର ଟେକ୍ ଇଣ୍ଡଷ୍ଟ୍ରିର ଚିତ୍ର ବଦଳାଇ ଦେଇଛି । ଗୋଟିଏ ପଟେ AI କମ୍ପାନୀଗୁଡ଼ିକର ଉତ୍ପାଦନ କ୍ଷମତା ବଢ଼ାଉଥିବା ବେଳେ, ଅନ୍ୟପଟେ ହଜାର ହଜାର କର୍ମଚାରୀଙ୍କ ଚାକିରି ଉପରେ ସଙ୍କଟ ସୃଷ୍ଟି କରିଛି। ସମଗ୍ର ବିଶ୍ୱର ଟେକ୍ ଇଣ୍ଡଷ୍ଟ୍ରିକୁ ନିଜ କବ୍ଜାକୁ ନେବାକୁ ବସିଲାଣି AI । ନୂଆ ରିପୋର୍ଟ ଅନୁସାରେ, ବିଶ୍ୱର ଟେକ୍ ସେକ୍ଟରରେ ପ୍ରତିଦିନ ହାରାହାରି ୯୮୫ ଜଣ କର୍ମଚାରୀ ଚାକିରି ହରାଉଛନ୍ତି। ତେବେ AIର ଏହି ପ୍ରଭାବ ଭାରତର IT ଇଣ୍ଡଷ୍ଟ୍ରି ଉପରେ କେତେ ପଡ଼ିଛି ଆସନ୍ତୁ ଜାଣିବା ।
ବର୍ତ୍ତମାନ ଚାକିରି କ୍ଷେତ୍ରରେ AI ଯେତିକି ସୁଯୋଗ ସୃଷ୍ଟି କରୁଛି, ସେତିକି ଚ୍ୟାଲେଞ୍ଜ ମଧ୍ୟ ଆଣୁଛି । ଟେକ୍ କମ୍ପାନୀଗୁଡ଼ିକ ଏବେ ବିଭିନ୍ନ କାର୍ଯ୍ୟ ପାଇଁ AIକୁ ବ୍ୟବହାର କରୁଛନ୍ତି । ଫଳରେ ଅନେକ କାମ, ଯାହା ପୂର୍ବରୁ କର୍ମଚାରୀମାନେ କରୁଥିଲେ, ତାହା ଏବେ AI ଦ୍ୱାରା ସମ୍ପନ୍ନ ହେଉଛି । ତଥ୍ୟ ଅନୁସାରେ, ୨୦୨୫ ମସିହାରେ ବିଶ୍ୱର ଟେକ୍ ସେକ୍ଟରରେ ତିନି ଲକ୍ଷରୁ ଅଧିକ କର୍ମଚାରୀ ନିଜ ଚାକିରି ହରାଇଛନ୍ତି । ହାରାହାରି ଭାବେ ଦେଖିଲେ ପ୍ରତିଦିନ ପ୍ରାୟ ୯୮୫ ଜଣ କର୍ମଚାରୀଙ୍କୁ ଛଟେଇ କରାଯାଉଛି। ଗୁଗୁଲ, ମାଇକ୍ରୋସଫ୍ଟ, ଇଣ୍ଟେଲ୍, ସିସ୍କୋ, ଆଇବିଏମ୍ ଏବଂ ଅନ୍ୟାନ୍ୟ ବଡ଼ ଟେକ୍ କମ୍ପାନୀ ଗତ କିଛି ମାସ ମଧ୍ୟରେ ହଜାର ହଜାର କର୍ମଚାରୀଙ୍କୁ ଛଟେଇ କରିଛନ୍ତି। କମ୍ପାନୀଗୁଡ଼ିକର କହିବା ହେଉଛି, AIର ବ୍ୟବହାର ବଢ଼ିବା ସହ କାମର ପ୍ରକୃତି ବଦଳୁଛି ଏବଂ ଖର୍ଚ୍ଚ କମାଇବା ପାଇଁ କର୍ମଚାରୀ ସଂଖ୍ୟା ହ୍ରାସ କରାଯାଉଛି ।
ଭାରତ ଉପରେ କ'ଣ ରହିଛି ପ୍ରଭାବ ?
ବିଶ୍ୱର IT ସେବା କ୍ଷେତ୍ରରେ ଭାରତର ବଡ଼ ଭୂମିକା ରହିଛି । TCS , ଇନଫୋସିସ୍, ୱିପ୍ରୋ, HCL Tech ଓ ଟେକ୍ ମହିନ୍ଦ୍ରା ଭଳି ବଡ଼ ବଡ଼ କମ୍ପାନୀ AI ଉପରେ ବ୍ୟାପକ ନିବେଶ କରୁଛନ୍ତି। ଏହା ସହ କର୍ମଚାରୀଙ୍କୁ AI ଓ ନୂଆ ଡିଜିଟାଲ୍ ସ୍କିଲ୍ ଶିଖିବାକୁ ମଧ୍ୟ ପ୍ରୋତ୍ସାହନ ଦିଆଯାଉଛି। ବିଶେଷଜ୍ଞଙ୍କ କହିବା ଅନୁସାରେ, ଯେଉଁ କର୍ମଚାରୀମାନେ କେବଳ ସାଧାରଣ କୋଡିଂ କିମ୍ବା ପୁନରାବୃତ୍ତି ହେଉଥିବା କାମ କରୁଛନ୍ତି, ସେମାନଙ୍କ ଚାକିରି ଉପରେ AIର ପ୍ରଭାବ ଅଧିକ ପଡ଼ିପାରେ। କିନ୍ତୁ AI, ସାଇବର ସିକ୍ୟୁରିଟି, ଡାଟା ସାଇନ୍ସ, କ୍ଲାଉଡ୍ କମ୍ପ୍ୟୁଟିଂ ଓ ମେସିନ୍ ଲର୍ଣ୍ଣିଂ ଭଳି କ୍ଷେତ୍ରରେ ନୂଆ ଚାକିରି ସୁଯୋଗ ମଧ୍ୟ ବଢ଼ୁଛି। ଭାରତୀୟ IT କମ୍ପାନୀମାନେ କହିଛନ୍ତି ଯେ, AI ଚାକିରିକୁ ସମ୍ପୂର୍ଣ୍ଣ ଶେଷ କରିବ ନାହିଁ ବରଂ କାମର ମାଧ୍ୟମକୁ ବଦଳାଇବ । ଯେଉଁମାନେ ସମୟ ସହ ନୂଆ ସ୍କିଲ୍ ଶିଖିବେ, ସେମାନଙ୍କ ପାଇଁ ଆଗାମୀ ଦିନରେ AI କ୍ଷେତ୍ରରେ ବହୁତ ଭଲ ସୁଯୋଗ ମିଳିବ ।
ୱାଶିଂଟନ : ଆମେରିକାରେ ଅବୈଧ ଭାବେ ରହୁଥିବା ବିଦେଶୀ ନାଗରିକଙ୍କ ବିରୋଧରେ ଟ୍ରମ୍ପ ପ୍ରଶାସନର କଡ଼ା ନୀତି ଜାରି ରହିଛି। ଏହି କାର୍ଯ୍ୟାନୁଷ୍ଠାନରେ ଭାରତୀୟମାନେ ମଧ୍ୟ ପ୍ରଭାବିତ ହୋଇଛନ୍ତି। ଟ୍ରମ୍ପଙ୍କ ଦ୍ୱିତୀୟ କାର୍ଯ୍ୟକାଳ ଆରମ୍ଭ ହେବା ପରେ ହଜାର ହଜାର ଭାରତୀୟଙ୍କୁ ଆମେରିକାରୁ ଫେରାଇ ଦିଆଯାଇଛି। ଭାରତ ସରକାର ସଂସଦରେ ଦେଇଥିବା ତଥ୍ୟ ଅନୁସାରେ, ୨୦୨୫ ମସିହାରେ ଆମେରିକାରୁ ପ୍ରାୟ ୩,୮୮୮ ଜଣ ଭାରତୀୟଙ୍କୁ ଅଟକ କିମ୍ବା ଡିପୋର୍ଟ କରାଯାଇଛି। ଏହା ୨୦୨୩ ତୁଳନାରେ ପ୍ରାୟ ପାଞ୍ଚ ଗୁଣ ବୃଦ୍ଧି ବୋଲି ସରକାରୀ ତଥ୍ୟରେ ଉଲ୍ଲେଖ ହୋଇଛି।ଆମେରିକା ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି, ଯେ ଅଧିକାଂଶ ଘଟଣାରେ ଅବୈଧ ପ୍ରବେଶ, ଭିସା ସର୍ତ୍ତ ଉଲ୍ଲଂଘନ କିମ୍ବା ବୈଧ ଦଲିଲର ଅଭାବ ଯୋଗୁଁ ଏହି ପଦକ୍ଷେପ ନିଆଯାଇଛି । ଟ୍ରମ୍ପ ପ୍ରଶାସନ ଅବୈଧ ପ୍ରବାସକୁ ରୋକିବା ପାଇଁ ଇମିଗ୍ରେସନ୍ ନିୟମକୁ ଆହୁରି କଡ଼ା କରିଛି। ଏହାର ପ୍ରଭାବରେ ଅବୈଧ ଭାବେ ରହୁଥିବା କିମ୍ବା ଭିସା ନିୟମ ଉଲ୍ଲଂଘନ କରିଥିବା ବ୍ୟକ୍ତିଙ୍କ ବିରୋଧରେ ଦ୍ରୁତ କାର୍ଯ୍ୟାନୁଷ୍ଠାନ ହେଉଛି। ଆମେରିକାର କଡ଼ା ଇମିଗ୍ରେସନ୍ ନୀତି ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ସଙ୍କେତ ମିଳୁଛି। ଏଭଳି ପରିସ୍ଥିତିରେ ବିଦେଶ ଯିବାକୁ ଚାହୁଁଥିବା ଭାରତୀୟମାନଙ୍କୁ ଆଇନସମ୍ମତ ପ୍ରକ୍ରିୟା ଓ ଭିସା ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଉଛନ୍ତି।
ସରକାର କହିଛନ୍ତି ଯେ, ଏହି ଭାରତୀୟମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ଅବୈଧ ଭାବେ ଆମେରିକାରେ ପ୍ରବେଶ କରିଥିଲେ କିମ୍ବା ଭିସାର ଅବଧି ଶେଷ ହେବା ପରେ ମଧ୍ୟ ସେଠାରେ ରହୁଥିଲେ। କେତେକ ଘଟଣାରେ ଜାଲ୍ ଦଲିଲ କିମ୍ବା ଇମିଗ୍ରେସନ୍ ନିୟମ ଉଲ୍ଲଂଘନ ମଧ୍ୟ କାରଣ ରହିଛି । ଟ୍ରମ୍ପ ପ୍ରଶାସନର ନିର୍ଦ୍ଦେଶ ପରେ ୟୁଏସ୍ ଇମିଗ୍ରେସନ୍ ଆଣ୍ଡ କଷ୍ଟମ୍ସ ଏନଫୋର୍ସମେଣ୍ଟ ଅବୈଧ ପ୍ରବାସୀଙ୍କ ବିରୋଧରେ ଦେଶବ୍ୟାପୀ ଅଭିଯାନ ଚଳାଇଛି। ଏଥିରେ ବହୁ ସଂଖ୍ୟକ ଭାରତୀୟ ମଧ୍ୟ ଧରାପଡ଼ିଛନ୍ତି। ଡିପୋର୍ଟ ହୋଇଥିବା ଅନେକ ଭାରତୀୟଙ୍କୁ ଆମେରିକୀୟ ସାମରିକ ବିମାନରେ ଭାରତକୁ ଅଣାଯାଇଥିଲା। ସେମାନେ ପଞ୍ଜାବ, ହରିୟାଣା, ଗୁଜରାଟ, ଉତ୍ତର ପ୍ରଦେଶ ଓ ଅନ୍ୟ ରାଜ୍ୟର ବାସିନ୍ଦା ହୋଇଥିବା ସୂଚନା ମିଳିଛି।
ବୈଦେଶିକ ମନ୍ତ୍ରାଳୟ କହିଛି ଯେ, ଯେଉଁ ଭାରତୀୟମାନେ ଆଇନସମ୍ମତ ଭାବେ ଆମେରିକାରେ ରହୁଛନ୍ତି ସେମାନଙ୍କ ପାଇଁ କୌଣସି ଚିନ୍ତାର କାରଣ ନାହିଁ। କିନ୍ତୁ ଅବୈଧ ମାର୍ଗରେ ବିଦେଶ ଯିବା କିମ୍ବା ଭିସା ନିୟମ ଉଲ୍ଲଂଘନ କଲେ କଡ଼ା ପଦକ୍ଷେପର ସମ୍ମୁଖୀନ ହେବାକୁ ପଡ଼ିବ। ବିଶେଷଜ୍ଞଙ୍କ କହିବା ଅନୁସାରେ, ଭାରତରୁ ଅନେକ ଯୁବକ ଭଲ ଚାକିରି କିମ୍ବା ଉନ୍ନତ ଜୀବନର ଆଶାରେ ଅବୈଧ ଉପାୟରେ ଆମେରିକା ପହଞ୍ଚୁଛନ୍ତି। ମାନବ ଚୋରାଚାଲାଣକାରୀଙ୍କ ଫାନ୍ଦରେ ପଡ଼ି ସେମାନେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ଶେଷରେ ଗିରଫ, ଜେଲ୍ ଓ ଡିପୋର୍ଟ ଭଳି ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି। ତେବେ ଆଗକୁ ଏହି ପ୍ରକ୍ରିୟା ଆହୁରି କଡ଼ାକଡ଼ି କରାଯିବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ରହିଛି।
ଭୁବନେଶ୍ୱର ୦୧।୦୮: ଶନିବାର ବସିବ ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ କ୍ୟାବିନେଟ୍ ବୈଠକ । ଏହି ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିପାରେ ମୋହର ।
ଶନିବାର ସଂଧ୍ୟା ୬ଟା । ଲୋକସେବା ଭବନରେ ବସିବ ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ । ଏହି ବୈଠକରେ ବିଭିନ୍ନ ବିଭାଗର ମନ୍ତ୍ରୀଙ୍କ ସମେତ ମୁଖ୍ୟ ଶାସନ ସଚିବ ଉପସ୍ଥିତ ରହିବେ । ତେବେ ଶନିବାର ବସିବାକୁ ଥିବା ବୈଠକରେ ବିଭିନ୍ନ ବିଭାଗର ଏକାଧିକ ପ୍ରସ୍ତାବ ଉପରେ ମୋହର ବାଜିପାରେ ।
ଭୁବନେଶ୍ୱର ୦୧।୦୮: ଜୁନ୍ ଶୁଖିଲା ପଡ଼ିଲା। ଜୁଲାଇ ନିର୍ଧୁମ ଢାଳିଲା। ଏତେ ବର୍ଷା ଯେ ଅଧା ଓଡ଼ିଶାରେ ବର୍ତ୍ତମାନ ବନ୍ୟା ବିତ୍ପାତ ଲାଗି ରହିଛି। ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମଡି) ଜାରି କରିଥିବା ମୌସୁମୀର ଆଗାମୀ ଦୁଇ ମାସିଆ ପୂର୍ବାନୁମାନ କହୁଛି, ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ଓଡ଼ିଶାରେ ବର୍ଷା କମ୍ ରହିପାରେ।
ଜୁନ୍ ପହିଲାରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ସମୟକୁ ଭାରତରେ ମୌସୁମୀ ବର୍ଷାର ଅବଧି କୁହାଯାଏ । ଜୁଲାଇ ଶେଷ ହେବା ସହ ମୌସୁମୀର ଅଧା ଅବଧି ସରିଛି। ଆଗାମୀ ଅବଧି (ଅଗଷ୍ଟ, ସେପ୍ଟେମ୍ବର ମାସ) ଦେଶରେ ବର୍ଷା ପରିମାଣ ସ୍ୱାଭାବିକଠାରୁ କମ୍ ରହିବା ନେଇ ଆଇଏମଡି ଆକଳନ କରିଛି । ଏହି ପୂର୍ବାନୁମାନ ଚିତ୍ରରୁ ଜଣାପଡ଼ୁଛି, ଅଗଷ୍ଟ ମାସରେ ଭାରତରେ ମୁଖ୍ୟତଃ ବର୍ଷା ନିଅଣ୍ଟିଆ ରହିବ । କେବଳ ଉତ୍ତର ପଶ୍ଚିମ ଏବଂ ଉତ୍ତର ପୂର୍ବର କିଛି ଅଞ୍ଚଳରେ ଅଧିକ ବର୍ଷା ହୋଇପାରେ । ଓଡ଼ିଶାରେ ବି ବର୍ଷା କମ୍ ରହିପାରେ । ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାକୁ ବାଦ୍ ଦେଲେ ପ୍ରାୟତଃ ନିଅଣ୍ଟିଆ ସ୍ଥିତି ଦେଖିବାକୁ ମିଳିପାରେ ।
Also Read:-LPG Cylinder Price Cut: ଶସ୍ତା ହେଲା କମର୍ସିଆଲ୍ ସିଲିଣ୍ଡର; ଦିଲ୍ଲୀରେ କମିଲା ୨୦୨ ଟଙ୍କା, ଘରୋଇ LPG ଦରରେ ହୋଇନି କୌଣସି ପରିବର୍ତ୍ତନ
ଉପକୂଳ, ଉତ୍ତର, ଉତ୍ତର-ପଶ୍ଚିମ, କେନ୍ଦ୍ରୀୟ ଓଡ଼ିଶାରେ ବର୍ଷା କମ୍ ରହିପାରେ । ମୋଟ ଉପରେ ଆଗାମୀ ଦୁଇ ମାସରେ (ଅଗଷ୍ଟ ଓ ସେପ୍ଟେମ୍ବର) ଓଡ଼ିଶା ସମେତ ଦେଶରେ ବର୍ଷା ସ୍ୱାଭାବିକଠାରୁ କମ୍ ରହିବା ସମ୍ଭାବନା ଅଛି । ଓଡ଼ିଶାର କୌଣସି ଅଞ୍ଚଳରେ ଅଧିକ ବର୍ଷା ହେବା ନେଇ ସମ୍ଭାବନା ଦେଖାଯାଉନି । ବର୍ତ୍ତମାନର ପାଣିପାଗ ଆକଳନ ଅନୁସାରେ ଶନିବାର ରାଜ୍ୟରେ ବଡ଼ ବର୍ଷା ନାହିଁ। କାଁ ଭାଁ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ।
ରବିବାର (ଅଗଷ୍ଟ ୨) ଠାରୁ ରାଜ୍ୟରେ ବର୍ଷା ପରିମାଣ ବଢ଼ିପାରେ। ରାଜ୍ୟର ଅନେକ ସ୍ଥାନରେ ବର୍ଷା ହୋଇପାରେ। ଉତ୍ତର ଓଡ଼ିଶାରେ ଅଧିକ ବର୍ଷା ସମ୍ଭାବନା ଅଛି। ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ୪ରୁ ୬ ତାରିଖ କେତେକ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଅଛି ।
ନୂଆଦିଲ୍ଲୀ ୦୧।୦୮; ଅଗଷ୍ଟ ମାସର ଆରମ୍ଭରୁ ସାଧାରଣ ଜନତାଙ୍କ ପାଇଁ ଆସିଛି ଏକ ବଡ଼ ଆଶ୍ୱସ୍ତିକର ଖବର । ଏଲପିଜି (LPG) ସିଲିଣ୍ଡର ଦରରେ ବଡ଼ ଧରଣର ହ୍ରାସ କରିଛନ୍ତି । ବିଶେଷ କରି ୧୯ କେଜି ବିଶିଷ୍ଟ କମର୍ସିଆଲ ବା ବାଣିଜ୍ୟିକ ସିଲିଣ୍ଡର ବ୍ୟବହାରକାରୀଙ୍କ ପାଇଁ ଏହା ବଡ଼ ଖୁସିର ଖବର । ୧୯ କେଜିଆ କମର୍ସିଆଲ ସିଲିଣ୍ଡର ପିଛା ଦର ୨୦୯ ଟଙ୍କା ହ୍ରାସ ପାଇଛି ।
ଏହି ନୂଆ ଦର ଆଜି ଅର୍ଥାତ ଅଗଷ୍ଟ ୧ ତାରିଖରୁ ସାରା ଦେଶରେ ଲାଗୁ ହୋଇଛି । ଏହି ଦର ହ୍ରାସ ପରେ ଏବେ ସିଲିଣ୍ଡରର ମୂଲ୍ୟ ୨୭୨୮ ଟଙ୍କାକୁ ଖସି ଆସିଛି । କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ଶସ୍ତା ହେବା ଫଳରେ ହୋଟେଲ, ରେଷ୍ଟୁରାଣ୍ଟ ଏବଂ ଛୋଟ ଖାଦ୍ୟ ଦୋକାନୀମାନେ ବିଶେଷ ଭାବେ ଉପକୃତ ହେବେ । ବଜାରରେ ଖାଦ୍ୟପେୟର ଦାମ୍ ନିୟନ୍ତ୍ରଣରେ ରହିବାରେ ଏହା ସହାୟକ ହେବ ବୋଲି ଆଶା କରାଯାଉଛି ।
ତେବେ ବାଣିଜ୍ୟିକ ସିଲିଣ୍ଡର ଦର କମିଥିଲେ ମଧ୍ୟ ୧୪.୨ କେଜି ବିଶିଷ୍ଟ ଘରୋଇ ଗ୍ୟାସ୍ ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଘରୋଇ ବ୍ୟବହାରକାରୀଙ୍କ ପାଇଁ ପୂର୍ବ ଦର ବଜାୟ ରହିଛି ।
ନୂଆଦିଲ୍ଲୀ: ୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡାରେ ପୁରୁଷ ଜାଭେଲିନ୍ ଥ୍ରୋ ଫାଇନାଲରେ ଭାରତ ଚମତ୍କାର ପ୍ରଦର୍ଶନ କରିଛି। ଏହା ସହ ଦୁଇଟି ପଦକ ହାସଲ କରିଛି। ନୀରଜ ଚୋପ୍ରା ରୌପ୍ୟ ପଦକ ଜିତିଥିଲେ, ଯେତେବେଳେ ଯଶବୀର ସିଂହ କାଂସ୍ୟ ପଦକ ଜିତିଥିଲେ। ପାକିସ୍ତାନର ଅଲିମ୍ପିକ୍ ଚାମ୍ପିଅନ୍ ଅର୍ଶଦ ନଦୀମ୍ ପ୍ରାରମ୍ଭିକ ପର୍ଯ୍ୟାୟରେ ବାଦ ପଡ଼ିଥିଲେ।
ପ୍ରତିଯୋଗିତାଟି ଥଣ୍ଡା ପାଗ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ନୀରଜ ଚୋପ୍ରା ତାଙ୍କର ପ୍ରଥମ ପ୍ରୟାସରେ ୮୦.୯୭ ମିଟର ଥ୍ରୋ ରେକର୍ଡ କରିଥିଲେ। ତାଙ୍କର ଦ୍ୱିତୀୟ ପ୍ରୟାସରେ, ସେ ୮୫.୮୩ ମିଟରର ଜବରଦସ୍ତ ଥ୍ରୋ ସହିତ ଏକ ଦୃଢ଼ ସ୍ଥିତି ସ୍ଥାପନ କରିଥିଲେ। ତଥାପି ଶ୍ରୀଲଙ୍କାର ରୁମେଶ ପାଥିରାଗେ ୮୯.୭୫ ମିଟରର ଏକ ବିଶାଳ ଥ୍ରୋ ସହିତ ସ୍ୱର୍ଣ୍ଣ ପଦକ ଜିତିଥିଲେ।
ପାକିସ୍ତାନର ଅର୍ଶଦ ନଦୀମଙ୍କ ପ୍ରଥମ ଥ୍ରୋ ଏକ ଫାଉଲ୍ ଥିଲା। ପ୍ରଥମ ତିନୋଟି ପ୍ରୟାସ ପରେ, ସେମାନେ ଶ୍ରେଷ୍ଠ 8ରେ ସ୍ଥାନ ସୁରକ୍ଷିତ କରିବାରେ ବିଫଳ ହୋଇଥିଲେ। ପଦକ ଦୌଡ଼ରୁ ବାଦ ପଡ଼ିଥିଲେ। ତିନି ଜଣ ଭାରତୀୟ ଆଥଲେଟ୍- ନୀରଜ ଚୋପ୍ରା, ରୋହିତ ଯାଦବ ଏବଂ ଯଶବୀର ସିଂହ – ଶ୍ରେଷ୍ଠ-୮ ରେ ସ୍ଥାନ ପାଇଛନ୍ତି।
ମେଷ- କାର୍ଯ୍ୟକ୍ଷେତ୍ରରେ ନୂଆ ସୁଯୋଗ ମିଳିପାରେ। ଆର୍ଥିକ ଦିଗରେ ସତର୍କ ରୁହନ୍ତୁ। ପରିବାରରେ ଖୁସିର ପରିବେଶ ରହିବ। ବନ୍ଧୁଙ୍କ ସହଯୋଗ ଲାଭଦାୟକ ହେବ। ଯାତ୍ରା ଯୋଗ ରହିଛି। ସନ୍ତାନଙ୍କ ଉନ୍ନତି ସମ୍ବାଦ ପାଇ ଖୁସି ହେବେ।
ବୃଷ- ଅଟକିଥିବା କାମ ସମ୍ପୂର୍ଣ୍ଣ ହେବାର ସମ୍ଭାବନା। ବ୍ୟବସାୟରେ ନୂତନ ଯୋଗାଯୋଗ ହେବ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ। ଅନାବଶ୍ୟକ ଖର୍ଚ୍ଚ ଏଡ଼ାନ୍ତୁ। ଜମିଜମା ସମ୍ବନ୍ଧୀୟ ଆଲୋଚନାରେ ସଫଳତା ମିଳିପାରେ।
ମିଥୁନ- ମନରେ ଉତ୍ସାହ ବଢ଼ିବ। ଚାକିରିରେ ପ୍ରଶଂସା ମିଳିପାରେ। ପୁରୁଣା ବିବାଦର ସମାଧାନ ହେବ। ପରିବାରର ସହଯୋଗ ପାଇବେ। ଧାର ଦେବା-ନେବାରେ ସତର୍କ ରୁହନ୍ତୁ। ନୂଆ ମିତ୍ରତା ଭବିଷ୍ୟତରେ ଲାଭଦାୟକ ସାବ୍ୟସ୍ତ ହେବ।
କର୍କଟ- କାର୍ଯ୍ୟକ୍ଷେତ୍ରରେ ଦାୟିତ୍ୱ ବଢ଼ିପାରେ। ଧନପ୍ରାପ୍ତିର ଯୋଗ ରହିଛି। ଗୁରୁଜନଙ୍କ ପରାମର୍ଶ ଲାଭଦାୟକ ହେବ। ମନ ଶାନ୍ତ ରହିବ। ନୂଆ ଯୋଜନା ଆରମ୍ଭ କରିପାରନ୍ତି। ସାମାଜିକ ସମ୍ମାନ ବୃଦ୍ଧି ପାଇବ।
ସିଂହ- ପରିଶ୍ରମର ଭଲ ଫଳ ମିଳିବ। ବ୍ୟବସାୟରେ ଉନ୍ନତି ଦେଖିବେ। ଘରେ ଶୁଭ କାର୍ଯ୍ୟର ଆଲୋଚନା ହୋଇପାରେ। ଅଧିକ କ୍ରୋଧରୁ ଦୂରେଇ ରୁହନ୍ତୁ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ସହଯୋଗ ପାଇବେ।
କନ୍ୟା- ଦିନଟି ମିଶ୍ର ଫଳଦାୟକ ରହିବ। ଚାକିରିରେ ସହକର୍ମୀଙ୍କ ସହଯୋଗ ମିଳିବ। ଧାର୍ମିକ କାର୍ଯ୍ୟରେ ଆଗ୍ରହ ବଢ଼ିବ। ସ୍ୱାସ୍ଥ୍ୟରେ ସାମାନ୍ୟ ଅସୁବିଧା ହୋଇପାରେ। ପରିବାରରେ ସୁଖ ଶାନ୍ତି ରହିବ। ଅଟକିଥିବା ଟଙ୍କା ଫେରି ପାଇବାର ସମ୍ଭାବନା ଅଛି।
ତୁଳା- ନୂତନ ଚୁକ୍ତି କିମ୍ବା ବ୍ୟବସାୟିକ ଆଲୋଚନା ସଫଳ ହେବ। ଆୟ ବୃଦ୍ଧିର ସମ୍ଭାବନା ରହିଛି। ପ୍ରିୟଜନଙ୍କ ସହ ସମୟ କାଟିବେ। ଦୂର ଯାତ୍ରାର ଯୋଗ ଅଛି। ମନୋବଳ ଦୃଢ଼ ରହିବ। ଭାଗୀଦାରୀ ବ୍ୟବସାୟରେ ଶୁଭ ଫଳ ମିଳିବ।
ବିଛା- ଅଟକିଥିବା ଅର୍ଥ ମିଳିପାରେ। ଚାକିରି ଓ ବ୍ୟବସାୟରେ ସକାରାତ୍ମକ ପରିବର୍ତ୍ତନ ହେବ। ନିଜ କଥାବାର୍ତ୍ତାରେ ସଂଯମ ରଖନ୍ତୁ। ପରିବାରରେ ଆନନ୍ଦ ରହିବ। ନୂଆ ନିବେଶ ପାଇଁ ଦିନଟି ଭଲ। ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶ ଲାଭ ଦେବ।
ଧନୁ- ଭାଗ୍ୟର ସହଯୋଗ ମିଳିବ। ଶିକ୍ଷା ଓ ପ୍ରତିଯୋଗିତାରେ ସଫଳତା ଆସିବ। ବ୍ୟବସାୟରେ ଲାଭ ମିଳିବ। ମିତ୍ରଙ୍କ ସହ ଭେଟ ହେବ। ଧାର୍ମିକ କାର୍ଯ୍ୟରେ ମନ ଲାଗିବ। ପୁରୁଣା ଇଚ୍ଛା ପୂରଣ ହେବାର ସମ୍ଭାବନା ରହିଛି।
ମକର- କାର୍ଯ୍ୟକ୍ଷେତ୍ରରେ ସତର୍କ ରୁହନ୍ତୁ। ଅନାବଶ୍ୟକ ବିବାଦରୁ ଦୂରେ ରୁହନ୍ତୁ। ପରିବାରର ସମର୍ଥନ ପାଇବେ। ଆର୍ଥିକ ସ୍ଥିତି ଧୀରେ ଧୀରେ ସୁଧୁରିବ। ସ୍ୱାସ୍ଥ୍ୟ ଭଲ ରହିବ। ନୂଆ ଦାୟିତ୍ୱ ଭବିଷ୍ୟତରେ ଲାଭଦାୟକ ହେବ।
