ନାବାଳକ ପୁଅ ଆକ୍ରମଣରେ ବାପା ମୃତ
17/12/2022 at 8:47 PM

ଭୁବନେଶ୍ୱର ୧୭/୧୨: ନାବାଳକ ପୁଅର ଆକ୍ରମଣରେ ବାପା ମୃତ। ଏପରି ଘଟଣା ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ଥାନା ଅନ୍ତର୍ଗତ ନୂଆଡିହି ଗାଁରେ ଦେଖିବାକୁ ମିଳିଛି। ମୃତକ ତାଙ୍କ ସ୍ତ୍ରୀଙ୍କୁ ଗାଳିଦେବା ସହ ପିଟିବାରୁ ଅଭିଯୁକ୍ତ ପୁଅ ଏଥିରେ ଉତ୍ୟକ୍ତ ହୋଇଯାଇଥିଲା। ଫଳରେ ପାଖରେ ଥିବା ଏକ ଲୁହା ଛଡ଼ରେ ସେ ତା ବାପାଙ୍କୁ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ଗୁରୁତର ହେବାରୁ ଦୀନବନ୍ଧୁଙ୍କୁ ବଣାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ଲହୁଣିପଡ଼ା ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତ ପୁଅକୁ ଅଟକ ରଖିଛି।
Related Posts
ସ୍ତ୍ରୀ ହତ୍ୟାକାରୀ ସ୍ୱାମୀକୁ ଆଜୀବନ କାରାଦଣ୍ଡ ଦେଲେ ଅଦାଲତ
31 January 2023
ଟ୍ୟୁସନ୍ ଶିକ୍ଷକଙ୍କ ମୃତ୍ୟୁ ଖବର ପାଇ ଆତ୍ମହତ୍ୟା କଲେ ଛାତ୍ରୀ
31 January 2023