ଭୋଜି ବେଳେ ଫାଟିଲା ଗ୍ୟାସ୍ ସିଲିଣ୍ଡର, ୪ ମୃତ

Published By : Prameya-News7 Bureau | July 03, 2022 IST

ନୂଆଦିଲ୍ଲୀ,୦୩/୦୭:  ଫାଟିଲା ଗ୍ୟାସ୍ ସିଲିଣ୍ଡର । ଚାଲିଗଲା ୪ ଜୀବନ । ୩ ଜଣ ଗୁରୁତର ବି ହେଲେ । ଏପରି ଅଭାବନୀୟ ଘଟଣା ଘଟିଛି  ଉତ୍ତରପ୍ରଦେଶରେ ଶାହଜାହାନପୁରରେ ।

ସୂଚନାନୁସାରେ,  ୟୁପି ଶାହାଜାହାନପୁରର ବିକ୍ରମପୁର ଗାଁରେ ଏକ ବିବାହ ଭୋଜି ଚାଲିଥିବା ବେଳେ ଗ୍ୟାସ୍ ସିଲିଣ୍ଡର ଫାଟି ଯାଇଥିଲା । ସିଲିଣ୍ଡର ଫାଟିଲା ପରେ  ନିଆଁ ଲାଗିଯାଇଥିଲା । ଏଥିରେ ୪ ଜଣ ପ୍ରାଣ ହରାଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୩ଜଣ ମହିଳାଙ୍କ ସମେତ ଜଣେ ନାବାଳିକା ଅଛନ୍ତି ।  ଅନ୍ୟ ୩ଜଣ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡିଛି ।

ତେବେ ଅଘଟଣ ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ଖବର ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.