Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବୋତଲରେ ବିକ୍ରି ହେଉଥିବା ପାଣି ନଳକୂଅ ପାଣିଠାରୁ ଅଧିକ ସ୍ବଚ୍ଛ ନୁହେଁ, କେବଳ ଅତ୍ୟଧିକ ସ୍ବାସ୍ଥ୍ୟ ସଚେତନତା ଓ ମୃତ୍ୟୁଭୟର ଫାଇଦା ନେଇ ବୋତଲ ପାଣି ବ୍ୟବସାୟ ଚାଲିଛି : ଅଧ୍ୟୟନ

26/10/2018 at 6:12 PM

ଟରୋଣ୍ଟୋ ୨୬|୧୦: ବଜାରରେ ବିକ୍ରି ହେଉଥିବା ବୋତଲ ପାଣି ସ୍ବଚ୍ଛତା ଦୃଷ୍ଟିରୁ ଅଧିକ ଲାଭ ପ୍ରଦ ନୁହେଁ । କେବଳ ଲୋକଙ୍କ ସ୍ବାସ୍ଥ୍ୟ ସଚେତନତା ଏବଂ ମୃତ୍ୟୁ ପ୍ରତି ଅତ୍ୟଧିକ ଭୟ ଯୋଗୁଁ ଏହି ବୋତଲ ପାଣି ବ୍ୟବସାୟ ଚାଲିଛି  । କାନାଡାର ୟୁନିଭରସିଟି ଅଫ୍ ଓ୍ବାଟରଲୁରେ ହୋଇଥିବା ଏକ ଅଧ୍ୟୟନରୁ ଏହା ଜଣାପଡିଛି । ଅଧ୍ୟୟନ କରିଥିବା ବୈଜ୍ଞାନିକମାନେ କହିଛନ୍ତି ଯେ, ଲୋକମାନେ ଜାଣିଛନ୍ତି ଯେ ବିକ୍ରି କରାଯାଉଥିବା ପାଣି ବୋତଲରୁ ସେମାନଙ୍କୁ କିଛି ଲାଭ ମିଳୁନାହିଁ । ମାତ୍ର ମୃତ୍ୟୁର ଭୟ ଲୋକଙ୍କୁ ବକ୍ରି ହେଉଥିବା ପାଣି ବୋତଲ କିଣିବାକୁ ବାଧ୍ୟ କରିଥାଏ ।ବିକ୍ରି ହେଉଥିବା ପାଣି ବୋତଲର ପ୍ରଚାର ମନୁଷ୍ୟର ମନୋବୈଜ୍ଞାନିକ ସମ୍ବେଦନଶୀଳତାକୁ ଟାର୍ଗେଟ କରିଥାଏ । ଯାହା ବୋତଲ ପାଣି କିଣିବା ଏବଂ ବ୍ୟବହାର କରିବା ପାଇଁ ବାଧ୍ୟ କରିଥାଏ ।

କାନାଡାର ୟୁନିଭରସିଟି ଅଫ୍ ଓ୍ବାଟରଲୁରେ ଅଧ୍ୟୟନ କରୁଥିବା ଷ୍ଟିଫନ କୋଟ୍ କହିଛନ୍ତି ଯେ, ବିକ୍ରି ହେଉଥିବା ପାଣି ବୋତଲର ପ୍ରଚାରକ ଆମର ସବୁଠୁ ବଡ ଭୟ ସହ ଖେଳିଥାନ୍ତି। ମୃତ୍ୟୁର ଭୟ ଆମକୁ ଆମକୁ ବିପଦରେ ପଡିବାରୁ ରକ୍ଷା କରିଥାଏ । କିଛି ଲୋକଙ୍କୁ ବିକ୍ରି କରାଯାଉଥିବା ପାଣି ସୁରକ୍ଷିତ ଏବଂ ଶୁଦ୍ଧ ଲାଗିଥାଏ । କାହିଁକି ନା ସେମାନଙ୍କୁ ମୃତ୍ୟୁର ଭୟ ଅଧିକ ଥାଏ ।

ଅଧ୍ୟୟନରେ ଏହା କୁହାଯାଇଛି ଯେ, ଯେତେବେଳେ ଆମକୁ ନଳକୂପ ଜରିଆରେ ଶୁଦ୍ଧ ପାଣି ମିଳୁଛି ତେବେ ଆମେ ବିକ୍ରି ହେଉଥିବା ପାଣି ପ୍ରତି କାହିଁକି ଆକର୍ଷିତ ହୋଇଥାଉ । କାହିଁକି ନା ବିଜ୍ଞାପନ ମାଧ୍ୟମରେ ଆମ ମନରେ ଏଭଳି ଭ୍ରାନ୍ତ ଧାରଣା ଭର୍ତ୍ତି କରିଦିଆଯାଇଥାଏ ଯେ ବିକ୍ରି କରାଯାଉଥିବା ପାଣି ହିଁ ସୁଦ୍ଧ । ଏଭଳି ବିଜ୍ଞାପନ ସବୁ ସାଧାରଣତଃ ଏଭଳି ଉପଭୋକ୍ତାମାନଙ୍କୁ ଟାର୍ଗେଟ କରାଯାଇଥାଏ ଯେଉଁମାନେ ସ୍ବାସ୍ଥ୍ୟ, ପ୍ରସିଦ୍ଧି, ଆଧିପତ୍ୟ, ପରିବେଶ ଆଦିକୁ ଗୁରୁତ୍ବ ଦେଇଥାନ୍ତି ।

ଲୋକଙ୍କୁ ନଳକୂପ ପାଣି ଆଡକୁ ଆକର୍ଷିତ କରିବା ଲାଗି ନୂଆ ବିଜ୍ଞାପନ ଓ ଉପାୟ ଉପରେ ଧ୍ୟାନ ଦେବାପାଇଁ ଏହି ଅଧ୍ୟୟନରେ ପରାମର୍ଶ ଦିଆଯାଇଛି ।ଫଳରେ  ପାଣି କମ୍ପାନୀମମାନଙ୍କ ବ୍ୟବସାୟ କ୍ଷତିଗ୍ରସ୍ତ ହେବ ।

   Related Posts