ଜନ୍ମକଲା ଝିଅକୁ ବିକିଦେଲା ବାପା, ଥାନାରେ ଏତଲା ଦେଲା ମାଆ

Published By : Prameya-News7 Bureau | November 08, 2022 IST

ଭୁବନେଶ୍ୱର, ୦୮/୧୧: ବାପା ବିକିଦେଲା ନାବାଳିକାକୁ । ତିନି ବର୍ଷର ନାବାଳିକା ଝିଅକୁ ତାର ବାପା ବିକ୍ରୀ କରିଥିବା ଭୁବନେଶ୍ୱର ବଡଗଡ ଥାନାରେ ଅଭଯୋଗ କରିଛି ମାଆ । ପିପିଲି ଅଞ୍ଚଳର ଏକ ଦମ୍ପତି ନୋଟରୀ ଆଫିଡେଭିଟ କରି ନାବାଳିକାକୁ ନେଇଛନ୍ତି। ଗତ ଚାରି ମାସ ତଳେ ବଡଗଡ ଅଞ୍ଚଳରେ ରହୁଥିବା ମହିଳାଙ୍କ ସ୍ବାମୀ, ନିଜ ଝିଅକୁ ନେଇ ବିକ୍ରୀ କରିଦେଇଥିଲା । ଏନେଇ ବଡଗଡ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଝିଅର ମାଆ । ଅଭିଯୋଗ ପରେ ପୋଲିସ ନାବାଳିକାକୁ ଉଦ୍ଧାର କରିଛି । ପରେ ଚାଇଲ୍ଡ ଲାଇନକୁ ହସ୍ତାନ୍ତର କରିବା ସହ ନାବାଳିକାକୁ ଏକ ଘରୋଇ ପ୍ରତିଷ୍ଠାନରେ ରଖାଯାଇଛି । ପିଲାକୁ କେତେ ଟଙ୍କାରେ ବିକ୍ରୀ ହୋଇଛି ସେ ନେଇ ଖୋଳତାଡ କରୁଛି ପୋଲିସ୍ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.