scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବାଇଆ କଲା ରିଲ୍ସ ନିଶା, ପର ହୋଇଗଲା ରକ୍ତ; ଆଇଫୋନ କିଣିବାକୁ ବାପା ମାଆ ବିକିଦେଲେ ଛୁଆ

28/07/2023 at 9:56 AM

କୋଲକାତା,୨୮/୦୭: ରିଲ୍ସ ପାଇଁ ସବୁ ମାୟାରେ ବାୟା । ପିଲାଠୁ ବୁଢା ଯାହାକୁ ଦେଖି ସେ ରିଲ୍ସ କରିବାରେ ବ୍ୟସ୍ତ । ଖାସ୍ କରି ସୋସିଆଳ ମିଡିଆ ଏବେ ଅନେକ ଲୋକଙ୍କ ଦୈନନ୍ଦିନ ଜୀବନର ଅବିଚ୍ଛେଦ୍ୟ ଅଂଶ ପାଲଟି ଗଲାଣି । ରିଲ୍‌ସ କରି ତାର ଭିଡିଓ ଇନଷ୍ଟା ହେଉ ବା ଫେସ୍‌ବୁକ୍‌ ବା ୟୁଟ୍ୟୁବ୍‌ରେ ଅପଲୋଡ କରିବା କିଛି ନୂଆ କଥା ନୁହେଁ ।

ଖାଲି ଅପଲୋଡ଼ ନୁହେଁ ସେୟାର କରିବା ପଇସା ଇନକମ୍‌ ଚକ୍କର ଯୁବପୀଢ଼ିଙ୍କର ଫ୍ୟାସନରେ ପରିଣତ ହୋଇଗଲାଣି । କିନ୍ତୁ ରିଲ୍ସ କରିବା ଫୋନ ଦରକାର ପଡିଲା ବୋଲି ଦମ୍ପତ୍ତି ନିଜ ପୁଅକୁ ବିକେଦେବା ଘଟଣା ଶୁଣିଲେ ଆପଣ ବି ତାଜୁବ ହୋଇଯିବେ । ଏମିତି ଘଟଣା ଘଟିଛି ପଶ୍ଚିମବଙ୍ଗରେ । ଯେ କେହି ବି ଏକଥା ଶୁଣିଛନ୍ତି ସେ ବି ଆଶ୍ଚର୍ଯ୍ୟ ହୋଇପଡିଛନ୍ତି ।

ଖାସ୍ କରି ରିଲ୍‌ସ କରିବା ଲାଗି ଆଇଫୋନ୍‌ କିଣିବାକୁ ଏହି ଦମ୍ପତି ସେମାନଙ୍କର ୮ ମାସର ଶିଶୁପୁତ୍ରକୁ ବିକ୍ରି କରିଦେଇଛନ୍ତି । ତେବେ ଘଟଣା ଜଣାପଡ଼ିବା ପରେ ପୋଲିସ ପତ୍ନୀଙ୍କୁ ଗିରଫ କରିଥିବା ବେଳେ ସ୍ୱାମୀ ଫେରାର ହୋଇଯାଇଛନ୍ତି । ସୂଚନା ଥାଉକି, ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲ୍ଲାରେ ରହୁଛନ୍ତି ଜୟଦେବ ଘୋଷ ଓ ପତ୍ନୀ ସାଥୀ ଘୋଷ । ସେମାନଙ୍କର ଏକ ୭ ବର୍ଷର କନ୍ୟା ସନ୍ତାନ ଏବଂ ୮ ମାସର ପୁତ୍ର ସନ୍ତାନ ଅଛନ୍ତି । ବିଭିନ୍ନ ସ୍ଥାନ ବୁଲି ରିଲ୍‌ସ କରିବା ଏହି ଦମ୍ପତିଙ୍କର ପ୍ରବଳ ନିଶା । କିନ୍ତୁ ଅର୍ଥାଭାବ ଯୋଗୁ ଭଲ ଆଇଫୋନ୍‌ କିଣିବା ସେମାନଙ୍କ ପକ୍ଷେ ସମ୍ଭବ ହୋଇନଥିଲା । ତେଣୁ ସେମାନେ ନିଜର ୮ମାସର ପୁଅକୁ ବିକ୍ରି କରିବାକୁ ଯୋଜନା କରିଥିଲେ ।