କୁମ୍ଭ- ସହଭାଗିତା କାର୍ଯ୍ୟରେ ଲାଭ ମିଳିବ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ। ବ୍ୟବସାୟରେ ଭଲ ଅର୍ଡର ମିଳିପାରେ। ନୂଆ ବ୍ୟକ୍ତିଙ୍କ ସହ ପରିଚୟ ହେବ। ଆର୍ଥିକ ଲାଭର ଯୋଗ ରହିଛି। ବିଦେଶ କିମ୍ବା ଦୂରସ୍ଥ ସ୍ଥାନରୁ ଶୁଭ ଖବର ମିଳିପାରେ।
ମୀନ- ଆତ୍ମବିଶ୍ୱାସ ବଢ଼ିବ ଓ କାର୍ଯ୍ୟରେ ସଫଳତା ମିଳିବ। ଧନପ୍ରାପ୍ତିର ଭଲ ସୁଯୋଗ ଆସିପାରେ। ପରିବାରରେ ଶୁଭ ଖବର ମିଳିବ। ବ୍ୟବସାୟିକ ନିଷ୍ପତ୍ତି ଲାଭଦାୟକ ହେବ। ମାନସିକ ଶାନ୍ତି ଅନୁଭବ କରିବେ। ସୃଜନଶୀଳ କାର୍ଯ୍ୟରେ ପ୍ରଶଂସା ପାଇପାରନ୍ତି।
ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ
ଯୋଗାଯୋଗ – 8249826682
ନୂଆଦିଲ୍ଲୀ: ୟୁକ୍ରେନର ଓଡେସା (Odesa) ବନ୍ଦର ନିକଟରେ ସାମରିକ ସାମଗ୍ରୀ ନେଇ ଯାଉଥିବା ଏକ ଜାହାଜ ଉପରେ ମିସାଇଲ ମାଡ଼ କରିଛି ରୁଷ । ଏହାର ଜବାବରେ ୟୁକ୍ରେନ ରୁଷର ଏକ ପ୍ରମୁଖ ତୈଳ ବିଶୋଧନାଗାର ଧ୍ବଂସ କରିଛି ।ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି ସଂକ୍ଷିପ୍ତ ବିବୃତ୍ତି ଅନୁଯାୟୀ, କୃଷ୍ଣ ସାଗରରେ ୟୁକ୍ରେନ୍ ସେନାକୁ ସାମରିକ ସରଞ୍ଜାମ ଯୋଗାଉଥିବା ଏକ ଜାହାଜକୁ ରୁଷୀୟ ସେନା ମିସାଇଲ ମାଡ଼ କରି ଧ୍ବଂସ କରିଦେଇଛି। ତେବେ ଏହି ଜାହାଜର ନାମ,  କିମ୍ବା କ୍ଷୟକ୍ଷତିର ପରିମାଣ ବିଷୟରେ ରୁଷ କୌଣସି ସ୍ପଷ୍ଟ ସୂଚନା ଦେଇନାହିଁ। ୟୁକ୍ରେନ୍ ମଧ୍ୟ ଏହା ଉପରେ କୌଣସି ପ୍ରତିକ୍ରିୟା ରଖିନାହିଁ।
ଗତ କିଛି ଦିନ ହେବ କୃଷ୍ଣ ସାଗର ଏବଂ ଆଜୋଭ୍ ସାଗର ଅଞ୍ଚଳରେ ସାମରିକ କାର୍ଯ୍ୟକଳାପ ବୃଦ୍ଧି ପାଇଛି। ଉଭୟ ଦେଶ ପରଷ୍ପରର ଯୋଗାଣ ବ୍ୟବସ୍ଥା ଏବଂ ବନ୍ଦର ଉପରେ ଆକ୍ରମଣ କରୁଛନ୍ତି। ଚଳିତ ସପ୍ତାହ ଆମ୍ଭରେ ରୁଷ ମଧ୍ୟ ମାଇକୋଲେଭ୍ ବନ୍ଦର ଏବଂ ଓଡେସାରେ ଲାଗୁ ଥିବା ମାଲବାହୀ ଜାହାଜଗୁଡ଼ିକ ଉପରେ ଡ୍ରୋନ୍ ଆକ୍ରମଣ କରିଥିବା ଦାବି କରିଥିଲା।
ମୁମ୍ୱାଇ: ବଲିଉଡ୍ ଓ ସାଉଥ୍ ଫିଲ୍ମର ଜଣାଶୁଣା ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ସହ ବଡ଼ ଅଘଟଣ ଘଟିଛି । ତାଙ୍କର ପରବର୍ତ୍ତୀ ଫିଲ୍ମର ସୁଟିଂ ସମୟରେ ଏକ ଡାନ୍ସ ସିକ୍ଵେନ୍ସ ବେଳେ ସେ ଗୁରୁତର ଆହତ ହୋଇଛନ୍ତି । ରିପୋର୍ଟ ଅନୁସାରେ, ଏହି ଦୁର୍ଘଟଣାରେ ତାଙ୍କର ହିପ୍ ଟେଣ୍ଡନ୍ (ଅଣ୍ଟା ଏବଂ ଜଙ୍ଘକୁ ଯୋଡ଼ୁଥିବା ସ୍ନାୟୁ) ସମ୍ପୂର୍ଣ୍ଣ ଅଲଗା ହୋଇଯାଇଛି ।
ଏହି ଆଘାତ ଏତେ ବଡ଼ ଯେ ଡାକ୍ତରମାନେ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ଡାକ୍ତରମାନେ ତାଙ୍କୁ ତୁରନ୍ତ କାମ ବନ୍ଦ କରି ଅତି କମରେ ୬ ସପ୍ତାହ ପର୍ଯ୍ୟନ୍ତ ବେଡ୍ ରେଷ୍ଟ୍ ଏବଂ ଫିଜିକାଲ୍ ଥେରାପି ନେବାକୁ ପରାମର୍ଶ ଦେଇଛନ୍ତି । ଏହି ଖବର ଆସିବା ପରେ ତାଙ୍କ ଫ୍ୟାନ୍ସମାନେ ଚିନ୍ତିତ ହୋଇପଡ଼ିଛନ୍ତି ।
ଡାନ୍ସ ଓ ଆକ୍ସନ୍ ସିନ୍ ସମୟରେ ଦୁର୍ଘଟଣା
ରିପୋର୍ଟ ଅନୁସାରେ, ରଶ୍ମିକାଙ୍କୁ ଏହି ଗମ୍ଭୀର ଆଘାତ ତାଙ୍କ ଆଗାମୀ ଫିଲ୍ମ 'ରଣବାଲି' ଏବଂ 'ମ୍ୟସା'ର ଆକ୍ସନ୍ ଓ ଜଟିଳ ଡାନ୍ସ ସିନ୍ ସୁଟିଂ ସମୟରେ ଲାଗିଛି । କ୍ରମାଗତ ଭାବେ ହେଉଥିବା ଅତ୍ୟଧିକ ଶାରୀରିକ ପରିଶ୍ରମ ଯୋଗୁଁ ତାଙ୍କ ଶରୀର ଉପରେ ଚାପ ପଡ଼ିଥିଲା । ଡାକ୍ତରମାନେ ସ୍ପଷ୍ଟ କରିଛନ୍ତି ଯେ, ତାଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ ହେବା ପାଇଁ ପୂରା ସମୟ ଦେବାକୁ ପଡ଼ିବ ।
ମେଡିକାଲ୍ ବିଶେଷଜ୍ଞମାନେ ରଶ୍ମିକାଙ୍କ ଆହତ ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି । ସାଧାରଣତଃ ଏପରି ହିପ୍ ଟେଣ୍ଡନ୍ ସମ୍ପୂର୍ଣ୍ଣ ଅଲଗା ହୋଇଯିବା ଘଟଣା ଜଣେ ପ୍ରଫେସନାଲ୍ ଆଥଲେଟ୍ଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଥାଏ । ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ଫିଲ୍ମର କଠିନ୍ ସିନଗୁଡ଼ିକୁ ପରଫେକ୍ଟ କରିବା ପାଇଁ ରଶ୍ମିକା ସୁଟିଂ ସେଟରେ ଶାରୀରିକ ଚାପ ସହୁଥିଲେ ।
ଡାକ୍ତରମାନେ ରଶ୍ମିକାଙ୍କୁ ଏକ ସ୍ୱତନ୍ତ୍ର ରିହାବିଲିଟେସନ୍ ପ୍ରୋଗ୍ରାମ୍ କରିବାକୁ ପରାମର୍ଶ ଦେଇଛନ୍ତି । ବର୍ତ୍ତମାନ ଆଗାମୀ କିଛି ସପ୍ତାହ ପର୍ଯ୍ୟନ୍ତ ତାଙ୍କର ସମ୍ପୂର୍ଣ୍ଣ ଧ୍ୟାନ କେବଳ ବିଶ୍ରାମ ଏବଂ ସୁସ୍ଥ ହେବା ଉପରେ ରହିବ । ସେଟରେ ଘଟିଥିବା ଏହି ଦୁର୍ଘଟଣାକୁ ନେଇ ରଶ୍ମିକା କିମ୍ବା ତାଙ୍କ ଟିମ୍ ତରଫରୁ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ବୟାନ ଜାରି କରାଯାଇ ନାହିଁ ।
ବିଜୟ ଦେବରକୋଣ୍ଡାଙ୍କୁ ବିବାହ କରିବା ପରେ ରଶ୍ମିକା ନିକଟରେ ତାଙ୍କ ନୂଆ ଫିଲ୍ମ 'ମ୍ୟସା'ର ସୁଟିଂ ପୁଣି ଆରମ୍ଭ କରିଥିଲେ । 'ଅନ୍ଫୋର୍ମୁଲା ଫିଲ୍ମସ' ବ୍ୟାନରରେ ତିଆରି ହେଉଥିବା ଏହି ଆକ୍ସନ୍-ଥ୍ରିଲର୍ ଫିଲ୍ମର ସେଟରୁ ରଶ୍ମିକା ନିଜେ ମଧ୍ୟ ଏକ ଝଲକ୍ ସୋସିଆଲ୍ ମିଡିଆରେ ସେୟାର୍ କରିଥିଲେ ।
ସେହିପରି ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ଅବସରରେ ରଶ୍ମିକା ଏବଂ ତାଙ୍କ ସ୍ୱାମୀ ବିଜୟ ଦେବରକୋଣ୍ଡା ଆଉ ଏକ ବଡ଼ ଫିଲ୍ମ 'ରଣବାଲି'ର ଟାଇଟଲ୍ ଏବଂ ରିଲିଜ୍ ଡେଟ୍ ଘୋଷଣା କରିଥିଲେ । ନିର୍ଦ୍ଦେଶକ ରାହୁଲ ସାଂକୃତ୍ୟାୟନଙ୍କ ଏହି ଫିଲ୍ମ ୧୧ ସେପ୍ଟେମ୍ବରରେ ସିନେମାଘରେ ମୁକ୍ତିଲାଭ କରିବ ।
ଭୁବନେଶ୍ବର: ଓଡ଼ିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଓଡ଼ିଶା ୟୁନିଭର୍ସିଟି ଅଫ୍ ହେଲ୍ଥ ସାଇନ୍ସେସ୍ (OUHS) ଦ୍ୱାରା ପରିଚାଳିତ ପୋଷ୍ଟ ଗ୍ରାଜୁଏଟ୍ (PG) ପରୀକ୍ଷାରେ ଅନିୟମିତତାର ଗଭୀର ତଦନ୍ତ ପାଇଁ ୩ ସଦସ୍ୟ ବିଶିଷ୍ଟ କମିଟି ଗଠନ କରାଯାଇଛି। କମିଟିରେ ଅତିରିକ୍ତ ସଚିବ ବିଜୟ କୁମାର ଦାଶ (IAS), ସ୍ପେଶାଲ ସେକ୍ରେଟାରୀ (MS) ଡା. ବିଜୟ କୁମାର ମିଶ୍ର ଏବଂ ଯୁଗ୍ମ DMET ଡା. ଅନି କୁମାର ସାହୁଙ୍କୁ ସାମିଲ କରାଯାଇଛି। ଏହି କମିଟି ଘଟଣାର ସମସ୍ତ ତଥ୍ୟର ଯାଞ୍ଚ କରିବା ସହ ଯଦି କୌଣସି ତ୍ରୁଟି କିମ୍ବା ଅବହେଳା ଥାଏ, ତାହା ଚିହ୍ନଟ କରି ଦୁଇ ସପ୍ତାହ ମଧ୍ୟରେ ସରକାରଙ୍କୁ ତଦନ୍ତ ରିପୋର୍ଟ ଦାଖଲ କରିବ।
ସୂଚନାଥାଉକି, ଗତ ୨୭ ତାରିଖରେ ଏମକେସିଜିରୁ ଏହି ପରୀକ୍ଷାରେ ଗୁରୁତର ଅନିୟମିତତା ଦେଖିବାକୁ ମିଳିଥିଲା। ଲକ୍ଷାଧିକ ଟଙ୍କା ବଦଳରେ ବିଦ୍ୟାର୍ଥୀଙ୍କୁ ବିଭିନ୍ନ ହ୍ବାଟ୍ସଆପ୍ ଗ୍ରୁପରେ ପ୍ରଶ୍ନ ପତ୍ରର କପି ପଠାଯାଉଥିବା ଅଭିଯୋଗ ହୋଇଛି। ଭୁବନେଶ୍ୱର ସ୍ଥିତ ଏକ ଘରୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ଏହି ପ୍ରଶ୍ନପତ୍ର ପଠାଯାଇଥିବା କୁହାଯାଉଛି। ତେବେ ଘଟଣା ପ୍ରଘଟ ହେବା ପରେ ବିଶ୍ୱବିଦ୍ୟାଳୟରେ ହୋଇଥିବା ଅଭିଯୋଗ ଭିତ୍ତିରେ ତଦନ୍ତ ଆରମ୍ଭ ହୋଇଥିବା ବେଳେ, ଘଟଣାରେ ରାଜନୀତି ମଧ୍ୟ ଜୋର ଧରିଲାଣି।
ସେପଟେ ମେଡିକାଲ ପ୍ରଶ୍ନପତ୍ର ଲିକ ଘଟଣାକୁ ନେଇ ମୁହଁ ଖୋଲିଛନ୍ତି ସ୍ବାସ୍ଥ୍ୟ ବିଶ୍ବବିଦ୍ୟାଳୟ ଭିସି। ପ୍ରଶ୍ନପତ୍ର ଲିକ ନୁହେଁ ମାଲ ପ୍ରାକଟିସ ହୋଇଛି ବୋଲି କହିଛନ୍ତି ଭିସି। ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଭାଇରାଲ ହୋଇଥିଲେ ପେପର ଲିକ ବୋଲି ଧରାଯାଇଥାନ୍ତା । ପରୀକ୍ଷା ପରେ ମୋବାଇଲ ଜରିଆରେ ପ୍ରଶ୍ନପତ୍ର ଭାଇରାଲ ହୋଇଛି। ଏଥିପାଇଁ ବିଶ୍ୱ ବିଦ୍ୟାଳୟ ଡିନଙ୍କୁ ରିପୋର୍ଟ ମଗାଯାଇଛି। ବିଶ୍ୱ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଏ ଦିଗରେ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ତଦନ୍ତ ରିପୋର୍ଟ ଦେବା ପରେ ପରୀକ୍ଷା ପୁଣି ଥରେ ହେବ ନା ନାହିଁ ତାହା ପାରୀକ୍ଷାକମିଟି ନିଷ୍ପତ୍ତି ନେବ ।
Also Read: ଏମକେସିଜିରେ ପିଜି ପ୍ରଶ୍ନପତ୍ର ଲିକ୍ ଅଭିଯୋଗକୁ ଖଣ୍ଡନ କଲେ କଲେଜ୍ ଡିନ୍, କହିଲେ- ପରୀକ୍ଷା ହଲ ଭିତରୁ କେହି ପ୍ରଶ୍ନ ପଠାଇଥାଇପାରନ୍ତି
ଏପଟେ ଏମେକସିଜି କର୍ତ୍ତୃପକ୍ଷ ତଦନ୍ତ ପାଇଁ ୫ ଜଣିଆ କମିଟି ଗଠନ କରିଛନ୍ତି। ଏହି କମିଟିରେ ମେଡିକାଲ ରେଜିଷ୍ଟ୍ର ଶ୍ୱେତ ଦାସ, ମେଡିକାଲ ସୁପରିଟେଣ୍ଡେଣ୍ଟ ପ୍ରଫେସର ଡାକ୍ତର ସୁଦୀପା ଦାସଙ୍କ ସମେତ ପ୍ରଫେସର ଡାକ୍ତର ଶିବ ପ୍ରସାଦ ପଟ୍ଟନାୟକ, ପ୍ରଫେସର ଡାକ୍ତର ଚନ୍ଦ୍ର ଶେଖର ତ୍ରିପାଠୀ ଏବଂ ପ୍ରଫେସର ଡାକ୍ତର ସଦେବବ୍ରତ ନାଥ ଶର୍ମା ପ୍ରମୁଖ ରହିଛନ୍ତି। ଏହି କମିଟି ତିନି ଦିନ ଭିତରେ ତଦନ୍ତ ରିପୋର୍ଟ ପ୍ରଦାନ କରିବ।
ଗତକାଲି ଘଟଣାରେ ପ୍ରତିକ୍ରିୟା ରଖି ଏମକେସିଜି ଡିନ୍ କହିଥିଲେ, ଘଟଣାର ଆରମ୍ଭ ହୋଇଥିବା ବେଳେ ଆଗାମୀ ପରୀକ୍ଷାରେ ଯେଭଳି କୌଣସି ବିଭ୍ରାଟ ନହେବ ସେଥିପ୍ରତି ଧ୍ୟାନ ଦିଆଯିବ। ପରୀକ୍ଷା ବେଳେ ପରୀକ୍ଷା ହଲ ଭିତରକୁ ମୋବାଇଲ ବାରଣ କରାଯାଇଥିବାବେଳେ ହାତ ଘଣ୍ଟାକୁ କୋହଳ କରାଯାଇଛି। ସ୍ମାର୍ଟଓ୍ବାଚ୍ ତନଖି କରିବା ସମ୍ଭବପର ନୁହଁ ବୋଲି ଡିନ କହିଛନ୍ତି। ପରୀକ୍ଷା ହଲରୁ କେହି ପ୍ରଶ୍ନପତ୍ର ପଠାଇଥାଇପାରନ୍ତି।
ନୂଆଦିଲ୍ଲୀ: ସ୍ତ୍ରୀ ଏବଂ ୩  ନାବାଳକ ପୁଅଙ୍କୁ ନିଷ୍ଠୁର ଭାବେ ହତ୍ୟା କରିଥିବା ମାମଲାରେ ଉତ୍ତର ପ୍ରଦେଶର କୁଶୀନଗର କୋର୍ଟ ଅଭିଯୁକ୍ତ ଜିତେନ୍ଦ୍ର କୁଶୱାହା (୩୫) ଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଛନ୍ତି। ଏହି ଜଘନ୍ୟ କାଣ୍ଡକୁ ଆଦାଲତ 'ବିରଳରୁ ବିରଳତମ' (Rarest of Rare) ଶ୍ରେଣୀଭୁକ୍ତ କରି ଏହି ଚୂଡ଼ାନ୍ତ ଦଣ୍ଡାଦେଶ ଦେଇଛନ୍ତି। ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ପରମେଶ୍ୱର ପ୍ରସାଦ ଅଭିଯୁକ୍ତ ଜିତେନ୍ଦ୍ରକୁ ନିଜ ସ୍ତ୍ରୀ ଲୀଳାବତୀ (୩୧) ଏବଂ ତାଙ୍କର ୩ ପୁଅ—ଆକାଶ (୮), ବିକାଶ (୬) ଓ ରିଙ୍କୁ (୪) ଙ୍କୁ ହତ୍ୟା କରିବା ଅପରାଧରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ମୃତ୍ୟୁଦଣ୍ଡ ସହିତ ଅଦାଲତ ଅଭିଯୁକ୍ତ ଉପରେ ୨.୦୧ ଲକ୍ଷ ଟଙ୍କାର ଜରିମାନା ମଧ୍ୟ ଆଦାୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଏହି ହୃଦୟବିଦାରକ ଘଟଣା ୨୦୨୧ ଅଗଷ୍ଟ ୨୫ ତାରିଖ ରାତିରେ କାସିଆ ଥାନା ଅନ୍ତର୍ଗତ କୁଡ଼ୱା ଦିଲୀପ ନଗର ଗ୍ରାମର ଗୁରମିୟା ଗୋପାଳ ଟୋଲାରେ ଘଟିଥିଲା। କୁଶୀନଗର ଆରକ୍ଷୀ ଅଧୀକ୍ଷକ (SP) କେଶବ କୁମାରଙ୍କ କହିବା ଅନୁସାରେ, ଅଭିଯୁକ୍ତ ଜିତେନ୍ଦ୍ର ମଦ ପିଇବା ପାଇଁ ସ୍ତ୍ରୀ ଲୀଳାବତୀଙ୍କଠାରୁ ଟଙ୍କା ମାଗିଥିଲା। ସ୍ତ୍ରୀ ମନା କରିବାରୁ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା।  ରାତିରେ ଜିତେନ୍ଦ୍ର ନିଶାସକ୍ତ ଅବସ୍ଥାରେ ଘରକୁ ଫେରି ଶୋଇଥିବା ସ୍ତ୍ରୀ ଓ ୩ ନିରୀହ ସନ୍ତାନଙ୍କ ଗଳା କାଟି ହତ୍ୟା କରିଥିଲା।
ହତ୍ୟାକାଣ୍ଡ ଭିଆଇବା ପରେ ଜିତେନ୍ଦ୍ର ନିଜେ ବିଷ ପିଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲା। ପରଦିନ ସକାଳେ ଲୀଳାବତୀଙ୍କ ବାପା ରାମଜୀତ କୁଶୱାହା ଖବର ପାଇ ପୋଲିସକୁ ଜଣାଇଥିଲେ। ପୋଲିସ କବାଟ ଭାଙ୍ଗି ୪ ଜଣଙ୍କ ମୃତଦେହ ଉଦ୍ଧାର କରିବା ସହ ଜିତେନ୍ଦ୍ରକୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭୁର୍ତ୍ତି କରିଥିଲା। ସୁସ୍ଥ ହେବା ପରେ ତାକୁ ଗିରଫ କରାଯାଇ ଜେଲ୍ ପଠାଯାଇଥିଲା।
ମାମଲାରେ ଅଭିଯୁକ୍ତର ବାପା ଓ ଭାଇଙ୍କ ସମେତ ୧୨ ଜଣ ସାକ୍ଷୀଙ୍କ ବୟାନ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଥିଲା। ସେମାନେ କୋର୍ଟକୁ ଜଣାଇଥିଲେ ଯେ, ଜିତେନ୍ଦ୍ରର ମଦ୍ୟପାନ ଅଭ୍ୟାସକୁ ନେଇ ପରିବାରରେ ବିବାଦ ଲାଗିରହୁଥିଲା। ସେ ପୂର୍ବରୁ ନିଜର ବୃଦ୍ଧ ବାପା-ମା'ଙ୍କୁ ମଧ୍ୟ ମାଡ଼ପିଟ୍ କରି ଅଲଗା ରହୁଥିଲା। ଘରୋଇ ହିଂସା ଅଭିଯୋଗ ଯୋଗୁଁ ଜିତେନ୍ଦ୍ରର ପ୍ରଥମ ସ୍ତ୍ରୀ ତାକୁ ଛାଡ଼ପତ୍ର ଦେଇଥିଲେ। ପରେ ସେ ଲୀଳାବତୀଙ୍କୁ ବିବାହ କରିଥିଲା ।
ଦେଓରିଆ ଜିଲ୍ଲା ଜେଲ୍ ସୁପରିଣ୍ଟେଣ୍ଡେଣ୍ଟଙ୍କ ରିପୋର୍ଟ ଅନୁସାରେ, ଜିତେନ୍ଦ୍ର ୨୦୨୧ ଅଗଷ୍ଟ ୩୧ ରୁ ଜେଲରେ ବନ୍ଦୀ ଅଛି ଏବଂ ଜେଲରେ ଜଣେ ରାଜମିସ୍ତ୍ରୀ ଭାବରେ କାମ କରିବା ସହ ତାର ଆଚରଣ ସାଧାରଣ ରହିଥିଲା। ମାମଲାର ଶୁଣାଣି କରି ଜଜ୍ କହିଛନ୍ତି ଯେ, ଅଭିଯୁକ୍ତ ନିଜ ଘରେ ପନିପରିବା କାଟିବା ପନିକି/ଛୁରୀ ସାହାଯ୍ୟରେ ଶୋଇଥିବା ଅବସ୍ଥାରେ ଏହି ନୃଶଂସ ହତ୍ୟାକାଣ୍ଡ ଘଟାଇଛି। ମୃତକଙ୍କ ମଧ୍ୟରେ ୮, ୬ ଏବଂ ୪ ବର୍ଷର ୩ ଜଣ ଅସହାୟ ଶିଶୁ ଥିଲେ, ଯେଉଁମାନେ ସୁରକ୍ଷା ପାଇଁ ନିଜ ବାପା ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ଥିଲେ। ଘଟଣାର ଗୋଟିଏ ଦିନ ପୂର୍ବରୁ ସେ ନିଜ ଶାଶୂଘରୁ ସ୍ତ୍ରୀ-ପିଲାଙ୍କୁ ଘରକୁ ଆଣିଥିବାରୁ ଏହା ଏକ ପୂର୍ବପ୍ରସ୍ତୁତ ଚକ୍ରାନ୍ତ ଭଳି ଜଣାପଡ଼ୁଛି। ଅପରାଧର ଭୟାବହତା ଓ ନିଷ୍ଠୁରତାକୁ ଦୃଷ୍ଟିରେ ରଖି ଆଜୀବନ କାରାଦଣ୍ଡ ପର୍ଯ୍ୟାପ୍ତ ନୁହେଁ ବୋଲି ଦର୍ଶାଇ କୋର୍ଟ ଅଭିଯୁକ୍ତକୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଛନ୍ତି।
ୟବତମାଲ: ବନ୍ୟାର ପ୍ରଖର ସ୍ରୋତରେ ଭାସିଯାଇଥିବା ଏସୟୁଭି ସହିତ ଜଣେ ମହିଳା ଓ ୨ ଝିଅଙ୍କ ଶବ ଶୁକ୍ରବାର ମହାରାଷ୍ଟ୍ର ୟବତମାଲରୁ ଉଦ୍ଧାର ହୋଇଛି। ଏହି ଘଟଣା ଗୁରୁବାର ସେତେବେଳେ ଘଟିଥିଲା ଯେତେବେଳେ ପରିବାର ଅହିଲ୍ୟାନଗର ଜିଲ୍ଲା ଲୋନି ଅଞ୍ଚଳକୁ ଯାତ୍ରା କରୁଥିଲେ। ସେମାନେ ଦରହ୍ୱା କ୍ଷେତ୍ର ଦେଇଯାଉଥିବା ବେଳେ କୁପ୍ତି ନଦୀ ପୋଲ ଉପରେ ବନ୍ୟାପାଣି ସେମାନଙ୍କ ଗାଡିକୁ ଭାସାଇ ନେଇଥିଲା। ତେବେ ଗାଡି ଚଳାଉଥିବା ପିଲାଙ୍କ ପିତା ଏକ ଗଛକୁ ଧରି ନିଜ ଜୀବନ ବଞ୍ଚାଇଥିଲେ ମଧ୍ୟ ପରିବାରକୁ ରକ୍ଷା କରିପାରି ନାହାନ୍ତି।
ଗାଡି ଚଳାଉଥିବା ଅବିନାଶ ଖଣ୍ଡାରେ ପାଣିରେ ଭାସି ଯାଉଥିବା ବେଳେ ବୁଦ୍ଧି ଖଟାଇ ଏକ ଗଛକୁ ଧରି ରହିଯାଇଥିଲେ। ହେଲେ ତାଙ୍କ ଆଖି ସାମ୍ନାରେ ଗାଡ଼ି ସହ ପତ୍ନୀ ଓ ୨ ଝିଅ ଭାସି ଯାଇଥିଲେ। ବନ୍ୟାରେ ଯାତ୍ରୀଙ୍କ ସହ ବାହନ ଭାସି ଯାଇଥିବା ଖବର ପାଇ ପୋଲିସ ଓ ବିପର୍ଯ୍ୟୟ ପ୍ରବନ୍ଧନ ଦଳ ଘଟଣାସ୍ଥଳକୁ ପହଞ୍ଚିଥିଲେ। ପ୍ରଶାସନ ସାରା ରାତି ଭରା ନଦୀରେ ତଲାସ ଅଭିଯାନ ଚଳାଇ ଶେଷରେ ବାହନ ସହ ୩ ଜଣଙ୍କୁ ମୃତ ଉଦ୍ଧାର କରିଛନ୍ତି। ଏହା ପୂର୍ବରୁ ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମଡି) ମହାରାଷ୍ଟ୍ରରେ ୫ ଦିନ ପର୍ଯ୍ୟନ୍ତ ଭୀଷଣ ବର୍ଷାର ପୂର୍ବାନୁମାନ କରିଥିଲେ।
ଏଥିରେ ପାଣିପାଗ ବିଭାଗ କେତେକ ଜିଲ୍ଲାଙ୍କ ଲାଗି ରେଡ ୱାର୍ଣ୍ଣିଂ ମଧ୍ୟ ଜାରି କରିଥିଲେ। ତେବେ ଅବିନାଶ ଖଣ୍ଡାରେ କୁପ୍ତି ନଦୀ ପୋଲ ପାର କରିବା ବେଳେ ପାଣିର ଗଭୀରତା ଓ ସ୍ରୋତ ଆକଳନ କରି ପାରି ନଥିଲେ। ଗାଡିକୁ ପୋଲରେ ଆଗକୁ ବଢାଇବା ମାତ୍ରେ ପାଣି ସୁଅରେ ଗାଡି ସହ ତାଙ୍କ ପରିବାର ଭାସି ଯାଇଥିଲା। ତେବେ ସୌଭାଗ୍ୟକୁ ଅବିନାଶ ଏକ ଗଛକୁ ଜାବୁଡି ଧରି ଗାଡିରୁ ବାହାରି ଯାଇଥିଲେ। ହେଲେ ତାଙ୍କ ଦୁଇ ଝିଅ ଓ ପତ୍ନୀଙ୍କୁ ଗଭୀର ଜଳରେ ଗାଡ଼ି ସହ ଭାସି ଯାଉଥିବାର ଦୃଶ୍ୟକୁ ବିବସତାର ସହ ଦେଖିଥିଲେ।
