ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଫିଲ୍ମରେ ଆକ୍ସନ ସିନ୍ ଶୁଟିଂ କଲା ବେଳେ ଆହତ ହେଲେ ଅକ୍ଷୟ କୁମାର
  • ||
  • ଅମ୍ରିତପାଲକୁ ଘରେ ଲୁଚାଇ ରଖିଥିବା ମହିଳା ବଲଜିତ କୌର ହରିଆଣାରୁ ଗିରଫ, ବଲଜିତ କହିଲା, ପଗଡ଼ି ପିନ୍ଧୁନି ଅମ୍ରିତପାଲ, ବଦଳାଇଛି ରୂପ
  • ||
  • ସିବିଆଇ ତଦନ୍ତ ପାଇଁ ୯ ରାଜ୍ୟ ପ୍ରତ୍ୟାହାର କରିଛନ୍ତି ଜେନେରାଲ୍ କନସେଣ୍ଟ: ରାଜ୍ୟସଭାରେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହଙ୍କ ସୂଚନା
  • ||
  • ଦିଲ୍ଲୀ ହିଂସା ୨୦୨୦: ଆପ୍‌ ନେତା ତାହିର ହୁସେନ୍‌ଙ୍କ ସମେତ ୧୦ ଜଣଙ୍କ ନାଁରେ ଅଭିଯୋଗ ସ୍ଥିର କଲେ କୋର୍ଟ
  • ||
  • ନୂଆଦିଲ୍ଲୀ: ମହାରାଷ୍ଟ୍ର, ଗୁଜରାଟ, କେରଳ, କର୍ଣ୍ଣାଟକ, ତାମିଲନାଡୁ, ଦିଲ୍ଲୀ, ହିମାଚଳ ପ୍ରଦେଶ ଏବଂ ରାଜସ୍ଥାନରେ ସବୁଠୁ ଅଧିକ କରୋନା ମାମଲା ଚିହ୍ନଟ ହେଉଛି
  • ||
  • ନୂଆଦିଲ୍ଲୀ:‘କରୋନା ଏବେ ବି ଶେଷ ହୋଇ ନାହିଁ’, ଦେଶର ୮ ରାଜ୍ୟରେ ଚିହ୍ନଟ ହେଉଛି ଅଧିକ ମାମଲା ସୂଚନା ଦେଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ
  • ||
  • ରାଉରକେଲା : ଡିଭାଇଡର୍‌ରେ ପିଟିହେଲା ବାଇକ୍, ୨ ଯୁବକଙ୍କ ମୃତ୍ୟୁ
  • ||
  • ଭୁବନେଶ୍ବର : ତୃଣମୂଳସ୍ତରରୁ ସଙ୍ଗଠନକୁ ସୁଦୃଢ଼ କରିବା ସହ ବିଜେଡ଼ିର ବିକଳ୍ପ ହେବ ଦଳ : ସମୀର ମହାନ୍ତି
  • ||
  • ନୂଆପଡା : ନୂଆପଡାରେ ଥମୁନି ବାଘ ଆତଙ୍କ, ବାଛୁରୀକୁ ମାରି ଖାଇଲା କଲରାପତରିଆ
  • ||
  • ଭୁବନେଶ୍ବର : ସ୍ପେଶାଲ ସ୍କ୍ବାଡ୍ ପଞ୍ଝାରେ ୩ ଡକାୟତ, ଘରେ କେହି ନଥିବା ବେଳେ କରୁଥିଲେ ଲୁଟ୍
  • ||

ଫେବୃଆରୀ ୧୯ରୁ ୨୫ତମ କଳିଙ୍ଗ ନାଟ୍ୟ ମହୋତ୍ସବ, ତ୍ରିଲୋଚନଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ

17/02/2023 at 10:12 PM

ଭୁବନେଶ୍ବର:  ଆସନ୍ତା ଫେବୃଆରୀ୧୯ରୁ ଆରମ୍ଭ ହେବାକୁ ଯାଉଛି ୨୫ତମ କଳିଙ୍ଗ ନାଟ୍ୟ ମହୋତ୍ସବ। ଆଜି ଶତାଦ୍ଦୀର କାର୍ଯ୍ୟାଳୟରେ ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ ହୋଇଥିଲା ।  ୧୯ରୁ ୨୩ତାରିଖ ପର୍ଯ୍ୟନ୍ତ ରବିନ୍ଦ୍ର ମଣ୍ଡପଠାରେ ଆୟୋଜିତ ହେବ ଏହି ନାଟ୍ୟ ମହୋତ୍ସବ । ରାଜ୍ୟ ଏବଂ ରାଜ୍ୟ ବାହାରର ଅନୁଷ୍ଠାନ ଏଠାରେ ନାଟକ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି । ଚଳିତ ବର୍ଷ ତ୍ରିଲୋଚନ ପ୍ରସାଦ ସାହୁ ପାଇବେ ଜୀବନବ୍ୟାପୀ ସାଧନା ସମ୍ମାନ(ଲାଇଫ ଟାଇମ ଆଚିଭମେଣ୍ଟ ଆଓ୍ବାର୍ଡ) । ସେହିଭଳି ଚିତ୍ରନାଟ୍ୟ ବ୍ରଜକିଶୋର ମହାନ୍ତିଙ୍କୁ ସୁମିତ୍ରା ସମ୍ମାନରେ ସମ୍ମାନିତ କରାଯିବ । ପ୍ରମିଳା ପ୍ରତିଭା ସମ୍ମାନ ପାଇବେ ନିବେଦିତା ଜେନା ।

