ଫାଇଜର୍ ଭାକସିନ୍ କୋଭିଡ-୧୯ର ସଫଳ ପ୍ରତିରୋଧକ, ଆମେରିକୀୟ ନିୟନ୍ତ୍ରକ ଏଫଡିଏ ଦେଲା ସକରାତ୍ମକ ସମୀକ୍ଷା ରିପୋର୍ଟ

Published By : Prameya-News7 Bureau | December 09, 2020 IST

ନ୍ୟୁୟର୍କ,୦୯/୧୨:  ମଙ୍ଗଳବାର ଆମେରିକା ସରକାର ଏକ ଦସ୍ତାବିଜରେ ଫାଇଜର ଓ ବାୟୋନଟେକର କରୋନା ବାକସିନ୍ ଫଳପ୍ରଦ ବୋଲି ସ୍ପଷ୍ଟ କରିଛନ୍ତି । ଏହି ଭାକସିନ୍ କରୋନା ବିରୋଧରେ ଲଢିବ ବୋଲି ପ୍ରମାଣ ସହ ଦୃଢ ଭାବେ ଯୁକ୍ତି ଉପସ୍ଥାପନ କରାଯାଇଛି ।

ଆମେରିକାର ଖାଦ୍ୟ ଓ ଔଷଧ ପ୍ରଶାସନ ବା ଏଫଡିଏ କହିଛି ଯେ, ଆଟଲାଣ୍ଟିକ୍ ଓ ବ୍ରିଟେନରେ ମଙ୍ଗଳବାରଠାରୁ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । କିନ୍ତୁ ଆମେରିକାରେ ଏବେବି ଭାକସିନ ପାଇଁ ଅନୁମତିକୁ ଅନେକ ପର୍ଯ୍ୟାୟ ଦେଇ ଗତି କରିବାକୁ ହେବ । ଏଥିପାଇଁ ଏକ କମିଟି ଗଠନ କରାଯାଇଛି । ସବୁଜ ସଙ୍କେତ ମିଳିବା ପରେ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ ।

ଫାଇଜର ଓ ବାୟୋଏନଟେକ୍ ଦାବି କରିଥିଲେ ଯେ, ସେମାନଙ୍କ ଭାକସିନ ୯୫ ପ୍ରତିଶତ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛି । ଯେଉଁ ୧୭୦ଜଣଙ୍କୁ ଟିକା ଦେବା ପରେ ଇନଫେକ୍ସନ ହୋଇଥିଲା ସେମାନଙ୍କ ମଧ୍ୟରୁ ମାତ୍ର ୮ଜଣଙ୍କୁ ପ୍ରକୃତ ଟିକା ଦିଆଯାଇଥିଲା ।

ଏଫଡିଏର ପରାମର୍ଶଦାତା ଡାକ୍ତର ପଲ୍ ଓଫିଟ୍ କହିଛନ୍ତି ଯେ, ଟିକାର ସେକେଣ୍ଡ ଡୋଜ୍ ସ୍ୱେଚ୍ଛାସେବୀଙ୍କୁ ପ୍ରଦାନ କରାଯାଇଛି। କେତେ ଦିନ ଯାଏଁ ଏହା ପ୍ରଭାବି ରହିବ ତାହା କହିବା ଅସମ୍ଭବ । ୬ ମାସ ପରେ ଏହାର ପ୍ରଭାବ ରହିବ ନା ନାହିଁ ତାକୁ ନେଇ ଲୋକେ ଚିନ୍ତାରେ ରହିଛନ୍ତି ।

ଫାଇଜର କହିଛି ଯେ, ଟିକା ନେବେ ପରେ ସେତେଟା ଗୁରୁତର ପାର୍ଶ୍ୱପ୍ରତିକ୍ରିୟା କାହାଠାରେ ଦେଖିବାକୁ ମିଳିନାହିଁ । କିଛିଜଣଙ୍କ ଠାରେ ଥଣ୍ଡା, ଜ୍ୱର ଓ ମୁଣ୍ଡବ୍ୟଥା ଦେଖା ଯାଇଥିଲା । ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ ଓ ଭାଇରସ ସହ ଲଡିଥାଏ ।

ସୂଚନାଯୋଗ୍ୟ, ଭାକସିନେସନ୍ ପୂର୍ବରୁ ଫାଇଜର ୪୪ହଜାର ଜଣଙ୍କଠାରେ ପରୀକ୍ଷଣ କରିଛି । ଭାକସିନର ଏହି ଟ୍ରାଏଲ୍ ଶେଷ ହୋଇଛି । ଏହାସହ ବ୍ରିଟେନରେ ଭାକସିନେସନ ଆରମ୍ଭ ହୋଇ ଗଲାଣି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.