facebook ୟୁଜରଙ୍କ ଲାଗି ବଡ ଖବର,ଏଣିକି ଦେବାକୁ ପଡିବ ପଇସା

Published By : Prameya-News7 Bureau | May 04, 2020 IST

ବିଶ୍ୱରେ କରୋନା ଜନିତ ପରିସ୍ଥିତିରେ ଅନେକ କିଛି ପରିବର୍ତ୍ତନ ହୋଇଛି। ଏଥିରେ ସୋସିଆଲ ମିଡିଆ ସାଇଟ୍ ଫେସବୁକ୍ ଯଦି ବ୍ୟବହାର କରୁଛନ୍ତି ତେବେ ଖବର ଆପଣଙ୍କ ଲାଗି ଜରୁରି। ଫେସ୍‌ବୁକ୍‌ରେ ଲାଇଭ୍ ଭିଡିଓଜ ଦେଖିବା ଲାଗି ଏବେ ଆପଣଙ୍କୁ ପେମେଣ୍ଟ କରିବାକୁ ପଡିପାରେ। ଏଥିଲାଗି ଫେସବୁକ୍ ଖୁବ୍ ଶୀଘ୍ର ଏକ ନୂଆ ଫିଚର ସଂଯୁକ୍ତ କରିବେ ବୋଲି ଜଣାପଡିଛି।

{"id":264505,"sizeSlug":"large"}

ଫେସବୁକ୍‌ଙ୍କ ନୂଆ ଫିଚରରେ ୟୁଜର ଲାଇବ୍ ବ୍ରଡକାଷ୍ଟ ଆରମ୍ଭ କରିବା ପୂର୍ବରୁ ସେ ଏହାକୁ ନିଃଶୁଳ୍କ ଦେଖାଇବେ କି ଏଥିଲାଗି ଆକ୍ସେସ୍ କରିବା ଲୋକଙ୍କୁ ପେମେଣ୍ଟ କରିବାକୁ ହେବ ତାର ନିଷ୍ପତ୍ତି ନେଇ ପାରିବେ। କରୋନା ମହାମାରୀରେ ପରଫର୍ମିଂ ଆର୍ଟିଷ୍ଟଙ୍କ ଲାଗି ଫେସ୍‌ବୁକ୍‌ ଏହି ଫିଚର ସଂଯୁକ୍ତ କରିବେ।  କରୋନା ଲକଡାଉନ୍‌ ଯୋଗୁ ଲୋକେ ଘରେ ବନ୍ଦୀ ଜୀବନ କଟାଇବାକୁ ବାଧ୍ୟ ହେଉଛନ୍ତି। ଏଥିରେ ପରଫର୍ମିଂ ଆର୍ଟିଷ୍ଟମାନେ ସେମାନଙ୍କ କଳାନୈପୁଣ୍ୟତାଭରା ଭଡିଓ କରି ଫେସ୍‌ବୁକ୍‌ରେ ଅପଲୋଡ କରୁଛନ୍ତି। ଯାହାକୁ ବିଶ୍ୱର କୋଣ ଅନୁକୋଣରେ ଲୋକେ ଦେଖୁଥିଲେ ହେଁ ଏଥିରୁ ସେମାନଙ୍କୁ କିଛି ମିଳୁନାହିଁ।

{"id":264508,"sizeSlug":"large"}

ମ୍ୟୁଜିକ୍‌ସିୟାନ୍ସ, କମେଡିଆନ, ପର୍ସନାଲ ଟ୍ରେନର ଓ ସ୍ପିକରମାନଙ୍କ ଲାଗି ଏହା ରୋଜଗାରର ସୁବୁର୍ଣ୍ଣ ସୁଯୋଗ ସୃଷ୍ଟି କରିବ। ସୋସିଆଲ ଡିଷ୍ଟାନସିଂ ଲାଗି ଏମାନେ ଘରେ ରହୁଛନ୍ତି ଓ କେଉଁଠି କିଛି ପରଫର୍ମ କରିପାରୁନାହାନ୍ତି। କେବଳ ଏପରି ଲୋକେ ନୁହଁନ୍ତି ଯେଉଁମାନେ ଚାରିଟି ଲାଗି ଦାନ ସଂଗ୍ରହ କରିବାକୁ ଚାହାନ୍ତି ସେମାନେ ମଧ୍ୟ ଏଥିରୁ ଲାଭାନ୍ୱିତ ହେବ। ଏପରି ୟୁଜରମାନେ ଲାଇଭଷ୍ଟ୍ରିମିଂରେ ଡୋନେଟ୍ ବଟମ ମଧ୍ୟ ସାମିଲ କରିପାରିବେ। ଏହି ଅପସନ୍ସରୁ ସଂଗୃହୀତ ଶତ ପ୍ରତିଶତ ଅର୍ଥ ସେମାନଙ୍କ ଆକାଉଣ୍ଟରେ ପଠାଇଦେବେ। ଏଥିରୁ ଫେସବୁକ୍ ଗୋଟିଏ ବି ପଇସା ନେବେନି ବୋଲି ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.