ଏକା ସାଙ୍ଗରେ ଫାଶୀ ଲଗାଇ ଝୁଲି ପଡ଼ିଲେ ପରିବାର, ସ୍ୱାମୀ-ସ୍ତ୍ରୀ-ପୁଅ ମୃତ, ଝିଅ ଗୁରୁତର

Published By : Prameya-News7 Bureau | June 11, 2022 IST

ଭିଁଡ୍‌, ୧୧/୦୬: ମଧ୍ୟପ୍ରଦେଶ ଭିଁଡ୍‌ ଜିଲ୍ଲା ଅନ୍ତର୍ଗତ ଗୋହଦ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ଗୋଟିଏ ପରିବାର ସମସ୍ତ ସଦସ୍ୟ ଫାଶୀରେ ଝୁଲି ପଡ଼ିଛନ୍ତି । ଫଳରେ ୩ ଜଣଙ୍କ ଜୀବନ ଯାଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଘଟଣା ସ୍ଥଳରେ ଫରେନ୍ସିକ୍‌ ଟିମ୍‌ ସହିତ ଏସ୍‌ପି ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, କଠମା ଗ୍ରାମରେ ରହୁଥିବା ଧର୍ମେନ୍ଦ୍ର ଗୁର୍ଜର ପତ୍ନୀ ଏବଂ ତାଙ୍କ ପୁଅ ଓ ଝିଅ ସହ ସମୂହ ଫାଶୀ ଲଗାଇଦେଇଥିଲେ । ଯେଉଁଥିରେ ଧର୍ମେନ୍ଦ୍ର , ତାଙ୍କ ପତ୍ନୀ ଏବଂ ପୁଅ ପ୍ରଶାନ୍ତଙ୍କର ମୃତ୍ୟୁ ହୋଇଥିବା ବେଳେ ୯ ବର୍ଷୀୟ ଝିଅ ମିନାକ୍ଷୀର ଜୀବନ ବଞ୍ଚିଯାଇଛି । ସ୍ଥାନୀୟ ଲୋକଙ୍କ ସହାୟତାରେ ମିନାକ୍ଷୀଙ୍କୁ ପ୍ରାଥମିକ ଚିକିତ୍ସା ପରେ ଗ୍ୱାଲିୟରକୁ ରେଫର୍‌ କରାଯାଇଛି ।

ପରିବାର କାହିଁକି ଏପରି ନିଷ୍ପତ୍ତି ନେଲା ସେ ନେଇ କାରଣ ଜଣାପଡ଼ିନାହିଁ । ପଡ଼ୋଶୀଙ୍କ କହିବା ମୁତାବକ ଧର୍ମେନ୍ଦ୍ର ଏବଂ ତାଙ୍କ ପରିବାର ସଦାବେଳେ ସକାଳ ୬ଟା ସୁଦ୍ଧା ଉଠିପଡ଼ନ୍ତି । କିନ୍ତୁ ଶନିବାର ସକାଳ ସମୟ ଗଲାପରେ ବି କେହି ଘର କବାଟ ଖୋଲିନଥିଲେ । ଆଶଙ୍କା କରି ପଡ଼ୋଶୀ ଘର କବାଟ ବାଡ଼ାଇଥିଲେ । ହେଲେ କୌଣସି ଉତ୍ତର ମିଳିନଥିଲା । ଘରୁ ଝିଅର ଦୀର୍ଘ ନିଶ୍ୱସ ନେବାର ଶବ୍ଦ ଶୁଣାଯାଇଥିଲା । ତୁରନ୍ତ ଏନେଇ ପୋଲିସ୍‌କୁ ଜଣା ଯିବା ପରେ ପୋଲିସ୍‌ ଆସି କବାଟ ଖୋଲିଥିଲା ଏବଂ ମିନାକ୍ଷୀଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ପଠାଇଥିଲା ।

ତେବେ ସମୂହ ଆତ୍ମହତ୍ୟାର କାରଣ କଣ ସେନେଇ ଜଣାପଡ଼ିନଥିବା ବେଳେ ପୋଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଏନେଇ ଅଧିକ ତଦନ୍ତ ଜାରି ରଖିଛି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.