ସୀମା ଲଂଘିଲା ମହିଳା ସହକର୍ମୀଙ୍କ ଯୌନ ଶୋଷଣ : ଅତିଷ୍ଠ ହୋଇ ଆତ୍ମହତ୍ୟା କଲେ ବିବାହିତ ଯୁବକ

Published By : Prameya-News7 Bureau | October 16, 2018 IST

ମୁମ୍ବାଇ ୧୬|୧୦: ମହାରାଷ୍ଟ୍ରର ପରଭାନି ଜିଲ୍ଲାରେ ମହିଳା ସହକର୍ମୀଙ୍କ ଦ୍ବାରା ଯୌନଶୋଷଣର ଶିକାର ହୋଇ ଜୀବନ ହାରିଛନ୍ତି ସଚ୍ଚିନ ମିତକାରୀ ନାମକ ବ୍ୟକ୍ତି । ଗତ ରବିବାର ଦିନ ଭାସମତ-ପରଭାନି ରୋଡ୍ ସ୍ଥିତ ବାସଭବନରୁ ସଚିନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା । ତାଙ୍କ ଝୁଲନ୍ତା ମୃତଦେହ ଦେଖି ପଡୋଶୀମାନେ ପୋଲିସକୁ ଖବର ଦେଇଥଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ସଚ୍ଚିନ ଲେଖିଥିବା ସୁଇସାଇଡ୍ ନୋଟ୍ ପୋଲିସ ଜବତ କରିଛି । ସୂଚନାଯୋଗ୍ୟ ଯେ, ମହାରାଷ୍ଟ୍ର ପରଭାନି ଜିଲ୍ଲାର ସଚ୍ଚିନ ମିତକାରୀ ଏବଂ ମହିଳା ସହକର୍ମୀ ଗୋଟିଏ ହସପିଟାଲରେ କାମ କରୁଥିଲେ ।  ମହିଳା ସହକର୍ମୀ ଜଣଙ୍କ ତାଙ୍କୁ ବାରମ୍ବାର ଯୌନ ସଂପର୍କ ରଖିବା ପାଇଁ ବାଧ୍ୟ କରୁଥିଲେ । ଏଥିପାଇଁ ବାରମ୍ବାର ତାଙ୍କୁ ହଇରାଣ ହରକତ କରୁଥିଲେ । ସଚ୍ଚିନ ବିବାହିତ ବୋଲି କହିବା ସତ୍ତ୍ବେ ମହିଳା ଜଣଙ୍କ ତାଙ୍କ ପିଛା ଛାଡିନଥିଲେ । ସେ ବାରମ୍ବାର ତାଙ୍କ ସହ ଯୌନ ସଂପର୍କ ରଖିବାକୁ ଇଚ୍ଛା ପ୍ରକାଶ କରୁଥିଲେ । ସଚିନ ଏଥିରେ ରାଜି ନହେବାରୁ ମହିଳା ସହକର୍ମୀ ଜଣଙ୍କ ଥାନାରେ ଏତଲା କରିଦେବେ ବୋଲି କହି ତାଙ୍କୁ ବାରମ୍ବାର ଧମକ ଦେବା ସହ ବ୍ଲାକମେଲିଂ କରୁଥିଲେ । ଏଥିରେ ଅତିଷ୍ଠ ହୋଇ ସଚ୍ଚିନ ଆତ୍ମହତ୍ୟା କରିଥିବା ସୁଇସାଇଡ୍ ନୋଟ୍ ରେ ଲେଖିଛନ୍ତି । ପୋଲିସ ସଂପୃକ୍ତ ମହିଳାଙ୍କ ବିରୋଧରେ ଆତ୍ମହତ୍ୟା ପାଇଁ ବାଧ୍ୟ କରିଥିବାରୁ ଏତଲା ଦାୟର କରିଛି । ଏନେଇ ଅଧିକ ତଦନ୍ତ ଜାରି ରଖିଛି ପୋଲିସ । ସମଗ୍ର ଦେଶରେ ଏବେ ଚାଲିଥିବା # Me Too କେମ୍ପେନରେ ମହିଳାମାନେ ସେମାନଙ୍କ ସହ ହୋଇଥିବା ଯୌନ ଉତ୍ପୀଡନ ଓ ଶୋଷଣର କାହାଣୀ ସାମାଜିକ ଗଣମାଧ୍ୟମରେ କହିବାରେ ଲାଗିଛନ୍ତି । ଏମିତି ଏକ ସମୟରେ ଜଣେ ମହିଳା ସହ କର୍ମୀଙ୍କ ଦ୍ବାରା ଯୌନଶୋଷଣ ହୋଇ ଜଣେ ପୁରୁଷ ଆତ୍ମହତ୍ୟା କରିବା ନିଶ୍ଟୟ ଉଦବେଗର ବିଷୟ । ମହିଳାଙ୍କ ଭଳି ସଚିନ ମଧ୍ୟ ଯୌନ ଶୋଷଣ ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ପ୍ରଚାର କରିପାରିଥାନ୍ତେ । ଏଥି ସହ ଆଇନର ଆଶ୍ରୟ ମଧ୍ୟ ନେଇପାରିଥାନ୍ତେ । ଏସବୁ କରିଥିଲେ ହୁଏତ ତାଙ୍କୁ ଜୀବନ ହାରିବାକୁ ପଡିନଥାନ୍ତା । ମହିଳାଙ୍କ ଭଳି ପୁରୁଷମାନେ ମଧ୍ୟ ଯୌନ ଶୋଷଣର ଶିକାର ହୁଅନ୍ତି । ତାର ଜ୍ବଳନ୍ତ ପ୍ରମାଣ ହେଉଛି ସଚ୍ଚିନଙ୍କ ଆତ୍ମହତ୍ୟା ଘଟଣା । ତେଣୁ ମହାଳାଙ୍କ ଭଳି ପୁରୁଷମାନେ ମଧ୍ୟ # Me Too କେମ୍ପେନରେ ସାମିଲ ହେବାର ଆବଶ୍ୟକତା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.