ସଫଳ କଲା ଦୃଢ଼ ଇଚ୍ଛାଶକ୍ତି : ବାପା ଡାକ୍ତରଖାନା ଛକରେ ବିକୁଥିଲେ ଚା’; ପୁଅ ହେବ ଡାକ୍ତର
11/09/2022 at 11:40 PM

ଫୁଲବାଣୀ ୧୧/୦୯: ଦୃଢ଼ ଇଚ୍ଛାଶକ୍ତି, କଠିନ ପରିଶ୍ରମ, ଆଗ୍ରହ ଯେକୌଣସି ବ୍ୟକ୍ତିକୁ ସଫଳତା ଆଣିଦେଇଥାଏ l ସେହିପରି ଫୁଲବାଣୀ ସହରର ଚା ଦୋକାନୀଙ୍କ ପୁଅ ନିଟ୍ ସର୍ବ ଭାରତୀୟ ପ୍ରବେଶିକା ପରୀକ୍ଷାରେ ଭଲ ନମ୍ବର ରଖି କୃତକାର୍ଯ୍ୟ ହୋଇଛନ୍ତି l ଫୁଲବାଣୀର କଣ୍ଟ୍ରାକ୍ଟରପଡ଼lର ବାସୀନ୍ଦା ଶିବ ଶଙ୍କର ବେହେରାଙ୍କ ବଡ଼ ପୁଅ ସୂରଜ ମୋଟ ୬୩୫ ନମ୍ବରରଖି ୮୬୫ ରାଙ୍କ ରଖିଛନ୍ତି।
ସୁରଜଙ୍କ ବାପା ଡାକ୍ତରଖାନା ଛକରେ ଚା ଦୋକାନ କରି ପରିବାର ପୋଷନ୍ତିl ବାପାଙ୍କ ଇଚ୍ଛା ଥିଲା ପୁଅ ଡାକ୍ତର ହୋଇ ରୋଗୀ ସେବା କରୁ। ଆର୍ଥିକ ଅଭାବ ସତ୍ତ୍ୱେ ସୂରଜ ନିଜ ଲକ୍ଷ୍ୟ ହାସଲ କରିଛନ୍ତି। ଦୃଢ଼ ମନୋବଳ ହିଁ ତାଙ୍କୁ ଏହି ସଫଳତା ଆଣି ଦେଇଛି ବୋଲି ସୁରଜ କହିଛନ୍ତି l ପୁଅର ସଫଳତା ପାଇଁ ବାପା ଶିବ ଶଙ୍କର ବେହେରା ଓ ପରିବାର ଖୁସି ବ୍ୟକ୍ତ କରିଛନ୍ତି l
Related Posts
ପବିତ୍ର ଶ୍ରୀପଞ୍ଚମୀରେ ପୁରୀରେ ରଥକାଠ ଅନୁକୂଳ
26 January 2023