ଦୀପାବଳିରେ ଅଘଟଣ, ପୁଅକୁ ବଞ୍ଚାଇବାକୁ ଯାଇ ନଦୀରେ ବୁଡିଗଲା ବାପା

Published By : Prameya-News7 Bureau | November 12, 2023 IST

କଟକ ୧୨।୧୧ : ଦୀପାବଳିରେ ଅଘଟଣ। ପୁଅକୁ ବଞ୍ଚାଇବାକୁ ଯାଇ ନଦୀରେ ବୁଡିଗଲା ବାପା। କଟକ ଜିଲ୍ଲା ନରାଜ ଅନ୍ତର୍ଗତ କୈବର୍ତ୍ତ ସାହି ଘାଟରେ ଘଟିଛି ଅଘଟଣ । ପୁରା ଅଞ୍ଚଳରେ ଖେଳିଯାଇଛି ଶୋକର ଛାୟା।  

wp:embed {"url":"https://www.prameyanews7.com/diwali-2023-wish-by-president-prime-minister-chief-minister/","type":"wp-embed","providerNameSlug":"prameya-news-7"}
https://www.prameyanews7.com/diwali-2023-wish-by-president-prime-minister-chief-minister/
/wp:embed

ଖବର ଅନୁଯାୟୀ, ନରାଜ ଅଞ୍ଚଳର ସରୋଜ ସାହୁ ତାଙ୍କର ଆଠ ବର୍ଷର ପୁଅକୁ ନେଇ ମହାନଦୀକୁ ଗାଧୋଇବାକୁ ଯାଇଥିଲେ। ତେବେ ପୁଅ ପାଣିରେ ବୁଡିଯାଉଥିବା ବେଳେ ବାପା ସରୋଜ ପୁଅକୁ ଉଦ୍ଧାର କରିବାକୁ ଯାଇ ଚୋରାବାଲିରେ ଫସି ଯାଇଥିଲେ। ପୁଅ କୂଳକୁ ଆସିଥିଲେ ମଧ୍ୟ ସରୋଜ ବୁଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରିଥିଲେ। ତେବେ ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

wp:embed {"url":"https://www.prameyanews7.com/four-semifinalist-team-in-world-cup-2023/","type":"wp-embed","providerNameSlug":"prameya-news-7"}
https://www.prameyanews7.com/four-semifinalist-team-in-world-cup-2023/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.