ଅନ୍ୟମାନଙ୍କ ମଧ୍ୟରେ ଅଭିନେତା ଅନ୍ତର୍ଯ୍ୟାମୀ ପଣ୍ଡା, ନିର୍ଦେଶକ ନଳିନୀନିହାର ନାୟକ, ଚିତ୍ରନାଟ୍ୟ ଧନରୁଧର ମିଶ୍ର, ଛାପା ଗଣମାଧ୍ୟମର ସାମ୍ବାଦିକ ବିଜୟ ମଣ୍ଡଳ ଏବଂ ବୈଦୁତିକ ଗଣମାଧ୍ୟମର ସାମ୍ବାଦିକା ଅନିତା ଦାସ ଚଳିତ ବର୍ଷ ଶତାଦ୍ଦୀ କଳାକାର ସମ୍ମାନ ପାଇବେ ବୋଲି ଚୟନ କରାଯାଇଛି ।

୧୯ତାରିଖରେ ସ୍ବଦେଶ ପଟ୍ଟନାୟକଙ୍କ ଲିଖିତ ଶରଦ ଶର୍ମାଙ୍କ ନିର୍ଦେଶିତ ନାଟକ କୋର୍ଟ ମାରିଟିଆଲ ମଧ୍ୟପ୍ରଦେଶର ଅଭିନବ ରଙ୍ଗମଣ୍ଡଳ ଦ୍ବାରା ପରିବେଷଣ କରାଯିବ । ୨୦ରେ ସୂର୍ଯ୍ୟମଣୀ ତ୍ରିପାଠୀଙ୍କ ଲିଖିତ ଧିର ମଲ୍ଲିକ ନିର୍ଦ୍ଦେଶିତ ନାଟକ ମାତୁଳ ସମ୍ବାଦ ଶତାଦ୍ଦୀର କଳାକାରମାନଙ୍କ ଦ୍ବାରା ପରିବେଷଣ କରାଯିବ । ସେହିଭଳି ୨୧ରେ ଗୌରହରି ଦାସଙ୍କ ଲିଖିତ ଡ.ଆଲୋକ ଅଗ୍ନିବେଶଙ୍କ ଦ୍ବାରା ନିର୍ଦେଶିତ ନାଟକ ହାରମୋନିୟମ ଶତାଦ୍ଦୀର କଳାକାରମାନଙ୍କ ଦ୍ବାରା ପରିବେଷଣ କରାଯିବ ।

୨୨ରେ ଏସଜେ ହେମେନ୍ଦ୍ର ମହାପାତ୍ରଙ୍କ ଦ୍ବାରା ଲିଖିତ ସଉନିକା ସାହୁ ନିର୍ଦେଶିତ ଶୁଣନ୍ତୁ ହେ ଅଭିମନ୍ୟୁମାନେ ନାଟକ ଭୁବନେଶ୍ବରର ବିଦ୍ୟାକାନ୍ତ ସୃଜନନୁଷ୍ଠାନ ଦ୍ବାରା ପରିବେଷଣ କରାଯିବ । ୨୩ରେ ଓ୍ବିଲିୟମ ସେକ୍ସପିୟରଙ୍କ ଲିଖିତ କଲ୍ଲୋଳ ଭଟ୍ଟାଚାର୍ଯ୍ୟଙ୍କ ନିର୍ଦେଶିତ ନାଟକ ନିଲ ପ୍ରିରିଟର ଫୁଲ(ବେଙ୍ଗଲି) ପଶ୍ଚିମବଙ୍ଗର ଏବମ ଆମର, ସାତ କହୁଣିଆ କଳାକାରଙ୍କ ଦ୍ବାରା ପରିବେଷଣ କରାଯିବ ବୋଲି ଘୋଷଣା କରାଯାଇଛି ।

ସୂଚନା ଅନୁଯାୟୀ ଶତାଦ୍ଦୀ କଳାକାର ୧୯୭୬ରୁ ତାର କାର୍ଯ୍ୟ ଜାରି ରଖିଛି । ଏବେ ପର୍ଯ୍ୟନ୍ତ ୧୮୪ଟି ନାଟକ ପରିବେଷଣ କରିସାରିଲାଣି । ଏହାର ସାଧାରଣ ସମ୍ପାଦକ ଧିର ମଲ୍ଲିକଙ୍କ ସହଯୋଗରେ ଏହା ସମ୍ଭବ ହୋଇପାରିଛି । ରାଜ୍ୟ ଏବଂ ରାଜ୍ୟ ବାହାରେ ଶତାଦ୍ଦୀର କଳାକାରମାନେ ତାଙ୍କର ନିଖୁଣ କଳାର ପାରଦର୍ଶିତା ଦେଇ ଅନେକ ପ୍ରଶଂସା ସାଉଣ୍ଟିପାରିଛନ୍ତି ।

   Related Posts