Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ‘ମାଣ୍ଡସ୍’ ପ୍ରଭାବ, ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା
  • ||
  • ନୟାଗଡ: ଫତେଗଡ ଥାନା ପୋଲିସକୁ ସଫଳତା, ଧରାପଡିଲେ ଦୁଇ ଆନ୍ତରାଜ୍ୟ ଲୁଟେରା
  • ||
  • ଭୁବନେଶ୍ୱର: ରିମାଣ୍ଡର ୬ ଦିନ ପରେ ବି ମୁହଁ ଖୋଲୁନାହାଁନ୍ତି ଅର୍ଚ୍ଚନା, ପଚାରି ପଚାରି ହାଲିଆ ଇଡି
  • ||

ବିଦ୍ୟୁତ୍ ଆଘାତରେ ବାପା-ମା-ଝିଅ ମୃତ, ବଞ୍ଚାଇବାକୁ ଯାଇ ପଡୋଶୀ ବି ଗୁରୁତର

6/10/2021 at 7:32 PM

ଜଗତସିଂହପୁର ୦୬।୧୦: ବିଦ୍ୟୁତ୍ ଆଘାତରେ ଚାଲିଗଲା ଗୋଟିଏ ପରିବାରର ତିନି ଜଣଙ୍କ  ଜୀବନ। ଏମିତି ଦୁଃଖଦପୂର୍ଣ୍ଣ ଘଟଣା ଘଟିଛିଜଗତସିଂହପୁର ଜିଲ୍ଲା ତିର୍ତୋଲ ଥାନା ଅନ୍ତର୍ଗତ ବଣିତୋ ପଞ୍ଚାୟତରେ। ଗୋଟିଏ ପରିବାର  ବିତ୍ୟୁତ ସଂସ୍ପର୍ଶରେ ଆସି ବାପା, ମା ଏବଂ ଝିଅଙ୍କ ମୃତ୍ୟୁ ଘଟିଛି । ଜଣେ ଗୁରୁତର ଭାବେ ଜଗତସିଂହପୁର  ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି।

ସନ୍ଧ୍ୟା  ସମୟରେ ଏଭଳି ହୃଦୟ ବିଦାରକ ଘଟଣା ଘଟିଥିବା ସୂଚନା ମିଳିଛି। ମୃତ  ବ୍ୟକ୍ତି ହେଲେ ୪୦ ବର୍ଷ ବୟସ୍କ  ପିଣ୍ଟୁ ସ୍ୱାଇଁ ,ତାଙ୍କ ପତ୍ନୀ ୩୫  ବର୍ଷୀୟ କାମିନୀ ସ୍ୱାଇଁ  ଏବଂ ୧୩ ବର୍ଷର ଝିଅ  ପାପାଲି ସ୍ୱାଇଁ ।   କୁମର ବର ସ୍ୱାଇଁ  ଯାହାଙ୍କର  ବୟସ ୬୫ ବର୍ଷ ତାଙ୍କ  ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଜଗତସିଂହପୁର ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାତରିତ କରାଯାଇଛି।

ପ୍ରାଥମିକ ସୂଚନା ଅନୁଯାୟୀ ଆଜି ସନ୍ଧ୍ୟା ସମୟରେ ଚାଳ ଛପର ଘରେ ପିଣ୍ଟୁ ସ୍ୱାଇଁ  ସ୍ତ୍ରୀ ଏବଂ ଝିଅକୁ ସହିତ  ଘରେ ଥିବା ସମୟରେ କୌଣସି କାରଣରୁ ବିଦ୍ୟୁତ୍ ଆଘାତ ଲାଗିଥିଲା। ତାଙ୍କୁ ବଞ୍ଚାଇବାକୁ ଯାଇ ଜଣେ ପରେ ଜଣେ ତିନି ଜଣ ବିଦ୍ୟୁତ  ସଂଯୋଗରେ ଆସିଥିଲେ। ତେବେ ତାଙ୍କୁ ବଞ୍ଚାଇବାକୁ ଯାଇ ପାଖ ପଡୋଶୀ କୁମାର ବର ସ୍ୱାଇଁ  ମଧ୍ୟ ଗୁରୁତର ହୋଇଥିଲେ। ତେବେ ଗ୍ରାମବାସୀଙ୍କ ଦ୍ଵାରା ସମସ୍ତଙ୍କୁ ସ୍ଥାନୀୟ ମଣିଯଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା।  ତେବେ  ଡାକ୍ତର ପିଣ୍ଟୁ ସ୍ୱାଇଁ  ତାଙ୍କ ଧର୍ମ ପତ୍ନୀ ଏବଂ ତାଙ୍କ ଝିଅକୁ ମୃତ ଘୋଷଣା କରିବା ସହ ଭ୍ରମର ବର ସ୍ୱାଇଁଙ୍କୁ ଜଗତସିଂହପୁର ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତରିତ କରିଥିଲେ। ତିର୍ତ୍ତୋଲ ପୋଲିସ ମାଣିଯଙ୍ଗା  ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

   Related Posts