ୟାସିନ ମଲ୍ଲିକର ସଜା ବିରୋଧରେ ଦିଲ୍ଲୀ-ଏନସିଆରରେ ହୋଇପାରେ ଆତଙ୍କୀ ହମଲା, ହାଇ ଆଲର୍ଟ ଜାରି

Published By : Prameya-News7 Bureau | May 25, 2022 IST

ନୂଆଦିଲ୍ଲୀ: ଆତଙ୍କୀ ପାଣ୍ଠି ଯୋଗାଣ ମାମାଲରେ  ୟାସିନ ମଲ୍ଲିକକୁ ଏନଆଇଏର ସ୍ଵତନ୍ତ୍ର ଅଦାଲତ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ପରେ ଦେଶର ଗୁଇନ୍ଦା ଏଜେନ୍ସି ଦିଲ୍ଲୀ ଏବଂ ଏନସିଆରରେ ହାଇ ଆଲର୍ଟ ଜାରି କରିଛନ୍ତି। ଗୁଇନ୍ଦା ଏଜେନ୍ସିର କହିବା କଥା ୟାସିନ ମଲ୍ଲିକର ସଜା ପ୍ରତିବାଦରେ ରାଜଧାନୀ ଦିଲ୍ଲୀରେ ଆତଙ୍କୀ ଆକ୍ରମଣ ହୋଇପାରେ। ଦିଲ୍ଲୀ ପୋଲିସକୁ ସୁରକ୍ଷା ଏଜେନ୍ସିଠୁ ପ୍ରାୟ ୬ ରୁ ୭ ସମ୍ବେଦନଶୀଳ ଆଲର୍ଟ ମିଳିଛି।

ଦିଲ୍ଲୀ ପୋଲିସକୁ ମିଳିଥିବା ଗୁଇନ୍ଦା ଇନପୁଟ୍ ଅନୁଯାୟୀ, ଦିଲ୍ଲୀର ତିହାର ଜେଲରେ ବନ୍ଦୀ ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲ୍ଲିକର ସଜା ବିରୋଧରେ ଦିଲ୍ଲୀ ଏନସିଆରରେ ଆତଙ୍କୀ ହମଲା ହୋଇପାରେ। ଆତଙ୍କୀଙ୍କ ଟାର୍ଗେଟରେ ଏବେ ଦେଶର ରାଜଧାନୀ ରହିଛି।

ଯେଉଁ ଦିନ ୟାସିନ ମଲ୍ଲିକକୁ ଏନଆଇଏ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲା, ସେହି ଦିନଠୁ  ଲଗାତାର ଦିଲ୍ଲୀ  ପୋଲିସ ଏବଂ ସୁରକ୍ଷା ଏଜେନ୍ସିକୁ ଆଲର୍ଟ ମିଳୁଛି। ୟାସିନ ମଲ୍ଲିକକୁ ଦଣ୍ଡ ଦିଆଯିବା ବିରୋଧରେ ଏହାର କାର୍ଡକୋର ସମର୍ଥକ ଏବଂ ଆତଙ୍କୀ ସଂଗଠନ ଦିଲ୍ଲୀ ଏନସିଆରରେ ଆତଙ୍କୀ ହମଲା ପାଇଁ ଯୋଜନା କରୁଛନ୍ତି।

ସୂଚନାଯୋଗ୍ୟ, ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିବା ବିଛିନ୍ନତାବାଦୀ ନେତା ୟାସିନ ମଲିକକୁ ଆଜାବୀନ କାରାଦଣ୍ଡ ଶୁଣାଇଛନ୍ତି ଦିଲ୍ଲୀର ପଟିଆଲା କୋର୍ଟ। ମଲ୍ଲିକକୁ ଫାଶୀ ଦଣ୍ଡ ଦେବାକୁ କୋର୍ଟରେ ଜାବି କରିଥିଲା ଏନ୍‌ଆଇଏ। ଅନ୍ୟପଟେ କୋର୍ଟ ନିଯୁକ୍ତ କରିଥିବା ଆମିକସ କ୍ୟୁରି ମଲ୍ଲିକଙ୍କୁ ଆଜୀବନକାରାଦଣ୍ଡାଦେଶ ଦିଆଯାଉ ବୋଲି କୋର୍ଟରେ କହିଥିଲେ। କୋର୍ଟ ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ମଲ୍ଲିକକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.