କରୋନାରେ ଚାଲିଗଲା ବାପାଙ୍କର ଜୀବନ: ମୃତ୍ୟୁ ପରେ ଝିଅ ତିଆରି କଲା ପ୍ରତିମୂର୍ତ୍ତି, ସାମ୍ନାରେ ନେଲା ସାତ ଫେରା

Published By : Prameya-News7 Bureau | December 12, 2021 IST

ମହାରାଷ୍ଟ୍ର ୧୨/୧୨: କୁହାଯାଏ ଯେ, ବାପାମାନେ ଝିଅକୁ ଅଧିକ ସ୍ନେହ କରନ୍ତି, ଆଉ ମାଆମାନେ ପୁଅକୁ ଅଧିକ୍ ସ୍ନେହ କରନ୍ତି । ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ମହାରାଷ୍ଟ୍ରର ଜାଲଗାଓଁରେ । ଏଠାରେ ଗୋଟିଏ ଝିଅ ପ୍ରମାଣ କରି ଦେଖାଇଛି, ସେ ତା ବାପାକୁ ଦୁନିଆରେ ସବୁଠୁ ଅଧିକ ସ୍ନେହ କରେ । ସୂଚନା ଥାଉକି, କରୋନାରେ ପିତାଙ୍କ ମୃତ୍ୟୁ ହୋଇଯାଇଥିଲା ।

ହେଲେ ତଥାପି ଭାଙ୍ଗିନପଡି ନିଜର ବାପାର ଏକ ପ୍ରତିମୂର୍ତ୍ତି ନିର୍ମାଣ କଲା । କାରଣ ଝିଅଟିର ଲକ୍ଷ୍ୟ ଥିଲା ମୋ ବାପା ମୋ ସାମ୍ନାରେ ରୁହନ୍ତୁ ମୋତେ ଆଶିର୍ବାଦ କରନ୍ତୁ । କେବଳ ସେତିକିରେ ସରନିଥିଲା କଥା । କାରଣ ଝିଅଟି ତା ବାପାଙ୍କ ପ୍ରତିମୂର୍ତ୍ତି ସାମାନାରେ ଛିଡା ହୋଇ ସାତ ଫେରା ନେବା ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜାଲଗାଓଁ ଜିଲ୍ଲାର ପାଚୋରାରେ ପ୍ରିୟଙ୍କାଙ୍କ ବିବାହକୁ ବର୍ତ୍ତମାନ ଲୋକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି ।

wp:gallery {"ids":[558431],"linkTo":"none"} /wp:gallery

ସୂଚନା ଥାଉକି ପ୍ରିୟଙ୍କା ତାଙ୍କ ସ୍ୱର୍ଗବାସୀ ପିତା ଭାଗବତ ପାଟିଲଙ୍କ ମୂର୍ତ୍ତି ସାମ୍ନାରେ ବିବାହର ସମସ୍ତ ରୀତିନୀତି କରିଛନ୍ତି । ତାଙ୍କୁ ଲାଗୁଥିଲା ଯେ ଯେମିତି ବାପା ସାମ୍ନାରେ ବସି ତାଙ୍କୁ ଆଶୀର୍ବାଦ ଦେଉଛନ୍ତି । ବାସ୍ତବରେ ପ୍ରିୟଙ୍କାଙ୍କ ପିତା ଭାଗବତ ପାଟିଲ ଜଣେ ପୂର୍ବତନ ସୈନିକ ଥିଲେ ଏବଂ କରୋନା କାରଣରୁ ତାଙ୍କର ମୃତ୍ୟୁ ହୋଇଥିଲା । ଦିବଙ୍ଗତ ଭାଗବତ ପାଟିଲଙ୍କର ଚାରି ଝିଅ ଅଛନ୍ତି । ପୂର୍ବରୁ ସେ ଧୁମଧମାରେ ଦୁଇ ଝିଅଙ୍କୁ ବିବାହ କରିଥିଲେ ।

ତେବେ ତୃତୀୟ ଝିଅକୁ ବିବାହ କରିବାକୁ ଯାଉଥିଲେ, କିନ୍ତୁ ଏହା ପୂର୍ବରୁ କରୋନା କଣ୍ଟା ସାଜିଲା । ବାପାଙ୍କର ଜୀବନ ନେଇଗଲା ମହାମାରୀ । ତେବେ ବାପାଙ୍କ ସ୍ଥାନ ଆଉ କିଏ ନେବ । ସେଥିପାଇଁ ସେ ବିବାହ କରିବା ପୂର୍ବରୁ ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଥିଲେ । କେବଳ ଯେ ବାପାଙ୍କ ମୂର୍ତ୍ତି ସମ୍ମୁଖରେ ବିବାହ କରିନଥିଲେ । ବାପାଙ୍କ ପ୍ରତିମୂର୍ତ୍ତି ଧରି ଭୋ ଭୋ ହୋଇ କାନ୍ଦିଥିଲେ । ଏହାକୁ ଦେଖି ବନ୍ଧୁବାନ୍ଧବ ମଧ୍ୟ ଭାବୁକ ହୋଇଯାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.