ପ୍ଲେଷ୍ଟୋରରେ ଲିଷ୍ଟ ହେଲା FAU-G, ପବ୍‌ଜିକୁ ଦେବ ଟକ୍କର

Published By : Prameya-News7 Bureau | December 01, 2020 IST

ନୂଆଦିଲ୍ଲୀ ୦୧/୧୨ : ଭାରତରେ ପବଜି PUBG ପୁଣି ରିଲଞ୍ଚ ହେବା ପୂର୍ବରୁ ଭାରତର ଦେଶୀ ଗେମିଙ୍ଗ୍ ଆପ୍ FAU-G ଖୁବ ଶୀଘ୍ର ଲଞ୍ଚ ହେବାକୁ ଯାଉଛି। ଗୁଗଲ୍ ପ୍ଲେଷ୍ଟୋରରେ FAU-G ଗେମକୁ ଲିଷ୍ଟ କରାଯାଇଛି। ଏହି ଗେମ୍ ଇଣ୍ଡ୍ରଏଡ୍ ୟୁଜର୍ସଙ୍କ ପାଇଁ ପ୍ରସ୍ତୁତ କରାଯାଉଛି। ସେଥିପାଇଁ ଗେମର ପ୍ରି-ରେଜିଷ୍ଟ୍ରେସନ୍ ଆପ୍ ଗୁଗଲ୍ ପ୍ଲେଷ୍ଟୋରରେ ଉପଲବ୍ଧ। ଆଇଓଏସ ୟୁଜର୍ସଙ୍କୁ ଏହି ଗେମ୍ ପାଇଁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡିପାରେ।

{"id":370731,"sizeSlug":"large"}

FAU-G ଗେମ ଖେଳିବାକୁ ପ୍ରି-ରେଜିଷ୍ଟ୍ରେସନ୍ ଆରମ୍ଭ ହୋଇଯାଇଛି। ପ୍ରି-ରେଜିଷ୍ଟ୍ରେସନ୍ ପାଇଁ ଆପଣଙ୍କୁ ପ୍ରଥମେ ଗୁଗଲ୍ ପ୍ଲେଷ୍ଟୋରକୁ ଯାଇ FAU-G ସର୍ଚ୍ଚ କରିବାକୁ ହେବା। ଯଦି ଆପଣଙ୍କ ଫୋନ୍ ଗେମ୍ ପାଇଁ କମ୍ଫଟେବଲ୍ ତାହେଲେ ଆପଣଙ୍କୁ ପ୍ରି-ରେଜିଷ୍ଟ୍ରେସନ୍ ବଟମ୍ ଦେଖାଇବ। ପ୍ରି-ରିଜେଷ୍ଟ୍ରେସନ୍ ପାଇଁ ଆପଣଙ୍କୁ ଗ୍ରୀନ୍ ବଟମ୍ ଉପରେ କିଲଙ୍କ କରିବାକୁ ହେବ।

{"id":370732,"sizeSlug":"large"}

FAU-G ଗେମର ପୁରା ନାଁ ହେଲା Fearless and United Guards । ଏହା ଏକ ୱାର୍ ଗେମ୍। ଏହି ଗେମରେ ଏକ ଯୁଦ୍ଧ କ୍ଷେତ୍ର ରହିଛି। ବଲିଉଡ୍ ଅଭିନେତା ଅକ୍ଷୟ କୁମାର ଏହି ଗେମର ବ୍ରାଣ୍ଡ ଆମ୍ବାସେଡର୍। ଗତ କିଛି ମାସ ପୂର୍ବରୁ ଭାରତ-ଚୀନ ସୀମା ବିବାଦ ପରେ ଲୋକପ୍ରିୟ ଗେମ୍ ପବଜିକୁ ଭାରତରେ ବ୍ୟାନ୍ କରାଯାଇଥିଲା। FAU-G କୁ ପବଜି ବଦଳରେ ଲଞ୍ଚ କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.