ଚଳିତମାସ ଆରମ୍ଭରୁ ସାରା ରାଜ୍ୟରେ ଗୋଟିଏ ଦିନରେ ୧୩ ଜଣ ଲୋକ ପ୍ରାଣ ହରାଇଥିବା ବେଳେ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି। ରାଜ୍ୟ ଜରୁରିକାଳୀନ ନିୟନ୍ତ୍ରଣ କକ୍ଷ ଅନୁସାରେ ଭୀଷଣ ବର୍ଷା ଯୋଗୁ ପାଖାପାଖି ୧୦୦ଟି ଘର କ୍ଷତିଗ୍ରସ୍ତ ହୋଇଛି। ତେବେ ବନ୍ୟା ପରିସ୍ଥିତିରେ ଶହଶହ ପରିବାରଙ୍କୁ ସୁରକ୍ଷିତ ସ୍ଥାନକୁ ପହଞ୍ଚା ଯାଇଛି।
ଭୁବନେଶ୍ୱର: ହୀରାକୁଦ ଜଳଭଣ୍ଡାରରୁ ବୃଦ୍ଧି ପାଉଥିବା ଜଳ ନିଷ୍କାସନ ଏବଂ ମହାନଦୀ ଅବବାହିକାରେ ଜଳସ୍ତର ବୃଦ୍ଧିକୁ ଦୃଷ୍ଟିରେ ରଖି ସ୍ପେଶାଲ୍ ରିଲିଫ୍ କମିଶନର (SRC) ରାଜେଶ ପ୍ରଭାକର ପାଟିଲ୍ ଅନୁଗୁଳ, ବୌଦ୍ଧ, ସମ୍ବଲପୁର, କଟକ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଏବଂ ସୁବର୍ଣ୍ଣପୁର ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କତା ଅବଲମ୍ବନ କରିବା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ବର୍ତ୍ତମାନ ମହାନଦୀରେ ପ୍ରବାହିତ ଜଳର ପରିମାଣ ୮ ଲକ୍ଷ କ୍ୟୁସେକ୍ ଥିବା ବେଳେ ହୀରାକୁଦ ଡ୍ୟାମର ସମୁଦାୟ ୧୨ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି l ଏହାକୁ ଦୃଷ୍ଟିରେ ରଖି ମହାନଦୀ ଓ ଏହାର ଉପନଦୀଗୁଡ଼ିକର ଜଳସ୍ତର ଉପରେ କଡ଼ା ନଜର ରଖିବା ସହ ତଳମୁଣ୍ଡ ଅଞ୍ଚଳର ସମସ୍ତ ବନ୍ୟାପ୍ରବଣ ଏବଂ ନିମ୍ନାଞ୍ଚଳରେ ଆବଶ୍ୟକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ ପାଇଁ ଏସ୍ଆରସି ନିର୍ଦ୍ଦେଶ ଦେଇଛନ୍ତି।
ପୋଲିସ ସହାୟତାରେ ୨୪ ଘଣ୍ଟିଆ ପାଟ୍ରୋଲିଂ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ
ଏହି ପରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନକୁ ନଦୀକୂଳ ଓ ବନ୍ଧଗୁଡ଼ିକରେ ବିଶେଷକରି ରାତ୍ରି ସମୟରେ ପୋଲିସ ସହାୟତାରେ ୨୪ ଘଣ୍ଟିଆ ପାଟ୍ରୋଲିଂ ବ୍ୟବସ୍ଥା କରିବା, ସମସ୍ତ ସମ୍ପୃକ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି ଯେକୌଣସି ବନ୍ୟାଜନିତ ପରିସ୍ଥିତିରେ ତୁରନ୍ତ ପଦକ୍ଷେପ ନେବା ଏବଂ ନଦୀବନ୍ଧଗୁଡ଼ିକର ସ୍ଥିତି ଉପରେ ନିରନ୍ତର ନଜର ରଖି ବନ୍ଧ ଭାଙ୍ଗିଯିବା ଅଥବା ଜଳ ଲିକେଜ୍, କ୍ଷୟ କିମ୍ବା ଅନ୍ୟ କୌଣସି ବିପଦ ସଙ୍କେତ ଦେଖାଦେଲେ ତୁରନ୍ତ ପ୍ରତିକାରମୂଳକ ବ୍ୟବସ୍ଥା ଗ୍ରହଣ କରିବାକୁ କୁହାଯାଇଛି।
ହୀରାକୁଦ ଜଳଭଣ୍ଡାରରୁ ଜଳ ନିଷ୍କାସନ ସମୟରେ ନଦୀ ଗର୍ଭ, ବାଲିଚର, ଘାଟ, ନିମ୍ନାଞ୍ଚଳ ଦ୍ୱୀପ ଏବଂ ଅନ୍ୟାନ୍ୟ ବିପଦପୂର୍ଣ୍ଣ ସ୍ଥାନକୁ ସାଧାରଣ ଲୋକଙ୍କ ପ୍ରବେଶ ସମ୍ପୂର୍ଣ୍ଣ ନିଷିଦ୍ଧ କରିବା ସହ ସ୍ଥାନୀୟ ପ୍ରଶାସନ ଆବଶ୍ୟକ ନିୟାମକ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଏସ୍ଆରସି ନିର୍ଦ୍ଦେଶ ଦେଇଛନ୍ତି।
Also Read: ବନ୍ୟା ପରିଚାଳନା ନେଇ ରାଜସ୍ୱ ମନ୍ତ୍ରୀଙ୍କ ବିସ୍ତୃତ ସମୀକ୍ଷା, କ୍ଷତିଗ୍ରସ୍ତ ଚାଷଜମି ପାଇଁ ଚାଷୀଙ୍କୁ ମିଳିବ ପ୍ୟାକେଜ୍
ବିପଦପ୍ରବଣ ଅଞ୍ଚଳରୁ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯିବ
ସେହିପରି ମାଇକ୍, ସାଇରନ୍, ଇଲେକ୍ଟ୍ରୋନିକ୍ ଏବଂ ସୋସିଆଲ ମିଡିଆ, ସ୍ଥାନୀୟ କେବୁଲ ନେଟୱର୍କ୍ ଆଦି ମାଧ୍ୟମରେ ବ୍ୟାପକ ସଚେତନତା ପ୍ରଚାର କରି ନଦୀରେ ଗାଧୋଇବା, ମାଛ ଧରିବା, ଡଙ୍ଗା ଚଳାଚଳ, ବାଲି ଉତ୍ତୋଳନ ଓ ଅନ୍ୟାନ୍ୟ କାର୍ଯ୍ୟରୁ ବିରତ ରହିବାକୁ ଲୋକଙ୍କୁ ସତର୍କ କରିବାକୁ କୁହାଯାଇଛି। ଆବଶ୍ୟକ ସ୍ଥଳେ ମତ୍ସ୍ୟଜୀବୀ, ଡଙ୍ଗା ଚାଳକ ଏବଂ ବାଲି ଉତ୍ତୋଳନକାରୀଙ୍କ ପାଇଁ ସ୍ୱତନ୍ତ୍ର ପରାମର୍ଶ ଜାରି କରାଯିବ। ପଶୁପାଳକମାନଙ୍କୁ ନଦୀଗର୍ଭ, ବାଲିଚର ଏବଂ ନିମ୍ନାଞ୍ଚଳରେ ପଶୁ ଚରାଇବାକୁ ନଦେବା ପାଇଁ ସଚେତନ କରିବା ସହ ଆବଶ୍ୟକ ସ୍ଥଳେ ବିପଦପ୍ରବଣ ଅଞ୍ଚଳରୁ ଲୋକମାନଙ୍କୁ ପୂର୍ବରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି।
ହୀରାକୁଦରୁ ଜଳ ନିଷ୍କାସନ ସମ୍ବନ୍ଧୀୟ ତଥ୍ୟ ତତ୍କାଳ ଦେବାକୁ ନିର୍ଦ୍ଦେଶ
ସମସ୍ତ ଉପଜିଲ୍ଲାପାଳ, ତହସିଲଦାର, ବ୍ଲକ ଉନ୍ନୟନ ଅଧିକାରୀ, ପୌରାଞ୍ଚଳର କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ କ୍ଷେତ୍ରସ୍ତରୀୟ କର୍ମଚାରୀମାନଙ୍କୁ ସମ୍ବେଦନଶୀଳ ନଦୀ ଅଞ୍ଚଳଗୁଡ଼ିକ ଉପରେ ତୀକ୍ଷ୍ଣ ନଜର ରଖି ଏହି ସମସ୍ତ ସୁରକ୍ଷା ବ୍ୟବସ୍ଥାର କଡ଼ା କାର୍ଯ୍ୟକାରିତା ସୁନିଶ୍ଚିତ କରିବାକୁ କୁହାଯାଇଛି। ଏଥିସହ ଜିଲ୍ଲା ଜରୁରୀକାଳୀନ ପରିଚାଳନା କେନ୍ଦ୍ର (DEOC)କୁ ୨୪ ଘଣ୍ଟା କାର୍ଯ୍ୟକ୍ଷମ ରଖି ରାଜ୍ୟ ଜରୁରୀକାଳୀନ ପରିଚାଳନା କେନ୍ଦ୍ର (SEOC) ଏବଂ ଜଳସମ୍ପଦ ବିଭାଗ ସହ ସମନ୍ୱୟ ରକ୍ଷା କରି ହୀରାକୁଦ ଜଳଭଣ୍ଡାରରୁ ଜଳ ନିଷ୍କାସନ ସମ୍ବନ୍ଧୀୟ ତତ୍କାଳ ସୂଚନା ଆଦାନପ୍ରଦାନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ସ୍ପେଶାଲ ରିଲିଫ୍ କମିଶନର୍ ଏହି ନିର୍ଦ୍ଦେଶକୁ "ଅତ୍ୟନ୍ତ ଜରୁରୀ" ଭାବେ ବିଚାର କରି ତୁରନ୍ତ କାର୍ଯ୍ୟକାରୀ କରିବାକୁ ସମସ୍ତ ସମ୍ପୃକ୍ତ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।
କଟକ: ମହାନଦୀରେ ପ୍ରବଳ ସ୍ରୋତକୁ ଦୃଷ୍ଟିରେ ରଖି ୪୮ ଘଣ୍ଟା ପାଇଁ ଆଡଭାଇଜରି ଜାରି କଲା କଟକ ଜିଲ୍ଲା ପ୍ରଶାସନ। ଏହି ୪୮ ଘଣ୍ଟା ପାଇଁ ଗଡ଼ଗଡ଼ିଆ ଘାଟ ଓ ବାଲିଯାତ୍ରା ତଳ ପଡ଼ିଆକୁ ସାଧାରଣ ଲୋକଙ୍କ ପାଇଁ ପ୍ରବେଶ ନିଷିଦ୍ଧ କରାଯାଇଛି। ଶ୍ରାବଣ ମାସ ପାଣି ଉଠାଇବା ପାଇଁ ମଧ୍ୟ ଗଡ଼ଗଡ଼ିଆ ଘାଟକୁ ପ୍ରବେଶ ନିଷେଧ କରାଯାଇଛି।
ଖାଲି ସେତିକି ନୁହେଁ ନଦୀକୂଳ ଓ ତଳିଆ ଅଞ୍ଚଳରେ ଥିବା ଦେବାଳୟଗୁଡ଼ିକ ମଧ୍ୟ ଶ୍ରଦ୍ଧାଳୁଙ୍କ ପାଇଁ ଆଗାମୀ ୪୮ ଘଣ୍ଟା ବନ୍ଦ ରହିବ। ଏହି ସମୟରେ ନଦୀରେ ଗାଧୋଇବା, ପହଁରିବା, ଡଙ୍ଗା ଚଳାଚଳ, ସେଲ୍ଫି ନେବା ଉପରେ ବି କଟକଣା ଲାଗିଛି।
Also Read: ବାହାଘରରେ ବାଧକ ସାଜିଥିଲା ବନ୍ୟା, ନିଆରା ଉପାୟରେ ଶାଶୁଘର ପହଞ୍ଚିଲେ କନ୍ୟା
ମିଳିଥିବା ସଦ୍ୟ ସୂଚନା ଅନୁସାରେ, ନଦୀରୁ ସାମାନ୍ୟ ଜଳସ୍ତର ହ୍ରାସ ପାଇଛି। କିନ୍ତୁ ପ୍ରଖୋର ସ୍ରୋତ ଓ ହୀରାକୁଦ ଜଳଭଣ୍ଡାରରୁ ଆସୁଥିବା ବନ୍ୟା ଜଳକୁ ଦୃଷ୍ଟିରେ ରଖି ଆଗାମୀ ୪୮ ଘଣ୍ଟା ପାଇଁ ଏହି ନିୟମ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉ ସାହେବ ସିନ୍ଧେ।
ନୂଆଦିଲ୍ଲୀ: କେନ୍ଦ୍ର ସରକାର ଦେଶ କୋଟି କୋଟି ଚାଷୀଙ୍କ ପାଇଁ ବଡ଼ ନିଷ୍ପତ୍ତି ନେଇଛନ୍ତି । ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନାକୁ ଆଗାମୀ ପାଞ୍ଚ ବର୍ଷ ପାଇଁ ଅର୍ଥାତ୍ ୨୦୩୦-୩୧ ଯାଏ ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ଯୋଜନା ପାଇଁ ସରକାର ମୋଟ ୩.୧୫ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବେ । କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଏହାକୁ ମଞ୍ଜୁରି ଦିଆଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି ।
ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା କୋଟି କୋଟି ଯୋଗ୍ୟ ଚାଷୀମାନଙ୍କୁ ଆଗାମୀ ବର୍ଷଗୁଡ଼ିକରେ ମଧ୍ୟ ପ୍ରତିବର୍ଷ ୬,୦୦୦ ଟଙ୍କାର ଆର୍ଥିକ ସହାୟତା ମିଳିବା ଜାରି ରହିବ ।
ପିଏମ୍ କିଷାନ ଯୋଜନା କ'ଣ ?
ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନା ହେଉଛି କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଏକ କୃଷକ କଲ୍ୟାଣ ଯୋଜନା । ଦେଶର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ କୃଷକମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ଏହାର ମୂଳ ଉଦ୍ଦେଶ୍ୟ । ଏହି ଯୋଜନା ଅଧୀନରେ ପ୍ରତିବର୍ଷ କୃଷକମାନଙ୍କୁ ୬୦୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଏ । ଏହି ରାଶି ୩ଟି ସମାନ କିସ୍ତିରେ ଅର୍ଥାତ୍ ପ୍ରତି ୪ ମାସ ବ୍ୟବଧାନରେ କୃଷକମାନଙ୍କ ଆକାଉଣ୍ଟରେ ଜମା କରାଯାଏ ।
ପିଏମ୍ କିଷାନ ଯୋଜନା ଅଧୀନରେ ବର୍ତ୍ତମାନ ସୁଦ୍ଧା କୃଷକମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୨୩ଟି କିସ୍ତି ହସ୍ତାନ୍ତର କରାଯାଇସାରିଛି । ୨୩ତମ କିସ୍ତି ଅଧୀନରେ ୯.୪୯ କୋଟିରୁ ଅଧିକ କୃଷକ ଉପକୃତ ହୋଇଛନ୍ତି । ସରକାର ମୋଟ ଉପରେ ୧୮,୯୮୪ କୋଟି ଟଙ୍କାରୁ ଅଧିକ ରାଶି ପ୍ରଦାନ କରିସାରିଛନ୍ତି ।
ରୋମାଞ୍ଚକର ଫାଇନାଲ୍ ମୁକାବିଲା
ଫାଇନାଲ୍ ସଂଘର୍ଷ ଅତ୍ୟନ୍ତ କଡ଼ା ଓ ରୋମାଞ୍ଚକର ଥିଲା । ନିର୍ଦ୍ଧାରିତ ସମୟ ଶେଷ ସୁଦ୍ଧା ଉଭୟ ଖେଳାଳି ୧-୧ ସମାନ ସ୍ଥିତିରେ ଥିଲେ।  ମ୍ୟାଚ୍ ବରାବର ରହିବାରୁ ଫଳାଫଳ ପାଇଁ 'ଗୋଲ୍ଡେନ୍ ସ୍କୋର୍' ଅବଧିକୁ ଅପେକ୍ଷା ଥିଲା । ଅତିରିକ୍ତ ସମୟରେ ଅସ୍ମିତା ନିଜର ଚମତ୍କାର କୌଶଳ 'ଲେଗ୍ ଟ୍ୟାଙ୍ଗଲ୍'  ଜରିଆରେ ନିର୍ଣ୍ଣାୟକ 'ୟୁକୋ' ପଏଣ୍ଟ ହାସଲ କରି ବିଜୟ ସୁନିଶ୍ଚିତ କରିଥିଲେ।
ସେପଟେ ୩୦ ମିନିଟ୍ ଭିତରେ ଭାରତୀୟ ଜୁଡୋକା ହର୍ଷ ସିଂହ (Harsh Singh) ଏକ ଚମତ୍କାର ଓ ସଂଯମପୂର୍ଣ୍ଣ ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ପୁରୁଷ ୬୦ କିଲୋଗ୍ରାମ (-60kg) ବର୍ଗର ଫାଇନାଲ୍ ମୁକାବିଲାରେ ୨୩ ବର୍ଷୀୟ ହର୍ଷ ଅଷ୍ଟ୍ରେଲିଆର ଜୋସୁଆ କାଟ୍ଜଙ୍କୁ ପରାସ୍ତ କରି ଏହି ଐତିହାସିକ ବିଜୟ ହାସଲ କରିଛନ୍ତି।
ଭାରତର ପଦକ ତାଲିକା
ଅସ୍ମିତା ଦେ’ଙ୍କ ଏହି ସ୍ୱର୍ଣ୍ଣିମ ସଫଳତା ସହ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତର ମୋଟ ପଦକ ସଂଖ୍ୟା ୧୮ କୁ ବୃଦ୍ଧି ପାଇଛି।
ସ୍ୱର୍ଣ୍ଣ: ୫
ରୌପ୍ୟ: ୯
କାଂସ୍ୟ: ୫
ଜୁଡୋରେ ଭାରତୀୟ କ୍ରୀଡ଼ାବିତ୍ଙ୍କ ଏହି ସ୍ୱର୍ଣ୍ଣ ପଦକ ସାରା ଦେଶ ପାଇଁ ଏକ ଗୌରବପୂର୍ଣ୍ଣ ଓ ସ୍ମରଣୀୟ ମୁହୂର୍ତ୍ତ ଆଣିଦେଇଛି ।
ସେଉଟା: ଉତ୍ତର ମରକ୍କୋରେ ସ୍ପେନର ସେଉଟା ସହରକୁ ପାଖାପାଖି ୬୦,୦୦୦ ପ୍ରବାସୀ ପଶି ଆସିଛନ୍ତି, ଯାହାକୁ ଏବେ ବଡ଼ ସଂକଟ ଭାବେ ଦେଖା ଯାଉଛି ଓ ପୁରା ୟୁରୋପୀୟ ସଂଘ ଲାଗି ଚିନ୍ତାର କାରଣ ପାଲଟିଛି। ୮୦ ହଜାର ଜନସଂଖ୍ୟାର ସେଉଟା ସହକୁ ଏତେ ସଂଖ୍ୟକ ଲୋକେ ପଶି ଆସିବା ବାସ୍ତବିକ ଚିନ୍ତାଜନକ। ସ୍ଥାନୀୟ ଅଧ୍ୟକ୍ଷ ଜୁଆନ ଜିସସ୍ ଭିୱାଜ ଏକ ଅନୁମାନରେ ଗତ ୨ରୁ ୩ ଦିନରେ ଏତେ ସଂଖ୍ୟକ ପ୍ରବାସୀ ସ୍ପେନୀୟ କ୍ଷେତ୍ରକୁ ପ୍ରବେଶ କରିସାରିଥିବା କହିଛନ୍ତି।
ଅଚାନକ ହୋଇଥିବା ଏହି ଘଟଣା ପାଇଁ ମାଦ୍ରିଦକୁ ଏହି କ୍ଷେତ୍ର ସୁରକ୍ଷା ବଢାଇବାକୁ ବାଧ୍ୟ କରିଛି। ଲୋକଙ୍କୁ ନିୟନ୍ତ୍ରଣ କରିବା ପାଇଁ ସ୍ପେନ ସେନା ଓ ଅତିରିକ୍ତ ପୋଲିସ ମୁତୟନ କରିଛି, ଯେଉଁଥିରେ ବୁଡାଳୀଙ୍କୁ ମଧ୍ୟ ସାମିଲ କରାଯାଇଛି। ଉପୁଜିଥିବା ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ ଓ ଗୃହମନ୍ତ୍ରୀ ଶୁକ୍ରବାର ସେଉଟା ଗସ୍ତ କରିଛନ୍ତି। ସ୍ପେନ ସୀମାକୁ ପ୍ରବେଶ ଉଦ୍ୟମରେ ଏପର୍ଯ୍ୟନ୍ତ ୪୧ ଜଣଙ୍କ ମୃତ୍ୟୁ ହେଲାଣି। ଏମାନଙ୍କ ମଧ୍ୟରୁ ଅଧିକାଂଶ ଲୋକେ ସୀମା ଅବରୋଧ ପାର କରିବାକୁ ଯାଇ ପାଣିରେ ବୁଡି ପ୍ରାଣ ହରାଇଥିବା କୁହାଯାଇଛି। ସ୍ପେନ ଅଧିକାରୀ କ୍ଷେତ୍ରକୁ ଅଧିକ ସୈନ୍ୟ ପଠାଇଥିବା ବେଳେ ୟୁରୋପୀୟ ସଂଘ ସୀମାରେ ଶୃଙ୍ଖଳା କାୟମ କରିବା ଲାଗି ସହାୟତା କରିବାକୁ ହାତ ବଢାଇଛି।
ପ୍ରବାସୀଙ୍କ ଏପରି ଆଗମନ ପୁରା ୟୁରୋପରେ ରାଜନୈତିକ ଉତ୍ତେଜନାର କାରଣ ପାଲଟିଛି। ଇଟାଲୀ ୟୁରୋପୀୟ ସଂଘର ବାହ୍ୟ ସୀମାକୁ ନେଇ ଅସାଧାରଣ ଉପାୟର ସମ୍ଭାବନା ବ୍ୟକ୍ତ କରିଛି। ତେବେ ସ୍ପେନ ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ ଏତେ ସଂଖ୍ୟ ପ୍ରବାସୀ ଅଚାନକ ପହଞ୍ଚିବା ଲାଗି ମାନବ ତସ୍କରଙ୍କୁ ଦାୟି କରିଛନ୍ତି। କହିଛନ୍ତି ଯେ ଏମାନେ ସ୍ପେନ ସର୍ବୋଚ୍ଚନ୍ୟାୟାଳୟଙ୍କ ସେହି ରାୟକୁ ନେଇ ଗୁଜବ ରଟାଇଛନ୍ତି ଯେଉଁଥିରେ ସମୁଦ୍ର ରାସ୍ତାରେ ଆସିଥିବା ଅବୈଧ ପ୍ରବାସୀଙ୍କୁ ତୁରନ୍ତ ଫେରସ୍ତ ପଠାଯାଇ ପାରିବନି ବୋଲି କୁହାଯାଇଥିଲା। ସାଞ୍ଜେଜ୍ କହିଛନ୍ତି ଯେ ମରକ୍କୋ ଅଧିକାରୀଙ୍କ ସହ କଥା ବାର୍ତ୍ତାରୁ ଏ କଥା ସାମ୍ନାକୁ ଆସିଛି।
ମରକ୍କୋର ମାନବ ତସ୍କରମାନେ ସ୍ପେନ ସୁପ୍ରିମକୋର୍ଟଙ୍କ ରାୟକୁ ନିଜ ଲାଭ ନିମନ୍ତେ ବ୍ୟାଖ୍ୟା କରିଛନ୍ତି। ସେମାନଙ୍କ ଏହି ବ୍ୟାଖ୍ୟା ବନାଗ୍ନି ଭଳି ବ୍ୟାପିଯାଇଛି ଓ ଲୋକେ ସେଉଟାକୁ ଧାଡି ବାନ୍ଧିଛନ୍ତି। ସ୍ପେନ ସର୍ବୋଚ୍ଚ ନ୍ୟାୟାଳୟ ଜୁଲାଇ ୮ ତାରିଖ ରାୟରେ କହିଥିଲେ ଯେ ପ୍ରଶାସନିକ ନିଷ୍କାସନ ପ୍ରକ୍ରିୟା ଆରମ୍ଭ ନ କରି କୌଣସି ପ୍ରବାସୀଙ୍କୁ ତୁରନ୍ତ ଫେରସ୍ତ ପଠାଇବା ନିୟମ ସମୁଦ୍ର ମାର୍ଗରେ ଆସିଥିବା ପ୍ରବାସୀଙ୍କ ନିମନ୍ତେ ଲାଗୁ ହେଉ ନାହିଁ।
ୟୁରୋପୀୟ ସଂଘ ମୁଖ୍ୟ ଉର୍ସୁଲା ଭନଡେର ଲେୟେନ ସୋସିଆଲ ମିଡିଆ ପୋଷ୍ଟରେ ସ୍ୟୁଟା ଘଟଣାକୁ ଅସ୍ୱୀକାର୍ଯ୍ୟ ବୋଲି କହିଛନ୍ତି। ସେ କହିଛନ୍ତି ଆମେ କାହାରିକୁ ଆମ ନିୟମ ନମାନି ଆମର ୟୁରୋପୀୟ ସଂଘକୁ ଆସିବାକୁ ଅନୁମତି ଦେଇ ପାରିବୁନି। ଏଥି ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସେଉଟା ପ୍ରବାସୀ ସଂକଟକୁ ଭୟାନକ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଯଦି ବିରୋଧୀ ଡେମୋକ୍ରାଟିକ୍ ପାର୍ଟି ନିର୍ବାଚନ ଜିତିଥାଆନ୍ତା ତେବେ ଆମେରିକାକୁ ବି ଏବେ ଏଭଳି ପରିସ୍ଥିତି ଦେଖିବାକୁ ପଡୁଥାଆନ୍ତା।
ସୂଚନା ଅନୁସାରେ, କେନ୍ଦୁଝର ଜିଲ୍ଲା, ଯୋଡ଼ା ବ୍ଲକ୍ ବାସୁଦେବପୁର ଠାରେ ଥିବା କାନୁପୁର ଡ୍ୟାମର ମୁଖ୍ୟ କେନାଲର ପ୍ରଖର ସ୍ରୋତରେ ଦୁଇ ଯୁବକ ଭାସିଯାଇଥିଲେ। ଏହି ଦୁଇ ଯୁବକ ହେଲେ, ଯୋଡ଼ା ଆଜାଦ୍ ବସ୍ତି ଅଞ୍ଚଳର ଜିଗର୍ ପୂର୍ତ୍ତି ଓ ବିକି ମୁଣ୍ଡା । ଜଣାପଡ଼ିଛି ଡ୍ୟାମରେ ଜଳସ୍ତର ବଢ଼ିବା ପରେ ମୁଖ୍ୟ କେନାଲ ଦେଇ ବନ୍ୟାଜଳ ନିଷ୍କାସନ ଜାରି ରହିଥିବା ବେଳେ, ସନ୍ଧ୍ୟା ସମୟରେ ଏହି ଦୁଇଜଣ କେନାଲକୁ ଗାଧୋଇବାକୁ ଯାଇଥିଲେ। ମାତ୍ର ସେଠାରେ ପାଣିର ପ୍ରଖର ସ୍ରୋତରେ ଜଣେ ଭାସିଯାଇଥିଲେ। ଆଉ ତାଙ୍କୁ ବଞ୍ଚାଇବାକୁ ଯାଇ ଅନ୍ୟ ଜଣେ ଯୁବକ ମଧ୍ୟ ଭାସିଯାଇଥିଲେ।
Also Read: ଅସମ୍ଭାଳ ହୋଇପାରେ ସ୍ଥିତି, ହୀରାକୁଦ ଡ୍ୟାମ୍ର ୨୨ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଉଭୟ କେନାଲରେ କିଛି ବାଟ ଭାସିବା ପରେ ଜଣେ କେନାଲ କଡ଼ରେ ଥିବା ଏକ ଗଛକୁ ଜାବୁଡ଼ିଧରି ସେଥିରେ ଚଡ଼ିଯାଇଥିଲେ । ଅନ୍ୟଜଣେ ଆଉ କିଛି ବାଟ ଭାସି ଭାସି ଯାଇ କେନାଲ ଭିତରେ ପଡ଼ିଥିବା ଏକ ଶୁଖିଲା ଗଛକୁ ଧରି ନିଜକୁ ବଞ୍ଚାଇଥିଲେ । ଅନେକ ସମୟ ଧରି ଉଭୟ ବିପଦପୂର୍ଣ୍ଣ ଅବସ୍ଥାରେ ଗଛକୁ ଧରି କେନାଲ ଭିତରେ ଫସି ରହିଥିଲେ । ଖବର ପାଇ ପୋଲିସ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଅଗ୍ନିଶମ ବାହିନୀ ସାହସିକତାର ସହ ଜଣେ ପରେ ଜଣେ ଉଭୟ ଯୁବକଙ୍କୁ ସଫଳତାର ସହିତ ଉଦ୍ଧାର କରିଥିଲେ । ଉଦ୍ଧାର ପରେ ଉଭୟଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ବାସୁଦେବପୁର ମେଡିକାଲରେ ଭର୍ତ୍ତି କରାଯାଇଛି।
