ପଶ୍ଚିମବଙ୍ଗରେ ଶ୍ରଦ୍ଧା ହତ୍ୟାକାଣ୍ଡର ଆକ୍ସନ ରିପ୍ଲେ, ୨୪ ପ୍ରଗଣାରେ ବାପାକୁ ମାରି ଖଣ୍ଡ ଖଣ୍ଡ କରି ଫିଙ୍ଗିଲା ପୁଅ, ସହଯୋଗ କରିଥିଲେ ମା’

Published By : Prameya-News7 Bureau | November 20, 2022 IST

କୋଲକାତା: ଦିଲ୍ଲୀ ମେହରୁଳି ଶ୍ରଦ୍ଧା ହତ୍ୟାକାଣ୍ଡ ଭଳି ଆଉ ଏକ ଘଟଣା । ପଶ୍ଚିମବଙ୍ଗରେ ସାମ୍ନାକୁ ଆସିଛି ବୀଭତ୍ସ ହତ୍ୟାକାଣ୍ଡ । ନିଜ ବାପାଙ୍କୁ ହତ୍ୟା କରିଛି ଜହ୍ଲାଦ ପୁଅ । ଘଟଣାକୁ ଲୁଚାଇବାକୁ ଯାଇ ମୃତଦେହକୁ ଖଣ୍ଡ ଖଣ୍ଡ କରି ବିଭିନ୍ନ ସ୍ଥାନରେ ଫିଙ୍ଗିଥିଲା । ଏଥିରେ ଅଭିଯୁକ୍ତ ପୁଅକୁ ସହଯୋଗ କରିଥିଲେ ନିଜ ମା’ । ଘଟଣାରେ ତଦନ୍ତ କରି ପୋଲିସ ଉଭୟ ମା’ ଓ ପୁଅଙ୍କୁ ଗିରଫ କରିଛି ।

ପଶ୍ଚିମବଙ୍ଗ ୨୪ ପ୍ରଗଣା ଜିଲ୍ଲାର ବରୁଈପୁରରେ ଏହି ଘଟଣା ଘଟିଛି । ଅବସରପ୍ରାପ୍ତ ନୌସେନା ଅଧିକାରୀ ଇଜ୍ଜ୍ବଳ ଚକ୍ରବର୍ତ୍ତୀଙ୍କୁ ତାଙ୍କ ପୁଅ ଓ ପତ୍ନୀ ମିଶି ହତ୍ୟା କରିଛନ୍ତି । ଅଭିଯୁକ୍ତର କହିବା ଅନୁଯାୟୀ, ଇଜ୍ଜ୍ବଳ ଚକ୍ରବର୍ତ୍ତୀ ବାରମ୍ବାର ତାଙ୍କୁ ନିର୍ଯାତନା ଦେଉଥିଲେ । ଏଥିରେ ଅତିଷ୍ଠ ହୋଇ ଉଭୟ ମା’ ଓ ପୁଅ ମିଶି ତାଙ୍କୁ ହତ୍ୟା କରିଛନ୍ତି ।

ପୋଲିସର କହିବା ଅନୁଯାୟୀ, ୧୨ ନଭେମ୍ବରରେ ବାପା ଓ ପୁଅ ମଧ୍ୟରେ ବଚସା ହୋଇଥିଲା । ପୁଅ ଉତ୍ତେକ୍ତ ହୋଇ ଉଜ୍ଜ୍ବଳଙ୍କୁ ଧକ୍କା ଦେଇଥିଲା । ତଳେ ପଡ଼ି ଚେତାଶୂନ୍ୟ ହେବାରେ ତଣ୍ଟି ଚିପି ହତ୍ୟା କରିଥିଲା ଅଭିଯୁକ୍ତ ପୁଅ ।  ପରେ ମା’ଙ୍କ ମିଶି ମୃତଦେହକୁ ୬ଖଣ୍ଡ କରି ଘର ଠାରୁ ୫ଶହ ମିଟର ଦୂରରେ ଫିଙ୍ଗି ଦେଇଥିଲେ । ନଭେମ୍ବର ୧୫ ତାରିଖରେ ଉଭୟ ମା’-ପୁଅ ଇଜ୍ଜ୍ବଳ ଚକ୍ରବର୍ତ୍ତୀ ନିଖୋଜ ହୋଇଯାଇଥିବା ନେଇ ଥାନାରେ ଏତଲା ଦେଇଥିଲେ । ବରୁଈପୁର ଥାନା ପୋଲିସ ପ୍ରାଥମିକ ତଦନ୍ତରୁ ମା’-ପୁଅ ମିଶି ହତ୍ୟା କରିଥିବା ଜାଣିବାକୁ ପାଇଥିଲା । ପରେ ଉଭୟଙ୍କୁ ଗିରଫ କରି ଅଧିକ ତଦନ୍ତ କରୁଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.