ଗୁହାଳରୁ ଜବତ ହେଲା ବସ୍ତା ବସ୍ତା ଗଞ୍ଜେଇ, ବାପା-ପୁଅ ଅଟକ

Published By : Prameya-News7 Bureau | November 07, 2021 IST

ଜଳେଶ୍ୱର, ୦୭/୧୧: ବିପୁଳ ପରିମାଣର ଗଞ୍ଜେଇ ଜବତ । ବାଲେଶ୍ୱର ଅବକାରୀ ସ୍ପେଶାଲ ସ୍ୱାର୍ଡ ଓ ଜଳେଶ୍ୱର ଅବକାରୀ ମିଳିତ ଭାବରେ ୬୦ନଂ ଜମାଳପୁର ବାଇପାସ ଅଞ୍ଚଳରେ ଚଢଉ କରି ଏହାକୁ ଜବତ କରିଛି ।

ସୂଚନାନୁସାରେ, ଜଳେଶ୍ୱର ଅବକାରୀ ବିଭାଗକୁ ଗଞ୍ଜେଇ କାରବାର ନେଇ ସୂଚନା ମିଳିଥିଲା । ଟିମ୍ ସଦଳବଳେ  ଏହି ଅଞ୍ଚଳରେ ଚଢ଼ଉ କରି ଏକ ଗୁହାଳ ଘରୁ ଦୁଇ ବସ୍ତା ଗଞ୍ଜେଇ ଜବତ କରିଥିଲା । ଘଟଣାରେ ସଂପୃକ୍ତ ଅଭିଯୋଗରେ ବାପ ପୁଅଙ୍କୁ ଅଟକ ରଖିଛି । ସେମାନେ ହେଲେ ସେକ କମାଲ ଓ ତାଙ୍କ ପୁଅ ସେକ ତାଜୁଦିନ ।

ଜବତ ଗଞ୍ଜେଇ ପାଖାପାଖି ଏକ କୁଇଣ୍ଟାଲ ହେବ ଏବଂ ଏହାର ବଜାର ମୁଲ୍ୟ ପାଖାପାଖି ୬ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ଏନେଉ ଅବକାରୀ ଅଧିକାରୀ ସୂଚନା ଦେଇଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.