ଭିଡିଓରେ ଦେଖିବାକୁ ମିଳୁଛି ଯେ, ଡାକ୍ତର ଜଣଙ୍କ ନବଜାତ ଶିଶୁକନ୍ୟାକୁ ଅପରେସନ୍ ଥିଏଟର (OT) ରୁ ବାହାରକୁ ଆଣିବା ମାତ୍ରେ ପରିବାର ଲୋକେ ଅତି ଖୁସି ହୋଇଯାଉଛନ୍ତି । ଶିଶୁର ମା' ମୁସ୍କାନ୍ ଅଗ୍ରୱାଲ୍ ଡାକ୍ତର ବେଲା ଶାହ ଜୈନଙ୍କୁ କୃତଜ୍ଞତା ଜଣାଇ ଲେଖିଛନ୍ତି, ‘ଆମର ଏହି ଯାତ୍ରାରେ ଆପଣ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଥିବାରୁ ଆମେ ନିଜକୁ ଭାଗ୍ୟବାନ୍ ମନେକରୁଛୁ। ଆପଣ ଏହି ସମୟକୁ ଆମ ପାଇଁ ଅତି ସହଜ କରିଦେଲେ। ଆପଣ ଆମ ପରିବାର ପାଇଁ ଅତ୍ୟନ୍ତ ଖାସ୍।’
ନେଟିଜେନ୍ସଙ୍କ ପ୍ରତିକ୍ରିୟା
ପାଟନା: ଉପେନ୍ଦ୍ର କୁଶୱାହାଙ୍କ ପୁଅ ଦୀପକ ପ୍ରକାଶ ବିହାରର ସମ୍ରାଟ ସରକାରରେ ମନ୍ତ୍ରୀ ପଦରେ ରହିବେ । ତାଙ୍କ ପାଇଁ ବିଜେପି ଏମଏଲସି ଦେବେଶ କୁମାର ବିଧାନ ପରିଷଦ ଆସନ ଛାଡ଼ିଛନ୍ତି । ଦେବେଶ ଶୁକ୍ରବାର ବିଧାନ ପରିଷଦର ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି । ଏବେ ଏହି ଆସନରୁ ଦୀପକଙ୍କୁ ଏମଏସସି କରାଯିବ ।
ରାଷ୍ଟ୍ରୀୟ ଲୋକ ମୋର୍ଚ୍ଚା (RLM)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଉପେନ୍ଦ୍ର କୁଶୱାହାଙ୍କ ପୁଅ ଦୀପକ ପ୍ରକାଶଙ୍କ ମନ୍ତ୍ରୀ ପଦ ଉପରୁ ସଙ୍କଟ ହଟିଥିବା ପରି ଜଣାପଡ଼ୁଛି । ବିଜେପି ଏମଏଲସି ଦେବେଶ କୁମାର ବିହାର ବିଧାନ ପରିଷଦର ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି । କୁହାଯାଉଛି ଯେ ଏବେ ତାଙ୍କ ଆସନରୁ ସମ୍ରାଟ ସରକାରରେ ପଞ୍ଚାୟତ ରାଜ ମନ୍ତ୍ରୀ ଥିବା ଦୀପକ ପ୍ରକାଶଙ୍କୁ ଗୃହକୁ ପଠାଯିବ । ଦୀପକ ବର୍ତ୍ତମାନ କୌଣସି ବି ଗୃହର ସଦସ୍ୟ ନାହାନ୍ତି । ବିଧାୟକ କିମ୍ବା ଏମଏଲସି ନହୋଇ ମଧ୍ୟ ତାଙ୍କର ମନ୍ତ୍ରୀ ପଦରେ ରହିବାକୁ ନେଇ ସଙ୍କଟ ସୃଷ୍ଟି ହୋଇଥିଲା । ସୁପ୍ରିମକୋର୍ଟ ମଧ୍ୟ ସମ୍ରାଟ ସରକାରଙ୍କୁ ଏହି ବାବଦରେ ଜବାବ ତଲବ କରିଥିଲେ ।
ମାର୍ଚ୍ଚ ୨୦୨୭ ଯାଏଁ ଥିଲା କାର୍ଯ୍ୟକାଳ
ବିଜେପିର ଦେବେଶ କୁମାର ରାଜ୍ୟପାଳଙ୍କ ଦ୍ୱାରା ମନୋନୀତ କୋଟାରୁ ୧୭ ମାର୍ଚ୍ଚ ୨୦୨୧ରେ ଏମଏଲସି ହୋଇଥିଲେ । ତାଙ୍କର କାର୍ଯ୍ୟକାଳ ୧୬ ମାର୍ଚ୍ଚ ୨୦୨୭ରେ ଶେଷ ହେବାର ଥିଲା । ତା' ପୂର୍ବରୁ ହିଁ ସେ ସଦସ୍ୟତା ଛାଡ଼ି ଦେଇଛନ୍ତି । ଦେବେଶଙ୍କ ଇସ୍ତଫା ଦ୍ୱାରା ଖାଲି ପଡ଼ିଥିବା ଆସନରେ ରାଜ୍ୟପାଳ ନୂଆ ପ୍ରାର୍ଥୀଙ୍କୁ ମନୋନୀତ କରିବେ । ସୂତ୍ର ଅନୁସାରେ, ଦୀପକ ପ୍ରକାଶଙ୍କ ନାଁ ପକ୍କା ବୋଲି ଧରାଯାଉଛି । ଦୀପକ ଏମଏଲସି ହେଲେ ତାଙ୍କର କାର୍ଯ୍ୟକାଳ ମଧ୍ୟ ଆସନ୍ତା ବର୍ଷ ମାର୍ଚ୍ଚ ପର୍ଯ୍ୟନ୍ତ ରହିବ।
ସୁପ୍ରିମକୋର୍ଟରେ ଦୀପକ ପ୍ରକାଶଙ୍କ ମାମଲା, ସରକାରଙ୍କୁ ଜବାବ ତଲବ
ଦୀପକ ପ୍ରକାଶ ବିଧାୟକ କିମ୍ବା ଏମଏଲସି ନହୋଇ ମଧ୍ୟ ଏପର୍ଯ୍ୟନ୍ତ ମନ୍ତ୍ରୀ ହୋଇ ରହିବା ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ ଦାଖଲ ହୋଇଛି । ଏହା ଉପରେ ଶୁଣାଣି ବେଳେ ନିକଟରେ ଶୀର୍ଷ ଅଦାଲତ ସମ୍ରାଟ ସରକାରଙ୍କୁ ଜବାବ ତଲବ କରିଥିଲେ । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି (CJI) ସୂର୍ଯ୍ୟକାନ୍ତ, ଜଷ୍ଟିସ ବାଗଚୀ ଏବଂ ଜଷ୍ଟିସ ଭି. ମୋହନାଙ୍କ ବେଞ୍ଚ ବିହାର ସରକାରଙ୍କୁ ପଚାରିଥିଲେ ଯେ ଦୀପକ ପ୍ରକାଶ କୌଣସି ଗୃହର ସଦସ୍ୟ ନହୋଇ କିପରି ମନ୍ତ୍ରୀ ଅଛନ୍ତି ? ରାଜ୍ୟ ସରକାରଙ୍କୁ ଅଗଷ୍ଟ ୪ ଭିତରେ ଜବାବ ଦାଖଲ କରିବାକୁ କହିଥିଲେ ।
ବିଧାୟକ-MLC ନହୋଇ ମଧ୍ୟ ଦୁଇଥର ମନ୍ତ୍ରୀ ହୋଇଛନ୍ତି ଦୀପକ ପ୍ରକାଶ
ଉପେନ୍ଦ୍ର କୁଶୱାହାଙ୍କ ପୁଅ ଦୀପକ ପ୍ରକାଶଙ୍କୁ ପ୍ରଥମ ଥର ନଭେମ୍ବର ୨୦୨୫ରେ ତତ୍କାଳୀନ ନୀତୀଶ କ୍ୟାବିନେଟରେ ସାମିଲ କରାଯାଇଥିଲା । ସେତେବେଳେ ମଧ୍ୟ ସେ ବିଧାୟକ କିମ୍ବା ଏମଏଲସି ନଥିଲେ । ସେ ପ୍ରାୟ ୪-୫ ମାସ ପର୍ଯ୍ୟନ୍ତ ମନ୍ତ୍ରୀ ପଦରେ ରହିଥିଲେ । ରାଜ୍ୟରେ କ୍ଷମତା ପରିବର୍ତ୍ତନ ହେବା ପରେ, ନୀତୀଶ କୁମାରଙ୍କ ଇସ୍ତଫା ସହିତ ତତ୍କାଳୀନ କ୍ୟାବିନେଟ ଭଙ୍ଗ ହୋଇଯାଇଥିଲା । ତା'ପରେ ସମ୍ରାଟ ଚୌଧୁରୀଙ୍କ ନେତୃତ୍ୱରେ ନୂଆ ସରକାର ଗଠନ କରାଗଲା । ପୁଣିଥରେ ଦୀପକ ପ୍ରକାଶଙ୍କୁ ମନ୍ତ୍ରୀ କରାଗଲା । ଦୀପକ ମେ ୭ ତାରିଖରେ ମନ୍ତ୍ରୀ ପଦର ଶପଥ ନେଇଥିଲେ । ସେବେଠାରୁ କୌଣସି ସଦନର ସଦସ୍ୟ ନହୋଇ ମଧ୍ୟ ସେ ମନ୍ତ୍ରୀ ପଦରେ ରହିଛନ୍ତି । ତାଙ୍କୁ ପୁନର୍ବାର ମନ୍ତ୍ରୀ କରାଯିବାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଆବେଦନ ଦାଖଲ କରାଯାଇଛି, ଯାହାର ଶୁଣାଣି ଚାଲିଛି।
ଆଇନ କ’ଣ କହୁଛି ?
ନିୟମ ଅନୁସାରେ, ଯଦି କୌଣସି ବ୍ୟକ୍ତି ବିଧାୟକ କିମ୍ବା ଏମଏଲସି ନୁହନ୍ତି, ତେବେ ସେ ସର୍ବାଧିକ ୬ ମାସ ପର୍ଯ୍ୟନ୍ତ ହିଁ ମନ୍ତ୍ରୀ ପଦରେ ରହିପାରିବେ । ମନ୍ତ୍ରୀ ପଦରେ ବଜାୟ ରହିବା ପାଇଁ ଏହି ସମୟସୀମା ମଧ୍ୟରେ କୌଣସି ଗୋଟିଏ ସଦନର ସଦସ୍ୟ ହେବା ବାଧ୍ୟତାମୂଳକ ।
କୋଇଡ଼ା: ସୁନ୍ଦରଗଡ଼ ଜିଲ୍ଲା କୋଇଡା ମଣ୍ଡଳସ୍ଥିତ JSW ନେତ୍ରାବନ୍ଧ ଲୌହ ଖଣି ସମ୍ମୁଖରେ ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ନେତୃତ୍ୱରେ ସିପିଆଇ(ଏମ୍) ଓ ଗ୍ରାମବାସୀଙ୍କ ଅନିର୍ଦ୍ଦିଷ୍ଟ କାଳ ପାଇଁ ବିକ୍ଷୋଭ। ୨୫୦ ଜଣ ସ୍ଥାନୀୟ ବେକାର ଯୁବକଙ୍କୁ ନିଯୁକ୍ତି, କାରିଗରୀ ପଦବୀରେ ସ୍ଥାନୀୟ ଶ୍ରମିକଙ୍କୁ ପ୍ରାଥମିକତା, ୧୦ ଜଣ ପ୍ରାଥମିକ ଶିକ୍ଷକ ନିଯୁକ୍ତ କରିବା ସହ ବିଶୁଦ୍ଧ ପାନୀୟ ଜଳ, ରାସ୍ତା, ମାଗଣା ଚିକିତ୍ସା ଏବଂ ପରିବହନ ସ୍ଥାନୀୟ ପିଲାଙ୍କୁ ଟ୍ରାନ୍ସପୋଟିଙ୍ଗ, ରେଜିଙ୍ଗ ପାଇଁ ପ୍ରଥମ ଅଗ୍ରାଧିକାର ଦେବା ଦାବିରେ ଶହ ଶହ ସ୍ଥାନୀୟ ଲୋକ ଖଣି ଗେଟ୍ ସମ୍ମୁଖରେ ଧାରଣାରେ ବସିଛନ୍ତି ।
ଲିଖିତ ଆକାରରେ ଦାବି ପୂରଣ ନହେବା ଯାଏ ଧାରଣା ଚାଲୁରହିବ ବୋଲି ବିଧାୟକ ଶ୍ରୀ ମୁଣ୍ଡା ଚେତାବନୀ ଦେଇଛନ୍ତି। ଆନ୍ଦୋଳନ ଯୋଗୁ ଖଣି ପରିବହନ ସମ୍ପୂର୍ଣ୍ଣ ବନ୍ଦ ରହିଥିବା ବେଳେ ଘଟଣାସ୍ଥଳରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି।
ଭୁବନେଶ୍ୱର: ଲୋକସେବା ଭବନଠାରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀ ବିଭିନ୍ନ ବିଭାଗୀୟ ବରିଷ୍ଠ ଅଧିକାରୀ ଏବଂ ଜିଲ୍ଲାପାଳମାନଙ୍କ ସହିତ ବନ୍ୟା ପରିସ୍ଥିତି ସମ୍ପର୍କରେ ସୁବିସ୍ତୃତ ସମୀକ୍ଷା କରିଛନ୍ତି l ସମ୍ପ୍ରତି ବିଭିନ୍ନ ଜିଲ୍ଲାରେ ବୃଷ୍ଟିପାତ କମ୍ ଥିବା ସହ ଖରା ପାଗ ହୋଇଥିଲା ବେଳେ ବନ୍ୟା ପରିସ୍ଥିତିରେ କ୍ରମଶଃ ସୁଧାର ଆସିବା ସହ ଏସଆରସି, ଉଦ୍ଧାରକାରୀ ଦଳ ଏବଂ ଜିଲ୍ଲାପ୍ରଶାସନର ସମନ୍ଵିତ ପ୍ରୟାସ ମାଧ୍ୟମରେ ଜନସାଧାରଣଙ୍କ ଧନଜୀବନର ସୁରକ୍ଷା ସୁନିଶ୍ଚିତ କରିବା ଦିଗରେ ମାନ୍ୟବର ମନ୍ତ୍ରୀ ଗୁରୁତ୍ଵାରୋପ କରିଛନ୍ତି l ତେବେ, ମହାନଦୀର ଜଳପତନ ସ୍ତର ଉପରେ ତୀକ୍ଷଣ ନଜର ରଖାଯିବା ସହ ଏହାର ଅବବାହିକା ଅଞ୍ଚଳ ତଥା ଉପକୂଳ ଜିଲ୍ଲାମାନଙ୍କରେ ପ୍ରଶାସନକୁ ସମ୍ପୂର୍ଣ୍ଣ ସଜାଗ ରହିବାକୁ ମାନ୍ୟବର ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି l
ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ରାଜ୍ୟର ୩୦ଟି ଜିଲ୍ଲାରୁ ୧୫ଟି ଜିଲ୍ଲା ସମ୍ପୂର୍ଣ୍ଣ ବିପଦମୁକ୍ତ ଥିବା ବେଳେ ବାକି ୧୫ଟି ଜିଲ୍ଲା ବନ୍ୟା ଦ୍ଵାରା ଊଣାଅଧିକେ ପ୍ରଭାବିତ ହୋଇଛନ୍ତି l ୧୫ଟି ଜିଲ୍ଲାର ୫୭ଟି ବ୍ଲକର ୪୪୬ଟି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ୧୩୬୨ଟି ଗ୍ରାମ ଏବଂ ୧୧ଟି ପୌରାଞ୍ଚଳର ୧୭୪ ୱାର୍ଡର ପ୍ରାୟ ୭,୯୧,୮୪୬ ଜଣ ଲୋକ ବନ୍ୟା ଦ୍ଵାରା ପ୍ରଭାବିତ ହୋଇଛନ୍ତି l ପାଣି ଘେରରେ ୨,୬୮,୯୪୩ ଜଣ ଲୋକ ପ୍ରଭାବିତ ହୋଇଥିବା ବେଳେ ୨୧୩୮୦ ହେକ୍ଟର ଚାଷଜମି ପ୍ରଭାବିତ ହୋଇଛି l
୬୪୭ଟି ରିଲିଫ୍ କେନ୍ଦ୍ରରେ ଦିଆଯାଉଛି ସୁବିଧା
ତେବେ, ରାଜସ୍ୱ ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ତଥା ଏସଆରସିଙ୍କ ସହ ଜିଲ୍ଲା ପ୍ରଶାସନ ସମନ୍ଵିତ ହୋଇ ଦିନରାତି ଏକ କରି ଜନସାଧାରଣଙ୍କ ସେବାରେ ସମର୍ପିତ ହୋଇ କାର୍ଯ୍ୟ କରୁଛନ୍ତି l ପ୍ରାୟ ୬୪୭ଟି ରିଲିଫ୍ କେନ୍ଦ୍ରରେ ଲୋକମାନଙ୍କୁ ଉଭୟ ରନ୍ଧାଖାଦ୍ୟ ଏବଂ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯାଉଥିବା ବେଳେ ଶିଶୁମାନଙ୍କ ପାଇଁ ଶିଶୁଖାଦ୍ୟ, ବୟସ୍କ ଏବଂ ମହିଳାମାନଙ୍କ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି l ଡାକ୍ତରୀ ଟିମ୍ ମଧ୍ଯ ନିୟମିତ ରିଲିଫ୍ କେନ୍ଦ୍ର ପରିଦର୍ଶନ କରି ସେବା ପ୍ରଦାନ କରିବାକୁ ନିୟୋଜିତ ହୋଇଛନ୍ତି l ପର୍ଯ୍ୟାପ୍ତ ପରିମାଣରେ ଗୋଖାଦ୍ୟ ମଧ୍ଯ ବିଭିନ୍ନ ଜିଲ୍ଲାରୁ ତ୍ଵରିତ ଯୋଗାଇ ଦିଆଯାଉଛି l ସେହିପରି ଘର ଛାଡି ରିଲିଫ୍ କେନ୍ଦ୍ରକୁ ଆସିବାକୁ ରାଜି ନଥିବା ଲୋକମାନଙ୍କୁ ପ୍ରଶାସନ ପକ୍ଷରୁ ବୁଝାଯାଇ ସଚେତନ କରାଯାଇ ରିଲିଫ୍ କେନ୍ଦ୍ରକୁ ସ୍ଥାନାନ୍ତର କରିବାର ବ୍ୟବସ୍ଥା କରାଯାଇଛି ; ପାଣିଘେରରେ ନିଜ ଘରେ ଥିବା ଲୋକମାନଙ୍କ ପାଖେ ମଧ୍ଯ ଶୁଖିଲା ଖାଦ୍ୟ ପହଞ୍ଚାଯାଉଛି l
କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା, ପୁରୀକୁ ସମ୍ପୂର୍ଣ୍ଣ ଆଲର୍ଟ
ମାନ୍ୟବର ମନ୍ତ୍ରୀ ସୂଚନା ଦେଇଛନ୍ତି ଯେ, ଦେବୀ, କୁଶଭଦ୍ରା, ଇବ୍, ବ୍ରାହ୍ମଣୀ, ବୈତରଣୀ, ବୁଢାବଳଙ୍ଗ, ସୁବର୍ଣ୍ଣରେଖା, ବଂଶଧାରା, ଋଷିକୁଲ୍ୟା, ଜଳକା ଆଦି ନଦୀର ଜଳପତ୍ତନ ସ୍ତର କ୍ରମଶଃ ହ୍ରାସ ପାଇଥିଲା ବେଳେ ମହାନଦୀର ଜଳପତ୍ତନ ସ୍ତର ବିପଦସଙ୍କେତଠୁ ସାମାନ୍ୟ ଅଧିକ ରହିଛି l ସେହିପରି ଶୁକ୍ରବାର ସକାଳ ୯ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ୨ ଟି ଗେଟ୍ ଖୋଲା ଥିବା ବେଳେ ମୁଣ୍ଡଳି ଠାରେ ୮,୬୫,୪୭୪ କ୍ୟୁସେକ୍ ଜଳ ନିଷ୍କାସିତ ହେଉଥିଲା l ତେବେ, ପରେ ପରେ ଆଉ ୧୦ଟି ଗେଟ୍ ଖୋଲା ଯାଇ ସମୁଦାୟ ୧୨ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି l ଏହି ଜଳ ହୀରାକୁଦରୁ ଆସି ମୁଣ୍ଡୁଳି ଠାରେ ପହଞ୍ଚିବାକୁ ପାଖାପାଖି ଚାଳିଶ ଘଣ୍ଟା ସମୟ ଲାଗିବ l ତେବେ ସେତେବେଳକୁ ମୁଣ୍ଡୁଳିଠାରେ ମହାନଦୀର ଜଳସ୍ତର ଅପେକ୍ଷାକୃତ କମ୍ ହୋଇ ଯାଇଥିବାରୁ ଏହି ବନ୍ୟାଜଳ ଦ୍ଵାରା ବିଶେଷ ବିପଦ ସୃଷ୍ଟି ହେବ ନାହିଁ ବୋଲି ଆଶା କରାଯାଉଛି l ତେବେ ମହାନଦୀର ଜଳସ୍ତର ଉପରେ ଜଳସମ୍ପଦ ବିଭାଗ ସହ ସମନ୍ଵୟ ରକ୍ଷା କରି ଦୃଢ଼ ନଜର ରଖାଯାଇଥିଲା ବେଳେ ଅବବାହିକା ଅଞ୍ଚଳ ତଥା କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ ଆଦି ଜିଲ୍ଲାମାନଙ୍କୁ ସମ୍ପୂର୍ଣ୍ଣ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି l ଜିଲ୍ଲା ପ୍ରଶାସନ ସହ ଓଡ୍ରାଫ୍, ଏନଡିଆରଏଫ୍ ଏବଂ ଅଗ୍ନିଶମ ବାହିନୀ ସବୁଠି ନିୟୋଜିତ ଅଛନ୍ତି l ରାଜ୍ୟରେ ୧୭ଟି ଓଡ୍ରାଫ୍, ୬ଟି ଏନଡିଆରଏଫ୍ ଏବଂ ୧୧୨ଟି ଅଗ୍ନିଶମ ତଥା ଜରୁରୀକାଳୀନ ଉଦ୍ଧାରକାରୀ ଦଳ ନିୟୋଜିତ ଥିବା ସହ ବିଭିନ୍ନ ଅଞ୍ଚଳରେ ଆବଶ୍ୟକ ଉଦ୍ଧାର କାର୍ଯ୍ୟ, ସ୍ଥାନାନ୍ତରଣ, ରିଲିଫ୍ ସମାଗ୍ରୀ ପ୍ରଦାନ କାର୍ଯ୍ୟ ନିରବଚ୍ଛିନ୍ନ ରହିଛି l
ସ୍ୱାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ସଜାଗ
ବୈଠକରେ ଯେଉଁ ପର୍ଯ୍ୟନ୍ତ ବନ୍ୟା ଜଳ ସମ୍ପୂର୍ଣ୍ଣ ନିଷ୍କାସିତ ହୋଇ ମାଟି ଶୁଖିଲା ନ ହୋଇଛି, ସେ ପର୍ଯ୍ୟନ୍ତ ସମସ୍ତ ରିଲିଫ କେନ୍ଦ୍ରରେ ସେବା ପ୍ରଦାନ କରି ରଖିବାକୁ ମାନ୍ୟବର ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି l ସେହିପରି ବନ୍ୟା ଜଳ ଛାଡ଼ିବା ପରେ ବିଭିନ୍ନ ରୋଗ ସଂକ୍ରମଣ ତଥା ସାପକାମୁଡା ଆଦି ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି ହେଉଥିବାରୁ ଏ ସଂକ୍ରାନ୍ତରେ ସ୍ୱାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି l ସମସ୍ତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏମବିବିଏସ ଡାକ୍ତର୍, ଆଣ୍ଟି ଭେନମ୍ ଇଞ୍ଜେକସନ୍, ମେଡିସିନ୍ ଆଦି ମହଜୁଦ ରଖାଯାଇଛି l ସେହିପରି ବ୍ଲିଚିଙ୍ଗ୍ ପାଉଡର୍, କ୍ଲୋରିନ୍ ଟାବଲେଟ୍ ଆଦି ପର୍ଯ୍ୟାପ୍ତ ପରିମାଣରେ ପ୍ରସ୍ତୁତ ରଖାଯାଇଛି l ଏହି ପରିପ୍ରେକ୍ଷୀରେ ଦୂଷିତ ଜଳ ନ ପିଇ ପାଣି ଫୁଟାଇ ପିଇବାକୁ ଏବଂ ସମସ୍ତ ପ୍ରକାର ସ୍ୱାସ୍ଥ୍ୟ ସଚେତନତା ଅବଲମ୍ବନ କରିବାକୁ ମାନ୍ୟବର ମନ୍ତ୍ରୀ ସମସ୍ତ ଜନସାଧାରଣଙ୍କୁ ନିବେଦନ କରିଛନ୍ତି l ବନ୍ୟା ଜଳ ଛାଡ଼ିବା ମାତ୍ରକେ ଯୁଦ୍ଧକାଳୀନ ଭିତ୍ତିରେ ପାନୀୟଜଳ ବିଭାଗ ଦ୍ଵାରା ସମସ୍ତ ନଳକୂପ ତଥା ଅନ୍ୟାନ୍ୟ ପାନୀୟ ଜଳ ଉତ୍ସ ଗୁଡିକୁ ବିଶୋଧନ କରାଯିବା ସହ ଆବଶ୍ୟକ ମରାମତି କରିବାକୁ ମାନ୍ୟବର ମନ୍ତ୍ରୀ ଶ୍ରୀ ପୂଜାରୀ ନିର୍ଦ୍ଦେଶ ଦେଇଛନ୍ତି l ସେହିପରି ପାଣିଘେରରେ ଥିବା ପ୍ରଭାବିତ ଲୋକମାନଙ୍କୁ ବିଶୁଦ୍ଧ ପାନୀୟ ଜଳଯୋଗାଣ ସୁନିଶ୍ଚିତ କରାଯାଇଛି l
‘ଚାଷୀଙ୍କ ସହ ରାଜ୍ୟ ସରକାର ଚଟାଣ ପରି ଛିଡ଼ା ହୋଇଛନ୍ତି’
ସେହିପରି ବନ୍ୟା ଜଳ ଛାଡିବାର ୭୨ ଘଣ୍ଟା ମଧ୍ୟରେ କ୍ଷତିଗ୍ରସ୍ତ ଚାଷଜମିର କ୍ଷୟକ୍ଷତି ଆକଳନ କରି ଜିଲ୍ଲାପାଳମାନେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି l କୃଷି ବିଭାଗ ଏବଂ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମନ୍ଵିତ ଭାବେ ସର୍ବେକ୍ଷଣ କରାଯାଇ ଜିଲ୍ଲା ପ୍ରଶାସନର ରିପୋର୍ଟ ଆଧାରରେ ତୁରନ୍ତ ମିଳିତ ସହଯୋଗ ତଥା କ୍ଷତିପୂରଣ ରାଶି ପ୍ରଦାନ କରାଯିବ ବୋଲି ମାନ୍ୟବର ମନ୍ତ୍ରୀ ସୂଚନା ଦେଇଛନ୍ତି l କୃଷକଭାଇଭଉଣୀମାନଙ୍କୁ କ୍ଷୟକ୍ଷତି ପାଇଁ ଆଦୌ ବ୍ୟସ୍ତ ନ ହୋଇ ଏପରି ପ୍ରତିକୂଳ ସମୟରେ ସେମାନଙ୍କ ସହ ରାଜ୍ୟ ସରକାର ଚଟାଣ ପରି ଛିଡ଼ା ହୋଇଛନ୍ତି ବୋଲି ମାନ୍ୟବର ମନ୍ତ୍ରୀ କହିଛନ୍ତି l ଧାନ ତଥା ଶସ୍ଯ ଜାତୀୟ ଫସଲ କିମ୍ବା ପନିପରିବା ସମସ୍ତ ପ୍ରକାର ଚାଷ ନିମନ୍ତେ କ୍ଷତିପୂରଣ ପ୍ରଦାନ ସହିତ ଆବଶ୍ୟକସ୍ଥଳେ କୃଷକମାନଙ୍କୁ ସ୍ଵଳ୍ପ ମିଆଦୀର ବିହନ ମଧ୍ୟ ଯୋଗାଇ ଦିଆଯିବ ବୋଲି ମାନ୍ୟବର ରାଜସ୍ୱ ମନ୍ତ୍ରୀ ସୂଚନା ଦେଇଛନ୍ତି l
ମିଳିବ କ୍ଷତିପୂରଣ
ଏଥିସହିତ ବନ୍ୟା ଯୋଗୁଁ କ୍ଷତିଗ୍ରସ୍ତ ବିଭିନ୍ନ ବିଭାଗର କାର୍ଯ୍ୟାଳୟ ତଥା କୋଠାବାଡ଼ିର ମରାମତି ସହ ଭିତ୍ତିଭୂମି ସୁଦୃଢ଼ କରିବା ନିମନ୍ତେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ମାନ୍ୟବର ମନ୍ତ୍ରୀ କହିଛନ୍ତି l ବିଦ୍ୟାଳୟ, ଅଙ୍ଗନବାଡି କେନ୍ଦ୍ର, ସ୍ୱାସ୍ଥ୍ୟ କେନ୍ଦ୍ର ଆଦି କୌଣସି ବି କ୍ଷତିଗ୍ରସ୍ତ ହୋଇଥିଲେ ତାହାର ମରାମତି ସହ ଆବଶ୍ୟକ ପଦକ୍ଷେପ ନିଆଯିବ l ବିଭିନ୍ନ ସ୍ଥାନରେ ବନ୍ୟାଜଳ ଯୋଗୁ କ୍ଷତିଗ୍ରସ୍ତ ହୋଇଥିବା ରାସ୍ତା, ପୋଲ ଆଦିର ମରାମତି ନିମନ୍ତେ ପୂର୍ତ୍ତ ବିଭାଗ ସହ ଆଲୋଚନା କରାଯାଇଥିଲା ବେଳେ ଆଗାମୀ ଦିନରେ ବିପଦପ୍ରବଣ ଅଞ୍ଚଳରେ ରାସ୍ତାମାନଙ୍କର ଉଚ୍ଚତା ବୃଦ୍ଧି କରି ନିର୍ମାଣ କରିବା ନିମନ୍ତେ ପଦକ୍ଷେପ ନିଆଯିବାକୁ ନିଷ୍ପତ୍ତି ହୋଇଛି l
