ବାପାର ଠେଙ୍ଗା ମାଡରେ ପୁଅ ମୃତ

Published By : Prameya-News7 Bureau | September 10, 2020 IST

ସୋରଡା ୧୦।୦୯:  ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅମୃତୁଲୁ ଗାଁରେ ଘଟିଛି ଅଭାବନୀୟ ଘଟଣା । ବାପାର ଠେଙ୍ଗା ମାଡରେ ପୁଅ ମୃତ। ମୃତକ ହେଲେ ଜିତେନ୍ଦ୍ର ବିଷୋୟୀ । ଜିତେନ୍ଦ୍ର ୧୦ ଦିନ ହେଲା ପରିବାର ସହିତ ଗଣ୍ଡଗୋଳ କରି ଆସୁଥିଲା। ପୋଲିସ ଅଭିଯୁକ୍ତ ବାପାକୁ ଅଟକ ରଖି  ଜେରା କରୁଛି।

ସୂଚନା ଅନୁଯାୟୀ ଜିତେନ୍ଦ୍ର ଘରେ ପରିବାର ଲୋକଙ୍କ ସହ ରୀତିମତ ଝଗଡା କରି ଆସୁଥିଲେ। ଶେଷରେ ଅତିଷ୍ଠ ହୋଇ ମା ତାର ଝିଅ ଘରକୁ ପଳାଇଥିଲେ। ଆଜି ବାପା ଜୟ ବିଷୋୟୀ ନିଜ ଗୁହାଳରେ କାମ କରୁଥିବା ସମୟରେ ପୁଅ ଆସି ଅଚାନକ ବାପାକୁ ଆକ୍ରମଣ କରିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ବାପା ଏକ ଠେଙ୍ଗାରେ ପୁଅର ମୁଣ୍ଡକୁ ପ୍ରହାର କରିଥିଲେ। ଘଟଣା ସ୍ଥଳରେ ପୁଅର ମୃତ୍ୟୁ ହୋଇଥିଲା । ଖବର ପାଇ ସୋରାଡ଼ା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରି ବାପା କୁ ଅଟକ ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.