ଝିଅର ପ୍ରେମିକକୁ ହତ୍ୟା ପରେ ନିଜ ଜନ୍ମକଲା ଝିଅକୁ ବିବାହ କଲା ବାପା

Published By : Prameya-News7 Bureau | November 20, 2019 IST

ଆମେରିକା ୨୦।୧୧: ଆମେରିକାର ଭର୍ଜିନିଆରେ ଏକ ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି । ଜଣେ ୫୫ବର୍ଷର ବ୍ୟକ୍ତି ନିଜର ଝିଅର ପୁରୁଷ ବନ୍ଧୁକୁ ହତ୍ୟା କରି ନିଜ ଜନ୍ମକଲା ଝିଅକୁ ବିବାହ କରିଛି । ଅଭିଯୁକ୍ତ ପିତାଙ୍କ ନାମ ପଲ ମ୍ୟାକକୁଲର , ତାଙ୍କା ନାମରେ ପାଷ୍ଟ ଡିଗ୍ରୀର ହତ୍ୟା ଅଭିଯୋଗ ରହିଛି । ୩୮ ବର୍ଷୀୟ ଟମସ୍ ମ୍ୟାକକୁଲର ଅଭିଯୁକ୍ତ ପଲଙ୍କ  ୩୧ ବର୍ଷୀୟ ଝିଅ ଅମଣ୍ଡାଙ୍କୁ ପ୍ରେମ କରୁଥିଲେ। ଚଳିତ ବର୍ଷ ଫେବୃଆରୀ ମାସରେ ଏହି ହତ୍ୟାକାଣ୍ଡ ହୋଇଥିବା ସୂଚନା ରହିଛି ।

{"id":186912,"sizeSlug":"large"}

ସୂଚନାଯୋଗ୍ୟ ଯେ,  ମ୍ୟାକକୁଲରଙ୍କ ମୁଣ୍ଡକୁ ମଦ ବୋତଲରେ ଆକ୍ରମଣ କରାଯାଇଥିଲା, ପରେ ତାଙ୍କୁ ମେଥର ଇଞ୍ଜେକସନ୍ ଦିଆଯାଇ ତାଙ୍କ ଗଳା ଚିପି ହତ୍ୟା କରାଯାଇଛି। ଝିଅର ପୁରୁଷ ବନ୍ଧୁକୁ ହତ୍ୟା କରିବାର କିଛିଦିନ ପରେ ବ୍ୟକ୍ତି ଜଣକ ନିଜ ଝିଅକୁ ବିବାହ କରିଛନ୍ତି।  ହତ୍ୟାକାଣ୍ଡ ଘଟିଥିବା ପ୍ଲାଟରେ ନିଜ ଝିଅକୁ ବିବାହ କରି ରହୁଥିଲେ ଅଭିଯୁକ୍ତ ମ୍ୟାକକୁଲର ।

{"id":186913,"sizeSlug":"large"}

ପୋଲିସ ଅଭିଯୁକ୍ତ ପଲକୁ ପଚରାଉଚରା ପରେ ଟମ୍ସ ମ୍ୟାକକୁଲରଙ୍କ ମୃତଦେହ ପାଇଥିଲା। ଅଭିଯୁକ୍ତ ପଲ୍ ମଧ୍ୟ ସ୍ବିକାର କରିଥିଲା ସେ ତା’ର ଦୁଇ ଝିଅଙ୍କ ସହ ମିଶି ଏହି ହତ୍ୟା କରିଥିଲା। କୋର୍ଟରେ ଏହି ମାମଲା ନେଇ ଶୁଣାଣି ଚାଲିଥିବା ବେଳେ ଏହାର ଖୁଲାସା ହୋଇଥିଲା। ନିଜର ପୁରୁଷବନ୍ଧୁଙ୍କ ହତ୍ୟା କରିବା ଘଟଣାରେ ଅମଣ୍ଡା ନିଜ ଭଉଣୀକୁ ମଧ୍ୟ ଅଭିଯୁକ୍ତ ବୋଲି ପୋଲିସ ସମ୍ମୁଖରେ କହିଛନ୍ତି। ତାଙ୍କର ଅଭିଯୋଗ ପରେ ପୋଲିସ ପଲ୍ ସହିତ ତା’ର ଦୁଇ ଝିଅଙ୍କୁ ମଧ୍ୟ ଗିରଫ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.