ନୂଆଦିଲ୍ଲୀ: ସର୍ବୋଚ୍ଚ ନ୍ୟାୟାଳୟ ଶୁକ୍ରବାର ବୁଲା ପଶୁଙ୍କ ଯୋଗୁ ହେଉଥିବା ସଡ଼କ ଦୁର୍ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି। ଏ ନେଇ କୋର୍ଟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଏପରି ମାମଲାରେ କ୍ଷତିପୂରଣ ଦେବାକୁ ପ୍ରଭାବୀ ତନ୍ତ୍ର ବିକଶିତ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ସଞ୍ଜୟ କରୋଲ ଓ ଜଷ୍ଟିସ୍ ଏନ.କୋଟିଶ୍ୱର ସିଂହଙ୍କ ପୀଠ ଏ ବାବଦେ କେତେକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛନ୍ତି। ଏପରି ମାମଲାରେ ପଶୁଙ୍କ ମାଲିକଙ୍କୁ ଦାୟୀ କରାଯିବା ଉଚିତ ଏବଂ ଚରି ଯାଇଥିବା ପଶୁ ସବୁଦିନ ସନ୍ଧ୍ୟାରେ ଯେପରି ଘରକୁ ଫେରନ୍ତି ତାହା ମାଲିକ ସୁନିଶ୍ଚିତ କରିବା ଦରକାର ବୋଲି କହିଛନ୍ତି।
ପୀଠ କହିଛନ୍ତି ଯେ ସବୁ ରାଜ୍ୟ ଯେଉଁମାନେ ଗୃହପାଳିତ ପଶୁଙ୍କ ପାଇଁ ଆଇନ କରିଛନ୍ତି ସେହି ଆଇନକୁ ତୁରନ୍ତ ଅକ୍ଷରସଃ ପାଳନ କରନ୍ତୁ। ପାଦଚଲା ପଥିକ ଓ ବାହନ ଚାଳକ ଉଭୟ ମାମଲାରେ ପଶୁଙ୍କ କାରଣରୁ ହେଉଥିବା ଦୁର୍ଘଟଣା ଲାଗି କ୍ଷତିପୂରଣ ପ୍ରଦାନ ନିମନ୍ତେ ଆବଶ୍ୟକ ସଂଶୋଧନ କରାଯିବା ଦରକାର ବୋଲି ପୀଠ କହିଛନ୍ତି। ଶୀର୍ଷ ନ୍ୟାୟାଳୟ ସବୁ ପଶୁଙ୍କ ଟ୍ୟାଗିଙ୍ଗ ବାଧ୍ୟତାମୂଳକ କରିବାକୁ କହିଥିବା ବେଳେ ଏହା ଦ୍ୱାରା ସେମାନଙ୍କ ଉପରେ ନଜର ରଖିବା, ଦୀର୍ଘକାଳୀନ ସ୍ୱାସ୍ଥ୍ୟ ସେବା, ପଶୁ ଚିକିତ୍ସା ଯାଞ୍ଚ ଓ ଟିକାକରଣ ପ୍ରକ୍ରିୟାରେ ସୁଧାର ହେବ ବୋଲି କହିଛନ୍ତି।
ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ପଞ୍ଜାବ ଓ ହରିୟାଣା ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରି ରୁଜୁ ହୋଇଥିବା ଜନୈକ ମହିଳାଙ୍କ ଆବେଦନ ଉପରେ ଶୁଣାଣି କାଳରେ ଦେଇଛନ୍ତି। ହାଇକୋର୍ଟ ମହିଳାଙ୍କ ୨୯.୩୨ ଲକ୍ଷ ଟଙ୍କାର କ୍ଷତିପୂରଣ ଦାବିକୁ ରଦ୍ଦ କରିଦେଇଥିଲେ। ମହିଳାଙ୍କ ସ୍ୱାମୀ ସଡ଼କରେ ଯାଉଥିବା ବେଳେ ଏକ ବୁଲା ଷଣ୍ଢ ଆକ୍ରମଣ କରିଥିଲା, ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା। ସ୍ୱାମୀଙ୍କ ପରଲୋକରେ ମହିଳା ପର୍ଯ୍ୟାପ୍ତ କ୍ଷତିପୂରଣ ଦାବି କରି ହାଇକୋର୍ଟରେ ଆବେଦନ କରିଥିଲେ।
ଭୁବନେଶ୍ବର: ଅଗଷ୍ଟ ୩ରୁ ୫ ତାରିଖ ଯାଏ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୂ। ଏହି ଗସ୍ତ ସମୟରେ ରାଷ୍ଟ୍ରପତି ବିଭିନ୍ନ ଜିଲ୍ଲାରେ ଆୟୋଜିତ ବିଭିନ୍ନ ଶୈକ୍ଷିକ କାର୍ଯ୍ୟକ୍ରମଗୁଡ଼ିକରେ ଅଂଶଗ୍ରହଣ କରିବେ। ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ, ଅଗଷ୍ଟ ୩ ତାରିଖରେ ରାଷ୍ଟ୍ରପତି ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରୁ କଟକ ଯିବେ ଏବଂ ପରଦିନ ଟ୍ରେନ ଯୋଗେ ଭୁବନେଶ୍ବରରୁ ବ୍ରହ୍ମପୁର ଗସ୍ତ କରିବେ।
ଏହାକୁ ଦୃଷ୍ଟିରେ ରଖି ଡିଜିପି କ୍ୟାମ୍ପ ଅଫିସରେ ବରିଷ୍ଠ ଅଧିକାରୀଙ୍କୁ ନେଇ ହୋଇଥିବା ସମୀକ୍ଷା ବୈଠକରେ ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ବ୍ଲୁ ବୁକ ଗାଇଡଲାଇନ ଅନୁଯାୟୀ ସୁରକ୍ଷା ପ୍ରସ୍ତୁତି କରାଯିବ। ଟ୍ରେନରେ ରାଷ୍ଟ୍ରପତିଙ୍କ ଯାତ୍ରା ନେଇ ହାଇ ଆଲର୍ଟ ରହିବ ଭୁବନେଶ୍ବର ଷ୍ଟେସନ ସହ ବ୍ରହ୍ମପୁର ଷ୍ଟେସନ । ରାଷ୍ଟ୍ରପତିଙ୍କୁ ବ୍ଲୁବୁକ ସୁରକ୍ଷା ଯୋଗାଇ ଦିଆଯିବ ବୋଲି କହିଛନ୍ତି ପୋଲିସ ଡିଜି ଯୋଗେଶ ବହାଦୁର ଖୁରାନିଆ।
Also Read: କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶାର ରେଳ ବିକାଶ ଉପରେ ଆଲୋଚନା
ଶୁକ୍ରବାର ପୋଲିସ ସେବା ଭବନରେ ଅଫିସରେ ପୋଲିସ ଡ଼ିଜି ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧକ୍ଷତାରେ ବସିଥିବା ଗୁରୁତ୍ବପୂର୍ଣ୍ଣ ସମୀକ୍ଷା ବୈଠକରେ ଗୁଇନ୍ଦା ନିର୍ଦ୍ଦେଶକ ଆରପି କୋଚେ, ଆଇନଶୃଙ୍ଖଳା ଏଡିଜି ସଞ୍ଜୟ କୁମାର, ପୋଲିସ କମିସନର ସୁରେଶ ଦେବଦତ୍ତ ସିଂ, ଏସଏପି ଏଡିଜି ରାଜେଶ କୁମାର ,ଆରପିଏଫ ଆଇଜି ଆଲୋକ ବୋରା, କେନ୍ଦ୍ରାଞ୍ଚଳ ଡିଆଇଜି ସତ୍ୟଜିତ ନାୟକ, ଏଡିଜି ସଂଜୀବ ପଣ୍ଡା ସହ ବିବେକାନନ୍ଦ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ।
ଇସ୍ଲାମାବାଦ: କକ୍ରୋଚ୍ ପାର୍ଟି ପାକିସ୍ତାନ (ସିପିପି) ନାମରେ ଏକ ନୂଆ ଅନଲାଇନ ରାଜନୀତି ସମୂହ ଏବେ ସୋସିଆଲ ମିଡିଆରେ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରୁଛି। ଏହାକୁ ଭାରତର କକ୍ରୋଚ ଜନତା ପାର୍ଟି (ସିଜେପି) ସହ ଲୋକେ ତୁଳନା କରୁଛନ୍ତି। ପାକିସ୍ତାନରେ ଏହି ସମୂହ ଇଂଷ୍ଟାଗ୍ରାମରେ ୧.୧୨ଲକ୍ଷରୁ ଅଧିକ ଫଲୋଅର୍ସ ହାସଲ କରିଥିବା ବେଳେ ଏହା ନିଜକୁ ଭ୍ରଷ୍ଟାଚାର, ବଂଶବାଦ ରାଜନୀତି ଓ ରାଜନୈତିକ ବିଶେଷାଧିକାର ବିରୋଧରେ ଯୁବକମାନଙ୍କ ନେତୃତ୍ୱର ଆନ୍ଦୋଳନ ବୋଲି ଦାବି କରୁଛି।
ସାଧାରଣ ଭାବେ ଉପଲବ୍ଧ ସୂଚନା ଅନୁସାରେ ଏହାକୁ ନ୍ୟୁୟର୍କରେ ରହି ପଢୁଥିବା ପାକିସ୍ତାନୀ ଯୁବକ ସଲମାନ ତରାର ଆରମ୍ଭ କରିଛନ୍ତି। ଇଂଷ୍ଟାଗ୍ରାମରୁ ମିଳୁଥିବା ସୂଚନା ଅନୁସାରେ ସିପିପିର ଆକାଉଣ୍ଟ ମେ ମାସରେ ଖୋଲା ଯାଇଥିଲା, ଏହାକୁ ଏବେ କାନାଡାରୁ ଚଳା ଯାଉଛି ଓ ଏହାକୁ ଚଳିତମାସ ପ୍ରାରମ୍ଭରେ ଭେରିଫିକେସନ ମିଳିଛି। କକ୍ରୋଚ ପାର୍ଟି ପାକିସ୍ତାନର କହିବା କଥା ହେଉଛି ଏହାର ଉଦ୍ଦେଶ୍ୟ ପାରଦର୍ଶି ଶାସନ ଓ ଭଲ ରାଜନୈତିକ ନେତୃତ୍ୱକୁ ପ୍ରୋତ୍ସାହନ ଦେବା। ନିଜ ଘୋଷଣାପତ୍ରରେ ଗ୍ରୁପ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଜୋର ଦେଇଛି।
ଏଥିରେ ଦୁର୍ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନ, ପରିବାରବାଦ ଓ ବିଶେଷାଧିକାର ଆଧାରିତ ରାଜନୀତିକୁ ଦେଶରୁ ସମାପ୍ତ କରିବା, ରୋଜଗାରର ଅବସର ସୃଷ୍ଟି କରିବା, ଶିକ୍ଷା ବ୍ୟବସ୍ଥାର ସୁଧାର, ଶକ୍ତି ସଂକଟର ସମାଧାନ, ଜଳାଭାବର ମୁକାବିଲା ଓ ଆର୍ଥିକ ଏବଂ ରାଜନୈତିକ ସ୍ଥିରତା ସୁନିଶ୍ଚିତ କରିବା ଆଦି ରହିଛି। ସିପିପି ସୋସିଆଲ ମିଡିଆରେ ଏବେ ସକ୍ରିୟ ଅଛି ଓ ରାଜନୈତିକ ଏବଂ ସାମାଜିକ ପ୍ରସଙ୍ଗରେ ପୋଷ୍ଟ ସେୟାର କରୁଛି। ଏହାର କିଛି ପୋଷ୍ଟରେ ପାକିସ୍ତାନ ଅଧିକୃତ ଜମ୍ମୁ-କାଶ୍ମୀର (ପିଓକେ) ସମ୍ପର୍କିତ ଚିନ୍ତା ଓ ସେଠାରେ ରହୁଥିବା ଲୋକଙ୍କ ପରିସ୍ଥିତିକୁ ମଧ୍ୟ ଉଜାଗର କରିଛି। ନିକଟରେ ଏହି ଗ୍ରୁପ ସଙ୍ଗଠନର ଅଲଗା ଅଲଗା ପଦପଦବୀ ପାଇଁ ଆବେଦନ ମଧ୍ୟ ମଗାଇଥିଲା।
ସିପିପି ସାମ୍ନାକୁ ଆସିବା ପରେ ପାକିସ୍ତାନ ଅନଲାଇନରେ ଏବେ ଚର୍ଚ୍ଚା ଆରମ୍ଭ ହୋଇଗଲାଣି। ଖାସ କରି ସେବେଠାରୁ ଯେବେ ଭାରତରେ ସିଜେପିର ବିରୋଧ ପ୍ରଦର୍ଶନ ସୀମା ସେପାରର ଲୋକଙ୍କ ଧ୍ୟାନ ଆକର୍ଷଣ କରିଛି। ସେତେବେଳେ କିଛି ପାକିସ୍ତାନୀ ସୋସିଆଲ ମିଡିଆ ୟୁଜର ଟିପ୍ପଣୀ କରିଥିଲେ ଯେ ଭାରତର ଗଣତାନ୍ତ୍ରିକ ପରିବେଶ କାରଣରୁ ସେଠାରେ ଏପରି ରାଜନୈତିକ ଅଥବା ବ୍ୟଙ୍ଗାତ୍ମକ ଅଭିଯାନ ଚଳି ପାରେ। ହେଲେ ପାକିସ୍ତାନରେ ଏପରି କିଛି କଲେ ଲୋକଙ୍କୁ ଆଇନଗତ କାର୍ଯ୍ୟାନୁଷ୍ଠାନ ଓ ଗୁରୁତର ପରିଣାମର ସମ୍ମୁଖୀନ ହେବାକୁ ପଡିବ। ସୋସିଆଲ ମିଡିଆରେ ଏହି ଟିପ୍ପଣୀ ସେୟାର କରାଯାଇଥିବା ବ୍ୟକ୍ତିଗତ ମନ୍ତବ୍ୟକୁ ଦର୍ଶାଉଛି।
ଭଦ୍ରକ/କେନ୍ଦୁଝର: ରାଜ୍ୟରେ ପ୍ରବଳ ବର୍ଷା ଓ ନଦୀଗୁଡ଼ିକରେ ଜଳସ୍ତର ବୃଦ୍ଧି ଯୋଗୁଁ ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି ଜଟିଳ ହେବାରେ ଲାଗିଛି । ବିଶେଷ କରି ଭଦ୍ରକ ଜିଲ୍ଲାରେ ବନ୍ୟା ସ୍ଥିତି ଅତ୍ୟନ୍ତ ସଙ୍ଗୀନ ରହିଥିବା ବେଳେ କେନ୍ଦୁଝର ଜିଲ୍ଲାରେ ହୋଇଥିବା କ୍ଷୟକ୍ଷତିର ପ୍ରାଥମିକ ଚିତ୍ର ସାମ୍ନାକୁ ଆସିଛି । ଜିଲ୍ଲାରେ ବୈତରଣୀ ନଦୀର ଜଳସ୍ତର କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି, ଯାହା ସ୍ଥାନୀୟ ଲୋକଙ୍କୁ ସାମାନ୍ୟ ଆଶ୍ୱସ୍ତି ଦେଇଛି ।
ଭଦ୍ରକରେ ବ୍ୟାପକ କ୍ଷୟକ୍ଷତି
ଭଦ୍ରକ ଜିଲ୍ଲାରେ ବନ୍ୟା ଭୟାବହ ରୂପ ଧାରଣ କରିଛି । ପ୍ରଶାସନିକ ତଥ୍ୟ ଅନୁଯାୟୀ, ଜିଲ୍ଲାର ୧୧୦ଟି ଗ୍ରାମ ପଞ୍ଚାୟତ, ୨୬ଟି ୱାର୍ଡ ଏବଂ ୪୨୩ଟି ଗ୍ରାମର ପ୍ରାୟ ୪,୬୮,୬୪୯ ଜଣ ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି । ବନ୍ୟା ବିପନ୍ନଙ୍କୁ ସୁରକ୍ଷିତ ରଖିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ୧,୫୮,୨୨୮ ଜଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ସେମାନଙ୍କ ଖାଦ୍ୟ ଓ ରହିବା ପାଇଁ ୨୮୬ଟି ରୋଷେଇ କେନ୍ଦ୍ର ଖୋଲାଯାଇଛି, ଯେଉଁଥିରେ ୨୪୮.୮ କ୍ୱିଣ୍ଟାଲ ଚୁଡ଼ା ଓ ୩୩.୮୮ କ୍ୱିଣ୍ଟାଲ ଗୁଡ଼ ବଣ୍ଟନ ଶେଷ ହୋଇଛି ।
ଧାମନଗର ବ୍ଲକରେ ସବୁଠାରୁ ଅଧିକ ୧.୮୨ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ବେଳେ ୧.୦୫ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇ ୧୪୦ଟି ରୋଷେଇ କେନ୍ଦ୍ର ଚାଲୁ କରାଯାଇଛି । ସେହିପରି ତିହିଡ଼ି ବ୍ଲକରେ ୯୮.୬ ହଜାର, ଭଦ୍ରକ ବ୍ଲକରେ ୭୩.୧ ହଜାର, ଭଣ୍ଡାରିପୋଖରୀରେ ୭୨.୨ ହଜାର, ଚାନ୍ଦବାଲିରେ ୩୫.୨ ହଜାର ଏବଂ ବାସୁଦେବପୁର ବ୍ଲକରେ ୭.୨ ହଜାର ଲୋକ ପ୍ରଭାବିତ ହୋଇଛନ୍ତି । ଉଦ୍ଧାର କାର୍ଯ୍ୟ ପାଇଁ ୩ଟି NDRF, ୭ଟି ODRAF ଟିମ୍ ସହ ପ୍ରତ୍ୟେକ ବ୍ଲକରେ ଅଗ୍ନିଶମ ବାହିନୀ ନିୟୋଜିତ ଅଛନ୍ତି ।
କେନ୍ଦୁଝରରେ ୯୪ ଗ୍ରାମପଞ୍ଚାୟତ ପ୍ରଭାବିତ
ଅନ୍ୟପଟେ କେନ୍ଦୁଝର ଜିଲ୍ଲାରେ ଗତ ଦୁଇ ଦିନ ହେବ ବର୍ଷାର ପରିମାଣ କମିବା ଯୋଗୁଁ ବୈତରଣୀ ନଦୀର ଜଳସ୍ତର ଧୀରେ ଧୀରେ ହ୍ରାସ ପାଉଛି । ଚମ୍ପୁଆ, ସ୍ୱାମପାଟଣା ଏବଂ ଆନନ୍ଦପୁରଠାରେ ନଦୀର ଜଳସ୍ତର ଚେତାବନୀ ସଙ୍କେତ ତଳକୁ ଖସିଆସିଛି । ତେବେ ଜିଲ୍ଲାର ୧୩ଟି ବ୍ଲକର ୯୪ଟି ଗ୍ରାମପଞ୍ଚାୟତ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଥିବା ବେଳେ ଆନନ୍ଦପୁର, ହାଟଡିହି ଓ ପାଟଣା ବ୍ଲକ୍ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ପ୍ରାଥମିକ ଆକଳନ ଅନୁଯାୟୀ ପ୍ରାୟ ୩୦୦ ହେକ୍ଟର ଫସଲ ଜମି ଏବଂ ୫୨୫ଟି ଘର କ୍ଷତିଗ୍ରସ୍ତ ହୋଇଛି । ପ୍ରକୃତ କ୍ଷୟକ୍ଷତିର ପରିମାଣ ଜାଣିବା ପାଇଁ ରାଜସ୍ୱ ଓ କୃଷି ବିଭାଗ ପକ୍ଷରୁ ମିଳିତ ସର୍ଭେ ଆରମ୍ଭ କରାଯିବ।
ଜିଲ୍ଲା ପ୍ରଶାସନ ପକ୍ଷରୁ ସାଧାରଣ ଜନତାଙ୍କୁ ନଦୀକୁ ଗାଧୋଇବାକୁ କିମ୍ବା ବନ୍ୟା ପାଣି ଦେଖିବା ପାଇଁ ନଯିବାକୁ କଡ଼ା ପରାମର୍ଶ ଦିଆଯାଇଛି। ଏହାସହ ଗୁଜବରେ ବିଶ୍ୱାସ ନକରି କେବଳ ପାଣିପାଗ ବିଭାଗ ଓ ସରକାରୀ ସୂଚନା ଉପରେ ନଜର ରଖିବାକୁ କୁହାଯାଇଛି ।
ମେଷ- କାର୍ଯ୍ୟକ୍ଷେତ୍ରରେ ନୂଆ ସୁଯୋଗ ମିଳିପାରେ। ଆର୍ଥିକ ଦିଗରେ ସତର୍କ ରୁହନ୍ତୁ। ପରିବାରରେ ଖୁସିର ପରିବେଶ ରହିବ। ବନ୍ଧୁଙ୍କ ସହଯୋଗ ଲାଭଦାୟକ ହେବ। ଯାତ୍ରା ଯୋଗ ରହିଛି। ସନ୍ତାନଙ୍କ ଉନ୍ନତି ସମ୍ବାଦ ପାଇ ଖୁସି ହେବେ।
ବୃଷ- ଅଟକିଥିବା କାମ ସମ୍ପୂର୍ଣ୍ଣ ହେବାର ସମ୍ଭାବନା। ବ୍ୟବସାୟରେ ନୂତନ ଯୋଗାଯୋଗ ହେବ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ। ଅନାବଶ୍ୟକ ଖର୍ଚ୍ଚ ଏଡ଼ାନ୍ତୁ। ଜମିଜମା ସମ୍ବନ୍ଧୀୟ ଆଲୋଚନାରେ ସଫଳତା ମିଳିପାରେ।
ମିଥୁନ- ମନରେ ଉତ୍ସାହ ବଢ଼ିବ। ଚାକିରିରେ ପ୍ରଶଂସା ମିଳିପାରେ। ପୁରୁଣା ବିବାଦର ସମାଧାନ ହେବ। ପରିବାରର ସହଯୋଗ ପାଇବେ। ଧାର ଦେବା-ନେବାରେ ସତର୍କ ରୁହନ୍ତୁ। ନୂଆ ମିତ୍ରତା ଭବିଷ୍ୟତରେ ଲାଭଦାୟକ ସାବ୍ୟସ୍ତ ହେବ।
କର୍କଟ- କାର୍ଯ୍ୟକ୍ଷେତ୍ରରେ ଦାୟିତ୍ୱ ବଢ଼ିପାରେ। ଧନପ୍ରାପ୍ତିର ଯୋଗ ରହିଛି। ଗୁରୁଜନଙ୍କ ପରାମର୍ଶ ଲାଭଦାୟକ ହେବ। ମନ ଶାନ୍ତ ରହିବ। ନୂଆ ଯୋଜନା ଆରମ୍ଭ କରିପାରନ୍ତି। ସାମାଜିକ ସମ୍ମାନ ବୃଦ୍ଧି ପାଇବ।
ସିଂହ- ପରିଶ୍ରମର ଭଲ ଫଳ ମିଳିବ। ବ୍ୟବସାୟରେ ଉନ୍ନତି ଦେଖିବେ। ଘରେ ଶୁଭ କାର୍ଯ୍ୟର ଆଲୋଚନା ହୋଇପାରେ। ଅଧିକ କ୍ରୋଧରୁ ଦୂରେଇ ରୁହନ୍ତୁ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ସହଯୋଗ ପାଇବେ।
କନ୍ୟା- ଦିନଟି ମିଶ୍ର ଫଳଦାୟକ ରହିବ। ଚାକିରିରେ ସହକର୍ମୀଙ୍କ ସହଯୋଗ ମିଳିବ। ଧାର୍ମିକ କାର୍ଯ୍ୟରେ ଆଗ୍ରହ ବଢ଼ିବ। ସ୍ୱାସ୍ଥ୍ୟରେ ସାମାନ୍ୟ ଅସୁବିଧା ହୋଇପାରେ। ପରିବାରରେ ସୁଖ ଶାନ୍ତି ରହିବ। ଅଟକିଥିବା ଟଙ୍କା ଫେରି ପାଇବାର ସମ୍ଭାବନା ଅଛି।
ତୁଳା- ନୂତନ ଚୁକ୍ତି କିମ୍ବା ବ୍ୟବସାୟିକ ଆଲୋଚନା ସଫଳ ହେବ। ଆୟ ବୃଦ୍ଧିର ସମ୍ଭାବନା ରହିଛି। ପ୍ରିୟଜନଙ୍କ ସହ ସମୟ କାଟିବେ। ଦୂର ଯାତ୍ରାର ଯୋଗ ଅଛି। ମନୋବଳ ଦୃଢ଼ ରହିବ। ଭାଗୀଦାରୀ ବ୍ୟବସାୟରେ ଶୁଭ ଫଳ ମିଳିବ।
ବିଛା- ଅଟକିଥିବା ଅର୍ଥ ମିଳିପାରେ। ଚାକିରି ଓ ବ୍ୟବସାୟରେ ସକାରାତ୍ମକ ପରିବର୍ତ୍ତନ ହେବ। ନିଜ କଥାବାର୍ତ୍ତାରେ ସଂଯମ ରଖନ୍ତୁ। ପରିବାରରେ ଆନନ୍ଦ ରହିବ। ନୂଆ ନିବେଶ ପାଇଁ ଦିନଟି ଭଲ। ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶ ଲାଭ ଦେବ।
ଧନୁ- ଭାଗ୍ୟର ସହଯୋଗ ମିଳିବ। ଶିକ୍ଷା ଓ ପ୍ରତିଯୋଗିତାରେ ସଫଳତା ଆସିବ। ବ୍ୟବସାୟରେ ଲାଭ ମିଳିବ। ମିତ୍ରଙ୍କ ସହ ଭେଟ ହେବ। ଧାର୍ମିକ କାର୍ଯ୍ୟରେ ମନ ଲାଗିବ। ପୁରୁଣା ଇଚ୍ଛା ପୂରଣ ହେବାର ସମ୍ଭାବନା ରହିଛି।
ମକର- କାର୍ଯ୍ୟକ୍ଷେତ୍ରରେ ସତର୍କ ରୁହନ୍ତୁ। ଅନାବଶ୍ୟକ ବିବାଦରୁ ଦୂରେ ରୁହନ୍ତୁ। ପରିବାରର ସମର୍ଥନ ପାଇବେ। ଆର୍ଥିକ ସ୍ଥିତି ଧୀରେ ଧୀରେ ସୁଧୁରିବ। ସ୍ୱାସ୍ଥ୍ୟ ଭଲ ରହିବ। ନୂଆ ଦାୟିତ୍ୱ ଭବିଷ୍ୟତରେ ଲାଭଦାୟକ ହେବ।
କୁମ୍ଭ- ସହଭାଗିତା କାର୍ଯ୍ୟରେ ଲାଭ ମିଳିବ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ। ବ୍ୟବସାୟରେ ଭଲ ଅର୍ଡର ମିଳିପାରେ। ନୂଆ ବ୍ୟକ୍ତିଙ୍କ ସହ ପରିଚୟ ହେବ। ଆର୍ଥିକ ଲାଭର ଯୋଗ ରହିଛି। ବିଦେଶ କିମ୍ବା ଦୂରସ୍ଥ ସ୍ଥାନରୁ ଶୁଭ ଖବର ମିଳିପାରେ।
ମୀନ- ଆତ୍ମବିଶ୍ୱାସ ବଢ଼ିବ ଓ କାର୍ଯ୍ୟରେ ସଫଳତା ମିଳିବ। ଧନପ୍ରାପ୍ତିର ଭଲ ସୁଯୋଗ ଆସିପାରେ। ପରିବାରରେ ଶୁଭ ଖବର ମିଳିବ। ବ୍ୟବସାୟିକ ନିଷ୍ପତ୍ତି ଲାଭଦାୟକ ହେବ। ମାନସିକ ଶାନ୍ତି ଅନୁଭବ କରିବେ। ସୃଜନଶୀଳ କାର୍ଯ୍ୟରେ ପ୍ରଶଂସା ପାଇପାରନ୍ତି।
ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ
ଯୋଗାଯୋଗ – 8249826682
ଭୁବନେଶ୍ୱର: ରାଜ୍ୟରୁ ହଟିଛି ଅବପାତର ଭୟ । କମିଛି ବର୍ଷାର ପରିମାଣ, ବଦଳିଛି ପାଗ । ଗଭୀର ଅବପାତଟି ବର୍ତ୍ତମାନ ପଶ୍ଚିମ କେନ୍ଦ୍ରୀୟ ଛତିଶଗଡ଼ ସଂଲଗ୍ନ ବିଦର୍ଭ ଓ ଦକ୍ଷିଣ ମଧ୍ୟପ୍ରଦେଶରେ ସକ୍ରିୟ ରହିଛି । ଓଡ଼ିଶା ଉପରୁ ଲଘୁଚାପ ଅପସରି ଯାଇଥିବା ବେଳେ ଓଡ଼ିଶାରେ ଲଘୁଚାପର ପ୍ରଭାବ ଆଉ ନାହିଁ । ତଥାପି ରାଜ୍ୟରେ କାଁ ଭାଁ ସ୍ଥାନରେ ହାକୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ।