ସେହି ଅନୁସାରେ ସେମାନେ ଖରଦା ଅଞ୍ଚଳରେ ପ୍ରିୟଙ୍କା ଘୋଷ ନାମକ ମହିଳାଙ୍କୁ ଶିଶୁପୁତ୍ରକୁ ବିକ୍ରି କରି ଟଙ୍କା ଆଣିବା ପରେ ଏକ ଆଇଫୋନ୍‌ ୧୪ କିଣିଥିଲେ । ଏହା ପରେ ସେମାନେ ରାଜ୍ୟର ବିଭିନ୍ନ ସ୍ଥାନକୁ ଯାଇ ରିଲ୍‌ସ କରିବା ସହ ତାକୁ ସୋସିଆଲ ମିଡିଆରେ ସେୟାର ମଧ୍ୟ କରିବାକୁ ଲାଗିଲେ । ଶିଶୁପୁତ୍ରକୁ ବିକ୍ରି କରିବା ପୂର୍ବରୁ ସେମାନେ ଝିଅକୁ ବିକ୍ରି କରିବାକୁ ଉଦ୍ୟମ କରିଥିଲେ । ତେବେ ଶିଶୁପୁତ୍ରଟି ବେଶ୍‌ କିଛିଦିନ ଧରି ଗାୟବ ହେବା ଏବଂ ଏହି ଦମ୍ପତିଙ୍କର ହାବଭାବରେ ପରିବର୍ତ୍ତନ ଦେଖି ପାଖ ପଡ଼ିଶାମାନେ ସନ୍ଦେହ କରିଥିଲେ । ତା’ଛଡ଼ା ସେମାନଙ୍କ ହାତରେ ଦାମୀ ଆଇଫୋନ୍‌ ଦେଖିବା ପରେ ପଡ଼ୋଶୀଙ୍କ ସନ୍ଦେହ ବଢ଼ିବାକୁ ଲାଗିଥିଲା ।

ପଡ଼ୋଶୀମାନେ ସାଥୀଙ୍କୁ ଘଟଣା ସମ୍ପର୍କରେ ପଚାରିବାରୁ ପ୍ରଥମେ ସେ ସେମାନଙ୍କ କଥାକୁ ଏଡ଼ାଇ ଯାଇଥିଲେ । ମାତ୍ର ପଡ଼ୋଶୀମାନେ ଚାପ ପକାଇବାରୁ ସେ ଶିଶୁପୁତ୍ରକୁ ବିକ୍ରି କରି ଆଇଫୋନ୍‌ କିଣିଥିବା ସ୍ୱୀକାର କରିଥିଲେ । ଅଭିଯୋଗ ପାଇ ପୋଲିସ ଶନିବାର ସାଥୀଙ୍କୁ ଗିରଫ କରିବା ସହ ଶିଶୁପୁତ୍ରକୁ ଉଦ୍ଧାର କରିଛି । ଶିଶୁପୁତ୍ରକୁ କିଣିଥିବା ମହିଳାଙ୍କୁ ମଧ୍ୟ ପୁଲିସ ଗିରଫ କରିଛି । ତେବେ ଅଭିଯୁକ୍ତ ଜୟଦେବ ଫେରାର ହୋଇଯାଇଛନ୍ତି । ତାଙ୍କୁ ଧରିବା ଲାଗି ପୁଲିସ ପକ୍ଷରୁ ଉଦ୍ୟମ ଜାରି ରହିଛି ।

   Related Posts