ଫେବ୍ରୁଆରୀରେ ୨୦୨୪ରେ ଜିଏସ୍‌ଟି କଲେକ୍ସନରେ ୧୨.୫ ପ୍ରତିଶତ ବୃଦ୍ଧି

Published By : Prameya-News7 Bureau | March 01, 2024 IST

ନୂଆଦିଲ୍ଲୀ: ଫେବ୍ରୁଆରୀ ୨୦୨୪ରେ ଜବରଦସ୍ତ ଜିଏସ୍‌ଟି କଲେକ୍ସନ ହୋଇଛି। ଗତ ଥର ଅପେକ୍ଷା ଏଥର ଜିଏସ୍‌ଟି ସଂଗ୍ରହ ୧୨.୫ ପ୍ରତିଶତ ବୃଦ୍ଧି ପାଇ ୧,୬୮,୩୩୭ କୋଟି ଟଙ୍କା ଆଦାୟ କରାଯାଇଛି ବୋଲି କେନ୍ଦ୍ର ଅର୍ଥମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଆର୍ଥିକ ବର୍ଷ ୨୦୨୩-୨୪ର ଗତ ୧୧ ମାସରେ ଜିଏସ୍‌ଟି କଲେକ୍ସନ ହାରାହାରି ୧.୬୭ ଲକ୍ଷ କୋଟି ରହିଛି। ତେବେ ୨୦୨୨-୨୩ରେ ଏହା ହାରାହାରି ୧.୫ ଲକ୍ଷ କୋଟି ରହିଥିଲା।   

ଶୁକ୍ରବାର କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଫେବୃଆରୀ ୨୦୨୪ ପାଇଁ ଜିଏସ୍‌ଟି ସଂଗ୍ରହ (ଦ୍ରବ୍ୟ ଏବଂ ସେବା କର ସଂଗ୍ରହ)ର ରିପୋର୍ଟ ଜାରି କରାଯାଇଛି। ରିପୋର୍ଟ ଅନୁଯାୟୀ, ଜିଏସ୍‌ଟି ସଂଗ୍ରହ ୧.୬୮ ଲକ୍ଷ କୋଟିରୁ ଅଧିକ ହୋଇଛି, ଯାହା ଫେବୃଆରୀ ୨୦୨୩ ତୁଳନାରେ ୧୨.୫ ପ୍ରତିଶତ ଅଧିକ।

ଜିଏଲ୍‌ଟି ସଂଗ୍ରହରେ ଘରୋଇ ଟ୍ରାଞ୍ଜାକ୍ସନରେ ୧୩.୯ ପ୍ରତିଶତ ବୃଦ୍ଧି ଓ ସାମଗ୍ରୀ ଆମଦାନୀ ଉପରେ ୮.୫ ପ୍ରତିଶତ ବୃଦ୍ଧି ହେତୁ ମୋଟ ଜିଏସ୍‌ଟିଂ ସଂଗ୍ରହରେ ବୃଦ୍ଧି ଦେଖିବାକୁ ମିଳିଛି। ରିଫଣ୍ଡ ଜାରି କରିବା ପରେ ଫେବୃଆରୀ ମାସରେ ଜିଏସ୍‌ଟି ସଂଗ୍ରହ ୧.୫୧ ଲକ୍ଷ କୋଟି ଟଙ୍କା ହୋଇଛି। ଯାହା ଗତ ବର୍ଷ ସମାନ ମାସ ତୁଳନାରେ ୧୩.୬ ପ୍ରତିଶତ ଅଧିକ।

ପଢ଼ନ୍ତୁ-ଦେଶରେ ୩ଟି ସେମିକଣ୍ଡକ୍ଟର ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଅନୁମତି ଦେଲେ କେନ୍ଦ୍ର ସରକାର: ସୃଷ୍ଟି ହେବ ୮୦ ହଜାରରୁ ଅଧିକ ନିଯୁକ୍ତି

ଅର୍ଥ ମନ୍ତ୍ରଣାଳୟ କହିଛି ଯେ ୨୦୨୩-୨୪ ମସିହାରେ ଜିଏସ୍‌ଟି ସଂଗ୍ରହ କ୍ରମାଗତ ବୃଦ୍ଧି ଦେଖିବାକୁ ମିଳିଛି। ଏହି ଆର୍ଥିକ ବର୍ଷର ଏପ୍ରିଲରୁ ଫେବୃଆରୀ ମଧ୍ୟରେ ଜିଏସ୍‌ଟି ସଂଗ୍ରହ ୧୮.୪୦ ଲକ୍ଷ କୋଟି ଟଙ୍କା ହୋଇଥିଲା, ଯାହା ୨୦୨୨-୨୩ ର ସମାନ ଅବଧି ତୁଳନାରେ ୧୧.୭ ପ୍ରତିଶତରୁ ଅଧିକ ବୋଲି ମନ୍ତ୍ରଣାଳୟ କହିଛି। ଏହି ଆର୍ଥିକ ବର୍ଷରେ ପ୍ରତି ମାସରେ ହାରାହାରି ଜିଏସ୍‌ଟି ସଂଗ୍ରହ ହେଉଛି ୧.୬୭ ଲକ୍ଷ କୋଟି ଟଙ୍କା। ଯାହା ଗତ ଆର୍ଥିକ ବର୍ଷର ହାରାହାରି ଠାରୁ ୧.୫ ଲକ୍ଷ କୋଟି ଟଙ୍କାରୁ ଅଧିକ।

ଯଦି  ଫେବୃଆରୀ ୨୦୨୩ ରେ ଜିଏସ୍‌ଟି ସଂଗ୍ରହର ବ୍ରେକ୍ ଡାଉନ୍ ପରେ ନଜର ପକାଇଲେ ଦେଖିବା ଯେ CGST ସଂଗ୍ରହ ୩୧,୮୭୫ କୋଟି ଟଙ୍କା ହୋଇଥିବା ବେଳେ SGST ୩୯,୬୧୫ କୋଟି ଟଙ୍କା ହୋଇଛି। ସେହିପରି  IGST ସଂଗ୍ରହ ୮୫,୦୯୮ କୋଟି ଟଙ୍କା ହୋଇଛି। ଯେଉଁଥିରେ ଆମଦାନୀ ହୋଇଥିବା ସାମଗ୍ରୀ ଉପରେ ୩୮,୫୯୨ କୋଟି ଟଙ୍କା ସଂଗ୍ରହ ସାମିଲ୍ ରହିଛି। ସେସ୍ କଲେକ୍ସନ ୧୨,୮୩୯ କୋଟି ଟଙ୍କା ରହିଥିବା ବେଳେ ଏଥିରୁ ଆମଦାନୀ ହୋଇଥିବା ସାମଗ୍ରୀ ସେସ୍ ସଂଗ୍ରହ ୮୭୪ କୋଟି ଟଙ୍କା ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.