୨ ଦିନ ଯାଏଁ ବଡ଼ ବର୍ଷାର ସମ୍ଭାବନା ନଥିବା ବେଳେ ପରେ ପୁଣି ବର୍ଷା ବଢିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆସନ୍ତା ୨୪ ଘଣ୍ଟାରେ ରାୟଗଡ଼ା, ବୌଦ୍ଧ, ଅନୁଗୁଳ, କନ୍ଧମାଳ, ଗଜପତି, ଗଂଜାମ,ନୟାଗଡ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, ଯାଜପୁର, ଢେଙ୍କାନାଳ, ଭଦ୍ରକ,ବାଲେଶ୍ୱର, ମୟୁରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ସହ ୩୦ରୁ ୪୦ କି.ମି. ବେଗରେ ଝଟକା ପବନର ସମ୍ଭାବନା ରହିଛି । ଏଥିପାଇଁ ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ସେପଟେ ଶନିବାର ପାଇଁ କୋରାପୁଟ, ମାଲକାନଗିରି, ରାୟଗଡା, ଗଂଜାମ, ଗଜପତି, ନୟାଗଡ଼, କନ୍ଧମାଳ, ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଯାଜପୁର, ଭଦ୍ରକ, ବାଲେଶ୍ୱର, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ମୟୁରଭଞ୍ଜ ଓ କେନ୍ଦୁଝର ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ବର୍ଷା ସହ ୩୦ରୁ ୪୦ କି.ମି. ଝଟକା ପବନ ବହିବାର ସମ୍ଭାବନା ରହିଛି । ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଅଗଷ୍ଟ ୨ରୁ ପୁଣି ପ୍ରବଳ ବର୍ଷା ସମ୍ଭାବନା ଥିବା ବେଳେ ୬ ତାରିଖ ଯାଏଁ ରାଜ୍ୟରେ ବର୍ଷା ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ବିଭାଗ ।
ବର୍ତ୍ତମାନ ଖଇରମାଳରୁ ଆସିଥିବା ପାଣି ମୁଣ୍ଡଳୀ ଦେଇ ମହାନଦୀର ବିଭିନ୍ନ ଶାଖାନଦୀରେ ପ୍ରବାହିତ ହୋଇଛି । ଆଜି ପର୍ଯ୍ୟାୟକ୍ରମେ ହୀରାକୁଦ ଖୋଲିଛି ଆଉ ୨୦ଟି ଗେଟ୍ । ଅର୍ଥାତ୍ ଏବେ ୨୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି । ଏହି ପାଣି ମୁଣ୍ଡଳୀରେ ପହଞ୍ଚିବା ପାଇଁ ପାଖାପାଖି ୪୦ ଘଣ୍ଟା ସମୟ ଲାଗିବ । ସେତେବେଳକୁ ମହାନଦୀ ଓ ଶାଖା ନଦୀଗୁଡ଼ିକରେ ପୂର୍ବ ପ୍ରବାହିତ ପାଣି ସମୁଦ୍ରକୁ ବୋହି ଯାଇଥିବ ବୋଲି ଆକଳନ କରାଯାଇଛି ।
Also Read:- ବନ୍ୟା ପ୍ରଭାବିତ ଅଞ୍ଚଳରେ ବଢ଼ିବ କଲେଜ ଆଡମିଶନ ଅବଧି, ଜିଲ୍ଲାପାଳଙ୍କୁ ରିପୋର୍ଟ ଦେବାକୁ ନିର୍ଦ୍ଦେଶ
ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ସେପଟେ ହୀରାକୁଦରେ ଅଧିକ ଗେଟ୍ ଖୋଲିବାକୁ ଅପିଲ୍ କଲାଣି ଛତିଶଗଡ଼ । ମହାନଦୀ ଉପରମୁଣ୍ଡରେ ଜଳସ୍ତର ବୃଦ୍ଧି ପାଉଥିବାରୁ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି ।
ଭଦ୍ରକ ୩୧।୭: କଲେଜରେ ବଢିବ ଆଡମିଶନ ଅବଧି । ବନ୍ୟା ଅଞ୍ଚଳରେ କଲେଜରେ ଆଡମିଶନର ସମୟ ବୃଦ୍ଧି ହେବ । ସମସ୍ତ ଜିଲ୍ଲାପାଳଙ୍କୁ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ନିର୍ଦ୍ଦେଶ ଦେଇଛନ୍ତି । ବନ୍ୟା ପାଇଁ ବିଭିନ୍ନ କଲେଜରେ ଆଡମିଶନ ବାଧା ହେଉଥିବା ନେଇ ଖବର ପ୍ରସାରଣ ପରେ ମନ୍ତ୍ରୀ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ।
ରାଜ୍ୟରେ ସମସ୍ତ କଲେଜରେ ଚାଲିଛି ନାମଲେଖା ପ୍ରକ୍ରିୟା । ସେଥିପାଇଁ ଭଦ୍ରକ ମହିଳା ମହାବିଦ୍ୟାଳୟରେ ନାମଲେଖା ପାଇଁ ଛାତ୍ରୀ ଓ ଅଭିଭାବକଙ୍କ ଭିଡ଼ ଲାଗିଥିଲା । କଲେଜରେ ବନ୍ୟା ଜଳ ଲହଡି ମାରୁଥିବା ବେଳେ ଚିନ୍ତାରେ ଅଧକ୍ଷ, ଅଧ୍ୟାପକ ଓ ନାମ ଲେଖାଇବାକୁ ଆସିଥିବା ଛାତ୍ରୀ ଏବଂ ଅଭିଭାବକ । ଏପରି ସ୍ଥିତି ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ଜଣାଇଲେ କଲେଜ ଅଧ୍ୟକ୍ଷା କିନ୍ତୁ ଉତ୍ତର ଥିଲା ନାମଲେଖାକୁ ବାତିଲ କରିହବନି । ଶେଷରେ ନିରୁପାୟ ହୋଇ କଲେଜ କର୍ମଚାରୀ ଅଣ୍ଟାଏ ପାଣିରେ ପଶି ଆବଶ୍ୟକୀୟ କାଗଜପତ୍ର ବାହାର କଲେ ।
Also Read:- ପ୍ରେମିକାଙ୍କୁ ଭେଟିବାକୁ କାର୍ ଭଡ଼ା କରି ଆସିଲେ ନୂଆପଡ଼ାରୁ ଗଞ୍ଜାମ, ଖୁଣ୍ଟରେ ବନ୍ଧାହୋଇ ଛେଚା ଖାଇଲେ
କଲେଜ ନିକଟରେ ଥିବା ଜନୈକ ବ୍ୟକ୍ତିଙ୍କ ଘର ପିଣ୍ଢା ପାଲଟିଥିଲା ନାମଲେଖା ବିଭାଗ । ଦୀର୍ଘ ସମୟ ପର୍ଯ୍ୟନ୍ତ ଲମ୍ବା ଧାଡ଼ିରେ ଛାତ୍ରୀଙ୍କ ନାମଲେଖା ଚାଲିଥିଲା । ଶିକ୍ଷାମନ୍ତ୍ରୀଙ୍କ ଜିଲ୍ଲାରେ ଏହିଭଳି ଅଭାବନୀୟ ଘଟଣାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଥିଲା ।
ଝାରସୁଗୁଡ଼ା: ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ କଲମାର ସମସ୍ତ ୬୬ ଗେଟ୍ ଖୋଲିଛନ୍ତି ଛତିଶଗଡ ସରକାର । ଏହାପରେ ଝାରସୁଗୁଡା ଜିଲ୍ଲା ମହାନଦୀ ଉପକୂଳ ଅଂଚଳରେ ବନ୍ୟା ଆଶଙ୍କା ଦେଖାଦେଇଛି l ବିଶେଷ କରି ମହାନଦୀର ପ୍ରବେଶ ସ୍ଥଳ ସୁଖାସୋଢ଼ା ଏବଂ ସେମଲିଆ ଗାଁ ନିକଟକୁ ମହାନଦୀ ପାଣି ଏବଂ ରିଜର୍ଭର ପଛୁଆ ପାଣି ମାଡ଼ି ଆସିଛି l ଫଳରେ ସୁଖାସୋଢ଼ା ସେମଲିଆରେ ଚାଷ ଜମି ବୁଡ଼ି ଯାଇଛି l
ଅଧିକ ଦିନେ ଧରି ଏହି ବନ୍ୟା ପାଣି ଜମିରେ ରହିଲେ ଧାନ ଏବଂ ପନି ପରିବା ଚାଷ ନଷ୍ଟ ହେବାର ଆଶଙ୍କା ଦେଖାଦେଇଛି l ସେପଟେ ଅଧିକ ବର୍ଷା ହେଲେ ଗାଁକୁ ପାଣି ମାଡ଼ିବା ଆଶଙ୍କା ଥିବାରୁ ଗାଁ ଲୋକେ ଭୟଭୀତ ଅଛନ୍ତି l ତେବେ ଏନେଇ ଝାରସୁଗୁଡା ଜିଲ୍ଲା ପ୍ରଶାସନ ଏବଂ ଲଖନପୁର ତାହିସଲଦାର ଘଟଣାସ୍ଥଳକୁ ପହଞ୍ଚି ସ୍ଥିତ ଅନୁଧ୍ୟାନ କରିଛନ୍ତି l ଯେହେତୁ ହୀରାକୁଦର ଏବେ ୧୪ ଗେଟ୍ ଖୋଲି ଦିଆଯାଇଛି l ତେଣୁ ଝାରସୁଗୁଡାରେ ବନ୍ୟା ସ୍ଥିତି ଉପୁଜିବ ନାହିଁ ବୋଲି ଲଖନପୁର ତହସିଲଦାର ପ୍ରକାଶ କରିଛନ୍ତି l
ଝାରସୁଗୁଡ଼ା: ମହାନଦୀ ଉପରମୁଣ୍ଡରେ ଜଳସ୍ତର ବୃଦ୍ଧିକୁ ନେଇ ଚିନ୍ତାରେ ଛତିଶଗଡ଼ । ମହାନଦୀ ଉପରମୁଣ୍ଡରେ ପୁଣି ଥରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି । ଏହାକୁ ଦେଖି ପଡ଼ୋଶୀ ରାଜ୍ୟର ମନ୍ତ୍ରୀ ଓଡ଼ିଶା ସରକାରଙ୍କୁ ହୀରାକୁଦରୁ ଅଧିକ ଗେଟ୍ ଖୋଲିବା ପାଇଁ ଅପିଲ୍ କରିଛନ୍ତି ।
ଛତିଶଗଡ଼ର ରାଜ୍ୟର ରାୟଗଡ଼, ସାରଙ୍ଗଗଡ଼-ବିଲାଇଗଡ଼ ଜିଲ୍ଲାର ସରିଆ ଅଞ୍ଚଳ ଏବଂ ଚନ୍ଦ୍ରପୁର ଆଦି ମହାନଦୀ କୂଳବର୍ତ୍ତୀ ଗାଁଗୁଡ଼ିକରେ କ୍ରମାଗତ ଭାବେ ଜଳସ୍ତର ବୃଦ୍ଧି ପାଉଛି । ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ଛତିଶଗଡ଼ ମନ୍ତ୍ରୀ ଓ.ପି. ଚୌଧୁରୀ ସୋସିଆଲ୍ ମିଡିଆ ମାଧ୍ୟମରେ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ସତର୍କ ରହିବାକୁ ଅପିଲ୍ କରିଛନ୍ତି ।
जय हिंद, जय भारत, जय छत्तीसगढ़, जय जोहार दोस्तों...
आज हमारे रायगढ़ के जो महानदी तट के किनारे के साथी हैं....सारंगढ़ बिलाईगढ़ जिले में जो सरिया अंचल है, उस क्षेत्र के महानदी किनारे हमारे गांव हैं। हमारे चंद्रपुर क्षेत्र के जो महानदी किनारे स्थित गांव हैं। उनके लिए मैं विशेष रूप… pic.twitter.com/haz59eN8NE
— OP Choudhary (@OPChoudhary_Ind) July 31, 2026
ସେ କହିଛନ୍ତି, ଛତିଶଗଡ଼ ସରକାର ଏବଂ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନେ ଓଡ଼ିଶା ପ୍ରଶାସନ ସହ ନିରନ୍ତର ସମନ୍ୱୟ ରକ୍ଷା କରୁଛନ୍ତି । ମହାନଦୀରେ ଜଳସ୍ତର କମାଇବା ପାଇଁ ହୀରାକୁଦ ଡ୍ୟାମର ଅଧିକରୁ ଅଧିକ ଗେଟ୍ ଖୋଲିବାକୁ ନିବେଦନ କରାଯାଉଛି । ମନ୍ତ୍ରୀ ଓ.ପି.ଚୌଧୁରୀ କହିଛନ୍ତି ଯେ, ଛତିଶଗଡ଼ ସରକାର ପରିସ୍ଥିତି ଉପରେ କ୍ରମାଗତ ନଜର ରଖିଛନ୍ତି । ଯଦି ବନ୍ୟା ପରିସ୍ଥିତି ସୃଷ୍ଟି ହୁଏ, ତେବେ ତାର ମୁକାବିଲା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଉଛି । ତେବେ କୂଳବର୍ତ୍ତୀ ଅଞ୍ଚଳର ଲୋକମାନେ ଆଗୁଆ ସଜାଗ ଓ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ।
ନୂଆଦିଲ୍ଲୀ: ବିରୋଧୀ ଦଳ ଶୁକ୍ରବାର ସଂସଦରେ ଅଯୋଧ୍ୟା ରାମ ମନ୍ଦିର ଦାନ ଚୋରି ବିବାଦକୁ ରାଜନୈତିକ ‘ତାମସା’ରେ ପରିଣତ କରିଛନ୍ତି। ବିହାର ପୂର୍ଣ୍ଣିୟାର ସ୍ୱାଧୀନ ସାଂସଦ ପପୁ ଯାଦବ ଗେରୁଆ ବସ୍ତ୍ର ପିନ୍ଧି ଦାନ ବାକ୍ସର ନକଲୀ ଚୋରି ଅଭିନୟ କରି ମକର ଦ୍ୱାର ରାସ୍ତାରେ ପଳାୟନ କରିଛନ୍ତି। ବିରୋଧୀ ଦଳ ଏହି ପଥପ୍ରାନ୍ତ ନାଟକ ଦ୍ୱାରା ମନ୍ଦିରକୁ ଦିଆଯାଇଥିବା ଦାନ ସମ୍ପର୍କିତ ଅନିୟମିତତାକୁ ନେଇ ସରକାରଙ୍କ ଉପରେ ଚାପ ସୃଷ୍ଟି କରିଛନ୍ତି। ଏହି ନାଟକ ସମାପନ ପୂର୍ବରୁ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କୁ ଦାନ ବାକ୍ସରେ ଟଙ୍କା ପକାଉଥିବା ଦେଖାଯାଉଛି।
ପୂଜାରୀ ବେଶରେ ସଂସଦକୁ ଆସିଥିଲେ ପପୁ ଯାଦବ
ବିରୋଧୀ ଦଳଙ୍କ ନାଟକରେ ଅଭିନୟ ପାଇଁ ନିର୍ଦ୍ଦଳୀୟ ସାଂସଦ ପପୁ ଯାଦବ ଶୁକ୍ରବାର ଗେରୁଆ ପିନ୍ଧି ପୂଜାରୀ ବେଶରେ ସଂସଦକୁ ଆସିଥିଲେ। ପରେ ସଂସଦ ଭବନ ପରିସରରେ ନିଜ ସାମ୍ନାରେ କିଛି ଦାନ ବାକ୍ସ ରଖି ବସି ଯାଇଥିଲେ। ବିରୋଧୀ ଦଳ ସାଂସଦମାନେ ତାଙ୍କ ପାଖକୁ ଆସି ଦାନ ବାକ୍ସରେ ଟଙ୍କା ପକାଇଥିଲେ। ଯାଦବ ପରେ ଦାନ କରାଯାଇଥିବା ରାଶି ନେଇ ସୁ ନିୟୋଜିତ ‘ଦାନ ଚୋରି’ ନାଟକ ଅନୁସାରେ ପଳାଇବାର ଅଭିନୟ କରିଥିଲେ। ବିରୋଧୀ ଦଳଙ୍କ ଦ୍ୱାରା ଏହି ନାଟକ ରାମ ମନ୍ଦିରରେ ହୋଇଥିବା ଦାନ ଚୋରି ଅଭିଯୋଗ ଆଧାରିତ ଅଧିନିୟମର ଅଂଶବିଶେଷ ଥିଲା।
विपक्ष ने आज संसद में विरोध के दौरान एक शॉर्ट प्ले किया। सांसद पप्पू यादव पुजारी बनकर आए। राहुल गांधी ने भी चंदा दानपात्र में डाला और पुजारी अयोध्या सांसद के पैर छूते दिखाई दिए।
फिर पुजारी बने पप्पू यादव दानपात्र लेकर भाग गए#Parliament pic.twitter.com/i39R7uH4CO
— Poonam Pandey (@pandeypoonam20) July 31, 2026
ଅଯୋଧ୍ୟା ଦାନ ଚୋରି ବିବାଦକୁ ଆଞ୍ଚ ଦେଉଛନ୍ତି ବିରୋଧି
ତେବେ ଶୁକ୍ରବାରର ନାଟକ ମଞ୍ଚନ ପୂର୍ବରୁ ଗୁରୁବାର ମକର ଦ୍ୱାର ନିକଟରେ ଏକ ବିରୋଧ ପ୍ରଦର୍ଶନ କରାଯାଇଥିଲା। ସମାଜବାଦୀ ପାର୍ଟି ସାଂସଦ ଡିମ୍ପଲ ଯାଦବ ମନ୍ଦିର ଦାନରେ କଥିତ ହଡପକୁ ନେଇ ବିଜେପି ଉପରେ ଭଗବାନ ରାମଙ୍କୁ ଧୋକା ଦିଆଯାଉଥିବାର ଅଭିଯୋଗ ଆଣିଥିଲେ। ସେ କହିଥିଲେ ‘ଆପଣମାନେ ଭଗବାନ ରାମଙ୍କ ଦାନ ଚୋରି କରି ତାଙ୍କୁ ଧୋକା ଦେଇଛନ୍ତି, ଏଥିରୁ ଜଣାପଡୁଛି ଆପଣମାନଙ୍କ ମାନସିକତା କିପରି’। ଅଖିଳେଶ ଯାଦବଙ୍କ ନେତୃତ୍ୱରେ ସପା ସାଂସଦମାନେ ମକରଦ୍ୱାରରେ ନାରାବାଜୀ କରିବା ସହିତ କଥିତ ଆର୍ଥିକ ଅନିୟମିତତାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଥିଲେ।
ବିରୋଧୀଙ୍କ ଅଭିଯୋଗକୁ ଖାରଜ କରିଛି ବିଜେପି
ବିଜେପି ସାଂସଦ ଅଋଣ ଗୋଭିଲ ବିରୋଧୀଙ୍କ ଅଭିଯୋଗ ଉପରେ ଅଧିକାରୀଙ୍କ କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା କରିବାକୁ କହିଛନ୍ତି। ଗୋଭିଲ କହିଛନ୍ତି ଯେ ଏହି ଅଭିଯୋଗ ଉପରେ ସରକାର କାର୍ଯ୍ୟାନୁଷ୍ଠାନ କରୁଛନ୍ତି। ସେ କହିଛନ୍ତି ଯେ ଅଯୋଧ୍ୟାରେ ଶ୍ରୀ ରାମ ଜନ୍ମଭୂମିକୁ ନେଇ ସମାଜବାଦୀ ପାର୍ଟି ଯେଉଁଭଳି ରାଜନୀତି କରୁଛି ତାହା ବାସ୍ତବିକ ନିନ୍ଦନୀୟ।
ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏବଂ ତାଙ୍କ ପତ୍ନୀ ପାୟଲ ଅବଦୁଲ୍ଲାଙ୍କ ଦୀର୍ଘ ଦିନର ବିବାହ ବିଚ୍ଛେଦ ମାମଲାରେ ଶୁକ୍ରବାର ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଆପୋଷ ଆଲୋଚନା ଓ ମଧ୍ୟସ୍ଥତା ମାଧ୍ୟମରେ ଉଭୟ ପକ୍ଷ ସମସ୍ତ ମନୋମାଳିନ୍ୟ ଓ ବିବାଦର ସମାଧାନ କରିବା ପରେ ସର୍ବୋଚ୍ଚ ଅଦାଲତ ସେମାନଙ୍କ ବିବାହ ବିଚ୍ଛେଦକୁ ଆଇନଗତ ମଞ୍ଜୁରୀ ପ୍ରଦାନ କରିଛନ୍ତି।  ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍ ପି. ଏସ୍. ନରସିଂହା ଏବଂ ଜଷ୍ଟିସ୍ ଆଲୋକ ଆରାଧେଙ୍କ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ହୋଇଥିଲା। ଓମାର ଅବଦୁଲ୍ଲାଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ କପିଲ ସିବଲ ପକ୍ଷ ରଖି କୋର୍ଟଙ୍କୁ ଜଣାଇଥିଲେ ଯେ, ଉଭୟ ପକ୍ଷ ନିଜ ନିଜର ସ୍ୱାଧୀନତାକୁ ଗ୍ରହଣ କରିଛନ୍ତି ଏବଂ ସମସ୍ତ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ହୋଇସାରିଛି।
ଉଭୟ ପକ୍ଷ ଆପୋଷ ସମ୍ମତିରେ ବିବାହ ବିଚ୍ଛେଦ ପାଇଁ ସମ୍ବିଧାନର ଅନୁଚ୍ଛେଦ ୧୪୨ ଅଧୀନରେ ଜୁଲାଇ ୨୨ ତାରିଖରେ ଏକ ମିଳିତ ଆବେଦନ ଦାଖଲ କରିଥିଲେ।  ଅଦାଲତ ସ୍ପଷ୍ଟ କରିଛନ୍ତି ଯେ, ଏହି ବୁଝାମଣା ଅନୁଯାୟୀ ଉଭୟ ପକ୍ଷଙ୍କ ମଧ୍ୟରେ ଚାଲିଥିବା ସମସ୍ତ ପୂର୍ବ ମାମଲା ଓ ଅଭିଯୋଗକୁ ପ୍ରତ୍ୟାହାର କରିନିଆଯିବ। ୧୯୯୪ ମସିହା ସେପ୍ଟେମ୍ବର ମାସରେ ଓମାର ଏବଂ ପାୟଲଙ୍କ ବିବାହ ହୋଇଥିଲା। କିନ୍ତୁ ମତାନ୍ତର ଯୋଗୁଁ ୨୦୦୯ ମସିହାରୁ ସେମାନେ ଅଲଗା ରହିଆସୁଥିଲେ। ଓମାର ଜମ୍ମୁ-କାଶ୍ମୀରରେ ରହୁଥିବା ବେଳେ ପାୟଲ ଓ ତାଙ୍କର ଦୁଇ ପୁଅ ଦିଲ୍ଲୀରେ ବସବାସ କରୁଛନ୍ତି।
ପୂର୍ବରୁ ଓମାର ଅବଦୁଲ୍ଲା ପାରିବାରିକ ଆଦାଲତ (Family Court) ଏବଂ ଦିଲ୍ଲୀ ହାଇକୋର୍ଟରେ ମାନସିକ ନିର୍ଯାତନା ଓ ସମ୍ପର୍କ ଭାଙ୍ଗିଯିବା ଦର୍ଶାଇ ବିବାହ ବିଚ୍ଛେଦ ପାଇଁ ନିବେଦନ କରିଥିଲେ। କିନ୍ତୁ ୨୦୨୩ ଡିସେମ୍ବର ୧୨ରେ ଦିଲ୍ଲୀ ହାଇକୋର୍ଟ ତାଙ୍କ ଆବେଦନକୁ ଖାରଜ କରିଦେଇଥିଲେ।  ହାଇକୋର୍ଟଙ୍କ ରାୟ ବିରୋଧରେ ଓମାର ୨୦୨୪ରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ମଧ୍ୟସ୍ଥତା କେନ୍ଦ୍ରର ପ୍ରଚେଷ୍ଟା ଫଳରେ ସେମାନଙ୍କ ମଧ୍ୟରେ ଏହି ସଫଳ ସମାଧାନ ହୋଇପାରିଛି।
ଦିଲ୍ଲୀର ଦି ଓବେରୟରେ କାମ କରୁଥିବା ସମୟରେ ଓମାର ପାୟଲଙ୍କୁ ଭେଟିଥିଲେ। ସେତେବେଳେ ଓମାର ସେହି ହୋଟେଲ ଶୃଙ୍ଖଳାରେ ଜଣେ ଯୁବ ମାର୍କେଟିଂ ଅଧିକାରୀ ଥିଲେ। ସେମାନେ ସେପ୍ଟେମ୍ବର ୧, ୧୯୯୪ ରେ ବିବାହ କରିଥିଲେ ଏବଂ ସେମାନଙ୍କର ଦୁଇ ପୁଅ ଅଛନ୍ତି - ଜାହିର ଏବଂ ଜମିର। ଏତେ ବର୍ଷ ଧରି, ପାୟଲ ଗଣମାଧ୍ୟମ ସହିତ ବହୁତ କମ୍ କଥା ହୁଅନ୍ତି । ଓମାର ତାଙ୍କର ରାଜନୈତିକ ଏବଂ ପାରିବାରିକ ଜୀବନକୁ ପୃଥକ ରଖିବାକୁ ପସନ୍ଦ କରନ୍ତି। କିନ୍ତୁ ପାୟଲ ଜଣେ ରାଜନେତାଙ୍କ 'ଅଦୃଶ୍ୟ' ପତ୍ନୀ ବ୍ୟତୀତ ଅନ୍ୟ କିଛି ନଥିଲେ । ପାୟଲ ଦିଲ୍ଲୀର ବାସିନ୍ଦା ଏବଂ ତାଙ୍କ ପରିବାରର ମୂଳ ପାକିସ୍ତାନର ଲାହୋରରେ। ତାଙ୍କ ପିତା ମେଜର ଜେନେରାଲ ରାମ ନାଥ । ତେବେ ଓମାର ଏବଂ ପାୟଲଙ୍କ ସଂପର୍କରେ ଫାଟ ଅନ୍ୟ ଜଣେ ମହିଳାଙ୍କ ପାଇଁ ସୃଷ୍ଟି ହୋଇଥିଲା ବୋଲି କୁହାଯାଏ । ଜଣେ ଟେଲିଭିଜନ ଆଙ୍କରଙ୍କ ପ୍ରେମରେ ପଡ଼ିଥିଲେ ଓମାର । ଆଉ ଏହି ସଂପର୍କ ହୁଏତ ଦୁହିଁଙ୍କ ମଧ୍ୟରେ ଦୂରତା ବଢ଼ାଇଥିଲା । ତେବେ ଦୀର୍ଘ ବର୍ଷର ନ୍ୟାୟିକ ଲଢ଼େଇ ପରେ ଓମାର ଏବଂ ପାୟଲଙ୍କ ବିବାହ ବିଚ୍ଛେଦ ସଂପନ୍ନ ହୋଇଛି ।
ନୂଆଦିଲ୍ଲୀ ୩୧।୭: କେନ୍ଦ୍ର ରେଳ ମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ । ନୂଆଦିଲ୍ଲୀ ଠାରେ କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ଆଜି ନୂଆଦିଲ୍ଲୀଠାରେ ମାନ୍ୟବର କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଜୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କଲି।
ଏହି ଅବସରରେ ରାଜ୍ୟରେ ରେଳ ଭିତ୍ତିଭୂମିର ବିକାଶ, ନୂତନ ରେଳ ଲାଇନ୍ ପ୍ରକଳ୍ପର କାର୍ଯ୍ୟକାରିତା ଓ ଯୋଗାଯୋଗ ବ୍ୟବସ୍ଥାର ସୁଦୃଢ଼ୀକରଣ ନେଇ ଆମର… pic.twitter.com/qnY30hbuG1
— Mohan Charan Majhi (@MohanMOdisha) July 31, 2026
Also Read:- ଜୟପୁରରେ ଚାଞ୍ଚଲ୍ୟ: ସ୍କୁଲରୁ ଡାକି ନେଇ ୧୦ମ ଶ୍ରେଣୀ ଛାତ୍ରଙ୍କୁ ଛୁରି ଭୁସି ହତ୍ୟା !
