ପୁଅର ହାତ ଗୋଡ଼ ବାନ୍ଧି ଟାଣ ଖରାରେ ପକାଇଲା ବାପା; ପାଣି ମାଗି ମାଗି ପୁଅର ମୃତ୍ୟୁ

Published By : Prameya-News7 Bureau | June 13, 2022 IST

ଭୁବନେଶ୍ୱର ୧୩/୦୬ : ଓଡ଼ିଶା ପୋଲିସ କେନ୍ଦୁଝର ଜିଲ୍ଲାରୁ ଜଣେ ୬୫ ବର୍ଷୀୟ ବ୍ୟକ୍ତିଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତି ଜଣଙ୍କ ତାର ୪୦ ବର୍ଷୀୟ ପୁଅକୁ ଟାଣ ଖରାରେ ହାତ ଗୋଡ଼ ବାନ୍ଧି ପକାଇ ଦେଇଥିଲେ ଫଳରେ ପୁଅର ମୃତ୍ୟୁ ହୋଇଛି ବୋଲି ଅଭିଯୋଗ ହୋଇଛି। ଅଭିଯୁକ୍ତ ଜଣଙ୍କ ପନୁଆ ନାୟକ ବୋଲି ଜଣା ପଡ଼ିଛି।

ଏପରି ଅଭାବନୀୟ ଘଟଣା ସନାମାସିନାବିଲା ଗାଁରେ ଦେଖିବାକୁ ମିଳିଛି ବୋଲି ପୋଲିସ ଅଧିକାରୀ କହିଛନ୍ତି। ପନୁଆ ତାର ପୁଅ ସୁମନ୍ତର ହାତଗୋଡ଼କୁ ପ୍ଲାଷ୍ଟିକ୍ ଦଉଡ଼ିରେ ବାନ୍ଧି ଦ୍ୱିପ୍ରହର ୨ ଟା  ସମୟରେ ଟାଣ ଖରାରେ ପକାଇ ଦେଇଥିଲେ। ଫଳରେ ସୁମନ୍ତଙ୍କ ମୃତ୍ୟୁ ହୋଇଛି। ସୁମନ୍ତ ବାରମ୍ୱାର ପାଣି ପିଇବା ପାଇଁ ମାଗିବା ସତ୍ତ୍ୱେବି ପାଣି ତାଙ୍କୁ ପାଣି ପିଇବା ପାଇଁ ଦିଆଯାଇନଥିଲା ବୋଲି ପୋଲିସ କହିଛି।

ସୁମନ୍ତ କୌଣସି କାମ କରୁନଥିଲା। ସେଥିପାଇଁ ତା ବାପାଙ୍କ ସହିତ ତାର ଝଗଡ଼ା ହୋଇଥିଲା। ଏହି ଘଟଣାର ଦୁଇ ଦିନ ପୂର୍ବରୁ ସୁମନ୍ତ ତା ମାଆଙ୍କୁ ମାରିଥିଲା ଯାହା ଫଳରେ ତା ମାଆଙ୍କର ଅଣ୍ଟାହାଡ଼ ଭାଙ୍ଗି ଯାଇଥିଲା।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.