ଭାଲେଣ୍ଟାଇନ୍ ଡେ, ମନର ଭାବନା ପରିପ୍ରକାଶ ସହ ପ୍ରେମୀ ଯୁଗଳଙ୍କ ପାଇଁ ଖାସ୍ ଦିନ

Published By : Prameya-News7 Bureau | February 14, 2023 IST

ଭୁବନେଶ୍ୱର ୧୪/୦୨: ସପ୍ତାହେ ବ୍ୟାପୀ ଚାଲିଥିବା ପ୍ରେମ ସପ୍ତାହର ଆଜି ହେଉଛି ଶେଷ ଦିନ । ଅର୍ଥାତ୍ ଆଜି ଫେବୃୟାରୀ ୧୪ ଅର୍ଥାତ୍ ଭାଲେଣ୍ଟାଇନ୍ସ ଡେ । ପ୍ରେମୀ ଯୁଗଳଙ୍କ ପାଇଁ ଏହି ଦିନଟି ଖାସ୍ । କାରଣ ନିଜ ମନର ଭାବନାକୁ ପରିପ୍ରକାଶ କରିବାର ଖାସ୍ ଦନି । ସାଥୀଟିଏ ନିଜ ସାଥୀକୁ ମନର କଥାକୁ ବିନା କୌଣସି ଦ୍ୱିଧାରେ କହିଥାଏ । ରୋଜ୍ ଡେରେ ଆରମ୍ଭ ହୋଇଥିବା ଏହି ପ୍ରେମ ସପ୍ତାହ ଭାଲେଣ୍ଟାଇନ ଡେ ଶେଷ ହୋଇଥାଏ ।

ପ୍ରେମ ପାଇଁ ଦିନଟିଏ । ପ୍ରେମୀଯୁଗଳ ପରସ୍ପରଙ୍କ ପ୍ରତି ଥିବା ସ୍ନେହ ଓ ଭଲ ପାଇବାର ଦିନ । ପରସ୍ପରକୁ ଉପହାର ଦେଇ ଏହି ଦିବସ ପାଳନ କରିଥାନ୍ତି ପ୍ରେମୀଯୁଗଳ । ଏହି ଦିନକୁ ବେଶ୍ ଉତ୍ସୁକତାର ସହ ଅପେକ୍ଷା କରି ରହିଥାନ୍ତି ପ୍ରେମୀଯୁଗଳ । ପାଶ୍ଚାତ୍ୟ ସଭ୍ୟତା ହୋଇଥିଲେ ସୁଦ୍ଧା ଏହାକୁ ସାରା ବିଶ୍ୱରେ ପାଳନ କରାଯାଉଛି । ରାଗ ରୁଷା ମାନ ଅଭିମାନ ଛାଡି ପ୍ରେମପକ୍ଷୀ ପାଳନ କରିଥାନ୍ତି ଏହି ପ୍ରେମ ଦିବସକୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.