ରାଜ୍ୟରେ ରେଳ ଭିତ୍ତିଭୂମିର ବିକାଶ, ନୂତନ ରେଳ ଲାଇନ୍ ପ୍ରକଳ୍ପର କାର୍ଯ୍ୟକାରିତା ଓ ଯୋଗାଯୋଗ ବ୍ୟବସ୍ଥାର ସୁଦୃଢ଼ୀକରଣ ନେଇ ସକରାତ୍ମକ ଆଲୋଚନା ହୋଇଥିବା କହିଲେ ମୁଖ୍ୟମନ୍ତ୍ରୀ । ଆଞ୍ଚଳିକ ତଥା ଶିଳ୍ପାଞ୍ଚଳ ସଂଯୋଗୀକରଣକୁ ଅଧିକ କ୍ରିୟାଶୀଳ କରି ଆର୍ଥିକ ପ୍ରଗତିକୁ ତ୍ୱରାନ୍ୱିତ କରିବା ଆମର ମୁଖ୍ୟ ଲକ୍ଷ୍ୟ । କେନ୍ଦ୍ର ସରକାରଙ୍କ ସହଯୋଗରେ ଏକ ବିକଶିତ ଓ ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ଆମେ ନିରନ୍ତର ଆଗେଇ ଚାଲିଛୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ନୂଆଦିଲ୍ଲୀ: ୨୦୨୦ ଦିଲ୍ଲୀ ଦଙ୍ଗା ସମୟରେ ଆଇବି ଅଧିକାରୀ ଅଙ୍କିତ୍ ଶର୍ମାଙ୍କ ହତ୍ୟା ମାମଲାରେ କରକାରଡୁମା କୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । କୋର୍ଟ ପୂର୍ବତନ ଆପ୍ କାଉନସିଲର ତାହିର ହୁସେନଙ୍କ ସମେତ ସମସ୍ତ ପାଞ୍ଚ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି । ଜୁଲାଇ ୧୩ରେ କରକାରଡୁମା କୋର୍ଟ ପୂର୍ବତନ କାଉନସିଲର ତାହିର ହୁସେନ, ନାଜିମ, କାସିମ, ଜାଭେଦ ଏବଂ ଅନସଙ୍କୁ ହତ୍ୟା ଏବଂ ଅପରାଧିକ ଷଡ଼ଯନ୍ତ୍ର ସମେତ ଗମ୍ଭୀର ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିଥିଲେ । ଦୋଷୀ ସାବ୍ୟସ୍ତ ହେବା ପରେ, କୋର୍ଟ ଶୁକ୍ରବାର ସମସ୍ତ ପାଞ୍ଚ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।
ଦଣ୍ଡ ଘୋଷଣା କରିବା ସମୟରେ, କୋର୍ଟ ଉଲ୍ଲେଖ କରିଛନ୍ତି ଯେ ଏହା ଏକ ଅତ୍ୟନ୍ତ ଗମ୍ଭୀର ଘଟଣା । ଆଦେଶରେ କୋର୍ଟ କହିଛନ୍ତି, ଏହା ଏପରି ଏକ ମାମଲା ଯାହା ସମଗ୍ର ସମାଜକୁ ଦୋହଲାଇ ଦେଇଥିଲା । ଶୁଣାଣି ସମୟରେ ଦିଲ୍ଲୀ ପୋଲିସ ତାହିର ହୁସେନ ସମେତ ସମସ୍ତ ଅଭିଯୁକ୍ତଙ୍କ ପାଇଁ ମୃତ୍ୟୁଦଣ୍ଡ ଦାବି କରିଥିଲା । କିନ୍ତୁ କୋର୍ଟ ସମସ୍ତ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।
ଫେବ୍ରୁଆରୀ ୨୦୨୦ରେ ଉତ୍ତର-ପୂର୍ବ ଦିଲ୍ଲୀରେ ହୋଇଥିବା ଦଙ୍ଗା ସମୟରେ ଆଇବି ଅଧିକାରୀ ଅଙ୍କିତ ଶର୍ମାଙ୍କୁ ହତ୍ୟା କରାଯାଇଥିଲା । ପରେ ତାଙ୍କ ମୃତଦେହ ଏକ ନାଳରୁ ଉଦ୍ଧାର କରାଯାଇଥିଲା । ଏହି ରାୟ ସହିତ, କୋର୍ଟ ୨୦୨୦ ଦିଲ୍ଲୀ ଦଙ୍ଗା ସହିତ ଜଡିତ ସବୁଠାରୁ ହାଇ-ପ୍ରୋଫାଇଲ୍ ମାମଲାରେ ଦଣ୍ଡାଦେଶ ଶୁଣାଇଛନ୍ତି ।
କଣ ଥିଲା ପୂରା ଘଟଣା ?
୨୦୨୦, ଫେବ୍ରୁଆରୀ ୨୪ରେ, ନାଗରିକତା ସଂଶୋଧନ ଆଇନ (CAA)ର ସମର୍ଥକ ଏବଂ ପ୍ରଦର୍ଶନକାରୀଙ୍କ ମଧ୍ୟରେ ହିଂସା ଉତ୍ତର-ପୂର୍ବ ଦିଲ୍ଲୀରେ ସାମ୍ପ୍ରଦାୟିକ ସଂଘର୍ଷରେ ପରିଣତ ହୋଇଥିଲା । ଏଥିରେ ଅତି କମରେ ୫୩ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ଅନେକ ଆହତ ହୋଇଥିଲେ । ଅଙ୍କିତ୍ ଶର୍ମା ବିକ୍ଷୋଭକାରୀଙ୍କୁ ଶାନ୍ତ କରିବାକୁ ଚେଷ୍ଟା କରୁଥିଲେ । ଆଇନକୁ ନିଜ ହାତରେ ନ ନେବାକୁ ଅନୁରୋଧ କରୁଥିଲେ । ସେହି ସମୟରେ ତାଙ୍କୁ ଦୁର୍ବୃତ୍ତମାନେ ବାନ୍ଧି ହତ୍ୟା କରିଥିଲେ ଏବଂ ତାଙ୍କ ମୃତଦେହକୁ ଏକ ନାଳରେ ଫିଙ୍ଗି ଦେଇଥିଲେ ।
ପୋଷ୍ଟମର୍ଟମ ରିପୋର୍ଟରେ ୫୧ଟି ଆଘାତ ଉଲ୍ଲେଖ
ଅଙ୍କିତଙ୍କ ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡିଛି ଯେ ତାଙ୍କ ଶରୀରରେ ଧାରୁଆ ଅସ୍ତ୍ର ଏବଂ କଣ୍ଟା ମାଡ଼ର ୫୧ଟି ଦାଗ ଲାଗିଥିଲା । ମାର୍ଚ୍ଚ ୨୦୨୩ରେ, ଟ୍ରାଏଲ୍ କୋର୍ଟ ତାହିର ହୁସେନ, ହାସିନ, ନାଜିମ, କାସିମ, ସମୀର ଖାନ, ଅନସ, ଫିରୋଜ, ଜାଭେଦ, ଗୁଲଫାମ, ସୋଏବ ଆଲମ ଏବଂ ମୁନ୍ତାଜିମଙ୍କ ବିରୋଧରେ ଅଭିଯୋଗ ସ୍ଥିର କରିଥିଲେ । ନାଜିମଙ୍କ ବିରୁଦ୍ଧରେ ଅସ୍ତ୍ରଶସ୍ତ୍ର ଆଇନର ଧାରା ୨୫ ଅନୁଯାୟୀ ମଧ୍ୟ ଅଭିଯୋଗ ହୋଇଥିଲା ।
ତାହିର ହୁସେନ କିଏ ?
ତାହିର ହୁସେନ ୨୦୧୭ରେ ଆମ ଆଦମୀ ପାର୍ଟି ଟିକେଟରେ କାଉନସିଲର ନିର୍ବାଚନରେ ବିଜୟୀ ହୋଇଥିଲେ ଏବଂ କାଉନସିଲର ହୋଇଥିଲେ । ସେ ଉତ୍ତର ପ୍ରଦେଶର ଆମରୋହାର ପାଉରାରା ଗାଁର ମୂଳ ବାସିନ୍ଦା । ୨୦୧୭ ନିର୍ବାଚନୀ ଶପଥପତ୍ରରେ ସେ ୧୮ କୋଟି ଟଙ୍କାର ସମ୍ପତ୍ତି ଘୋଷଣା କରିଥିଲେ । ୨୦୨୦ ଦିଲ୍ଲୀ ଦଙ୍ଗାରେ ତାହିରଙ୍କ ନାଁ ସାମ୍ନାକୁ ଆସିଥିଲା । ଦଙ୍ଗାରେ ତାଙ୍କ ନାଁ ସାମ୍ନାକୁ ଆସିବା ପରେ, ଆମ ଆଦମୀ ପାର୍ଟି ତାଙ୍କୁ ଦଳରୁ ବହିଷ୍କାର କରିଥିଲା ।
ଯାଜପୁର: ସରିଥିଲା ବାହାଘର ପ୍ରସ୍ତୁତି। ଦିଆସରିଥିଲା ବରାଦି। ବର ପକ୍ଷ କନ୍ୟା ପକ୍ଷ ବି ବାହାଘର ପାଇଁ ଥିଲେ ପୂରା ପ୍ରସ୍ତୁତ। ହେଲେ ଘୋଟିଆସିଲା ଲଘୁଚାପ ବର୍ଷା। ଲଗାଣା ବର୍ଷା ଆଉ ତା’ ପରେ ବନ୍ୟା ପରସ୍ଥିତି ପକାଇଦେଲା ଚିନ୍ତାରେ। କେମିତି ହେବ ବାହାଘର ? କେମିତି ଯିବେ ବରଯାତ୍ରୀ... କେମିତି ଆସିବ କନ୍ୟା... ରାସ୍ତା ଘାଟ ତ’ ସବୁ ପାଣି ପାଣି... ହେଲେ ଏସବୁ ସତ୍ତ୍ବେ ବି ହୋଇଥିଲା ବାହାଘର... ଏକ ନିଆରା ଉପାୟରେ ଝିଅ ଆସିଥିଲା ଶାଶୁଘରକୁ... ଏଭଳି ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁରରେ।
ସାରା ରାଜ୍ୟରେ ବର୍ଷା ଆଉ ବନ୍ୟା ବିଭୀଷିକା। ଯେଉଁଥିରେ ଅନେକ ଜିଲ୍ଲା ପ୍ରଭାବିତ ହୋଇଥିବା ବେଳେ, ଏଥିରେ ବାଦ୍ ପଡ଼ିନି ଯାଜପୁର ଜିଲ୍ଲା। ତେବେ ଏହି ବନ୍ୟା ପରିସ୍ଥିତି ମଧ୍ୟରେ ଦେଖିବାକୁ ମିଳିଛି ଏକ ରୋଚକ ଦୃଶ୍ୟ। ଓଡ୍ରାଫ୍ ବୋଟ୍ ଯାଇ ବିବାହ କରିଛନ୍ତି ବର । ବନ୍ୟା ଯୋଗୁ ରାସ୍ତାଘାଟ ବନ୍ଦ ହୋଇଯାଇଥିବାରୁ ବରଯାତ୍ରୀ ଯାଇଥିଲା ବୋଟରେ। ଆଉ ବିବାହ ପରେ କନିଆକୁ ମଧ୍ୟ ବୋଟରେ ସାଙ୍ଗରେ ଆଣି ଆସିଥିଲେ।
ମିଳିଥିବା ସୂଚନା ଅନୁସାରେ, ଯାଜପୁର ବ୍ଳକ୍ ସିମିଳିଆ ପଞ୍ଚାୟତର ବୈତରଣୀର ଶାଖା ବୁଢ଼ା ନଦୀରେ ବନ୍ୟା ଯୋଗୁ ସିମିଳିଆ- ପଞ୍ଚାୟତ ସମ୍ପୂର୍ଣ୍ଣ ଭାବେ ଜଳମଗ୍ନ ହୋଇଛି। ସିମିଳିଆ ପଞ୍ଚାୟତ ମଇଦ ଗ୍ରାମର କୃଷ୍ଣଚନ୍ଦ୍ର ପାଢ଼ୀଙ୍କ କନିଷ୍ଠ ପୁତ୍ର ମିଞ୍ଜନ ପାଢ଼ୀଙ୍କର ଶୁକ୍ରବାର ଥିଲା ବିବାହ। କିନ୍ତୁ ବନ୍ୟାରେ ଯାତାୟାତ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଥିବାରୁ ବିବାହ ବାତିଲ୍ କରିବେ କି ନାହିଁ ସେନେଇ ଉଭୟ ପରିବାର ଦ୍ବନ୍ଦ୍ବରେ ଥିଲେ। କିନ୍ତୁ ପୂର୍ବରୁ ସ୍ଥିର ହୋଇଥିବା ବିବାହକୁ ଶୁଭ ମୁହୂର୍ଭରେ ସମ୍ପନ୍ନ କରିବା ପାଇଁ ପ୍ରଶାସନର ସହଯୋଗ ଲୋଡ଼ାଯାଇଥିଲା।
Also Read: ବନ୍ୟା ଡ଼ର ମଧ୍ୟରେ ଆସିଲା ଆଶ୍ୱସ୍ତିକର ଖବର, ମୁଣ୍ଡଳୀ ଠାରେ କମୁଛି ଜଳସ୍ତର, ତଥାପି ଟଳିବନି ବିପଦ
ଖବର ପାଇ ଓଡ୍ରାଫ୍ ଟିମ୍ ବର ଘରେ ପହଞ୍ଚିଥିଲା । ଡଙ୍ଗାରେ ବସି ବିବାହ ପାଇଁ ବାହାରିଥିଲେ। ଆଉ ବିବାହ ସାରି ଘରକୁ ଫେରିଥିଲେ ବର କନ୍ୟା। ସୁରକ୍ଷାକୁ ପ୍ରାଥମିକତା ଦେଇ ବର ଓ ବରଯାତ୍ରୀଙ୍କୁ ଡଙ୍ଗାରେ ବସାଇ ବନ୍ୟାଜଳ ଅତିକ୍ରମ କରାଯାଇଥିଲା। ବର, ପରିବାର ସଦସ୍ୟ ଏବଂ ବରଯାତ୍ରୀଙ୍କୁ ବୋଟରେ ସୁରକ୍ଷିତ ଭାବେ ବସାଇ ସିମିଳିଆ ମୁଖ୍ୟ ରାସ୍ତା ପାର୍ଶ୍ଵକୁ ଆଣି ସେମାନେ ଛାଡ଼ିଥିଲେ। ସେଠାରୁ ବର ଗାଡ଼ି ଯୋଗେ ଢେଙ୍କାନାଳ ଜିଲ୍ଲା ଭୁବନ ଗ୍ରାମକୁ ବିବାହ ପାଇଁ ଯାଇଥିଲେ ବିବାହ ସାରି ପୁଣି ଘରକୁ ଫେରିଥିଲେ ବର୍ କନ୍ୟା । ପରିସ୍ଥିତିରେ ପଡ଼ି ଏମିତି ବାହାଘର ହୋଇଥିଲେ ବି ଏହି ନିଆରା ବାହାଘର ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି।
ଜୟପୁର ବାରିଣୀପୁର ପ୍ରୋଜେକ୍ଟ ହାଇ ସ୍କୁଲରେ ପାଠପଢ଼ା ଚାଲିଥିବା ବେଳେ କ୍ଲାସ୍ରୁ ଜଣେ ଛାତ୍ରଙ୍କୁ ଜଣ ଅଣଛାତ୍ର ଡାକି ନେଇଆସିଥିଲେ । ଛାତ୍ରଙ୍କୁ ଅଣଛାତ୍ର ଜଣଙ୍କ ଛୁରି ଭୁସି ଦେଇଥିଲେ । ଗୁରୁତର ଅବସ୍ଥାରେ ଛାତ୍ରଙ୍କୁ ସ୍ଥାନୀୟ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର । ଅଭିଯୁକ୍ତ ଛାତ୍ର ଜଣଙ୍କ ଗତ ବର୍ଷ ଦଶମ ପାସ୍ କରିଥିବା ଜଣାପଡିଛି ।
Also Read:- ପ୍ରେମିକାଙ୍କୁ ଭେଟିବାକୁ କାର୍ ଭଡ଼ା କରି ଆସିଲେ ନୂଆପଡ଼ାରୁ ଗଞ୍ଜାମ, ଖୁଣ୍ଟରେ ବନ୍ଧାହୋଇ ଛେଚା ଖାଇଲେ
ସେପଟେ କିନ୍ତୁ ପ୍ରଧାନ ଶିକ୍ଷକ କହିବା କଥା ଖାଇବା ଛୁଟିରେ ଛାତ୍ରଙ୍କୁ ଆକ୍ରମଣ ହୋଇଥିଲା । ତେବେ କୌଣସି ପୂର୍ବ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ଛାତ୍ର ଜଣଙ୍କ ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ବେଳେ ପୋଲିସ ତାଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଛାନଭିନ କରୁଛି ।
ଘରୋଇ ମେଡିକାଲରେ ଛାତ୍ରଙ୍କ ମୃତଦେହ ପଡିଥିବା ବେଳେ କାନ୍ଦ ବୋବାଳିରେ ଫାଟି ପଡୁଥିଲା ମେଡିକାଲ ପରିସର । ପୁଅକୁ ହରାଇ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ପୂରା ପରିବାର ।
ଭୋପାଳ: ସୁନ୍ଦରୀ ପୁଲିସ ଅଫିସରଙ୍କ କଳା କାରନାମା । ଏୟାର ହୋଷ୍ଟେସରୁ ଡିଏସ ହୋଇଥିବା ମହିଳା ଅଧିକାରୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ । ଚାନ୍ଦା ଆଦାୟ କରିବା ପାଖରୁ ତଦନ୍ତକୁ ବାଟବଣା କରିବାରେ ସେ ସିଦ୍ଧହସ୍ତ । ଏବେ ତାଙ୍କ ବିରୋଧରେ ତଦନ୍ତ ପାଇଁ ଆସିଛି ନିର୍ଦ୍ଦେଶ  । ମଧ୍ୟପ୍ରଦେଶ ପୋଲିସର DSP ନେହା ପଚିସିଆ ସନ୍ଦେହ ଘେରକୁ ଆସିଛନ୍ତି। ଗାଡ଼ି ଯାଞ୍ଚ ସମୟରେ ବେଆଇନ ଅର୍ଥ ଆଦାୟ ଏବଂ ହତ୍ୟା ମାମଲାର ତଦନ୍ତରେ ଅବହେଳା କରିଥିବା ନେଇ ତାଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଏହି ଅଭିଯୋଗ ପରେ ବରିଷ୍ଠ ଅଧିକାରୀମାନେ ତାଙ୍କ ଡ୍ରାଇଭରଙ୍କୁ ନିଲମ୍ବିତ କରିବା ସହ ତାଙ୍କ ଅଧୀନରେ ଥିବା ୩ଟି ପୁଲିସ ଷ୍ଟେସନର ଦାୟିତ୍ୱ ପ୍ରତ୍ୟାହାର କରିନେଇଛନ୍ତି।
ବର୍ତ୍ତମାନ କାଟନିରେ ସିଟି ସୁପରିଣ୍ଟେଣ୍ଡେଣ୍ଟ ଅଫ୍ ପୋଲିସ ଭାବରେ କାର୍ଯ୍ୟରତ ନେହା ପଚିସିଆଙ୍କ ବିରୋଧରେ ବ୍ୟବସାୟୀ ମହେନ୍ଦ୍ର ଜୈନ ଅଭିଯୋଗ ଆଣିଛନ୍ତି। ଜୁଲାଇ ୨୧ ତାରିଖ ରାତିରେ ଗାଡ଼ି ଯାଞ୍ଚ ସମୟରେ ତାଙ୍କର ଏକ ଟ୍ରକକୁ ଅଟକାଇ ୩୦,୦୦୦ ଟଙ୍କା ଦାବି କରିଥିଲେ ଡିଏସପି ମ୍ୟାଡାମ । ଅଭିଯୋଗ ଅନୁସାରେ, ଘଟଣାସ୍ଥଳରେ ହିଁ ୨୫,୦୦୦ ଟଙ୍କା ନଗଦ ଆଦାୟ କରାଯାଇଥିଲା ଏବଂ ଅବଶିଷ୍ଟ ୫,୦୦୦ ଟଙ୍କା ପରଦିନ ଡ୍ରାଇଭର ଜରିଆରେ ଦେବାକୁ କୁହାଯାଇଥିଲା। ଟଙ୍କା ନଦେଲେ ଗାଡ଼ିକୁ ଜବତ କରି ଥାନାକୁ ନିଆଯିବ ବୋଲି ଧମକ ଦିଆଯାଇଥିବା ବ୍ୟବସାୟୀ ଅଭିଯୋଗ କରିଛନ୍ତି।
ବାଲି ଏବଂ ଡୋଲୋମାଇଟ୍ ପରିବହନ କରୁଥିବା ୫ଟି ଗାଡ଼ିର ମାଲିକ ମହେନ୍ଦ୍ର ଜୈନ ଏହି ଅଭିଯୋଗ ସହିତ ଆବଶ୍ୟକୀୟ ପ୍ରମାଣ ମଧ୍ୟ ଦାଖଲ କରିଛନ୍ତି ଏବଂ ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି। ନେହା ପଚିସିଆ ପୂର୍ବରୁ ଜଣେ ଏୟାର ହୋଷ୍ଟେସ୍ ଭାବରେ କାର୍ଯ୍ୟ କରୁଥିଲେ। ପରବର୍ତ୍ତୀ ସମୟରେ ସେ ଏହି ଚାକିରି ଛାଡ଼ି ପୁଲିସରେ ଯୋଗ ଦେଇଥିଲେ। ସୋସିଆଲ୍ ମିଡିଆରେ ମଧ୍ୟ ତାଙ୍କର ବହୁ ଫଲୋୟର୍ସ ରହିଛନ୍ତି ଏବଂ ସେ ନିଜର କାର୍ଯ୍ୟଶୈଳୀ ପାଇଁ ବେଶ୍ ଜଣାଶୁଣା।
ଅଭିଯୋଗ ପରେ କାଟନି ପୋଲିସ ସୁପରିଣ୍ଟେଣ୍ଡେଣ୍ଟ (SP) ଅଭିନୟ ବିଶ୍ୱକର୍ମା ତୁରନ୍ତ ପ୍ରାଥମିକ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।  ଡିଏସପିଙ୍କ ଡ୍ରାଇଭର ତଥା କନଷ୍ଟେବଳ କେଶବ ସିଂହଙ୍କୁ ତୁରନ୍ତ ନିଲମ୍ବିତ କରାଯାଇଛି। ବେଆଇନ ଅର୍ଥ ଆଦାୟ ଅଭିଯୋଗର ତଦନ୍ତ ଦାୟିତ୍ୱ ଅତିରିକ୍ତ ପୋଲିସ ସୁପରିଣ୍ଟେଣ୍ଡେଣ୍ଟ (ASP) କମଲ ମୌର୍ଯ୍ୟଙ୍କୁ ହସ୍ତାନ୍ତର କରାଯାଇଛି । ଏସପିଙ୍କ ନୂତନ ପ୍ରଶାସନିକ ଆଦେଶ ଅନୁଯାୟୀ, ନେହା ପଚିସିଆଙ୍କ ଅଧୀନରେ ଥିବା ୩ଟି ପୁଲିସ ଷ୍ଟେସନକୁ ତାଙ୍କ ଦାୟିତ୍ୱରୁ ହଟାଇ ଅନ୍ୟ ଜଣେ ଡିଏସପିଙ୍କୁ ଦିଆଯାଇଛି।
ଦିଗପହଣ୍ଡି ୩୧।୭: ପ୍ରେମିକାଙ୍କୁ ଭେଟିବାକୁ ଆସି ହଟହଟା ହେଲେ ପ୍ରେମିକ । ଚୋର ସନ୍ଦେହରେ ଖୁଣ୍ଟରେ ବାନ୍ଧି ମାଡ଼ ମାରିଲେ ଗାଁଲୋକ । ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଅଧୀନ ଖାରିଆଗୁଡା ଫାଣ୍ଡି ଅନ୍ତର୍ଗତ ପଥରାଘାଇ ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା । ପ୍ରେମିକାଙ୍କ ଡାକରେ କାର୍ ଭଡା କରି ତାଙ୍କୁ ଭେଟିବାକୁ ଆସିଥିବା ଜଣେ ଯୁବକଙ୍କୁ ଗାଁଲୋକ ଚୋର ସନ୍ଦେହରେ ଧରି ଖୁଣ୍ଟରେ ବାନ୍ଧି ନିର୍ଦ୍ଧୁମ ମାଡ଼ ମାରିଥିବା ଅଭିଯୋଗ ହୋଇଛି।
ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ଖାରିଆଗୁଡା ଫାଣ୍ଡି ଅନ୍ତର୍ଗତ ପଥରାଘାଇ ଗ୍ରାମର ଜଣେ ବ୍ୟକ୍ତିଙ୍କ ବାଡ଼ି ନିକଟରେ ଯୁବକ ଜଣକ ବୁଲୁଥିବା ବେଳେ ଗ୍ରାମବାସୀ ତାଙ୍କୁ ଚୋର ସନ୍ଦେହରେ କାବୁ କରିଥିଲେ। ପରେ ତାଙ୍କୁ ଗାଁ ମଝିକୁ ଆଣି ଖୁଣ୍ଟରେ ବାନ୍ଧି ମାଡ଼ ମାରିଥିଲେ । ଯୁବକ ଜଣକ ନିଜକୁ ନୂଆପଡା ଅଞ୍ଚଳର ବାସିନ୍ଦା ବୋଲି ପରିଚୟ ଦେବା ସହ ଗ୍ରାମର ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଥିବା କହିଥିଲେ । ତେବେ ବାରମ୍ବାର ପଚରାଉଚରା ସତ୍ତ୍ୱେ ସେ ପ୍ରେମିକାଙ୍କ ନାମ ପ୍ରକାଶ କରିନଥିବା ଜଣାପଡ଼ିଛି ।
