AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଝାରସୁଗୁଡାରେ କ୍ରାଇମବ୍ରାଞ୍ଚ ତନାଘନା, ଗୁଳିମାଡ଼ ସ୍ଥାନରେ ମେଟାଲ ଡିଟେକ୍ଟର ଯାଞ୍ଚ
  • ||
  • କଟକ: ସବ ରେଜିଷ୍ଟ୍ରାର ଅଫିସରେ ଅଗ୍ନିକାଣ୍ଡ, ରେକର୍ଡ ରୁମ୍‌ରେ ଲାଗିଲା ନିଆଁ
  • ||
  • ଭୁବନେଶ୍ୱର: ଜେଲ୍‌ରେ ପରୀକ୍ଷା ଦେବେ ଅର୍ଚ୍ଚନା, ଅନୁମତି ଦେଇଥିଲେ କୋର୍ଟ
  • ||

ରାଷ୍ଟ୍ରପତି ଜୋ ବାଇଡେନଙ୍କ ଘରେ ଏଫବିଆଇ ରେଡ୍, ୧୩ ଘଣ୍ଟାର ଚଢଉରେ ୬ ଗୋପନୀୟ ଦସ୍ତାବିଜ ଜବତ

22/01/2023 at 5:45 PM

ନୂଆଦିଲ୍ଲୀ: ଡେଲାୱେୟରରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ବାସଭବନରେ ଯାଞ୍ଚ କରିଛି ଏଫବିଆଇ । ଚଢଉରେ ଗୋପନୀୟ ଦସ୍ତାବିଜ ଭାବେ ଛଅଟି ଦସ୍ତାବିଜ ଜବତ କରାଯାଇଛି । ବାଇଡେନଙ୍କ କିଛି ହାତ ଲେଖା ନୋଟ୍ ମଧ୍ୟ ବିଭାଗ ଜବତ କରିଛି । ରାଷ୍ଟ୍ରପତିଙ୍କ ଓକିଲ ବାବ ବାଉର ଏହି ସୂଚନା ଦେଇଛନ୍ତି । ବାଉର କହିଛନ୍ତି ଯେ ନ୍ୟାୟ ବିଭାଗ ଶୁକ୍ରବାର ବାଇଡେନଙ୍କ ୱିଲମିଗଂଟନ ସ୍ଥିତି ବାସଭବନରେ ଚଢଉ କରି ତଦନ୍ତ କରିଥିଲେ । ପ୍ରାୟ ୧୩ ଘଣ୍ଟା ଯାଏ ଏହି ଚଢଉ ଜାରି ରହିଥିଲା ।

ବାଉର ଏକ ବୟାନରେ କହିଛନ୍ତି ଯେ ନ୍ୟାୟ ବିଭାଗ ନିଜ ତଦନ୍ତ ପରିସରରେ ଆସୁଥିବା ସାମଗ୍ରୀକୁ ନିଜ କବଜାକୁ ନେଇଛି । ଏଥିରେ ଗୋପନୀୟ ଦସ୍ତାବିତ ରୂପେ ଚିହ୍ନିତ ବସ୍ତୁ ଏବଂ ଅନ୍ୟ ସାମଗ୍ରୀ ସାମିଲ ରହିଛି । ବୟାନ ଅନୁସାରେ, ଉପରାଷ୍ଟ୍ରପତି ଭାବେ ବାଇଡେନଙ୍କ କାର୍ଯ୍ୟକାଳ ସମୟରେ ତାଙ୍କର ବ୍ୟକ୍ତିଗତ ହାତ ଲେଖା ନୋଟକୁ ନିଜ କବଜାକୁ ନେଇଛନ୍ତି ।       

ଜୋ ବାଇଡେନଙ୍କ ଓକିଲଙ୍କୁ ପ୍ରାୟ ଏକ ସପ୍ତାହ ପୂର୍ବେ ତାଙ୍କ ଘରର ଲାଇବ୍ରେରୀରୁ ଛଅଟି ଗୋପନୀୟ ଦସ୍ତାବିଜ ମିଳିଥିଲା । ଏହି ଦସ୍ତାବିଜ ତାଙ୍କର ଉପରାଷ୍ଟ୍ରପତି କାର୍ଯ୍ୟକାଳ ସମୟ ସହ ଜଡିତ ଥିଲା । ଦସ୍ତାବିଜ ଖୋଜିବା ଆମେରିକାରେ ଏକ ରାଜନୈକିତ ପ୍ରସଙ୍ଗ ହୋଇଥିଲା । କାରଣ ରାଷ୍ଟ୍ରପତି ପଦରୁ ହଟିବା ପରେ ଡୋନାଲ୍ଡ ଟ୍ରମ୍ପଙ୍କ ଘରେ ଚଢଉ କରାଯାଇଥିଲା ଏବଂ ଗୋପନୀୟ ଦସ୍ତାବିଜ ଜବତ କରାଯାଇଥିଲା । ବାଇଡେନଙ୍କ ପାଇଁ ଏହି ଦସ୍ତାବିଜ ମୁଣ୍ଡ ବ୍ୟଥାର କାରଣ ହୋଇଥିଲା ଏବଂ ଟ୍ରମ୍ପ ସହ ଜଡିତ ତଦନ୍ତକୁ ଅଧିକ ଜଟିଳ କରିଥିଲା । ଏହାକୁ ନଜରରେ ରଖି ଏଫବିଆଇ ଯାଞ୍ଚ ଆରମ୍ଭ କରିଥିଲା ।  

ଏହା ଉପରେ ରାଷ୍ଟ୍ରପତି ବାଇଡେନ କହିଛନ୍ତି, ‘ଆମକୁ କିଛି ଦସ୍ତାବିଜ ଭୁଲ ସ୍ଥାନରୁ ମିଳିଛି । ଏହା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ୍ୟାୟ ବିଭାଗକୁ ହସ୍ତାନ୍ତର କରିଛୁ’ । ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରାଯାଉଛି ଏବଂ ମାମଲାର ଶୀଘ୍ର ସମାଧାନ ବାହାର କରାଯିବ ବୋଲି ବାଇଡେନ କରିଛନ୍ତି ।   

   Related Posts