ଗଞ୍ଜାମ ସୀମାନ୍ତରେ ବାଘ ଭୟ, ସତର୍କ ରହିବାକୁ ଡିଏଫଓଙ୍କ ନିବେଦନ

Published By : Prameya-News7 Bureau | November 08, 2023 IST

ବ୍ରହ୍ମପୁର: ଓଡ଼ିଶା ସୀମାନ୍ତରେ ବୁଲୁଛି ବାଘ। ମୋବାଇଲରୁ ମୋବାଇଲକୁ ଘୂରି ବୁଲୁଛି ଭାଇରାଲ ଫଟୋ। ଗଞ୍ଜାମ ଜିଲ୍ଲା ସାମନ୍ତିଆପଲି ରେଞ୍ଜ ସୀମା ସଂଲଗ୍ନ ଆନ୍ଧ୍ରପ୍ରଦେଶର କେତେକ ଗ୍ରାମରେ ବାଘ ବୁଲିଥିବା ଜଣାପଡ଼ିଛି । ଆନ୍ଧ୍ର ବନ ବିଭାଗ ମଧ୍ୟ ଏନେଇ ସୂଚନା ଦେଇଛନ୍ତି। ଏହାପରେ ଓଡ଼ିଶା ବନ ବିଭାଗ ସୀମାନ୍ତର କେତେକ ଗ୍ରାମରେ ଲୋକଙ୍କୁ ସଚେତନ କରିଛି ।

ଗଜପତି ପରେ ବାଘଟି ଆନ୍ଧ୍ର କବେଟି ରାଜପୁର, ଭିନ୍ଦେଗିରୀ ଅଞ୍ଚଳକୁ ଆସିଥିବାର ପାଦ ଚିହ୍ନ ମିଳିଥିଲା। ଏହାକୁ ନେଇ ଅଞ୍ଚଳବାସୀ ଭୟଭୀତ ହୋଇଥିବା କହିଛନ୍ତି। ବିଭିନ୍ନ ସମୟରେ ଗଞ୍ଜାମ, ଗଜପତି ଲୋକେ ଭିନ୍ନ ଭିନ୍ନ କାର୍ଯ୍ୟରେ ଜଙ୍ଗଲ ଅଂଚଳ ଦେଇ ଆନ୍ଧ୍ରକୁ ଯିବା ଆସିବା କରୁଥିବା ବେଳେ ଏହାର ବିହିତ ପଦକ୍ଷେପ ନେବାକୁ ବନ ବିଭାଗକୁ ଅନୁରୋଧ କରିଛନ୍ତି ଅଞ୍ଚଳବାସୀ।

ଆହୁରି ପଢ଼ନ୍ତୁ: STF ପଞ୍ଝାରେ ବାଘଛାଲ ବେପାରୀ, ଦୁଇ ଜଣ ଗିରଫ

ବାଘର ଗତିବିଧି ଲକ୍ଷ୍ୟ କରିବା ପାଇଁ ଓଡ଼ିଶା ବନ ବିଭାଗ ଆନ୍ଧ୍ର ବନ ବିଭାଗ ସମନ୍ଵୟାୀ ପାଟ୍ରୋଲିଂ ଜାରି ରଖିଛି। ବାଘ ସୋମପେଣ୍ଠା ଅଞ୍ଚଳରେ ଛଅଟି ଗୋରୁକୁ ଆକ୍ରମଣ କରି କ୍ଷତାକ୍ତ କରିଥିବା ବେଳେ ତିନୋଟି ଗୋରୁଙ୍କୁ ମାରିଥିବା ନେଇ ସୂଚନା ମିଳିଥିଲା। ଯାହାକୁ ନେଇ ଆନ୍ଧ୍ର ଓଡ଼ିଶା ସୀମାନ୍ତ ସାମନ୍ତିଆପଲ୍ଲୀ ବନାଞ୍ଚଳର ବିଭିନ୍ନ ଗ୍ରାମରେ ବନବିଭାଗ ପକ୍ଷରୁ ବାଘକୁ ନେଇ ଆତଙ୍କିତ ନହେବାକୁ ପରାମର୍ଶ ଦେଇଛନ୍ତି। ତେବେ ଗଞ୍ଜାମ ସୀମାକୁ ବାଘ ଆସିନଥିବାବେଳେ ଏଥିପ୍ରତି କଡା ନଜର ରଖାଯାଇଥିବା କହିଛନ୍ତି ବ୍ରହ୍ମପୁର ଡି.ଏଫ. ଓ ସନି ଖୋଖର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.