ଅଜଣା ଗାଡି ଧକ୍କାରେ ବାପ ମୃତ, ପୁଅ ଗୁରୁତର
6/12/2022 at 11:03 PM

ବାସୁଦେବପୁର, ୦୬/୧୨: ବାସୁଦେବପୁର ଜାମୁଝାଡି ରାସ୍ତାର ବେତଡା ଛକର ଅନତି ଦୂରରେ ଗତକାଲି ରାତିରେ ଏକ ଅଜଣା ଗାଡି ଧକ୍କାରେ ବାପର ମୃତ୍ୟୁ ହୋଇଯାଇଥିବା ବଳେ ପୁଅ ଗୁରୁତର ହୋଇଛି । ମୃତ ବ୍ୟକ୍ତି ହଲେ ବାସୁଦେବପୁର ମୁନସିପଲାଟି ପାରା ଗ୍ରାମର ବଂଶୀଧର ବାରିକ ଓ ଗୁରୁତର ପୁଅ ପ୍ରଫୁଲ୍ଲ ବାରିକ ବୋଲି ଜଣାପଡିଛି । ଗତକାଲି ରାତିରେ ବାପ-ପୁଅ ଏକ ବାଇକ୍ ଯୋଗେ ବାସୁଦେବପୁର ଅଭିମୁଖେ ଆସୁଥିଲେ। ବେତଡା ତେଲଟାଙ୍କି ନିକଟରେ ପଛପଖରୁ ଏକ ଅଜଣା ଗାଡି ବାଇକ୍ ପଛ ପାଖରେ ଧକ୍କା ଦେଇ ଫେରାର ହୋଇଯାଇଥିଲା।
ଫଳରେ ଘଟଣାସ୍ଥଳରେ ବଂଶୀଧରଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବଳେ ସଂଜ୍ଞାହୀନ ହୋଇଯାଇଥିଲେ। ପୁଅ ପ୍ରଫୁଲ୍ଲ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗି ଅତ୍ୟଧିକ ରକ୍ତ ଶ୍ରାବ ହୋଇଥିଲା। ସ୍ଥାନୀୟ ଲୋକେ ତୁରନ୍ତ ବଂଶୀଧର ଓ ପ୍ରଫୁଲ୍ଲକୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ସାହାୟତାରେ ବାସୁଦେବପୁର ଡାକ୍ତରଖାନା ପଠାଇଦେଇଥିଲେ। ହଲେ ବାପା ବଂଶୀଧରକୁ ଡାକ୍ତର ମୃତ ଘୋଷଣା କରିଥିବା ବଳେ ପ୍ରଫୁଲ୍ଲଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଅଧତ୍କ ଚିକିତ୍ସା କରିବାକୁ ଭଦ୍ରକ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି।