ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

ଆଶରଫ ଘନୀଙ୍କ ଝିଅ ଆମେରିକାରେ ବୁଲୁଛନ୍ତି, ଆଫଗାନିସ୍ତାନ ମହିଳାଙ୍କ ପାଇଁ ଦୁଇ ଦିନ ତଳେ ଆମେରିକୀୟଙ୍କୁ କରିଥିଲେ ଅପିଲ, କ’ଣ କରନ୍ତି ପୂର୍ବତନ ରାଷ୍ଟ୍ରପତିଙ୍କ ଝିଅ…

21/08/2021 at 5:40 PM

ନୂଆଦିଲ୍ଲୀ, ୨୧|୦୮:   ତାଲିବାନ ସମ୍ପୂର୍ଣ୍ଣ ଆଫଗାନିସ୍ତାନ ଉପରେ କବଜା କରିବାର ଠିକ୍ ପୂର୍ବରୁ ପୂର୍ବତନ ରାଷ୍ଟ୍ରପତି ଆଶରଫ ଘନୀ ଦେଶ ଛାଡି ପଳାୟନ କରିଥିଲେ । ତାଙ୍କ ଝିଅ ମାରିଆମ ଘନୀ କିନ୍ତୁ ନ୍ୟୁୟର୍କରେ ଅଛନ୍ତି । ନ୍ୟୁୟର୍କ ସହରରେ ତାଙ୍କୁ ଠାବ କରାଯାଇଛି । ଏପରିକି ସେ ବିଳାସପୂର୍ଣ୍ଣ ଜୀବନ ବିତାଉଥିବା ମଧ୍ୟ ଦେଖିବାକୁ ମିଳିଛି । ତାଙ୍କୁ ଆଫଗାନିସ୍ତାନର ସ୍ଥିତି ବାବଦରେ ପଚରାଯିବାରୁ ସେ କିଛି କହିବାକୁ ମନା କରିଦେଇଥିଲେ ।

ନ୍ୟୁୟର୍କ ପୋଷ୍ଟର ରିପୋର୍ଟ ଅନୁସାରେ, ୪୩ ବର୍ଷୀୟ ମାରିଆମ ବ୍ରୁକଲିନର କ୍ଲିଣ୍ଟନ୍ ହିଲର୍ ବିଲ୍ଡିଂରେ ରୁହନ୍ତି । ଆମେରିକାର ଜନ୍ମିତ ମାରିଆମ ପେଶାରେ ଜଣେ ଚଳଚ୍ଚିତ୍ର ନିର୍ମାତା । ସେ ଆଫଗାନ ମହିଳାଙ୍କଠାରୁ ଭିନ୍ନ ଜୀବନ ଜିଇଁଥାନ୍ତି । ତାଙ୍କ ପିତା ଆଫଗାନିସ୍ତାନ ଛାଡି ପଳାୟନ କରିବା ପରେ ତାଙ୍କୁ ଜଣେ ବନ୍ଧୁଙ୍କ ସହ ବୁଲୁଥିବା ବେଳେ ଠାବ କରାଯାଇଥିଲା ।

ବ୍କୁକଲିନରେ ଜନ୍ମଗ୍ରହଣ କରିଥିବା ମାରିଆମ ମେରିଲ୍ୟାଣ୍ଡରେ ବଡ ହୋଇଥିଲେ । ସେ ପିଲାଦିନୁ କଳା ସହ ଜଡିତ ଥିଲେ । ନ୍ୟୁୟର୍କ ୟୁନିଭର୍ସିଟି ସହ ସ୍କୁଲ ଅଫ୍ ଭିଜୁଆଲ୍ ଆର୍ଟସରେ ସେ ଶିକ୍ଷାଲାଭ କରିଥିଲେ । ବିଶ୍ୱର ଅନେକ ବଡ ବଡ ମ୍ୟୁଜିୟମରେ ତାଙ୍କର କଳାକୃତ୍ତି ସ୍ଥାନ ପାଇଛି । ୨୦୦୨ରେ ସେ ୨୪ ବର୍ଷର ଥିବା ବେଳେ ଆଫଗାନିସ୍ତାନ ଯାଇଥିଲେ ।

ମାରିଆମ ଏବେ କିନ୍ତୁ ଆଫଗାନିସ୍ତାନର ସ୍ଥିତି ବାବଦରେ କିଛି କହିବାକୁ ମନା କରିଦେଇଛନ୍ତି । ସେ କିନ୍ତୁ ଆମେରିକୀୟଙ୍କୁ ଆଫଗାନିସ୍ତାନ ପାଇଁ ସାମ୍ନାକୁ ଆସିବାକୁ ସଚେତନ କରୁଛନ୍ତି । ଏଥିପାଇଁ ସେ ସ୍ୱତନ୍ତ୍ର ଭାବେ ଏକ ଅଭିଯାନ ଆରମ୍ଭ କରିଛନ୍ତି । ଦୁଇ ଦିନ ତଳେ ସେ ସୋସିଆଲ ମିଡିଆରେ ଆଫଗାନବାସୀଙ୍କ ସୁରକ୍ଷା ପାଇଁ କଣ କରିପାରିବେ ବୋଲି ପ୍ରଶ୍ନ କରିଥିଲେ । ତାଙ୍କ କହିବାନୁସାରେ, ସେ ପରିବାର, ବନ୍ଧୁ ଓ ସହଯୋଗୀଙ୍କୁ ନେଇ ଚିନ୍ତିତ ଅଛନ୍ତି । ତାଙ୍କ ଦ୍ୱାରା ଯାହା ସମ୍ଭବ ସେ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ତେବେ ତାଙ୍କୁ କିଛି ଗଣମାଧ୍ୟମ ବାପା ଆଶରଫଙ୍କ ବାବଦରେ ପ୍ରଶ୍ନ ପଚାରିଥିଲେ । କିନ୍ତୁ ସେ ପ୍ରଶ୍ନକୁ ଏଡାଇ ଯାଇଥିଲେ ।

   Related Posts