ସଙ୍କଟରେ ଉତ୍ତରପ୍ରଦେଶ ସରକାର! ୩୦୦ ବିଜେପି ବିଧାୟକ ଯୋଗୀଙ୍କ ଉପରେ ଖପ୍ପା

Published By : Prameya-News7 Bureau | December 20, 2019 IST

ଲକ୍ଷ୍ନୌ  ୨୦।୧୨:  ଉତ୍ତରପ୍ରଦେଶ ବିଜେପିସରକାରରେ ଏକ ବଡ ବିଦ୍ରୋହର ଆଶଙ୍କା । ରାଜ୍ୟର ୩୦୦ରୁ ବେଶି ବିଜେପି ବିଧାୟକ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପରେ କ୍ଷୁବ୍ଧ । ଯୁକ୍ତି ଓ ପ୍ରମାଣ ସହ ଏପରି ସଙ୍ଗୀନ ଦାବି କରିଛନ୍ତି ସମାଜବାଦୀ ପାର୍ଟି ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ସିଂଯାଦବ । ସେକହିଛନ୍ତି, କେବଳ ମୁଖ୍ୟମନ୍ତ୍ରୀ ନୁହେଁ ରାଜ୍ୟ ସରକାରଙ୍କ ଉପରେ ବି ସରକାରୀ ଦଳର ଜନପ୍ରତିନିଧିମାନେ ଭୀଷଣ ଅସନ୍ତୁଷ୍ଟ ।

{"id":200209,"width":571,"height":379,"sizeSlug":"large"}

ବିଜେପି ବିଧାୟକ ନନ୍ଦକିଶୋର ଗୁଜ୍ଜରଙ୍କୁ ବିଧାନସଭାରେ କହିବାର ସୁଯୋଗ ଦିଆନଯିବା ଏବଂ ତାର ପ୍ରତିବାଦରେ ଶହେ ପାଖାପାଖି ବିଜେପି ବିଧାୟକ ବିଧାନସଭାରେ ସ୍ୱରଉତ୍ତୋଳନ କରି ଅସନ୍ତୋଷ ଜାହିର କରିବାର ଦୁଇ ଦିନ ପରେ ବିରୋଧି ସମାଜବାଦୀ ପାର୍ଟି ସୁପ୍ରିମୋ ଏପରି ଅଭିଯୋଗ ଆଣିବା ବିଜେପିର କେନ୍ଦ୍ରୀୟନେତୃତ୍ୱକୁ ବି ଦେଇଛି ଟେନ୍‌ସନ୍‌। ରାଜ୍ୟ ନେତୃତ୍ୱ ବିରୋଧରେ ବିଦ୍ରାହକୁ ମଧ୍ୟ ଅସ୍ୱୀକାର କରାଯାଇନପାରେ ବୋଲି ସ୍ଥିତି ଉପରେ ନଜର ରଖିଥିବା କିଛି ରାଜନୈତୀକ ବିଶ୍ଳେଷକ ଆଶଙ୍କା ବ୍ୟକ୍ତ କରିଛନ୍ତି ।

{"id":200211,"sizeSlug":"large"}

ବିଧାନସଭାରେ ନନ୍ଦ କିଶୋର ଗୁଜ୍ଜରଙ୍କ ସପକ୍ଷରେ ବିଧାୟକମାନେ ବାହାରିବା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରାୟ ଦୁଇ ଡଜନ ଦଳୀୟ ବିଧାୟକଙ୍କୁ ଭେଟିଥିଲେ । ସେମାନଙ୍କ ସହପୋଲିସର ଅସହଯୋଗ ଏବଂ ଦଳୀୟ ଫୋରମ୍‌ରେ ବିଧାୟକମାନଙ୍କ ଅଭିଯୋଗ ଶୁଣାଣି ପାଇଁ ଫୋରମ୍‌ର ଅଭାବ ନେଇ ଆଲୋଚନା କରିଥିଲେ । ତେବେ ଦଳୀୟ ବିଧାୟକମାନଙ୍କ ସହ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଏପରି ବ୍ୟକ୍ତିଗତ ସାକ୍ଷାତଆଲୋଚନାକୁ ନେଇ ପ୍ରଶ୍ନ କରିଛନ୍ତି ଯାଦବ ।

{"id":200208,"width":577,"height":385,"sizeSlug":"large"}

ସୀତାପୁର ଠାରେ ସାମ୍ବାଦିକଙ୍କ ସହ କଥା ହେବାବେଳେ, ଅଖିଳେଶ କହିଛନ୍ତି, ଦଳୀୟ ବିଧାୟକଙ୍କ ଅସନ୍ତୋଷନେଇ ଚାପରେ ଅଛନ୍ତିଯୋଗୀ । ଏହାଛଡା ନାଗରିକତା ସଂଶୋଧନ ଆଇନ ବିରୋଧରେ ପ୍ରତିବାଦକୁ ଚପାଇବାକୁ ଯୋଗୀସରକାର ୧୪୪ ଧାରା ଲାଗୁ କରିବା ଏବଂ ସମାଜବାଦି ପାର୍ଟି କର୍ମୀଙ୍କୁ ଅଟକ ରଖିବା ନେଇ ମଧ୍ୟ ସମାଲୋଚନା କରିଛନ୍ତି ଅଖିଳେଶ । କହିଛନ୍ତି ରାଜ୍ୟର ବିଜେପି ସରକାର ୧୪୪ ସିଆରପିସି ଭଳି ଦୁର୍ବଳ । ତେବେ ପୋଲିସର ଦମନସତ୍ତ୍ୱେ ଏସପି କର୍ମୀ ପ୍ରତିବାଦ ଜାରିରଖିଥିବାରୁ ଖୁସିଜାହିର କରିଛନ୍ତି ଜୁନିୟର ଯାଦବ । ବ୍ୟଙ୍ଗକରି କହିଛନ୍ତି, ଯୋଗୀ ସରକାରଦୁର୍ବଳ, କିନ୍ତୁ ନ ଭାଙ୍ଗୁ । କିନ୍ତୁ ୩ ଶହ ବିଧାୟକଯେ , ଅସନ୍ତୁଷ୍ଟ । ପ୍ରକାଶଯୋଗ୍ୟଯେ, ୨୦୧୭ ବିଧାନସଭାନିର୍ବାଚନରେବିଜେପି ୪୦୪ ଆସନ ବିଶିଷ୍ଟ ୟୁପି ବିଧାନସଭାରେ ୩୧୨ ଆସନ ଜିଣି କ୍ଷମତାକୁ ଆସିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.