ଦୀର୍ଘ ଏକବର୍ଷ ହେଲା ଗଛ ଉପରେ ଜୀବନ କାଟୁଛନ୍ତି ବାପା ପୁଅ
24/01/2019 at 12:04 PM

ଗଂଜାମ ୨୪/୧ : ପୂରାତନ କି ପସ୍ତର ଯୁଗ ନୁହଁ ଆଧୁନିକ ଯୁଗରେରେ ମଧ୍ୟ ମଣିଷ ଗଛ ଉପରେ ରହିବାକୁ ଭଲପାଏ। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ଭୁରୁଡୁ ପଲ୍ଲୀ ଗ୍ରାମର ସିମଂଚଳ ମୁଳି ବାସହରା ହୋଇ ଦୀର୍ଘ ଏକବର୍ଷ ହେଲା ଗଛ ଉପରେ ଜୀବନ କାଟୁଛନ୍ତି।

ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ଭୁରୁଡୁପଲ୍ଲୀ ଗାଁର ସିମଂଚଳ ମୁଳି ନିଜର ଘର ପୋଡି ପାଉଁଶ ହୋଇଯିବା ପରେ ଦୀର୍ଘ ଏକବର୍ଷ ହେଲା ଗୋଟିଏ ପଣସ ଗଛ ଉପରେ ଭାଡ଼ୀ କରି ସେଠାରେ ରହୁଛନ୍ତି ସଙ୍ଗରେ ୧୨ ବର୍ଷର ପୁଅ ଦୂତିକୃଷ୍ଣ ମଧ୍ୟ ବାପାଙ୍କ ସହିତ ଗଛ ଉପରେ ରହୁଛନ୍ତି। କେଉଁ କାରଣ ଯୋଗୁ ତାଙ୍କୁ ସରକାର ଘର ଦେଇନାହାନ୍ତି ଜଣାନାହିଁ, ଇତି ମଧ୍ୟରେ ସ୍ତ୍ରୀ ଏବଂ ଅନ୍ୟ ଦୁଇ ଛୁଆ କେଉଁ ଆଡେ ଚାଲି ଗଲେ ତାହା ସିମଂଚଳଙ୍କୁ ଜଣାନାହିଁ | ସେହିଦିନ ଠାରୁ ସିମଂଚଳ କ୍ରୋଧରେ ଅଛନ୍ତି।

ବର୍ତ୍ତମାନ ସିମଂ।ଚଳ ଜଙ୍ଗଲରୁ କାଠ ଆଣି, ମୂଲ ଖଟି ଜୀବିକା ନିର୍ବାହ କରନ୍ତି । ପୁଅର ସୁରକ୍ଷା ପାଇଁ ସର୍ବଦା ଗଛ ଉପରେ ରଖିଥାନ୍ତି | କେବେ ଖାଏ ତ ଉପବାସ ରହେ ପାଠପଢ଼ା କଥା ପଚାରେ କିଏ। ଅନ୍ୟ ପଟେ ପୂର୍ଵତନ ସରପଞ୍ଚ କହିଛନ୍ତି ସିମଂଚଳଙ୍କୁ ଶୀଘ୍ର ଘର ଏବଂ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦିଆଯିବ । ଏପଟେ ପ୍ରଶାସନ ପକ୍ଷରୁ ଭଞ୍ଜନଗର ବିଡ଼ିଓ ସମସ୍ତ ସୁବିଧା ଯୋଗାଇ ଦେବେ ବୋଲି କହିଛନ୍ତି।