Also Read:- ମହାନଦୀ ବନ୍ୟାକୁ ନେଇ ରାଜନୈତିକ ଝଡ଼ : ବିଜେଡି-କଂଗ୍ରେସର ଟାର୍ଗେଟ୍, ବିଜେପିର ପାଲଟା ଜବାବ
ଗ୍ରାମବାସୀ ସାରାରାତି ଯୁବକଙ୍କୁ ବାନ୍ଧି ରଖିଥିଲେ । ପରେ ସକାଳେ ଖାରିଆଗୁଡା ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରିଥିଲେ ।
କୋଲକାତା: ନଗର ପୋଲିସ ତାର ମହିଳା ସ୍କୁଟର ପାଟ୍ରୋଲିଂ ସ୍କ୍ୱାର୍ଡ ଦୁର୍ଗା ସୁରକ୍ଷା ବାହିନୀ ନିମନ୍ତେ ଏକ ନୂଆ ପୋଷାକ ଉପସ୍ଥାପନ କରିଛି। ପୂର୍ବରୁ ‘ୱିନର୍ସ’ ନାମରେ ଜଣାଯାଉଥିବା ପୋଲିସର ଏହି ୟୁନିଟ୍ ଏବେ ପାରମ୍ପରିକ ଧଳା ପୋଲିସ ପୋଷାକରୁ ହଟି ବିଶେଷ ରୂପେ ଡିଜାଇନ କରାଯାଇଥିବା ୱର୍ଦ୍ଦି ଓ ବିଶେଷ ସୁରକ୍ଷା ହେଲମେଟ୍ ଧାରଣ କରିବେ। ଏହା ଦ୍ୱାରା ସଂକଟରେ ଫଶିଥିବା ମହିଳା ବେଶ୍ ସହଜରେ ସେମାନଙ୍କୁ ଚିହ୍ନଟ କରିପାରିବେ।
ନୂଆ ଡ୍ରେସ କୋଡ ଅନୁସାରେ ମହିଳା ଅଧିକାରୀ ଓ କର୍ମଚାରୀଙ୍କୁ ପାଟ୍ରୋଲିଂ କାଳରେ ନିଜର ପାରମ୍ପରିକ ଖାକି ପୋଲିସ ପୋଷାକ ଉପରେ ଏକ ହାଲୁକା ୱେଷ୍ଟକୋଟ୍ ବା ଏପ୍ରନ ପିନ୍ଧିବାକୁ ପଡିବ। ଏହି ପରିଧାନର ଆଗ ଓ ପଶ୍ଚାତ ଭାଗ ମୁଖ୍ୟତଃ ଗୋଲାପି ରଙ୍ଗର ହେବ। ସେହିପରି କଲର ଧଡି ଓ ବୋତାମ ନାରଙ୍ଗୀ ରଙ୍ଗର ହେବ। ଏହି ପୋଷାକରେ ପରିଚାଳନା ସୁବିଧା ପାଇଁ ଦୁଇଟି କଡ ପକେଟ ଓ ଗୋଟିଏ ଭିତିରିଆ ପକେଟ୍ ରହିଛି।
ଏହି ଜ୍ୟାକେଟ୍ ର ଏକ ପ୍ରମୁଖ ବିଶେଷତା ହେଉଛି ଏହାର ଆଗ ଓ ପଛ ଭାଗରେ ଦେବୀ ଦୁର୍ଗାଙ୍କ ଛବି ରହିଛି। ଏଥିରେ ଦେବୀଙ୍କ ଆଖିରୁ ତ୍ରୀଶୁଳ ବାହାରୁଥିବା ଭଳି ଦେଖା ଯାଉଛି। ପ୍ରତୀକ ଚିହ୍ନର ଠିକ୍ ତଳେ ମୋଟା ଇଂରାଜୀ ଅକ୍ଷରରେ ‘ଦୁର୍ଗା ସୁରକ୍ଷା ବାହିନୀ’ ଛାପ ରହିଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଲାଲ ବଜାର ପୋଲିସ ୨.୮ଲକ୍ଷ ଟଙ୍କା ବ୍ୟୟରେ ୧୧୦ଟି ଜ୍ୟାକେଟ୍ ଅର୍ଡର ଦେଇଛି। ସ୍କ୍ୱାର୍ଡ ସଦସ୍ୟଙ୍କୁ କୋଲକାତା ପୋଲିସର ଲୋଗୋ ଥିବା ଉନ୍ନତ ଗୋଲାପି ରଙ୍ଗର ସୁରକ୍ଷାତ୍ମକ ହେଲମେଟ୍ ମଧ୍ୟ ମିଳିବ। ପୋଲିସ ବିଭାଗ ଏପରି ୮୦ଟି ହେଲମେଟ କ୍ରୟ ନିମନ୍ତେ ୧ଲକ୍ଷ ଟଙ୍କା ଆବଣ୍ଟିତ କରିଛି।
ନୂଆଦିଲ୍ଲୀ: FIH ବିଶ୍ୱକପ ପାଇଁ ଭାରତର ମହିଳା ଏବଂ ପୁରୁଷ ହକି ଟିମ୍ ପାଇଁ ନୂଆ ଜର୍ସି ଲଞ୍ଚ୍ କରାଯାଇଛି । ନୂଆ ଜର୍ସିର ରଙ୍ଗ ପାରମ୍ପାରିକ ନୀଳ ପରିବର୍ତ୍ତେ ଗେରୁଆ କରାଯାଇଛି, ଯାହାକୁ ନେଇ ହକି ଇଣ୍ଡିଆର ଏହି ନିଷ୍ପତ୍ତି ଉପରେ ଅନେକ ପ୍ରଶ୍ନ ଉଠୁଛି । ଭାରତୀୟ ହକି ଟିମର ଜର୍ସି ରଙ୍ଗ ବଦଳାଇବା ନିଷ୍ପତ୍ତିକୁ ନେଇ ବିବାଦ ବଢ଼ିବାରେ ଲାଗିଛି । ଗୁରୁବାର ଯେଉଁଠି ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ ଏହି ନିଷ୍ପତ୍ତି ପଛର କାରଣ ବୁଝାଉଥିଲେ, ଶୁକ୍ରବାର ସେ ନିଜେ ମହାସଂଘର କର୍ମକର୍ତ୍ତାମାନଙ୍କଠାରୁ ସ୍ପଷ୍ଟୀକରଣ ମାଗୁଥିବା ଦେଖିବାକୁ ମିଳିଛି ।
ସୂତ୍ରକୁ ନେଇ ଏନଡିଟିଭି କରିଥିବା ରିପୋର୍ଟ ଅନୁଯାୟୀ, ଶୁକ୍ରବାର ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ ଚିଠି ଲେଖି ମହାସଂଘର କର୍ମକର୍ତ୍ତାମାନଙ୍କଠାରୁ ଜର୍ସି ରଙ୍ଗ ବଦଳାଯିବା ନେଇ ସ୍ପଷ୍ଟୀକରଣ ମାଗିଛନ୍ତି । ପୂର୍ବତନ ଭାରତୀୟ ଅଧିନାୟକ ମହାସଂଘର କର୍ମକର୍ତ୍ତାମାନଙ୍କୁ ପ୍ରଶ୍ନ କରିଛନ୍ତି ତାଙ୍କର ଏବଂ କାର୍ଯ୍ୟକାରୀ ବୋର୍ଡର ଅଜ୍ଞାତରେ ଏବଂ ବିନା ସମ୍ମତିରେ ଏହି ବଡ଼ ନିଷ୍ପତ୍ତି କିପରି ନିଆଗଲା ।
୨୪ ଘଣ୍ଟା ପୂର୍ବରୁ କରିଥିଲେ ସମର୍ଥନ
ଗୁରୁବାର ଭାରତୀୟ ଟିମର ଜର୍ସି ରଙ୍ଗ ବଦଳାଇବା ନେଇ ହକି ଇଣ୍ଡିଆ ସଭାପତି କହିଥିଲେ ଯେ, ଖେଳାଳି, କୋଚ୍ ଏବଂ ସପୋର୍ଟ ଷ୍ଟାଫଙ୍କ ପରାମର୍ଶରେ ଏହି ନିଷ୍ପତ୍ତି ନିଆଯାଇଛି । ସ୍ପଷ୍ଟୀକରଣ ରଖି କହିଥିଲେ, ନୀଳ ରଙ୍ଗର ଟର୍ଫରେ ନୀଳ ଜର୍ସି ପିନ୍ଧି ଖେଳିବା ଦ୍ୱାରା ମ୍ୟାଚ୍ ସମୟରେ ଭିଜିବିଲିଟିରେ ଅସୁବିଧା ହେଉଥିଲା ।
ସେ କହିଥିଲେ, "ସେମାନଙ୍କର ପରାମର୍ଶ ଥିଲା ଯେ ପଡ଼ିଆର ହକି ଟର୍ଫ ନୀଳ ଏବଂ ଖେଳାଳିଙ୍କ କିଟ୍ ମଧ୍ୟ ନୀଳ । ତେଣୁ ଏହି ଓଭରଲ୍ୟାପ୍ ଯୋଗୁଁ ଖେଳିବା ସମୟରେ ଦେଖିବାରେ ଅସୁବିଧା ହେଉଥିଲା । ସେମାନଙ୍କୁ କୋଉଠି ନା କୋଉଠି ଏହି ସମସ୍ୟା ଅନୁଭବ ହେଉଥିଲା।"
#WATCH | Bhubaneswar, Odisha: On Hockey India changed national team jerseys from blue to saffron, Hockey India President Dilip Kumar Tirkey says, "The World Cup for both men and women is set to begin on August 15th in the Netherlands and Belgium. Ahead of this, Team India's… pic.twitter.com/1ym2HXSvVp
— ANI (@ANI) July 30, 2026
ଦିଲୀପ କହିଥିଲେ, "ସେମାନେ ଦୁଇଟି ରଙ୍ଗର ବିକଳ୍ପ ଦେଇଥିଲେ, ହଳଦିଆ ଏବଂ ନାରଙ୍ଗୀ । ଏହି କଥା ଉପରେ ଧ୍ୟାନ ଦିଆଗଲା ଯେ ନାରଙ୍ଗୀ ରଙ୍ଗ ଆମ ଜାତୀୟ ପତାକାର ରଙ୍ଗଗୁଡ଼ିକ ମଧ୍ୟରୁ ଗୋଟିଏ । ତେଣୁ ନାରଙ୍ଗୀ ରଙ୍ଗ ବଛାଗଲା ଏବଂ ସେହି ଅନୁଯାୟୀ ଡିଜାଇନ୍ ପ୍ରସ୍ତୁତ କରାଗଲା । ଯଦି ଟୁର୍ନାମେଣ୍ଟ ପରେ କିମ୍ବା ଭବିଷ୍ୟତରେ ଖେଳାଳିମାନଙ୍କୁ ଅନ୍ୟ କିଛି ଅନୁଭବ ହୁଏ, ତେବେ ଆମେ କିଟ୍ ରଙ୍ଗକୁ ଆହୁରି ଭଲ କରିବା ପାଇଁ ପୁଣି କାମ କରିପାରିବୁ।"
ବୋର୍ଡକୁ ଚିଠି ଲେଖି ଜବାବ ମାଗିଲେ
ଶୁକ୍ରବାର ଦିଲୀପ ତିର୍କୀ ହକି ଇଣ୍ଡିଆର କାର୍ଯ୍ୟକାରୀ ବୋର୍ଡକୁ ଇମେଲ୍ ପଠାଇ ସ୍ପଷ୍ଟୀକରଣ ମାଗିଛନ୍ତି । ସେ ସ୍ପଷ୍ଟ କରିଛନ୍ତି ଯେ, ଜାତୀୟ ଦଳର ଜର୍ସି ରଙ୍ଗ ବଦଳାଇବା ଗୋଟିଏ ବଡ଼ ନିଷ୍ପତ୍ତି । କିନ୍ତୁ ଏହି ନିଷ୍ପତ୍ତି ତାଙ୍କ ସହ ଏବଂ କାର୍ଯ୍ୟକାରୀ ବୋର୍ଡ ସହ ଆଲୋଚନା ନକରି ଲାଗୁ କରାଯାଇଛି । ସେ କହିଛନ୍ତି ଯେ ନାରଙ୍ଗୀ କିମ୍ବା ଗେରୁଆ ରଙ୍ଗକୁ ନେଇ ତାଙ୍କର କୌଣସି ଆପତ୍ତି ନାହିଁ । କିନ୍ତୁ ଦଳର ପରିଚୟ ସହ ଜଡ଼ିତ ଏପରି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ନେତୃତ୍ୱ ଏବଂ ବୋର୍ଡ ସହ ଆଲୋଚନା ହେବା ଉଚିତ ଥିଲା ।
ଓଡ଼ିଶା ସରକାର ମାଗଛନ୍ତି ଉତ୍ତର ?
ଦିଲୀପ ତିର୍କୀ ତାଙ୍କ ଚିଠିରେ ଏହା ମଧ୍ୟ ପ୍ରକାଶ କରିଛନ୍ତି ଯେ ଓଡ଼ିଶା ସରକାର ମଧ୍ୟ ଏହି ବିବାଦ ସମ୍ପର୍କରେ ତାଙ୍କଠାରୁ ଉତ୍ତର ମାଗିଛନ୍ତି ।ସେ କହିଛନ୍ତି ଯେ ସେ ସର୍ବସାଧାରଣରେ ସର୍ବଦା ସ୍ପଷ୍ଟ କରିଛନ୍ତି ଯେ ଏହି ନିଷ୍ପତ୍ତି ଖେଳ ସହିତ ଜଡିତ, ଯାହା ଦ୍ୱାରା ଖେଳାଳିମାନଙ୍କ ଧ୍ୟାନ ଆଗାମୀ ବିଶ୍ୱକପ ହଟିବ ନାହିଁ । ତେବେ, ସେ ଏହା ମଧ୍ୟ ସ୍ୱୀକାର କରିଛନ୍ତି ଯେ ଏହି ପ୍ରକ୍ରିୟା ବିଷୟରେ ପ୍ରଶ୍ନ ଉଠିବା ସ୍ୱାଭାବିକ ।
ହଠାତ୍ କଣ ହେଲା?
ରିପୋର୍ଟ ଅନୁଯାୟୀ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜର୍ସି ବିବାଦ ଉପରେ ଟ୍ୱିଟ୍ ପରେ ଦିଲୀପ ତିର୍କୀଙ୍କ ବୟାନ ପରିବର୍ତ୍ତନ ହୋଇଛି । ନବୀନ ପଟ୍ଟନାୟକ ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ ଲେଖିଛନ୍ତି, "ଭାରତୀୟ ହକି ଦଳର ଜର୍ସିର ପ୍ରତୀକାତ୍ମକ ରଙ୍ଗକୁ ଗେରୁଆ ରଙ୍ଗରେ ପରିବର୍ତ୍ତନ କରାଯାଇଥିବା ଜାଣି ମୁଁ ଗଭୀର ଦୁଃଖିତ । ଭାରତୀୟ ହକି ଦଳର ନୀଳ ରଙ୍ଗ କେବଳ ଏକ ରଙ୍ଗ ନୁହେଁ, ଏହା ଦେଶର କ୍ରୀଡ଼ା ଐତିହ୍ୟ ସହିତ ଜଡିତ ଏକ ଆତ୍ମା । ଦଶନ୍ଧି ଧରି, ଏହି ରଙ୍ଗ ଆମକୁ ଆଶା, ବିଜୟ, ପରାଜୟ ଏବଂ ଖେଳରେ ଉତ୍କର୍ଷତା ହାସଲ କରିବାରେ ଏକତ୍ରିତ କରିଛି ।"
I am deeply anguished to know that the legendary colour of the Indian hockey team’s jersey has been changed to saffron. The iconic shade of blue of the Indian hockey team is not just a colour. It is an emotion associated with the nation’s sporting heritage.
For decades, this… pic.twitter.com/4cgXOvpxdJ
— Naveen Patnaik (@Naveen_Odisha) July 30, 2026
ନୂଆଦିଲ୍ଲୀ: ଦକ୍ଷିଣ ଭାରତୀୟ ସିନେମାର ଲୋକପ୍ରିୟ ଅଭିନେତା ଅଲ୍ଲୁ ଅର୍ଜୁନ୍ ପୁଣି ଏକ ନୂଆ ବିବାଦରେ ଛନ୍ଦି ହୋଇପଡ଼ିଛନ୍ତି। ନିକଟରେ ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ସେ ଦେଇଥିବା ବକ୍ତବ୍ୟକୁ ନେଇ ସୋସିଆଲ୍ ମିଡିଆରେ ପ୍ରବଳ ଚର୍ଚ୍ଚା ଓ ସମାଲୋଚନା ଆରମ୍ଭ ହୋଇଯାଇଛି। ହାଇଦ୍ରାବାଦଠାରେ ଅନୁଷ୍ଠିତ 'ଅଲ୍ଲୁ ଅର୍ଜୁନ୍ ଫ୍ୟାନ୍ସ ଆସୋସିଏସନ୍' (AAFA) ର ଏକ ସମ୍ମିଳନୀରେ ସେ ପ୍ରଶଂସକମାନଙ୍କୁ ସମ୍ବୋଧିତ କରିଥିଲେ। ସୋସିଆଲ୍ ମିଡିଆରେ ଚାଲିଥିବା ନକାରାତ୍ମକତା ଓ 'ଫ୍ୟାନ୍ ୱାର୍' (ପ୍ରଶଂସକଙ୍କ ମଧ୍ୟରେ କଳହ) ରୁ ଦୂରେଇ ରହିବାକୁ ସେ ପରାମର୍ଶ ଦେଇଥିଲେ।
ଅଭିନେତା କହିଥିଲେ, ‘ମୁଁ ମୋର ସମସ୍ତ ପ୍ରଶଂସକ, ବିରୋଧୀ ଏବଂ ନାପସନ୍ଦ କରୁଥିବା ଲୋକଙ୍କୁ ବହୁ ଦିନରୁ ଗୋଟିଏ କଥା କହିବାକୁ ଚାହୁଁଥିଲି। ଯଦି ଆପଣ କାହାକୁ ପସନ୍ଦ କରୁନାହାନ୍ତି, ତେବେ ତାଙ୍କୁ ଘୃଣା କରିବାରେ କିମ୍ବା ଟ୍ରୋଲ୍ କରିବାରେ ନିଜର ମୂଲ୍ୟବାନ୍ ସମୟ ନଷ୍ଟ କରନ୍ତୁ ନାହିଁ। ଏହା ବଦଳରେ କିଛି ସକାରାତ୍ମକ କାର୍ଯ୍ୟରେ ମନ ଦିଅନ୍ତୁ।’
ଅଭିନେତାଙ୍କ ମୂଳ ବାର୍ତ୍ତା ସକାରାତ୍ମକ ଥିଲେ ମଧ୍ୟ, ସେହି ଭାଷଣର ଏକ ସଂକ୍ଷିପ୍ତ ଭିଡିଓ କ୍ଲିପ୍ ଭାଇରାଲ୍ ହେବା ପରେ ହଙ୍ଗାମା ସୃଷ୍ଟି ହୋଇଛି। ସେହି ଭିଡିଓରେ ସେ ପ୍ରଶଂସକଙ୍କୁ ପରାମର୍ଶ ଦେଇ କହୁଛନ୍ତି, ‘ଇଣ୍ଟରନେଟରେ ସମୟ ନଷ୍ଟ ନକରି, ଯେଉଁ ଝିଅକୁ ଆପଣ ପସନ୍ଦ କରୁଛନ୍ତି ତା' ଘର ଆଗରେ ଯାଇ ଅପେକ୍ଷା କରନ୍ତୁ।’ ଏହି ମନ୍ତବ୍ୟକୁ ନେଇ ନେଟିଜେନ୍ସ ପ୍ରବଳ ଅସନ୍ତୋଷ ପ୍ରକାଶ କରିଛନ୍ତି। ଅନେକଙ୍କ ମତରେ, ଜଣେ ତାରକା ହୋଇ ଏପରି କହିବା ଦ୍ୱାରା ନାରୀ ନିର୍ଯାତନା, ପଛରେ ଗୋଡ଼ାଇବା (Stalking) ଏବଂ ଅସଦାଚରଣ ଭଳି ଅପରାଧିକ ମନୋବୃତ୍ତିକୁ ପ୍ରୋତ୍ସାହନ ମିଳିବ।
ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ଏହା ସମ୍ପୂର୍ଣ୍ଣ ଅଜ୍ଞତା ଓ ସାମାଜିକ ସଚେତନତାର ଅଭାବ।’ ଅନ୍ୟ ଜଣେ ଲେଖଛନ୍ତି, ‘ଅଲ୍ଲୁ ଅର୍ଜୁନ୍ ନିଜର ପ୍ରଶଂସକମାନଙ୍କୁ କି ପରାମର୍ଶ ଦେଉଛନ୍ତି, ସେ ବିଷୟରେ ସତର୍କ ହେବା ଉଚିତ୍।’ ଆଉ ଜଣେ ନେଟିଜେନ୍ ମନ୍ତବ୍ୟ ଦେଇଛନ୍ତି, ‘ଆପଣ ପରୋକ୍ଷରେ ମହିଳାମାନଙ୍କୁ ହଇରାଣ କରିବା ଏବଂ ସେମାନଙ୍କ ଗତିବିଧି ଉପରେ ନଜର ରଖିବା ଭଳି କାର୍ଯ୍ୟକୁ ରୋମାଞ୍ଚକର ରୂପ ଦେଉଛନ୍ତି। ଏହା ଅତ୍ୟନ୍ତ ଲଜ୍ଜାଜନକ।’
ଆଗାମୀ ସିନେମା
ଭୁବନେଶ୍ବର ୩୧।୭: ମହାନଦୀ ଜଳ ବିବାଦ ଓ ବନ୍ୟାକୁ ନେଇ ସରକାରଙ୍କୁ ଘେରିଛି ବିଜେଡି । ଯେତେବେଳେ ଛତିଶଗଡ଼ର ମନମାନି ପାଇଁ ମହାନଦୀ ପାଣି ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି ସେତେବେଳେ ମୁଖ୍ୟମନ୍ତ୍ରୀ ଦିଲ୍ଲୀରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସହ ମିଟିଂ କରୁଛନ୍ତି । ଏହା କ’ଣ ପ୍ରହସନ ନୁହେଁ କି ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ନେତା ପ୍ରୀତିରଞ୍ଜନ ଘଡ଼ାଇ ।
ସେ ଆହୁରି ମଧ୍ୟ କହିଛନ୍ତି, ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ବେଳେ ପ୍ରାକୃତିକ ବିପର୍ଯ୍ୟୟକୁ ଯେଉଁଭଳି ଭାବେ ପରିଚାଳନା କରୁଥିଲେ ତା’ ଉପରେ ସାଧାରଣ ଲୋକଙ୍କ ଭରସା ଓ ବିଶ୍ବାସ ବଢ଼ିଥିଲା । ହେଲେ ଏବେ ସରକାର କ’ଣ କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ପ୍ରୀତିରଞ୍ଜନ ।
ସେହିଭଳି ପିସିସି ସଭାପତି ଭକ୍ତ ଦାସ ମଧ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ଭକ୍ତ କହିଛନ୍ତି, ବନ୍ୟା ବେଳେ ରାଜ୍ୟରେ ଲୋକେ ହସ୍ତସନ୍ତ ହେଉଥିବା ବେଳେ ମୁଖ୍ୟମନ୍ତ୍ରୀ ଦିଲ୍ଲୀରେ ବସିଛନ୍ତି । ଜଳ ପରିଚାଳନା ଠିକ୍ ଭାବେ ହେଉନଥିବାରୁ ଅଳ୍ପ ପାଣିରେ ବି ବନ୍ୟା ହେଉଛି ।
ଜବାବରେ ବିଜେପି ସାଂସଦ ରବୀନ୍ଦ୍ର ବେହେରା କହିଛନ୍ତି, ବନ୍ୟାକୁ ଅଟକାଇବା ପାଇଁ ପୂର୍ବ ସରକାର କୌଣସି ପଦକ୍ଷେପ ନେଇନଥିଲେ । ପୂର୍ବ ସରକାରଙ୍କ ଅବ୍ୟବସ୍ଥା ପାଇଁ ବୈତରଣୀରେ ବନ୍ୟା ହୋଇଛି । ବିଜେପି ସରକାର ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ନଦୀ ବନ୍ଧ ଗୁଡିକର ସ୍ଥାୟୀ ସମାଧାନ ପାଇଁ ସରକାର ବ୍ୟବସ୍ଥା କରୁଛନ୍ତି ବୋଲି ବିଜେପି କହିଛି । ସେହିଭଳି ମୁଖ୍ୟମନ୍ତ୍ରୀ ଜଳ ବିବାଦର ସମାଧାନ ପାଇଁ ଦିଲ୍ଲୀ ଯାଇଛନ୍ତି । ବିରୋଧୀ ଏହାକୁ ଭିନ୍ନ ରଙ୍ଗ ଦେବାକୁ ଅପଚେଷ୍ଟା ଚଳାଇଛନ୍ତି ବୋଲି ବିଜେପି ସାଂସଦ କହିଛନ୍ତି ।