ନିଷ୍ଠୁର ବାପା : ମାତ୍ର ୨୦ଟଙ୍କା ପାଇଁ ଛୋଟ ପୁଅକୁ ଲୁହା ଖଡିକାରେ ଚେଙ୍କ ଦେଲେ
28/02/2020 at 4:35 PM

ନିମାପଡା ୨୮।୨: ମାତ୍ର ୨୦ ଟଙ୍କା ଚୋରି କରିବାରୁ ପୁଅକୁ ଚେଙ୍କ ଦେଲା ବାପା । ଏଭଳି ଏକ ଲୋମ ଟାଙ୍କୁର ଘଟଣା ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକର ଏକ ଗାଁରେ ଘଟିଛି ।
ସୂଚନାଯୋଗ୍ୟ ଯେ, ୪ର୍ଥ ଶ୍ରେଣୀର ନାବାଳକଟି ପେପସି କିଣିବା ପାଇଁ ଘରୁ ୨୦ଟଙ୍କା ଚୋରୀ କରିଥିଲା । ହେଲେ ନାବାଳକ ଜଣଙ୍କ ଜାଣି ନ ଥିଲା ତା ବଦଳରେ ତାକୁ ଏତେ ବଡ ଦଣ୍ଡ ଭୋଗିବାକୁ ମିଳିବ ବୋଲି । ତତଲା ଲୁହା ଖଡିକାକୁ ନିଆଁରେ ଗରମ କରି ହାତ ଗୋଡ ସହ ଶରୀରର ଅନ୍ୟ ଅଙ୍ଗରେ ଫୋଟକା କରିଦେଇଛି ନିଜ ଜନ୍ମ କଲା ବାପା । ମାତ୍ର ଏନେଇ କୌଣସି ଥାନାରେ ଅଭିଯୋଗ ହୋଇନଥିବା ବେଳେ ଘଟଣା ଏବେ ପୁରା ସତ୍ୟବାଦୀ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।
ତେବେ ଶିଶୁଟି କୋହ ଭରା କୋମଳ କଣ୍ଠରେ କହିଛି ଯେ, ‘ମୁଁ ଆଉ ଭୁଲ୍ କରିବିନି କି ଚୋରୀ କରିବିନି ।’ କାଳେ ସତ କଥା କହିଦେଲେ ବାପାଙ୍କର କିଛି ହୋଇଯିବ ଭୟଭୀତ ହୋଇ କଣ କହିବ ମଝିରେ ମଝିରେ କାହା ନା କହିବ ବାପା ନା ମମି କିଛି ଜାଣିପାରୁନଥାଏ । ବାବା ରାଗିଯାଇଥିଲେ ବୋଲି ଏମିତି କଲେ ବୋଲି ଶିଶୁଟି କହିଥିଲା । ଏପଟେ କିନ୍ତୁ ମା’ଙ୍କ ମତ ଭିନ୍ନ ଥିଲା । ସେ କହିଥିଲେ ନାବାଳକଟି ପିଲାବେଳୁ ଚୋରୀ କରୁଛି ବାରମ୍ବାର ଅନେକ ମାରିଛୁ ଗାଳି ବି କରିଛୁ ହେଲେ ସୁଧୁରିଲା ନାହିଁ । ଏଭଳି ବିରକ୍ତି ହୋଇ ମୁଁ ଗରମ କରିଥିବା ଲୁହା ଖଡିକାକୁ ତା ବାବା ରାଗରେ ମାରିଦେଲେ ।
କୋମଳମତି ଶିଶୁଟି ଦଣ୍ଡ କ’ଣ ଜାଣିନଥିବା ବେଳେ ଏପରି ନିଆଁ ଚେଙ୍କ ଦେବା କେତେ ଦୂର ଠିକ୍ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।