ଚାଷୀଙ୍କ ଲାଗି ଖୁସି ଖବର, ଏଫସିଆଇ ସାରା ଦେଶରେ ନିର୍ମାଣ କରିବେ ୨୪୯ଟି ସାଇଲୋ, ଆଉ ଯିବାକୁ ପଡିବନି ଦୂରକୁ

Published By : Prameya-News7 Bureau | October 19, 2022 IST

ନୂଆଦିଲ୍ଲୀ ୧୯।୧୦: ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ) ୯ ହଜାର ୨୩୬ କୋଟି ଟଙ୍କା ନିବେଶରେ ଦେଶର ୧୨ ରାଜ୍ୟର ୨୪୯ଟି ସ୍ଥାନରେ ଷ୍ଟିଲ ନିର୍ମିତ ଆଧୁନିକ ସାଇଲୋ ନିର୍ମାଣ ଲାଗି ଯୋଜନା କରିଛନ୍ତି। ପବ୍ଲିକ୍ ପ୍ରାଇଭେଟ୍‌  ପାର୍ଟନରସିପ୍(ପିପିପି)ରେ ହବ୍ ଏଣ୍ଡ ସ୍ପୋକ୍ ମଡେଲରେ ଏହି ସାଇଲୋଗୁଡିକ ନିର୍ମିତ ହେବ। ଏ ଗୁଡିକର ମୋଟ ଷ୍ଟୋରେଜ୍ କ୍ଷମତା ୧୧୧.୧୨୫ ଲକ୍ଷ ମେଟ୍ରିକ ଟନ୍‌ ରହିବ।

{"id":697923,"sizeSlug":"full","linkDestination":"none"}

ଏହି ସାଇଲୋଗୁଡିକର ନିର୍ମାଣ ଖେତ ପାଖଆଖରେ କରାଯିବ, ଯେପରି ସାଇଲୋ ପର୍ଯ୍ୟନ୍ତ ଫସଲ ପହଞ୍ଚାଇବାକୁ ଚାଷୀଙ୍କୁ ସମସ୍ୟା ଓ ସମୟ କମ ପଡିବ। ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରାଳୟ ଏକ ବୟାନରେ କହିଛନ୍ତି ଯେ ଏହି ସାଇଲୋଗୁଡିକର ନିର୍ମାଣ ଆଗାମୀ ୩-୪ ବର୍ଷରେ ୩ ପର୍ଯ୍ୟାୟରେ ହେବ। ହବ୍ ଏଣ୍ଡ ସ୍ପୋକ୍‌ ମଡେଲର ପ୍ରଥମ ପର୍ଯ୍ୟାୟରେ ଏଫସିଆଇ ଦ୍ୱାରା ୮୦ଟି ସ୍ଥାନରେ ୩୪.୮୭୫ ଏଲଏମଟି କ୍ଷମତାର ସାଇଲୋର ନିର୍ମାଣ କରାଯିବ।

{"id":697925,"sizeSlug":"full","linkDestination":"none"}

ଏଥିରୁ ୧୪ଟି ସ୍ଥାନରେ ୧୦.୧୨୫ଏଲଏମଟି ସାଇଲୋର ନିର୍ମାଣ ଡିଜାଇନ, ବିଲ୍ଡ, ଫଣ୍ଡ ଓନ ଏଣ୍ଡ ଟ୍ରାନ୍ସଫର (ଡିବିଏଫଓଟି)ମୋଡରେ କରାଯିବ। ସେହିପରି ମୋଟ ୨୪.୭୫ଏଲଏମଟି କ୍ଷମତାର ୬୬ଟି ସାଇଲୋର ନିର୍ମାଣ ଡିବିଏଫଓଟି ମୋଟରେ କରାଯିବ। ପ୍ରଥମ ପର୍ଯ୍ୟାୟରେ ଦେଶର ୯ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ପ୍ରଦେଶରେ ସାଇଲୋର ନିର୍ମାଣ ହେବ। ଏଥିରେ ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଗୁଜରାଟ, ରାଜସ୍ଥାନ, ମହାରାଷ୍ଟ୍ର, ବିହାର,ପଶ୍ଚିମବଙ୍ଗ ଓ ଜମ୍ମୁ-କାଶ୍ମୀରରେ ନିର୍ମାଣ କରାଯିବ। ଏହି ନିର୍ମାଣ କାର୍ଯ୍ୟ ରାଜ୍ୟ ସରକାର, ନୀତି ଆୟୋଗ, ଅର୍ଥମନ୍ତ୍ରାଳୟ,ରେଳ ମନ୍ତ୍ରାଳୟ ଓ ଇସ୍ପାତ ମନ୍ତ୍ରାଳୟ ପରାମର୍ଶ ପରେ ହାତକୁ ନିଆଯାଇଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.